PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କୋରାପୁଟ: କୋଟିଆରେ ଆନ୍ଧ୍ର କର୍ମଚାରୀଙ୍କୁ ଅଧାରାସ୍ତାରେ ଅଟକାଇଲା ଓଡ଼ିଶା ପୋଲିସ
  • ||
  • କଳାହାଣ୍ଡି: ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ଅଫିସ ଘେରାଉ, ଘଟଣାସ୍ଥଳରେ ଉତ୍ତେଜନା ଜାରି
  • ||
  • ଭଦ୍ରକ: ବଉଳ ପୋଖରୀ ଅଞ୍ଚଳରୁ ୩୧୬ ଗ୍ରାମ୍ ବ୍ରାଉନସୁଗର ଜବତ କଲା ଗ୍ରାମଞ୍ଚଳ ଥାନା ପୋଲିସ, ୩ ଗିରଫ
  • ||
  • କେନ୍ଦୁଝର: ନିଖୋଜ ୪ ବର୍ଷର ଶିଶୁକନ୍ୟାର ଉଲଂଗ୍ନ ମୃତଦେହ ଉଦ୍ଧାର, ଦୁଷ୍କର୍ମ ପରେ ହତ୍ୟା କରି ଫିଙ୍ଗିଦେଇଥିବା ସନ୍ଦେହ
  • ||
  • ଖପ୍ରାଖୋଲ: ଯୁବକ ନିଖୋଜ ଅଭିଯୋଗ, ଶୁଳିଆବାହାଳ ଜଙ୍ଗଲ ମାଟିତଳୁ ନିଖୋଜ ଯୁବକଙ୍କ ମୃତଦେହ ଉଦ୍ଧାର
  • ||
  • ଭୁବନେଶ୍ୱର: ନନ୍ଦନକାନନରେ ବିରଳ ହିମାଳୟ ଅଣ୍ଡିରା ଭାଲୁ ‘ମୋତି’ର ମୃତ୍ୟୁ, ୫କୁ ଖସିଲା ସଂଖ୍ୟା
  • ||
  • ଢ଼େଙ୍କାନାଳ: ଷଢ଼ଙ୍ଗୀ ରେଞ୍ଜ ଅନ୍ତର୍ଗତ ଲହଡ଼ା ସରଂକ୍ଷିତ ଜଙ୍ଗଲରେ ଚିକିତ୍ସାଧୀନ ଅବସ୍ଥାରେ ଆଖିବୁଜିଲା ଦନ୍ତା, ସେପ୍ଟିସିମିଆ ରୋଗରେ ଥିଲା ପୀଡିତ
  • ||
  • ନୂଆଦିଲ୍ଲୀ : ଆରପାରିରେ ଭେଟେରାନ୍ ଅଭିନେତ୍ରୀ ମୀନୁ ମୁମତାଜ
  • ||
  • ବାଙ୍କୀ : ଜଙ୍ଗଲୀ ବାରହା ଉପଦ୍ରବ, ରାତିହେଲେ ଉଜାଡୁଛନ୍ତି ଏକର ଏକର ଫସଲ
  • ||
  • ଭୁବନ : ବାଲି ଘାଟକୁ କେନ୍ଦ୍ର କରି ମରଣାନ୍ତକ ଆକ୍ରମଣ, ବାପ-ପୁଅ ଗୁରୁତର
  • ||
  • ଭୁବନେଶ୍ୱର: ରାଜ୍ୟରେ ଆଉ ୪ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୩୦୫କୁ ବୃଦ୍ଧି
  • ||
  • ଭୁବନେଶ୍ୱର: ରାଜ୍ୟରେ ସାମାନ୍ୟ ଖସିଲା କରୋନା ଗ୍ରାଫ୍, ଗତ ୨୪ ଘଣ୍ଟାରେ ଚିହ୍ନଟ ହେଲେ ୪୪୧ କୋଭିଡ୍ ପଜିଟିଭ୍
  • ||
  • ନୂଆଦିଲ୍ଲୀ : ନଭେମ୍ବର ୨୯ରୁ ସଂସଦର ଶୀତ ଅଧିବେଶନ, ୨୦ଟି କାର୍ଯ୍ୟ ଦିବସ ରହିବ
  • ||
  • ଭୁବନେଶ୍ୱର : ଆଗକୁ ବଢ଼ିବ ଶୀତ, ଆଭ୍ୟନ୍ତରୀଣ ଓଡ଼ିଶାରେ ୨ ଡିଗ୍ରୀ ଖସିଲା ତାପମାତ୍ରା
  • ||
  • ଭୁବନେଶ୍ୱର : ଓଏଏସ୍‌ ସ୍ତରରେ ଛୋଟ ଧରଣର ଅଦଳବଦଳ, ପୁରୀ ସଦର ବିଡିଓ ଭାବେ ନୂଆ ଦାୟିତ୍ଵ ସମ୍ଭାଳିବେ ସମ୍ବିତ ଶତପଥୀ
  • ||
  • ସୁନ୍ଦରଗଡ଼ : ହାତୀପଲଙ୍କୁ ଘଉଡାଇବା ବେଳେ ଅଘଟଣ, ହାତୀ ଆକ୍ରମଣରେ ଯୁବକ ମୃତ
  • ||

ରାମ ମନ୍ଦିର ନିର୍ମାଣ ପଛର ସେହି ୧୦ କର୍ଣ୍ଣଧାର…

ଅଯୋଧ୍ୟାରେ ଶ୍ରୀରାମ ମନ୍ଦିର ନିର୍ମାଣ ପାଇଁ ଭୂମିପୂଜନ ସହ ଶିଳାନ୍ୟାସ ହୋଇଛି । ୨୦୧୯ରେ ସୁପ୍ରିମକୋର୍ଟଙ୍କ ରାୟ ପରେ ଦୀର୍ଘ ଦଶନ୍ଧି ଧରି ଏହାକୁ ନେଇ ଜାରି ରହିଥିବା ବିବାଦର ସମାଧାନ ହୋଇଥିଲା । ରାମ ମନ୍ଦିର ନିର୍ମାଣ ପଛରେ ରହିଛି ଅନେକ ବ୍ୟକ୍ତିଙ୍କ ଅବଦାନ । ତେବେ ସେମାନଙ୍କ ମଧ୍ୟରେ ଅଛନ୍ତି ୧୦ ଜଣ ପ୍ରମୁଖ କର୍ଣ୍ଣଧାର।

୧- ଲାଲ୍‌କୃଷ୍ଣ ଆଡ୍‌ଭାନୀ : ବରିଷ୍ଠ ବିଜେପି ନେତା ଲାଲ୍‌କୃଷ୍ଣ ଆଡ୍‌ଭାନୀ ହେଉଛନ୍ତି ରାମ ଜନ୍ମଭୂମି ଆନ୍ଦୋଳନର ମୁଖ୍ୟ ପୁରୋଧା । ରାମ ମନ୍ଦିର ନିର୍ମାଣ ପାଇଁ ସେ ୧୯୯୦ରେ ଏକ ଶୋଭାଯାତ୍ରା ଆରମ୍ଭ କରିଥିଲେ । ଏହି ଶୋଭାଯାତ୍ରା ଗୁଜୁରାଟର ସୋମନାଥ ମନ୍ଦିରଠାରୁ ଅଯୋଧ୍ୟା ଅଭିମୁଖେ ବାହାରିଥିଲା । ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପାଇଁ ଜନ ସମର୍ଥନ ଯୋଗାଡ କରିବାଥିଲା ଏହାର ମୁଖ୍ୟ ଲକ୍ଷ୍ୟ । ଏଥିପାଇଁ ଆଡଭାନୀ ଏକ ଟୟୋଟା ବସ୍‌ରେ ଶୋଭାଯାତ୍ରା କରିଥିଲେ । କିନ୍ତୁ ଶୋଭାଯାତ୍ରା ପହଞ୍ଚିବା ପୂର୍ବରୁ ସେତେବେଳର ବିହାର ମୁଖ୍ୟମନ୍ତ୍ରୀ ଲାଲୁପ୍ରସାଦ ଯାଦବଙ୍କ ନିର୍ଦ୍ଦେଶରେ ସମସ୍ତିପୁରା ଜିଲ୍ଲାରେ ଆଡଭାନୀଙ୍କୁ ଗିରଫ କରାଯାଇଥିଲା । ଏହାର ଦୁଇବର୍ଷ ପରେ ବାବ୍ରୀ ମସଜିଦ୍‌ ନିକଟରେ ଆଡଭାନୀ ପୁଣି ଏକ ସଭା କରିଥିଲେ । ସେତେବେଳେ ଅର୍ଥାତ ୧୯୯୨ ଡିସେମ୍ବର ୬ରେ ବାବ୍ରୀ ମସଜିଦ ଭଙ୍ଗାଯାଇଥିଲା ।

୨- ପ୍ରମୋଦ ମହାଜନ : ପ୍ରମୋଦ ମହାଜନ ବିଜେପି ପାଇଁ ମାଷ୍ଟର ପ୍ଲାନ କରନ୍ତି । ୧୯୯୦ରେ ସେ ବିଜେପିର ସାଧାରଣ ସମ୍ପାଦକ ଦାୟିତ୍ୱ ମଧ୍ୟ ତୁଲାଇଥିଲେ । ସେ ହିଁ ଅଯୋଧ୍ୟାକୁ ପଦଯାତ୍ରା ନକରି ରଥଯାତ୍ରା କରିବାକୁ ଆଡଭାନୀଙ୍କୁ କହିଥିଲେ । ବିଜେପିର ଆଦର୍ଶ ଦୀନ ଦୟାଲ ଉପାଧ୍ୟାୟଙ୍କ ଜନ୍ମଦିନ ସେପ୍ଟେମ୍ବର ୨୫ କିମ୍ବା ମହାତ୍ମା ଗାନ୍ଧୀଙ୍କ ଜନ୍ମଦିନ ଅକ୍ଟୋବର ୨ରେ ଯାତ୍ରା ଆରମ୍ଭ କରିବାକୁ ପରାମର୍ଶ ଦେଇଥିଲେ । ତାଙ୍କ ପରାମର୍ଶରେ ସେପ୍ଟେମ୍ବର ୨୫ରୁ ୧୦ ହଜାର କିମି ରଥଯାତ୍ରା ଆରମ୍ଭ ହୋଇଥିଲା । ନରେନ୍ଦ୍ର ମୋଦୀଙ୍କ ସହାୟତାରେ ଏହି ରଥଯାତ୍ରାର ସମ୍ପୂର୍ଣ୍ଣ ଯୋଜନା ଓ ପରିଚାଳନା କରିଥିଲେ ପ୍ରମୋଦ ।

୩-ଅଶୋକ ସିଂଘଲ : ଅଶୋକ ସିଂଘଲ ଥିଲେ ବିଶ୍ୱହିନ୍ଦୁ ପରିଷଦର ଟାଣୁଆ ନେତା । ରାମ ମନ୍ଦିର ନିର୍ମାଣ ପାଇଁ ସେ ଜନସମର୍ଥନ ଯୋଗାଡରେ ସେ ବିଶେଷ ଭୂମିକା ନିର୍ବାହ କରିଥିଲେ । ୨୦୧୧ ପର୍ଯ୍ୟନ୍ତ ସେ ବିଶ୍ୱହିନ୍ଦୁ ପରିଷଦର ମୁଖ୍ୟ ମଧ୍ୟ ଥିଲେ । ଶରୀର ଅସୁସ୍ଥତା ହେତୁ ସେ ଇସ୍ତଫା ଦେଇଥିଲେ । ୨୦୧୫ରେ ତାଙ୍କର ଦେହାନ୍ତ ହୋଇଥିଲା ।

୪- ମୂରଲୀ ମନୋହର ଯୋଶୀ: ବିଜେପି ନେତା ମୂରଲୀ ମନୋହର ଯୋଶୀ ୧୯୮୦ରୁ ୧୯୯୦ ପର୍ଯ୍ୟନ୍ତ ଦଳର ମାର୍ଗଦର୍ଶକ ଥିଲେ । ୧୯୯୨ରେ ବାବ୍ରୀ ମସଜିଦ୍‌ ଭଙ୍ଗା ବେଳେ ଆଡଭାନୀଙ୍କ ସହିତ ସେ ମଧ୍ୟ ରଥଯାତ୍ରାରେ ଯୋଗ ଦେଇଥିଲେ । ଏଥିପାଇଁ ତାଙ୍କୁ ମଧ୍ୟ ଆଇନ ଜାଲରେ ଛନ୍ଦି ହେବାକୁ ପଡିଥିଲା । ବାବ୍ରୀ ମସଜିଦ ଭଙ୍ଗାଯିବା ପରେ ଯୋଶୀ ଓ ଉମାଭାରତୀ ଖୁସିରେ ପରସ୍ପରକୁ ଆଲିଙ୍ଗନ କରିବାର ଏକ ଫଟୋ ସେତେବେଳେ ବେଶ୍‌ ଚର୍ଚ୍ଚିତ ହୋଇଥିଲା।

୫-ଉମା ଭାରତୀ : ରାମ ମନ୍ଦିର ନିର୍ମାଣ ପାଇଁ ବିଜେପି ନେତ୍ରୀ ଉମା ଭାରତୀଙ୍କର ମଧ୍ୟ ଅନେକ ଅବଦାନ ଅଛି । ବାବ୍ର୍ରୀ ମସ୍‌ଜିଦ୍‌ ଭଙ୍ଗା ଘଟଣାର ତଦନ୍ତ କରିବା ପାଇଁ ଗଠିତ ଲିବେରହାନ କମିଶନ ଉମାଙ୍କ ଭୂମିକା ଉପରେ ପ୍ରଶ୍ନ ଉଠାଇଥିଲା।

୬-ସାଧ୍ୱୀ ଋତମ୍ବରା : ଉମା ଭାରତୀଙ୍କ ପରେ ରାମ ମନ୍ଦିର ନିର୍ମାଣ କ୍ଷେତ୍ରରେ ଯେଉଁ ମହିଳାଙ୍କୁ
ଶ୍ରେୟ ଦିଆଯାଏ ସେ ହେଲେ ସାଧ୍ୱୀ ଋତମ୍ବରା । ରାମ ମନ୍ଦିର ନିର୍ମାଣ ପାଇଁ ଜନ ସମର୍ଥନ ଯୋଗାଡ଼ କରିବା ଓ ଦେଶବାସୀଙ୍କୁ ଏକାଠି କରିବାରେ ସେ ବିଶେଷ ଭୂମିକା ନିଭାଇଥିଲେ । ରାମ ଜନ୍ମଭୂମି ସମ୍ପର୍କିତ ତାଙ୍କ ଅନେକ ଭାଷଣକୁ କ୍ୟାସେଟ ମାଧ୍ୟମରେ ଲୋକଙ୍କ ପାଖରେ ପହଞ୍ଚାଯାଇଥିଲା ।

୭- କଲ୍ୟାଣ ସିଂହ : ଯେତେବେଳେ ବାବ୍ରୀ ମସଜିଦ୍‌ ଭଙ୍ଗା ହେଲା, ସେତେବେଳେ ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଥିଲେ କଲ୍ୟାଣ ସିଂହ । ବାବ୍ରୀ ମସଜିଦ୍‌ ଭାଙ୍ଗୁଥିବା କର ସେବକଙ୍କ ଉପରେ ପୁଲିସ ଫୋର୍ସ ନ ଲଗାଇବାକୁ ସେ ନିଷ୍ପତ୍ତି ନେଇଥିଲେ । ପରେ ସେ ବିଜେପି ସହିତ ବିଦ୍ରୋହ କରି ଦଳରୁ ବହିଷ୍କୃତ ହୋଇଥିଲେ । ପରେ ପୁଣି ଦଳକୁ ଫେରିଥିଲେ। ବିଜେପି ୨୦୧୪ରେ ରାଜସ୍ଥାନର ରାଜ୍ୟପାଳ ଭାବେ ତାଙ୍କୁ ନିଯୁକ୍ତି ଦେଇଥିଲା ।

୮-ବିନୟ କଟିୟାର : ବଜରଙ୍ଗ ଦଳର ଟାଣୁଆ ଲିଡର ହେଉଛନ୍ତି ବିନୟ କଟିୟାର । ରାମ ମନ୍ଦିର ନିର୍ମାଣ ଅଭିଯାନ ୧୯୮୪ରେ ବଜରଙ୍ଗ ଦଳ ପ୍ରଥମେ ଆରମ୍ଭ କରିଥିଲା । ଏହାର ପ୍ରଥମ ସଭାପତି ଥିଲେ ବିନୟ କଟିୟାର । ୧୯୯୨ରେ ତାଙ୍କର ରାଜନୈତିକ ପ୍ରଭାବ ବଢିବାରେ ଲାଗିଲା । ପରେ ସେ ବିଜେପିର ସାଧାରଣ ସମ୍ପାଦକ ହେଲେ । ତା’ସହିତ ରାଜ୍ୟସଭା ଓ ଲୋକସଭା ସଦସ୍ୟ ମଧ୍ୟ ହୋଇଥିଲେ ।

୯-ପ୍ରବୀଣ ତୋଗାଡ଼ିଆ: ରାମ ମନ୍ଦିର ନିର୍ମାଣ କ୍ଷେତ୍ରରେ ପ୍ରବୀଣ ତୋଗଡ଼ିଆଙ୍କୁ ଜଣେ ଆଗଧାଡ଼ିର ସୈନିକ ବୋଲି କୁହାଯାଏ । ସେ ତାଙ୍କର ଉତ୍ତେଜନାପୂର୍ଣ୍ଣ ଭାଷଣ ପାଇଁ କଟ୍ଟର ହିନ୍ଦୁବାଦୀ ନେତା ଭାବେ ପରିଚିତ । ଅଶୋକ ସିଂଘଲଙ୍କ ପରେ ତୋଗାଡ଼ିଆ ବିଶ୍ୱ ହିନ୍ଦୁ ପରିଷଦର ମୁଖ୍ୟ ହୋଇଥିଲେ । କିନ୍ତୁ ବିଜେପିରେ ଆଡଭାନୀଙ୍କ ପ୍ରଭାବ ହ୍ରାସ ପାଇବା ଓ ସଂଘ ପରିବାରରୁ ତୋଗାଡ଼ିଆଙ୍କ ପ୍ରଭାବ କମୁଥିବା ସେ ଅନୁଭବ କରିଥିଲେ । ସେ ଅନେକଥର ବିଜେପି ଓ ମୋଦୀଙ୍କୁ ସମାଲୋଚନା ମଧ୍ୟ କରିଛନ୍ତି ।

୧୦-ବିଷ୍ଣୁହରି ଡାଲମିଆ: ଶିଳ୍ପପତି ତଥା ବିଶ୍ୱ ହିନ୍ଦୁ ପରିଷଦର ବିଭିନ୍ନ ଦାୟିତ୍ୱରେ କାମ କରିଥିବା ବିଷ୍ଣୁହରି ଡାଲମିଆ ମଧ୍ୟ ରାମ ମନ୍ଦିର ନିର୍ମାଣରେ ଅନେକ ଭୂମିକା ନିଭାଇଛନ୍ତି । ବାବ୍ରୀ ମସଜିଦ୍‌ ଭଙ୍ଗା ଘଟଣାରେ ତାଙ୍କ ନାଁ ବି ଅଭିଯୋଗ ଫର୍ଦ୍ଦରେ ଯୋଡ଼ି ହୋଇଥିଲା । ୨୦୧୯ ଜାନୁଆରୀରେ ଦିଲ୍ଲୀସ୍ଥିତ ବାସଭବନରେ ତାଙ୍କ ଦେହାନ୍ତ ହୋଇଥିଲା ।

ସମ୍ବନ୍ଧିତ ଖବର