PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ଵର : ରାଜ୍ୟରେ ହାରୁଛି କରୋନା, ୨୪ ଘଣ୍ଟା ମଧ୍ୟରେ ୩ ପଜିଟିଭ୍ ଚିହ୍ନଟ
  • ||
  • ଭୁବନେଶ୍ୱର : ୧୦ ଜିଲ୍ଲାରେ ପ୍ରବଳ ବର୍ଷିଲା, ଆଜିଠୁ ବଢ଼ିବ ତାପମାତ୍ରା
  • ||
  • ଭଞ୍ଜନଗର : ଭାରସାମ୍ୟ ହରାଇ ଓଲଟିଲା ଟୁରିଷ୍ଟ ବସ୍, ୬ ମୃତ ୩୦ରୁ ଉର୍ଦ୍ଧ୍ଵ ଆହତ
  • ||
  • ରାଇରଙ୍ଗପୁର : ସାପ୍ତାହିକ ହାଟରେ ଗୁଳିକାଣ୍ଡ, ଗୋରୁ ବେପାରୀଙ୍କୁ ଗୁଳି କରି ୨୦ଲକ୍ଷ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ
  • ||

ଆମକୁ ଥରେ ସୁଯୋଗ ଦିଅନ୍ତୁ, ସରକାର କେମିତି ଚାଲେ ଆମେ ଦେଖାଇବୁ: ରାଜନାଥ

ମୟୁରଭଞ୍ଜ ୧୯/୪: କରଞ୍ଜିଆ କେନାଲ ପଡିଆରେ ପହଞ୍ଚି ଉଦବୋଧନ ଦେଲେ କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂହ । ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ପ୍ରଚାର କରିବା ସହ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କଲେ ରାଜନାଥ । କେନ୍ଦ୍ର ସରକାର ସବୁ ବେଳେ ଓଡ଼ିଆ ଭାଷା ଓ ସଂସ୍କୃତିକୁ ଗୁରୁତ୍ୱ ଦେଇଆସୁଛନ୍ତି । କିନ୍ତୁ ଓଡିଶା ସରକାର କୌଣସି ବି ମୌଳିକ ସୁବିଧା ଦେଉନାହାନ୍ତି । ଓଡିଶାର ବିକାଶ ପଥରେ ବାଧକ ସାଜିଥିବା ନବୀନ ସରକାରଙ୍କୁ ବଦଳାଇବା ଦରକାର ବୋଲି ସେ କହିଥିଲେ । ସେ ଏହା ମଧ୍ଯ କହିଥିଲେ ଯେ ‘ବିଜେଡି ସରକାର ବାରମ୍ବାର ଦେଖିଲେଣି । ଆମକୁ ଥରେ ସୁଯୋଗ ଦିଅନ୍ତୁ ସରକାର କେମିତି ଚାଲେ ଆମେ ଦେଖାଇଦେବୁ ।‘

ରାଜନାଥ କହିଛନ୍ତି ରାଜ୍ଯ ସରକାର ଅନେକ କେନ୍ଦ୍ର ଯୋଜନାକୁ ଲାଗୁ ନକରି ସେଥିରୁ ରାଜ୍ୟବାସୀଙ୍କୁ ବଞ୍ଚିତ କରିଛନ୍ତି । ଓଡିଶାରେ ବିଜେପି ସରକାର ଆସିଲେ ଏସବୁ ଲାଗୁ କରାଯିବ ବୋଲି ସେ କହିଥିଲେ । ସେ ଏହାମଧ୍ଯ କହିଛନ୍ତି ଯେ ୫ ବର୍ଷ ତଳେ ଭାରତରେ ୧୨.୫ କୋଟି ଗରିବ ଥିଲେ। ଏବେ ଏହି ସଂଖ୍ୟା ୫ କୋଟିକୁ ହ୍ରାସ ପାଇଛି । ବିଜେପି ସରକାର ଗରିବଙ୍କ ସ୍ୱାର୍ଥ ପାଇଁ ସଂପୂର୍ଣ୍ଣ ଭାବେ ସମର୍ପିତ ବୋଲି କହିଛନ୍ତି ।

ସେ ଏହା ମଧ୍ୟ କହିଛନ୍ତି ଯେ ପିଏମ୍ କିଷାନ ଯୋଜନାରେ ଚାଷୀଙ୍କ ତାଲିକା ଦେଇନାହାନ୍ତି ଓଡ଼ିଶା ସରକାର। ଓଡ଼ିଶା ସରକାର ମାତ୍ର ସାଢ଼େ ୮ଲକ୍ଷ ଚାଷୀଙ୍କ ତାଲିକା ଦେଇଛନ୍ତି। ସରକାର ଆସିଲେ ଚାଷୀଙ୍କୁ ୫ ବର୍ଷ ପାଇଁ ବିନା ସୁଧରେ ୧ ଲକ୍ଷ ପର୍ଯ୍ୟନ୍ତ ଋଣ ଦିଆଯିବ ବୋଲି ସେ କହିଛନ୍ତି । ସମାବେଶ ରେ ଯୋଗ ଦେଇ ଲୋକସଭା ପ୍ରାର୍ଥୀ ଅନନ୍ତ ନାୟକ, ବିଧାୟକ ପ୍ରାର୍ଥୀ ପଦ୍ମଚରଣ ହାଇବ୍ରୁ କୁ  ଭୋଟ୍ ଦେଇ ଜୟ   ଯୁକ୍ତ କରିବା ପାଇଁ  ଅନୁରୋଧ କରିଥିଲେ ।

ସମ୍ବନ୍ଧିତ ଖବର