ରାଜପାଲ ଯାଦବ ସାମିଲ ହେବେ କଂଗ୍ରେସରେ! ମନୋଜ ତିଓ୍ବାରିଙ୍କ ବିରୁଧରେ ଲଢ଼ିପାରନ୍ତି ନିର୍ବାଚନ

ହାସ୍ୟ ଅଭିନେତା ରାଜପାଲ ଯାଦବ କଂଗ୍ରେସରେ ସାମିଲ ହୋଇପାରନ୍ତି। ଲୋକସଭା ନିର୍ବାଚନ ୨୦୧୯ରେ ରାଜପାଲ ଯାଦବ ବିଜେପିର ମନୋଜ ତିଓ୍ବାରିଙ୍କ ବିରୁଧରେ ଲଢ଼ିପାରନ୍ତି ବୋଲି ସୂଚନା ମିଳିଛି। ମନୋଜ ତିଓ୍ବାରି ଉତ୍ତର-ପୂର୍ବ ଦିଲ୍ଲୀରୁ ବିଜେପି ସାଂସଦ ଅଛନ୍ତି।

ସୂଚନା ମୁତାବିକ ରାଜପାଲ ଯାଦବ ଶୁକ୍ରବାର ଦିନ କଂଗ୍ରେସର ସଦସ୍ୟ ହୋଇପାରନ୍ତି। ଯାହାପରେ ତାଙ୍କୁ ପ୍ରାର୍ଥୀ କରାଯିବା ନେଇ ଘୋଷଣା କରାଯିବ।
ଲୋକସଭା ନିର୍ବାଚନ ୨୦୧୯କୁ ନେଇ ୩ ଏପ୍ରିଲରେ ଦିଳ୍ଳୀ ପହଂଚିଥିଲେ ଅଭିନେତା ରାଜପାଲ ଯାଦବ । ପରେ ଦିଲ୍ଲୀର ପୂର୍ବ ମୁଖ୍ୟମନ୍ତ୍ରୀ ଏବଂ ଦିଲ୍ଲୀ ପ୍ରଦେଶ କଂଗ୍ରେସ ଅଧ୍ୟକ୍ଷ ଶୀଲା ଦିକ୍ଷିତଙ୍କ ସହିତ ସାକ୍ଷାତ ହୋଇଥିଲା। ଦିଳ୍ଲୀରୁ ହିଁ ସେ ନିର୍ବାଚନ ଲଢ଼ିବେ ବୋଲି ରାଜପାଲ କହିଛନ୍ତି।

ସେ କହିଛନ୍ତି ଯେ, ମୁଁ ଦିଲ୍ଲୀ ଆସିଲେ ଶୀଲା ଦିକ୍ଷିତଙ୍କ ସହିତ ସାକ୍ଷାତ କରେ। ସମସ୍ତଙ୍କଠାରୁ ଆଶୀର୍ବାଦ ଗ୍ରହଣ କରେ ବୋଲି ସେ କହିଛନ୍ତି। କଂଗ୍ରେସରେ ସାମିଲ ହେବା ନେଇ ସେ ଉତ୍ତରରେ କହିଛନ୍ତି କି, ଏବେ ସେମିତି କିଛି ନାହିଁ। ଆଗକୁ ଯଦି ସେମିତି କିଛି ହେବ ତେବେ ମିଡ଼ିଆରେ ସର୍ବପ୍ରଥମେ ଜଣାଇବି।