‘ମ୍ୟାନ୍‌ ଭର୍ସେସ ୱାଇଲ୍‌ଡ’ ସୁଟିଂ ବେଳେ ଆହତ ହେଲେ ତାମିଲ ସୁପରଷ୍ଟାର ରଜନୀକାନ୍ତ

ବେଙ୍ଗାଲୁରୁ ୨୯/୧ : ବାନ୍ଦିପୁର ଅଭୟାରଣ୍ୟରେ ଲୋକପ୍ରିୟ ଟିଭି କାର୍ଯ୍ୟକ୍ରମ ‘ ମ୍ୟାନ୍‌ ଭର୍ସେସ ୱାଇଲ୍ଡ’ର ସୁଟିଂ ବେଳେ ତାମିଲ ସୁପରଷ୍ଟାର ରଜନୀକାନ୍ତ ଆହତ ହୋଇଛନ୍ତି । ବିୟର ଗ୍ରୀଲଙ୍କ ସହ ଏକ ଏପିସୋଡର ସୁଟିଂ ବେଳେ ମଙ୍ଗଳବାର ଏହି ଦୁର୍ଘଟଣା ଘଟିଥିଲା । ଏହାପରେ ଆଜି ପାଇଁ ହେବାକୁ ଥିବା ସୁଟିଂକୁ ସ୍ଥଗିତ ରଖାଯାଇଛି । ବୁଧବାର ବି ସେଠାରେ ସୁଟିଂ ହେବ ନାହିଁ ବୋଲି ଅଭୟାରଣ୍ୟ କର୍ତ୍ତୃପକ୍ଷ କହିଛନ୍ତି । ତେବେ ଉକ୍ତ ଦୁର୍ଘଟଣା ଯୋଗୁ ରଜନୀକାନ୍ତଙ୍କର ବିଶେଷ କିଛି କ୍ଷତି ହୋଇନାହିଁ ବୋଲି କୁହାଯାଇଛି ।

ଅନ୍ୟପଟରେ, ସୁଟିଂ ସମୟରେ ଡ୍ରୋନର ବ୍ୟବହାର କରିଥିବାରୁ କର୍ଣ୍ଣାଟକ ବନ ବିଭାଗ ତରଫରୁ ଉକ୍ତ କାର୍ଯ୍ୟକ୍ରମର ପ୍ରଯୋଜକଙ୍କ ଠାରୁ ସ୍ପଷ୍ଟୀକରଣ ମଗାଯାଇଛି । ବନ ବିଭାଗ କହିଛି ଯେ ଚଳିତ ମାସ ୨୮ ଓ ୩୦ ତାରିଖରେ ଦୁଇ ଦିନ ପାଇଁ ଉକ୍ତ ଜଙ୍ଗଲ ଭିତରେ ଦିନକୁ ୬ ଘଣ୍ଟା ପାଇଁ ସୁଟିଂ କରିବାକୁ ଅନୁମତି ଦିଆଯାଇଛି । ୨୮ ତାରିଖରେ ରଜନୀକାନ୍ତଙ୍କ ସୁଟିଂ ଥିଲାବେଳେ ୩୦ ତାରିଖରେ ବଲିଉଡ ଅଭିନେତା ଅକ୍ଷୟ କୁମାରଙ୍କ ସୁଟିଂ ରହିଛି ।

କିଛି ସପ୍ତାହ ତଳେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନେଇ ଏହି କାର୍ଯ୍ୟକ୍ରମର ଏକ ଏପିସୋଡର ସୁଟିଂ ଓ ପ୍ରସାରଣ କରାଯାଇଥିଲା । ଏହାପରେ ଭାରତରେ ଏହି କାର୍ଯ୍ୟକ୍ରମର ଲୋକପ୍ରିୟତା ଆହୁରି ବଢ଼ିଯାଇଥିଲା । ଡିସକଭରି ଚ୍ୟାନେଲ ଏବଂ ଚ୍ୟାନେଲ ୪ରେ ଏହି ‘ ମ୍ୟାନ ଭର୍ସେସ ୱାଇଲଡ’ କାର୍ଯ୍ୟକ୍ରମର ପ୍ରସାରଣ କରାଯାଉଛି ।

   ସମ୍ବନ୍ଧିତ ଖବର


କରିସ୍ମା ତନ୍ନା ସାପ ସହିତ କଲେ ଏମିତି ବିପଜ୍ଜନକ ଷ୍ଟଣ୍ଟ, ଭିଡିଓ ଦେଖିଲେ ଡରିଯିବେ

ଆସୁଛି ସୁପରଷ୍ଟାର ପ୍ରଭାସଙ୍କ ନୂଆ ଫିଲ୍ମ : ଏହି ନିର୍ଦ୍ଦେଶକଙ୍କ ସହ ଯୋଡ଼ି ହେଲା ତାଙ୍କ ନାଁ

ସୋସିଆଲ ମିଡିଆରେ ନିଆଁ ଲଗାଇଲା ମୋନାଲିସାଙ୍କ ବୋଲ୍ଡ ଫଟୋ

୨୦୨୦ ସାନ୍ୟାଙ୍କ ଜୀବନର ସ୍ପେଶାଲ ଇୟର : ପୁରୁଷ ବନ୍ଧୁଙ୍କ ପାଇଁ ନା ଆଉ କିଛି…