PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର : ଅଗଷ୍ଟରେ ବି ନିଅଣ୍ଟିଆ ବର୍ଷା, ପୁଣି ଘନେଇଲା ମରୁଡ଼ି ଆଶଙ୍କା, ୧୫ ଦିନରେ ଉପକୂଳ ଜିଲ୍ଲାରେ ଉଭେଇ ଯିବ ବର୍ଷା
  • ||
  • ପଟ୍ଟାଙ୍ଗି : ବାଇକ୍‌ର କିସ୍ତି ଟଙ୍କା ବାନ୍ଧି ଘରକୁ ଫେରୁଥିଲେ ଧକ୍କା ଦେଲା ୧୦ ଚକିଆ ଟ୍ରକ୍, ଆଖି ବୁଜିଲେ ମାମୁଁ-ଭଣଜା
  • ||
  • ରାଉରକେଲା : ରାଉରକେଲା ପ୍ଲାଣ୍ଟସାଇଡ୍ ଥାନା ଗୋପବନ୍ଧୁ ପଲ୍ଲୀ ଅଞ୍ଚଳରେ ୧୩ ବର୍ଷର ଝିଅକୁ ବିକ୍ରି କରୁଥିଲା ଜନ୍ମକଲା ମାଆ, ବାପାଙ୍କ ଅଭିଯୋଗ ପରେ ଉଦ୍ଧାର ହେଲା ନାବାଳିକା
  • ||
  • ପଦ୍ମପୁର : ଗାଇସିଲେଟ ବ୍ଲକ ଅଧୀନ ଚାରିଛକଠାରୁ ମଲମଣ୍ଡା ବୌଦ୍ଧବିହାର ଗନିଆଁପାଲି ରାସ୍ତା ମରାମତି ପାଇଁ ଶୁଣିଲାନି ପ୍ରଶାସନ, ଧାନ ରୋଇ ପ୍ରତିବାଦ କଲେ ଗ୍ରାମବାସୀ
  • ||
  • କୋରାପୁଟ : ଆଜିଠୁ ଖୋଲିବ ଶାବର ଶ୍ରୀକ୍ଷେତ୍ର, ବାହାର ଭୋଗ ମନା, କଟକଣାରେ ଦର୍ଶନ କରିବେ ଭକ୍ତ
  • ||
  • ଭୁବନେଶ୍ୱର : ଓଡ଼ିଶାରେ ସାମାନ୍ୟ ବଢ଼ିଲା କରୋନା ଗ୍ରାଫ୍, ଗତ ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହେଲେ ଆଉ ୧୧୨୯ ଜଣ କୋଭିଡ ପଜିଟିଭ୍
  • ||
  • ବ୍ରହ୍ମପୁର : ଦୀର୍ଘ ଦିନ ପରେ ଖୋଲିଲା ବ୍ରହ୍ମପୁରର ସବୁ ମନ୍ଦିର, ଦିଅଁଙ୍କ ନିକଟରେ ଭୋଗ କରିପାରିବେନି ଭକ୍ତ
  • ||
  • ଭୁବନେଶ୍ଵର : ରାଜ୍ୟରେ ଆଉ ୬୯ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୬୧୦୨କୁ ବୃଦ୍ଧି
  • ||

ହ୍ୱାଟ୍ସଆପରେ ଯୋଡିହେଲା ରାମମନ୍ଦିର ଇମୋଜି

ଭୁବନେଶ୍ୱର ୫/୮: ହ୍ୱାଟ୍ସଆପରେ ଯୋଡିହେଲା ରାମମନ୍ଦିର ଇମୋଜି । ଆଜି ସାରା ଦେଶ ରାମମୟ ହୋଇଛି । ଏହି ଅବସରରେ ହ୍ୱାଟ୍ସଆପ ନିଜ ଇମୋଜିରେ ରାମ ମନ୍ଦିରକୁ ସ୍ଥାନ ଦେଇଛି । ଏହି ଇମୋଜିକୁ ଏବେ ସମସ୍ତେ ନିଜ ବନ୍ଧୁ, ପ୍ରିୟଜନଙ୍କୁ ପଠାଉଛନ୍ତି । ଏହାକୁ ଷ୍ଟାଟସରେ ମଧ୍ୟ ରଖି ହେଉଛି । ଏହାକୁ ବ୍ୟବହାର ସମସ୍ତେ ବହୁତ ଖୁସି ଅନୁଭବ କରୁଛନ୍ତି । ସୋସିଆଲ ମିଡିଆରେ ମଧ୍ୟ ଏହା ଏବେ ଭାଇରାଲ ହେବାରେ ଲାଗିଛି ।

ତେବେ କହିରଖୁଛୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭୂମି ପୂଜନ ପରେ ଶୁଭ ମୂହୁର୍ତ୍ତରେ କରିଛନ୍ତି ରାମ ମନ୍ଦିରର ଶିଳାନ୍ୟାସ। ଏହି ଅବସରରେ ଆରଏସଏସ ମୁଖ୍ୟ ମୋହନ ଭାଗବତ, ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସହିତ ବହୁ ଖାସ୍ ଲୋକ ଉପସ୍ଥିତ ଥିଲେ। ସେଠାରେ ଉପସ୍ଥିତ ଥିବା ଅତିଥିଙ୍କ ଜୟ ଶ୍ରୀରାମ ଜୟ ଶ୍ରୀରାମ୍… ଶବ୍ଦର ଉଚ୍ଚାଚଣରେ ସାରା ଅଯୋଧ୍ୟା ଆଜି ମନ୍ତ୍ରମୟ ହୋଇ ଉଠିଛି। କେବଳ ଅଯୋଧ୍ୟାର ଲୋକେ ନୁହେଁ ସାରା ଦେଶ ଏପରିକି ବିଶ୍ବର ବିଭିନ୍ନ ସ୍ଥାନରେ ଥିବା ଭାରତୀୟମାନେ ଏହି ଐତିହାସିକ ସମୟର ସାକ୍ଷୀ ହୋଇଛନ୍ତି। ୫୦୦ ବର୍ଷରୁ ଦୀର୍ଘ ସମୟର ଅପେକ୍ଷା ଶେଷରେ ଆଜି ପୂର୍ଣ୍ଣ ହୋଇଥିବାର ଦେଖିବାକୁ ମିଳିଛି। ଅଯୋଧ୍ୟାରେ ଭୂମିପୂଜନ ସମ୍ପନ୍ନ ହୋଇଛି।