PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପଞ୍ଜାବ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପ୍ଟେନ୍‌ ଅମରିନ୍ଦର ସିଂହ
  • ||
  • ଏସିଏଫ୍‌ ସୌମରଞ୍ଜନ ମହାପାତ୍ର ମୃତ୍ୟୁ ଘଟଣା – ଭୁବନେଶ୍ୱର ଫରେନସିକ୍‌ ଲ୍ୟାବ୍‌ରେ ଡିଏଫ୍‌ଓ , ରୋଷେୟାଙ୍କ ଲାଇ ଡିଟେକ୍ସନ ଟେଷ୍ଟ ଚାଲିଛି
  • ||
  • କେନ୍ଦୁଝର: ମହିଳାଙ୍କୁ ନିର୍ଯାତନା ଦେବା କାରଣରୁ ସ୍ୱାମୀ, ଶାଶୁ, ଶଶୁର ଓ ସଉତୁଣୀକୁ ୩ ବର୍ଷ ଜେଲ୍
  • ||
  • ଲୋଇସିଂହା: ଟ୍ରେନ ଆଗକୁ ଡେଇଁ ଯୁବକଙ୍କ ମୃତ୍ୟୁ, ପରିଚୟ ଅସ୍ପଷ୍ଟ
  • ||
  • ଦାରିଙ୍ଗବାଡି : ସଂରକ୍ଷିତ ଜଙ୍ଗଲରୁ ଚୋରା ଚାଲାଣ ବେଳେ କାଠପଟା ଜବତ, ଜଣେ ଗିରଫ
  • ||
  • ଲୋଇସିଂହା : ଚଳନ୍ତା ଟ୍ରେନ୍ ଆଗକୁ ଡେଇଁ ଆତ୍ମହତ୍ୟା କଲେ ଯୁବକ, କାରଣ ଅସ୍ପଷ୍ଟ
  • ||
  • କେନ୍ଦୁଝର : ମହିଳାଙ୍କୁ ନିର୍ଯାତନା ଦେବାରୁ ସ୍ୱାମୀ, ଶାଶୁ, ଶ୍ଵଶୁର ଓ ସଉତୁଣୀକୁ ୩ ବର୍ଷ ଜେଲ ଦଣ୍ଡ
  • ||
  • ପଦ୍ମପୁର: ଗଜଲକ୍ଷ୍ମୀ ଷ୍ଟୋରରେ ଜିଏସଟି ବିଭାଗର ଚଢ଼ାଉ
  • ||
  • ବ୍ରହ୍ମପୁର: ଗଞ୍ଜାମରେ ୧୦୧୦ଗାଁ ବାଲ୍ୟ ବିବାହ ମୁକ୍ତ ଘୋଷଣା କଲା ପ୍ରଶାସନ
  • ||
  • ବଲାଙ୍ଗୀର: ରାତିରେ ପରିବାର ଲୋକଙ୍କ ସହ ଶୋଇଥିଲା ବେଳେ ମହିଳାଙ୍କୁ କାମୁଡି ଦେଲା ବିଷାକ୍ତ ସାପ, ଆଖିବୁଜଲେ ମହିଳା
  • ||
  • ପାଟଣା: ପୂର୍ବତନ ପାଟଣା ବିଧାୟକ ରାମରାଇ ମୁଣ୍ଡାଙ୍କ ପରଲୋକ
  • ||
  • ସମ୍ବଲପୁର: ହୀରାକୁଦର ପୁଣି ବନ୍ଦ ହେଲା ୬ ଗେଟ୍, ୧୮ଟି ଗେଟ୍ ଦେଇ ଜଳ ନିଷ୍କାସନ ଜାରି
  • ||
  • ବାଙ୍କୀ : ହୁଳୁହୁଳା ପୋଲ ଉପରେ ୪ ଫୁଟର ବନ୍ୟାଜଳ ପ୍ରବାହିତ, ବାଙ୍କୀର ବହୁ ପଞ୍ଚାୟତ ବାହ୍ୟ ଜଗତରୁ ବିଚ୍ଛିନ୍ନ
  • ||
  • ଭୁବନେଶ୍ୱର: ଓଡ଼ିଶାରେ ଆଉ ୬ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୧୨୮କୁ ବୃଦ୍ଧି
  • ||
  • ଭୁବନେଶ୍ୱର: ରାଜ୍ୟରୁ ୨୪ ଘଣ୍ଟା ମଧ୍ୟରେ ଆଉ ୬୯୫ଜଣ କରୋନା ପଜିଟିଭ୍ ଚିହ୍ନଟ
  • ||
  • ସଠିପୁର : ଦୁଇ କଣ୍ଟେନର ମୁହାଁମୁହିଁ ଧକ୍କା, ଉଭୟ ଡ୍ରାଇଭର ଆହତ
  • ||
  • ଜଗତସିଂହପୁ : ହଂସୁଆ ନଈରେ ଘାଇ, ୧୦ରୁ ଅଧିକ ଗାଁ ଜଳମଗ୍ନ
  • ||
  • ସମ୍ବଲପୁର : ସୁଧୁରୁଛି ଉପରମୁଣ୍ଡର ବନ୍ୟା ସ୍ଥିତି, ହୀରାକୁଦରେ ବନ୍ଦ ହେଲା ୪ ଗେଟ୍‌, ୨୪ ଗେଟ୍‌ ଦେଇ ଜଳ ନିଷ୍କାସନ ଜାରି
  • ||
  • କାମାକ୍ଷାନଗର : ଚାଷୀଙ୍କୁ ଦଳି ମାରିଲା ଦନ୍ତା
  • ||
  • ରାଉରକେଲା : ବିମାନଘାଟି ପରିସରରେ ଜଣେ ମହିଳା ଶ୍ରମିକଙ୍କୁ ଦୁଷ୍କର୍ମ ଉଦ୍ୟମ, ଠିକା କର୍ମଚାରୀ ଅଟକ
  • ||

ସଂସଦର ମୌସୁମୀ ଅଧିବେଶନର ତୃତୀୟ ସପ୍ତାହରେ ବି ବିରୋଧୀଙ୍କ ବିରୋଧ ଜାରି

ନୂଆଦିଲ୍ଲୀ : ସଂସଦର ମୌସୁମୀ ଅଧିବେଶନର ତୃତୀୟ ସପ୍ତାହରେ ବି ପେଗାସସ୍‌ ଗୁଇନ୍ଦାଗିରି ମାମଲା ଓ ନୂଆ କୃଷି ଆଇନକୁ ନେଇ ବିରୋଧୀଦଳମାନେ ସରକାରଙ୍କୁ ଘେରାଉ ଜାରି ରଖିଛନ୍ତି । ଇସ୍ରାଏଲୀ ସ୍ପାଇୱେର ପେଗାସସ୍‌ ଜରିଆରେ ଗୁଇନ୍ଦାଗିରି କରାଯିବା ମାମଲାକୁ ନେଇ ବୁଧବାର ଉଭୟ ଗୃହରେ ହଙ୍ଗାମା ହୋଇଥିଲା । ବିରୋଧୀଙ୍କ ହଟ୍ଟଗୋଳ ଯୋଗୁ ଲୋକସଭା ଓ ରାଜ୍ୟସଭାର କାର୍ଯ୍ୟକୁ ଗୁରୁବାର ସକାଳ ୧୧ଟା ଯାଏ ସ୍ଥଗିତ କରି ଦିଆଯାଇଛି ।


ରାଜ୍ୟସଭାରେ ଆଜି ଗୃହକାର୍ଯ୍ୟ ଆରମ୍ଭ ହେବା ପରେ କୃଷି ଆଇନ ପ୍ରସଙ୍ଗରେ ଚର୍ଚ୍ଚା ଆରମ୍ଭ ହୋଇଥିଲା । ଏହି ସମୟରେ ଟିଏମ୍‌ସି ଓ ଅନ୍ୟ ବିରୋଧୀ ଦଳର ସାଂସଦମାନେ ହାତରେ ପ୍ଲାକାର୍ଡ ଧରି ଗୃହର ମଧ୍ୟଭାଗକୁ ଚାଲି ଆସିଥିଲେ । ସେମାନେ ପେଗାସସ୍‌ ପ୍ରସଙ୍ଗରେ ଚର୍ଚ୍ଚା ଲାଗି ଦାବି କରିବା ସହ ସରକାରଙ୍କ ବିରୋଧରେ ନାରାବାଜି କରିଥିଲେ । ଅଧ୍ୟକ୍ଷ ଏମ୍‌ ଭେଙ୍କିୟା ନାଇଡୁ ସେମାନଙ୍କୁ ନିଜ ନିଜର ଆସନକୁ ଫେରିଯିବାକୁ କହିଥିଲେ ।

ଏହାସତ୍ତେ୍ୱ ବି ହଙ୍ଗାମା ଜାରି ରହିବାରୁ ନାଇଡୁ ଟିଏମ୍‌ସିର ୬ ସାଂସଦଙ୍କୁ ଦିନକ ପାଇଁ ନିଲମ୍ବନ କରିଥିଲେ । ନିଲମ୍ବିତ ହୋଇଥିବା ସାଂସଦଙ୍କ ମଧ୍ୟରେ ଡୋଲା ସେନ୍‌, ନଦିମୁଲ୍‌ ହକ୍‌, ଅର୍ପିତା ଘୋଷ, ମୌସମ ନୁର, ଶାନ୍ତା ଛେତ୍ରୀ ଓ ଅବିର ରଞ୍ଜନ ବିଶ୍ୱାସ ସାମିଲ । ସେହିପରି ବିରୋଧୀଙ୍କ ହଙ୍ଗାମା ମଧ୍ୟରେ ରାଜ୍ୟସଭାରେ ୪୦ ମିନିଟ୍‌ ମଧ୍ୟରେ
ଲିମିଟେଡ୍‌ ଲାୟାବିଲିଟି ପାର୍ଟନରସିପ୍‌(ଆମେଣ୍ଡମେଣ୍ଟ) ବିଲ୍‌, ୨୦୨୧ ଓ ଡିପୋଜିଟ୍‌ ଇନ୍‌ସ୍ୟୁରାନ୍ସ ଆଣ୍ଡ କ୍ରେଡିଟ୍‌ ଗ୍ୟାରେଣ୍ଟି କର୍ପୋରେସନ୍‌(ଆମେଣ୍ଡମେଣ୍ଟ)ବିଲ୍‌, ୨୦୨୧
ପାରିତ ହୋଇଥିଲା । ତା’ ପୂର୍ବରୁ ରାଜ୍ୟସଭାରେ ଏୟାରପୋର୍ଟସ ଇକୋନୋମିକ୍‌ ରେଗୁଲେଟୋରୀ ଅଥୋରିଟି ଅଫ୍‌ ଇଣ୍ଡିଆ(ଆମେଣ୍ଡମେଣ୍ଟ) ବିଲ୍‌, ୨୦୨୧ ପାରିତ
ହୋଇଥିଲା । ସେପଟେ ଲୋକସଭାରେ ବି ଆଜି ପେଗାସସ୍‌ ମାମଲାକୁ ନେଇ ବିରୋଧୀମାନେ ନାରାବାଜି କରିଥିଲେ ।


ହଙ୍ଗାମା ମଧ୍ୟରେ ଦ କୋକୋନୋଟ୍‌ ଡେଭଲପ୍‌ମେଣ୍ଟ ବୋର୍ଡ(ଆମେଣ୍ଡମେଣ୍ଟ) ବିଲ୍‌, ୨୦୨୧ ପାରିତ ହୋଇଛି । ୧୮ ନେତାଙ୍କ ମିଳିତ ବୟାନ ୧୪ଟି ବିରୋଧୀ ଦଳର ୧୮ ଜଣ ନେତା ବୁଧବାର ମିଳିତ ବୟାନ ଜାରି କରିଛନ୍ତି । ଏହା ଜରିଆରେ ସେମାନେ ସଂସଦରେ ପେଗାସସ୍‌ ଗୁଇନ୍ଦାଗିରି ମାମଲା ଓ କୃଷି ଆଇନ ସଂପର୍କରେ ଚର୍ଚ୍ଚା ଲାଗି ଦାବି କରିଛନ୍ତି । ସେଥିରେ କୁହାଯାଇଛି ଯେ, ସଂସଦର କାର୍ଯ୍ୟପ୍ରକ୍ରିୟାରେ ବାଧା ସୃଷ୍ଟି ପାଇଁ ସରକାର ଦାୟୀ । ସରକାର କିନ୍ତୁ ବିରୋଧୀଙ୍କ ଉପରେ ଅଭିଯୋଗ ଲଗାଇ ଭ୍ରମିତ
କରିବାକୁ ପ୍ରୟାସ କରୁଛନ୍ତି । ପୂରା ବିରୋଧୀ ଦଳ ଏକଜୁଟ ଅଛି । ପେଗାସସ୍‌ ପ୍ରସଙ୍ଗ ରାଷ୍ଟ୍ରୀୟ ସୁରକ୍ଷା ସହ ଜଡ଼ିତ ହୋଇଥିବାରୁ ସଂସଦର ଉଭୟ ଗୃହରେ ସ୍ୱରାଷ୍ଟ୍ରମନ୍ତ୍ରୀଙ୍କଠାରୁ ଏହି ପ୍ରସଙ୍ଗରେ ଜବାବ ଚାହୁଁଛୁ ।