“ବିବାହ ହେଉଛି ପୂର୍ବଜଙ୍କ ଦ୍ଵାରା ଥୋପା ଯାଇଥିବା ଏକ ଖରାପ ପରମ୍ପରା, ଛାଡ଼ପତ୍ର ହେଲେ ଉତ୍ସବ ପାଳିବା ଉଚିତ୍” : ରାମ ଗୋପାଳ ବର୍ମା

ଚେନ୍ନାଇ, ୧୮/୦୧ : ଦକ୍ଷିଣୀ ସୁପରଷ୍ଟାର ଧନୁଷ ଏବଂ ଐଶ୍ଵର୍ଯ୍ୟା ସେମାନଙ୍କର ବିବାହ ବିଚ୍ଛେଦ ଖବର ଦେବା ପରେ ଏବେ ଭିନ୍ନ ଭିନ୍ନ ପ୍ରତିକ୍ରିୟା ସାମ୍ନାକୁ ଆସୁଛି। ଏହି ମଧ୍ୟରେ ବିବାଦୀୟ ପ୍ରତିକ୍ରିୟା ଦେଇ ଚର୍ଚ୍ଚାକୁ ଆସିଛନ୍ତି ନିର୍ଦ୍ଦେଶକ ତଥା ପ୍ରଡ୍ୟୁସର୍ ରାମ ଗୋପାଳ ବର୍ମା। ସେ ବିବାହକୁ ନେଇ କହିଛନ୍ତି ଯେ, ବିବାହ ହେଉଛି ସମାଜରେ ପୂର୍ବଜଙ୍କ ଦ୍ଵାରା ଥୋପା ଯାଇଥିବା ଏକ ଖରାପ ପରମ୍ପରା। ବିବାହ ବିଚ୍ଛେଦର ଉତ୍ସବ ପାଳନ କରାଯିବା ଉଚିତ୍। କାରଣ ଆପଣ ଏକ ବନ୍ଧନରୁ ମୁକ୍ତ ହୋଇଗଲେ।
Only divorces should be celebrated with sangeet because of getting liberated and marriages should happen quietly in process of testing each other’s danger qualities
— Ram Gopal Varma (@RGVzoomin) January 18, 2022
ରାମ ଗୋପାଳ ବର୍ମା ତାଙ୍କ ଟ୍ଵିଟ୍ରେ ସିଧା ସଳଖ ଭାବରେ ଧନୁଷ ଏବଂ ଐଶ୍ଵର୍ଯ୍ୟାଙ୍କ ନାମ ନେଇ ନାହାଁନ୍ତି। ତେବେ ରାମ ଗୋପାଳଙ୍କ ଏହି ଟ୍ଵିଟ୍ ପରେ ୟୁଜରମାନେ ତାଙ୍କୁ ଟ୍ରୋଲ୍ କରିବା ଆରମ୍ଭ କରି ଦେଇଛନ୍ତି। ଜଣେ ୟୁଜର ଲେଖିଛନ୍ତି ଯେ, ଆପଣଙ୍କର ଏଭଳି କହିବାର ଅର୍ଥ ହେଉଛି, ପ୍ରତି ୩ ରୁ ୪ ଦିନରେ ଜଣେ ବ୍ୟକ୍ତି ପ୍ରେମ ଖୋଜିବା ଉଚିତ୍… ହେଲେ ଏହା ଆମାଜନ୍ରେ ମିଳିବା ଭଳି ଜିନିଷ ନୁହେଁ।
Marriage is the most evil custom thrust upon society by our nasty ancestors in promulgating a continuous cycle of unhappiness and sadness
— Ram Gopal Varma (@RGVzoomin) January 18, 2022
ସେହିଭଳି ଅନ୍ୟ ଜଣେ ୟୁଜର ଲେଖିଛନ୍ତି ଯେ, ବିବାହ କୌଣସି ନାଟକ ନୁହେଁ, କିମ୍ବା ଖେଳ ନୁହେଁ ଯେ, ଏଣ୍ଟର କରି ଏକ୍ଜିଟ୍ ହୋଇଯିବେ। ଏହା ଦୁଇ ହୃଦୟ ଭିତରେ ଥିବା ଗଭୀର ସମ୍ପର୍କ। ହେଲେ ଆଜିକାଲି ପ୍ରାୟତଃ ଲୋକମାନେ ଖୁବ୍ ସହଜରେ ବୈବାହିକ ଜୀବନ ଭାଙ୍ଗି ଦେଉଛନ୍ତି।