ଏଥର ରାକ୍ଷୀ ପୂର୍ଣ୍ଣିମାରେ ପଡୁଛି ଏହି ଖାସ୍ ସଂଯୋଗ: ଏହି ସମୟରେ ଭାଇ ହାତରେ ବାନ୍ଧନ୍ତୁ ରାକ୍ଷୀ, ସମସ୍ତଙ୍କ ଶୁଭ ହେବ

ନୁଆଦିଲ୍ଲୀ ୮/୮: ଭାଇ ଓ ଭଉଣୀର ପ୍ରେମର ପ୍ରତୀକ ରକ୍ଷା ବନ୍ଧନ ଏଥର ୧୫ ଅଗଷ୍ଟ ଗୁରୁବାର ପଡୁଛି । ଏହି ଦିନ ସ୍ୱାଧୀନତା ଦିବସ । ଏଥର ରକ୍ଷାବନ୍ଧନ ପର୍ବ ଖାସ୍ ସଂଯୋଗରେ ପଡୁଛି । ରକ୍ଷାବନ୍ଧନରେ ଖାସ୍ କଥା ହେଉଛି ଯେ ଅନେକ ବର୍ଷ ପରେ ଏହି ଦିନ ଭଦ୍ରାର ଛାଇ ପଡୁନି । ଭଦ୍ରାକାଳ ସମୟରେ ଶୁଭ କାର୍ଯ୍ଯ କରାଯାଏନି ଏଥିପାଇଁ ଏଥର ରାକ୍ଷୀ ପୂର୍ଣ୍ଣିମାରେ ଶୁଭ ମୁହୂର୍ତ୍ତ ପାଇଁ ଭଉଣୀମାନଙ୍କୁ ଚିନ୍ତା କରିବାକୁ ପଡିବନି ।

ଜ୍ଯୋତିଷଶାସ୍ତ୍ର ଅନୁସାରେ ଏଥର ରାକ୍ଷୀପୂର୍ଣ୍ଣିମାର ଶୁଭ ମୂହୁର୍ତ୍ତ ସକାଳ ୫ଟା ୪୯ ମିନିଟରେ ଆରମ୍ଭ ହେବ ଏବଂ ସନ୍ଧ୍ୟା ୬ଟା ୧ ମିନିଟରେ ଶେଷ ହେବ । ଅର୍ଥାତ୍ ଏହି ସମୟ ମଧ୍ୟରେ ଭଉଣୀମାନେ ନିଜ ଭାଇ ହାତରେ ରାକ୍ଷୀ ବାନ୍ଧି ପାରିବେ । ରାକ୍ଷୀ ବାନ୍ଧିବା ପାଇଁ ସବୁଠାରୁ ଶୁଭ ମୁହୂର୍ତ୍ତ ସକାଳ ୬ରୁ ୭ଟା ୩୦ ମିନିଟ୍ ଏବଂ ଦ୍ୱିତୀୟ ଶୁଭ ସମୟ ସକାଳ ୧୦ଟା ୩୦ରୁ ଦ୍ୱିପ୍ରହର ୩ ଟା ପର୍ଯ୍ୟନ୍ତ ।  

ପଞ୍ଚାଙ୍ଗ ଅନୁସାରେ ୧୫ ଅଗଷ୍ଟ ଗୁରୁବାର ନକ୍ଷତ୍ର ଶ୍ରବଣ, ସୌଭାଗ୍ଯ ଯୋଗ, ସୂର୍ଯ୍ୟ ରାଶି କର୍କ ତଥା ଚନ୍ଦ୍ରମା ମକର ରାଶିରେ ରହିବ । ଏଥର ରାକ୍ଷୀ ପୂର୍ଣ୍ଣିମା ପର୍ବ ଭଦ୍ରଦୋଷରୁ ମୁକ୍ତ ରହିବ । ଏହା ସହିତ ଗୁରୁବାର ଦିନ ଶ୍ରବଣ ନକ୍ଷତ୍ର ଓ ସୌଭାଗ୍ଯ ଯୋଗର ସଂଯୋଗ ମଧ୍ଯ କମ୍ ଦେଖିବାକୁ ମିଳିବ ।

   ସମ୍ବନ୍ଧିତ ଖବର


ଭାରତୀୟ ସେନା ପ୍ରସ୍ତୁତ କରିଛି ସ୍ୱଦେଶୀ ଆଣ୍ଡ୍ରଏଡ୍‌ ମେସେଜିଂ ଆପ୍‌ ‘ସାଇ’

ଶଶୁରଙ୍କ ସହଥିଲା ଖରାପ ସମ୍ପର୍କ , ଗର୍ଭସ୍ଥ ଶିଶୁକୁ ପ୍ରସଙ୍ଗରେ ଶାଶୁଙ୍କସହ କଳି କରି ହତ୍ୟା କଲା ବୋହୁ

ହ୍ୱାଟସ୍‌ଆପ୍‌ରେ ଗହଣା ପିନ୍ଧି ଡିପି ରଖିଥିଲା ମାଆ- ଧରା ହେଲା ଡକାୟତ ପୁଅ

ରାଜ୍ୟରେ ଚିହ୍ନଟ ହେଲେ ୧୪୭୦ ଜଣ ଆକ୍ରାନ୍ତ, ସଂକ୍ରମିତଙ୍କ ସଂଖ୍ୟା ୨ ଲକ୍ଷ ୯୦ ହଜାର ଟପିଲା

ରାଜ୍ୟକୁ ଧୀରେ ଧୀରେ ଛୁଉଁଛି ଶୀତ, ୫ରୁ ଥଣ୍ଡା ଆହୁରି ବଢ଼ିବ

ବଧିରଙ୍କ ପାଇଁ ଖୁସି ଖବର: ଲଞ୍ଚ ହେଲା ନୂଆ ସାଉଣ୍ଡ ୱାଚ୍‌