ରାଜଧାନୀରେ ଖୋଲିବ ହୋଟେଲ, ରେଷ୍ଟୁରାଣ୍ଟ ଚାଟ, ଚା’ ସହ ଏହି ଦୋକାନ, ଲାଗିବ କୋଭିଡ୍‌ କଟକଣା

ଭୁବନେଶ୍ୱର – କରୋନା ପାଇଁ ରାଜଧାନୀରେ ସଟ୍‌ଡାଉନ୍‌ ଉଠିଥିବା ବେଳେ ଏବେ ଆଉ କିଛି କଟକଣାକୁ କୋହଳ କରାଯାଇଛି । ରାଜଧାନୀରେ ଏବେ ଖୋଲିବ ହୋଟେଲ, ରେଷ୍ଟୁରାଣ୍ଟ ଭୁବନେଶ୍ବରରେ ଖୋଲିବ ହୋଟେଲ, ରେଷ୍ଟୁରାଣ୍ଟ ସହ ଅନ୍ୟ କେତକ ଦୋକାନ ଖୋଲିବ ବୋଲି ବିଜ୍ଞପ୍ତି ଜାରି କରାଯାଇଛି ।

କେବଳ ହୋମ୍ ଡେଲିଭରି କରିପାରିବେ ହୋଟେଲ ଓ ରେଷ୍ଟୁରାଣ୍ଟ । ରାସ୍ତାକଡ଼ ଫୁଡ୍ ଷ୍ଟଲ ଦୋକାନ ଖୋଲିବ । ଏଠାରୁ କେବଳ ହୋମ ଡେଲିଭରି ସୁବିଧା ରହିବ । ରାସ୍ତାକଡ଼ ଫୁଡ ଷ୍ଟଲ, ଚାଟ, ଚା’ ଦୋକନ ଖୋଲିବ । ଏସଓପି ପାଳନ କରି ଦୋକାନ ଖୋଲି ପାରିବେ । ଏଥିପାଇଁ ବିଏମସି ପକ୍ଷରୁ ଗାଇଡଲାଇନ ଜାରି କରାଯାଇଛି ।