ରିୟାଙ୍କ ଉପରେ ସବୁ ଦୋଷ ଲଦିଲେ ରକୁଲ: କହିଲେ-ମୁଁ କେବେ ଡ୍ରଗ୍ସ ନେଇନି…

ମୁମ୍ବାଇ,୨୫।୯: ବଲିଉଡରେ ଡ୍ରଗ୍ସ କନେକସନ ନେଇ ବଡ ବଡ ସେଲିବ୍ରିଟିଙ୍କ ନାଁ ଉପରୁ ପରଦା ଉଠିଛି। ଦୀପିକା ପାଦୁକୋନ୍, ସାରା ଅଲ୍ଲୀ ଖାନ୍, ଶ୍ରଦ୍ଧା କପୁର ଓ ରକୁଲ ପ୍ରୀତ ସିଂଙ୍କ ନାଁ ଆସିଛି। ଶୁକ୍ରବାର ରକୁଲଙ୍କୁ ୪ ଘଣ୍ଟା ପଚରା ଉଚରା କରିଥିଲା ଏନସିବି। ସୁତ୍ରରୁ ମିଳିଥିବା ଖବର ଅନୁସାରେ, ରକୁଲ ସମସ୍ତ ଦୋଷ ଏବେ ରିୟାଙ୍କ ଉପରେ ଲଦିଛନ୍ତି, ସେ ସ୍ପଷ୍ଟ ଭାବରେ ମନା କରିଛନ୍ତି ଯେ, ସେ କେବେ ଡ୍ରଗ୍ସ ନେଇ ନାହାନ୍ତି। କିନ୍ତୁ ଏନସିବିର ତାଙ୍କ କଥା ଉପରେ ଭରସା ନାହିଁ। ରକୁଲ ଡ୍ରଗ୍ସ ପେଡଲର୍ସଙ୍କ ସହିତ କୌଣସି ସମ୍ପର୍କ ଥିବା କଥାକୁ ସମ୍ପୂର୍ଣ୍ଣ ଭାବରେ ଖଣ୍ଡନ କରିଚନ୍ତି।

ରିୟାଙ୍କ ସହିତ ୨୦୧୮ରେ ହୋଉଥିବା ଡ୍ରଗ୍ସ ଚାଟ୍ କଥା ରକୁଲ ସ୍ବୀକାର କରିଛନ୍ତି। ରକୁଲ ଏନସିବିକୁ କହିଛନ୍ତି, ରିୟା ଚାଟରେ ନିଜର ଜିନିଷ(ବିଡ୍) ମାଗିଥିଲେ। ରିୟାଙ୍କ ଜିନିଷ(ଡ୍ରଗ୍ସ) ତାଙ୍କ ଘରେ ଥିଲା। ତେବେ ରକୁଲଙ୍କ ଏହି କଥାରେ କେତେ ସତ୍ୟତା ରହିଛି ତାହାର ତଦନ୍ତ ଏନସିବି ଟିମ୍ କରିବ। ରକୁଲଙ୍କୁ ନେଇ ତଦନ୍ତ ଜାରି ରହିବ।

ଉଲ୍ଲେଖନୀୟ ଯେ, ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁଙ୍କ ମୃତ୍ୟୁ ମାମଲାରେ ସନ୍ଦିଗ୍ଧ ଥିବା ଗର୍ଲଫ୍ରେଣ୍ଡ ରିୟା ଚକ୍ରବର୍ତ୍ତୀଙ୍କୁ ଡ୍ରଗ୍ସ ମାମଲାରେ ଏନସିବି ପଚରାଉଚରା କରିଥିଲା। ଏହି ସମୟରେ ରିୟା କହିଥିଲେ, ରକୁଲପ୍ରୀତ ସିଂ ଡ୍ରଗ୍ସ ନେଉଥିଲେ , ତାଙ୍କର ରକୁଲଙ୍କ ସହ ଭଲ ବନ୍ଧୁତ୍ବ ଥିଲା। ଏବେ ଦୁହେଁ ଅଡୁଆରେ ପଡିଛନ୍ତି। ଡ୍ରଗ୍ସ କାରବାର କରିବା ଅଭିଯୋଗରେ ରିୟା ଏବେ ମୁମ୍ବାଇର ଭାଇଖଲା ଜେଲରେ ଅଛନ୍ତି ଓ ରକୁଲଙ୍କୁ ପଚରାଉଚରା ଜାରି ରହିଛି।

   ସମ୍ବନ୍ଧିତ ଖବର


ପୁଣି ଖାକିରେ କଳଙ୍କ: ଥାନା ଅଧିକାରୀ ଓ ମହିଳା କର୍ମଚାରୀଙ୍କ ଭିଡିଓ ଭାଇରାଲ୍‌, ସ୍ୱାମୀ, ଦୁଇ କର୍ମଚାରୀଙ୍କ ନାଁରେ ଏତଲା ଦେଲେ ମହିଳା

କରୋନା ଦ୍ୱାରା ବେଶୀ ବିପଦ ନୁହେଁ ଟିବି ! ଟ୍ୟୁବରକୁଲୋସିସ୍ ୱାର୍ଡରେ କୋଭିଡର ବହୁତ କମ୍ ରୋଗୀ

ସମୀର ଦେ’ଙ୍କ ସ୍ୱାସ୍ଥ୍ୟାବସ୍ଥା ସଂପର୍କରେ ମନ୍ତ୍ରୀଙ୍କ ଟ୍ୱିଟ୍‌କୁ ନେଇ ବିବାଦ: କ୍ଷମା ପ୍ରାର୍ଥନା ଦାବି କଲା ବିଜେପି

ଆଜିଠୁ ୧୪ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଆଶଙ୍କା,ସତର୍କ ରହିବାକୁ ଏସ୍‌ଆର୍‌ସିଙ୍କ ନିର୍ଦ୍ଦେଶ

ଡାକ୍ତରଙ୍କ ଘୁଙ୍ଗୁର ଡ୍ୟାନ୍ସ ଭିଡିଓ ଭାଇରାଲ, ହ୍ରିତିକ ରୋଶନ କଲେ ପ୍ରଶଂସା

ଭାରତର ଜନସଂଖ୍ୟାର ଅଧା କରୋନା ସଂକ୍ରମିତ ହୋଇପାରନ୍ତି ! ଜାଣନ୍ତୁ କେବେ ସୁଦ୍ଧା?