ଡ୍ରଗ୍ସ ମାମଲାରେ ଫସିଥିବା ଭାରତୀ ସିଂଙ୍କୁ ଡ୍ରାମା କୁଇନ୍ ରାକ୍ଷୀ କହିଲେ- ‘ଏହା ଏକ ଷଡ଼ଯନ୍ତ୍ର, ତାଙ୍କ ଘରେ କେହି ଜଣେ ଗଞ୍ଜେଇ ରଖି ଏନ୍‌ସିବିକୁ ଫୋନ୍‌ କରିଛି…’

ମୁମ୍ବାଇ ୨୭।୧୧ : ସ୍ବର୍ଗତ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ପରେ ମାମଲାରେ ଡ୍ରଗ୍ସ ଲିଙ୍କ୍‌ ସାମ୍ନାକୁ ଆସିଲା। ଏହି ଡ୍ରଗ୍ସ ଲିଙ୍କ୍ ସାମ୍ନାକୁ ଆସିବା ପରେ ଏନ୍‌ସିବି ଡ୍ରଗ୍ସ ବିରୋଧରେ ଏକ ଲମ୍ବା ତାଲିକାର ପର୍ଦ୍ଦାଫାଶ କରିଛି। ଯେଉଁଥିରେ ନାମୀଦାମୀ ସେଲିବ୍ରିଟି ସାମିଲ ଅଛନ୍ତି। ଏମିତି ଏନସିବି ମୁମ୍ବାଇର ଅନେକ ସ୍ଥାନରେ ଚଢ଼ାଉ କରିସାରିଛି। ନିକଟରେ ଏନସିବି କମେଡି କୁଇନ୍‌ ଭାରତୀ ସିଂ ଏବଂ ତାଙ୍କ ସ୍ୱାମୀ ହର୍ଷ ଲିମ୍ବାଚିଆଙ୍କୁ ଡ୍ରଗ୍ସ ମାମଲାରେ ଗିରଫ କରିଥିଲା। ଯେଉଁଥିରେ ଏବେ ଡ୍ରାମା କୁଇନ୍‌ ରାକ୍ଷୀ ସାୱନ୍ତ ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି।

ରାକ୍ଷୀ ସାଓ୍ବନ୍ତ ଭାରତୀ ସିଂଙ୍କ ଗିରଫଦାରୀକୁ ନେଇ କିଛି ଏପରି କଥା କହିଛନ୍ତି, ଯେଉଁଥିପାଇଁ ତାଙ୍କୁ ଅନେକ ପ୍ରଶଂସା କରାଯାଉଛି। ଭାରତୀ ସିଂ ଏବଂ ହର୍ଷ ଲିମ୍ବାଚିଆଙ୍କ ଗିରଫଦାରୀକୁ ନେଇ ରାକ୍ଷୀ ବହୁତ କଥା କହିଛନ୍ତି। ରାକ୍ଷୀ କହିଛନ୍ତି ଯେ, ‘ଡ୍ରଗ୍ସ ମାମଲାରେ ଫିଲ୍ମ ଇଣ୍ଡଷ୍ଟ୍ରି ସହିତ ଜଡିତ ଲୋକଙ୍କ ନାମ କାହିଁକି ବାହାରକୁ ଆସୁଛି ? କୌଣସି ନେତା କି ମନ୍ତ୍ରୀଙ୍କ ପୁଅମାନଙ୍କ ନାମ କାହିଁକି ସାମ୍ନାକୁ ଆସୁନାହିଁ । ଭାରତୀ ଏବଂ ହର୍ଷଙ୍କ ବିଷୟରେ ଶୁଣିବା ପରେ ମୋ ପାଦ ତଳୁ ମାଟି ଖସି ଯାଇଥିଲା। ହଠାତ୍ ଛାପା ମାରିବା ଆଉ ଗଞ୍ଜେଇ ମିଳିବା ଏହା ଏକ ପ୍ରକାରର ଷଡ଼ଯନ୍ତ୍ର ବୋଲି ମୋତେ ଏବେ ବି ଲାଗୁଛି।

ରାକ୍ଷୀ କହିଛନ୍ତି କି, ତାଙ୍କୁ ସନ୍ଦେହ ରହିଛି କି ଭାରତୀ ଏବଂ ହର୍ଷଙ୍କୁ ଫସା ଯାଉଛି। ରାକ୍ଷୀଙ୍କ କହିବାନୁସାରେ, ତାଙ୍କୁ ଏବେ ବି ଏହି କଥାରେ ବିଶ୍ବାସ ହେଉନାହିଁ କି ଭାରତୀ ଏବଂ ହର୍ଷଙ୍କ ସହିତ ଏଭଳି କିଛି ହୋଇଛି। ଭାରତୀ ନମ୍ବର ୧ କମେଡିଆନ୍ ଅଟନ୍ତି। ଇଣ୍ଡଷ୍ଟ୍ରି ଏବଂ ଦେଶରେ ତାଙ୍କର ଇଜ୍ଜତ ରହିଛି। ପ୍ରକୃତରେ ସେମାନେ ଏହି ଅଭିଯୋଗକୁ କିପରି ମାନିନେଲେ। ଏହି କଥାରେ ରାକ୍ଷୀ ବିଶ୍ବାସ କରିପାରୁନାହାନ୍ତି। କହିରଖୁଛୁ ଯେ, ଭାରତୀ ସିଂହ ଏବଂ ହର୍ଷଙ୍କ ଘରୁ ଏନସିବି ଛାପା ମାରି ୮୬ ଗ୍ରାମ ଗଞ୍ଜେଇ ଜବତ କରିଛି।