ରାମ ମନ୍ଦିର ମାମଲାରେ ରାୟ ଆସିବା ପରେ ସାରା ଦେଶରେ ଆର୍ଲଟ, ସୋସିଆଲ ମିଡିଆରେ ଗୁଜବ ଖବର ପୋଷ୍ଟ ନକରିବାକୁ ପରାମର୍ଶ

ନୂଆଦିଲ୍ଲୀ,୯।୧୧: ଅଯୋଧ୍ୟା ଜମି ବିବାଦ ମାମଲାରେ ସୁପ୍ରିମକୋର୍ଟଙ୍କ ଐତିହାସିକ ରାୟ ଆଜି ପ୍ରକାଶ ପାଇଛି। ସମ୍ବିଧାନିକ ପୀଠଙ୍କ ରାୟ ପରେ ରାମ ମନ୍ଦିର ତିଆରି ହେବାର ରାସ୍ତା ଫିଟି ଯାଇଛି। ରାୟକୁ ନେଇ ସାରା ଦେଶରେ କଡା ସୁରକ୍ଷା ବ୍ୟବସ୍ଥା ଲାଗୁ କରାଯାଇଛି। ବିଶେଷ କରି ଉତ୍ତର ପ୍ରଦେଶରେ ଅଧିକ ସୁରକ୍ଷାକର୍ମୀଙ୍କୁ ମୁତୟନ କରାଯାଇଛି। ଏହାଛଡା ଦିଲ୍ଲୀ, ମୁମ୍ବାଇ, ଚେନ୍ନାଇ, ବେଙ୍ଗାଲୁର ସହିତ ବହୁ ସହରରେ ଫ୍ଲାଗ ମାର୍ଚ୍ଚ କରାଯାଉଛି।

ଅନ୍ୟପକ୍ଷେ ସୋସିଆଲ ମିଡିଆରେ କୌଣସି ପ୍ରକାର ଗୁଜବ ଖବର ପ୍ରକାଶ ନକରିବାକୁ ପରାମର୍ଶ ଦିଆଯାଇଛି। ପୋଲିସର କହିବା ଅନୁସାରେ, ସୋସିଆଲ ମିଡିଆରେ କୋର୍ଟଙ୍କ ରାୟକୁ ନେଇ ଉତ୍ସବ ପାଳନ କରିବା କିମ୍ବା କେହି ଏହା ବିରୋଧରେ କିଛି ପୋଷ୍ଟ କରନ୍ତୁ ନାହିଁ। ଯଦି କେହି ଭୁଲ ମେସେଜ୍ ହ୍ବାଟସଆପ୍ ଗ୍ରୁପରେ ଦିଏ ତେବେ ସେଥିପାଇଁ ଆଡମିନଙ୍କୁ ଦାୟୀ କରାଯିବ ଓ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଅଯୋଧ୍ୟା ମାମଲାରେ ରାୟ ଆସିବା ପୂର୍ବରୁ କେବଳ ଉତ୍ତର ପ୍ରଦେଶ ନୁହେଁ ବଂର ମୁମ୍ବାଇରେ ମଧ୍ୟ ୧୪୪ ଧାରା ଲାଗୁ କରାଯାଇଥିଲା। ମଧ୍ୟାହ୍ନ ୧୧ଟା ବେଳେ ଏହା ଲାଗୁ କରାଯାଇଥିଲା। ଏହାଛଡା ସାରା ସହରରେ ୪୦ ହଜାରରୁ ଅଧିକ ପୋଲିସଙ୍କୁ ମୁତୟନ କରାଯାଇଥିଲା।

   ସମ୍ବନ୍ଧିତ ଖବର


ୟୁପି: ନଡା ଜଳାଇବାରୁ ୩ ଚାଷୀଙ୍କୁ ଗିରଫ କଲା ପୋଲିସ

ଯେବେ ଲୋକସଭାରେ ରାହୁଲଙ୍କ ସିଟରେ କଂଗ୍ରେସର ଏହି ସାଂସଦ ଥିଲେ, ବାଚସ୍ପତି ଓମ୍ ବିର୍ଲା କହିଲେ- ରାହୁଲ ଛୁଟିରେ…

ତେଜସ୍ ପରେ ଏବେ ଦେଶରେ ଚାଲିବ ଆଉ ୧୫୦ ପ୍ରାଇଭେଟ୍ ଟ୍ରେନ୍

ଭୋଡାଫୋନ୍ ଆଣିଲା ୨୧ ଟଙ୍କିଆ ନୂଆ ପ୍ଲାନ୍, ପାଆନ୍ତୁ ଅନଲିମିଟେଡ୍ କଲିଂର ଫାଇଦା