ଛୁଟି କଟାଉଛନ୍ତି ରାକୁଲ ପ୍ରୀତ, ବୋଲ୍ଡ ଫଟୋ ଭାଇରାଲ

ମୁମ୍ବାଇ ୨୨/୧୧: ବଲିଉଡ ଅଭିନେତ୍ରୀ ରାକୁଲପ୍ରୀତ ସିଂହ ଏବେ ନିଜ ପରିବାର ସହିତ ମାଳଦ୍ୱୀପକୁ ଛୁଟି କଟାଇବାକୁ ଯାଇଛନ୍ତି । ନିଜର ଏହି ଟ୍ରିପ୍ ସମ୍ପର୍କରେ ସୂଚନା ଦେଇ ସେ କିଛି ଫଟୋ ଫ୍ୟାନ୍ସମାନଙ୍କ ସହ ସେୟାର କରିଛନ୍ତି । ସେ ଲଗାତର ସୋସିଆଲ ମିଡିଆରେ ଫଟୋ ଓ ଭିଡିଓ ସେୟାର କରୁଛନ୍ତି ।

ରାକୁଲ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଅନେକ ସୁନ୍ଦର ଫଟୋ ସେୟାର କରିଛନ୍ତି ଯେଉଁଥିରେ ସେ ଅରେଞ୍ଜ କଲର ବିକିନିରେ ନଜର ଆସୁଛନ୍ତି । ଏହି ଫଟୋ ସେୟାର କରି ସେ ଏହା ମଧ୍ୟ କହିଛନ୍ତି କି ଏହି ଫଟୋ ତାଙ୍କ ଡାଡି  କ୍ଲିକ୍ କରିଛନ୍ତି । ରାକୁଲଙ୍କ ଏହି ଫଟୋକୁ ଫ୍ୟାନ୍ସ ଖୁବ୍ ପସନ୍ଦ କରିବା ସହ ବହୁତ କମେଣ୍ଟ ମଧ୍ୟ କରୁଛନ୍ତି ।

ବୋଲ୍ଡ ଲୁକରେ ରାକୁଲ
ଅଭିନେତ୍ରୀଙ୍କ ଏହି ଫଟୋ ଇଣ୍ଟରନେଟରେ ଭାଇରାଲ ହେଉଛି । ଲୋକଙ୍କୁ ତାଙ୍କ ବୋଲ୍ଡ ଅନ୍ଦାଜ ବହୁତ ପସନ୍ଦ ଆସୁଛି । ଏହା ପୂର୍ବରୁ ରାକୁଲପ୍ରୀତ ଗ୍ରୀନ୍ କଲର ସ୍ୱିମିସୁଟରେ ନିଜ ଫଟୋ ପୋଷ୍ଟ କରିଥିଲେ । ଏହି ଫୋଟକୁ ମଧ୍ୟ ଲୋକମାନେ ଖୁବ୍ ପସନ୍ଦ କରିଥିଲେ । ମାଳଦ୍ୱୀପ ଭ୍ୟାକେସନରେ ରାକୁଲ ପ୍ରୀତ୍ ନିଜ ଭାଇମାନଙ୍କ ସହ ବହୁତ ଏନଜୟ କରୁଛନ୍ତି । ଏହି ଫଟୋକୁ ଦେଖି ଏହା ସ୍ପଷ୍ଟ ଜଣାପଡୁଛି । କହିରଖୁଛୁ ଏବେ ବଲିଉଡର ଅନେକ କଳାକାର ମାଳଦ୍ୱୀପ ଛୁଟି କଟାଇବାକୁ ଯାଇଛନ୍ତି ।