୩୦ ବିସ୍ଥାପିତ ପାକ୍‌ ନାଗରିକଙ୍କୁ ଅନ୍‌ଲାଇନ୍‌ରେ ଭାରତର ନାଗରିକତା ପ୍ରଦାନ କଲେ ରାଜସ୍ଥାନ ସରକାର

ଜୟପୁର,୨୭/ ୧୧: ୩୦ ଜଣ ପାକିସ୍ତାନ ବିସ୍ଥାପିତଙ୍କୁ ଭାରତୀୟ ନାଗରିକତା ପ୍ରଦାନ କଲେ ରାଜସ୍ଥାନ ସରକାର। ନଭେମ୍ବର ମାସରେ ପାକିସ୍ତାନରୁ ବିସ୍ଥାପିତ ୩୦ ଜଣକୁ ଭାରତୀୟ ନାଗରିକଙ୍କୁ ପୋର୍ଟାଲ ମାଧ୍ୟମରେ ଅନଲାଇନ୍‌ ନାଗରିକତା ପ୍ରମାଣ ପତ୍ର ଜାରି କରାଯାଇଛି।

ଗୃହ ବିଭାଗର ଶାସନ ସଚିବ ଏନ୍‌ ଏନ୍‌ ମିନା କହିଛନ୍ତି ଯେ, ଏହି ୩୦ ପାକ୍‌ ବିସ୍ତାପିତଙ୍କ ମଧ୍ୟରୁ ୧୭ ପାଲି, ୮ ଅଜମେର ଓ ପାଞ୍ଚ ବାଡ଼ମେର ଜିଲ୍ଲାରେ ବସବାସ କରୁଥିଲେ। ୨୦୧୯ ନଭେମ୍ବରରୁ ୨୦୨୦ ପର୍ଯ୍ୟନ୍ତ ମୋଟ୍‌ ୨୧୬ ଜଣ ପାକ୍‌ ନାଗରିକଙ୍କୁ ଭାରତୀୟ ନାଗରିକତା ପ୍ରଦାନ କରାଯାିଛି।

ସୂଚନାଥାଉକି, ରାଜସ୍ଥାନ ଗୃହ ବିଭାଗ ଭାରତ ସରକାରଙ୍କ ନିର୍ଦ୍ଦେଶଅନୂସାରେ ଭାରତୀୟ ନାଗରିକତା ପ୍ରମାଣ ପତ୍ର ଅନଲାଇନ୍‌ ହିଁ ପ୍ରଦାନ କରାଯାଇଛି।