PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଟୋକିଓ ଅଲିମ୍ପିକ୍ସ : ବକ୍ସିଂ ପ୍ରି-କ୍ୱାର୍ଟରରେ ହାରିଲେ ମେରିକମ୍
  • ||
  • କନ୍ଧମାଳ ଗସ୍ତରେ ପଞାୟତିରାଜ, ନଗର ଉନ୍ନୟନ ଓ ଆଇନ ମନ୍ତ୍ରୀ ପ୍ରତାପ ଜେନା । ଜଗାକୁ ଭେଟିଲେ, ବିଭିନ୍ନ ସରକାରୀ ଯୋଜନାର ସମୀକ୍ଷା କଲେ ।
  • ||
  • ମାଲକାନଗିରି ଜିଲ୍ଲା ଖଇରପୁଟ ରାସ୍ତାରେ ବଲେରୋ ଗାଡ଼ି ସହ ୭କ୍ୱିଣ୍ଟାଲ ଗଞ୍ଜେଇ ଜବତ- ଜଣେଗିରଫ
  • ||
  • ନାକଟିଦେଉଳ: ବରଗଛରୁ ଝୁଲନ୍ତା ଅବସ୍ଥାରେ ଯୁବକର ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ
  • ||
  • ଭୁବନେଶ୍ୱର: ବରିଷ୍ଠ ଆଇଏଏସ୍ ସ୍ତରରେ ଅଦଳବଦଳ, IAS ଅଶୋକ ମୀନା ହେଲେ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ପ୍ରମୁଖ ସଚିବ
  • ||
  • ନୀଳଗିରି: ଆଇନଜୀବୀଙ୍କୁ ମାଡ଼ ପ୍ରତିବାଦରେ ନୀଳଗିରି କୋର୍ଟ ବନ୍ଦ କଲେ ଓକିଲ ସଙ୍ଘ
  • ||
  • କଟକ: ଆସନ୍ତାକାଲି ଅଫ୍‌ଲାଇନ୍ ପରୀକ୍ଷା ଦେବେ ଛାତ୍ରଛାତ୍ରୀ
  • ||
  • ଟୋକିଓ ଟକ୍କର: ପଦକ ପାଇବା ଦିଗରେ ଆଉ ପାଦେ ବଢିଲେ ସିନ୍ଧୁ, କ୍ୱାର୍ଟର ଫାଇନାଲରେ ପହଁଚିଲେ
  • ||
  • ବକ୍ସିଂ କ୍ବାର୍ଟରରେ ପହଞ୍ଚିଲେ ଭାରତର ସତୀଶ କୁମାର
  • ||
  • ଭୁବନେଶ୍ୱର: ମାଷ୍ଟରକ୍ୟାଣ୍ଟିନ୍ ଉଦ୍ଧାର ହେଲା ଅଜଣା ଯୁବକଙ୍କ ମୃତଦେହ, ଜବତ କଲା ପୁଲିସ
  • ||
  • ଭୁବନେଶ୍ୱର: ଥାମୁନି କରୋନ ମୃତ୍ୟୁ,ରାଜ୍ୟରୁ ଆଉ ୬୫ ଜଣଙ୍କ ଜୀବନ ନେଲା କରୋନା
  • ||
  • ଭୁବନେଶ୍ୱର: ଓଡ଼ିଶାରେ କମୁଛି ସଂକ୍ରମଣ, ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହେଲେ ୧୬୧୫ଜଣ କୋଭିଡ୍ ପଜିଟିଭ
  • ||
  • କେନ୍ଦୁଝର: ଘାତକ ସାଜିଲା ଫ୍ରି-ଫାୟାର୍ ଗେମ୍, ଚାଲିଗଲା ଦଶମ ଶ୍ରେଣୀ ଛାତ୍ରଙ୍କ ଜୀବନ
  • ||
  • ଭୁବନେଶ୍ୱର: ଆଜି ୨ ଜିଲ୍ଲାରେ ହେବନି ଟିକାଦାନ
  • ||
  • ସମ୍ବଲପୁର: ହୀରାକୁଦ ଜଳଭଣ୍ଡାରର ବନ୍ଦ ହେଲା ୨ଟି ସୁଇଜ ଗେଟ୍, ୧୨ଟି ଗେଟ୍ ଦେଇ ଜଳ ନିଷ୍କାସନ ଜାରି
  • ||

ବିଜେପି ଦେଶ ଗଢିବାକୁ ରାଜନୀତି କରୁଛି, ସରକାର ଗଢିବାକୁ ନୁହେଁ: ରାଜନାଥ

ଭଦ୍ରକ ୧୭/୨: ରାଣୀତାଲରେ କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂହ । ଦିନିକିଆ ଓଡିଶା ଗସ୍ତରେ ଆସି ଭଦ୍ରକ ରାଣୀତାଳରେ ବୁଥ୍ ସ୍ତରୀୟ ସମାବେଶରେ ଯୋଗଦେଇଛନ୍ତି ଗୃହମନ୍ତ୍ରୀ ରାଜନାଥ ସିଂହ ।  ଇରମଠାରେ ବିଜେପି କର୍ମକର୍ତ୍ତାଙ୍କୁ ଉଦବୋଧନ ଦେବା ପୂର୍ବରୁ ପୁଲୱାମା ସହିଦଙ୍କ ଉଦ୍ଦେଶ୍ୟରେ ୨ ମିନିଟ୍ ନୀରବ ପ୍ରାର୍ଥନା କଲେ ରାଜନାଥ । କହିଲେ, ‘ସହିଦଙ୍କ ବଳିଦାନ ବ୍ଯର୍ଥ ଯିବନି’ ।

ଦଳୀୟ କର୍ମୀଙ୍କୁ ଉଦବୋଧନ ଦେବା ସହ କର୍ମୀଙ୍କ କାର୍ଯ୍ଯର ପ୍ରଶଂସା କଲେ । କହିଲେ, ବିଜେପି କାର୍ଯ୍ଯକର୍ତ୍ତାଙ୍କ ଅକ୍ଲାନ୍ତ ପରିଶ୍ରମରୁ ଆମେ ଲୋକସଭାର ସଂଖ୍ଯାଗରିଷ୍ଠ । ଏହାସହ ସ୍ୱାଧୀନତା ସଂଗ୍ରାମ କ୍ଷେତ୍ରରେ ଓଡିଶାର ଅବଦାନକୁ ସ୍ମରଣ କଲେ ରାଜନାଥ । କହିଲେ ଭାରତକୁ ୯୦ ତମ ସ୍ଥାନରୁ ୫ମ ସ୍ଥାନକୁ ଆଣିଛି ବିଜେପି । ୨୦୩୦ ସୁଦ୍ଧା ଭାରତ ବିଶ୍ୱର ଶ୍ରେଷ୍ଠ ୩ଟି ସ୍ଥାନରେ ରହିବ ।

ସମାବେଶରେ କଂଗ୍ରେସକୁ ଟାର୍ଗେଟ୍ କରିବାକୁ ଭୁଲିନାହାନ୍ତି ରାଜନାଥ । ନରେନ୍ଦ୍ର ମୋଦିଙ୍କୁ ଚୌକିଦାର କହିବା ପ୍ରସଙ୍ଗରେ ଧୁମ୍ ବର୍ଷିଲେ । କହିଲେ  ‘ଚୌକିଦାର ଚୋର ନୁହେଁ । ଆମେ ସବୁ ସମସ୍ୟାର ସମାଧାନ କରିଦେବୁ । ନରେନ୍ଦ୍ର ମୋଦିଙ୍କୁ ନେତୃତ୍ୱରେ ଭାରତ ହେବ ବିଶ୍ୱଗୁରୁ । ବିଜେପି ସରକାର ଗଢିବାକୁ ନୁହେଁ, ଦେଶ ଗଢିବାକୁ ରାଜନୀତି କରୁଛି ବୋଲି କହିଥିଲେ । କହିରଖୁଛୁ କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ଯ  ଉପସ୍ଥିତ ଥିଲେ । ସମାବେଶରେ ଭଦ୍ରକ ସମେତ ବାଲେଶ୍ବର, ମୟୂରଭଞ୍ଜ ଓ କେନ୍ଦୁଝରର ବୁଥ୍ କାର୍ଯ୍ୟକର୍ତ୍ତା ସାମିଲ ହୋଇଥିଲେ ।