PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କୋରାପୁଟ: କୋଟିଆରେ ଆନ୍ଧ୍ର କର୍ମଚାରୀଙ୍କୁ ଅଧାରାସ୍ତାରେ ଅଟକାଇଲା ଓଡ଼ିଶା ପୋଲିସ
  • ||
  • କଳାହାଣ୍ଡି: ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ଅଫିସ ଘେରାଉ, ଘଟଣାସ୍ଥଳରେ ଉତ୍ତେଜନା ଜାରି
  • ||
  • ଭଦ୍ରକ: ବଉଳ ପୋଖରୀ ଅଞ୍ଚଳରୁ ୩୧୬ ଗ୍ରାମ୍ ବ୍ରାଉନସୁଗର ଜବତ କଲା ଗ୍ରାମଞ୍ଚଳ ଥାନା ପୋଲିସ, ୩ ଗିରଫ
  • ||
  • କେନ୍ଦୁଝର: ନିଖୋଜ ୪ ବର୍ଷର ଶିଶୁକନ୍ୟାର ଉଲଂଗ୍ନ ମୃତଦେହ ଉଦ୍ଧାର, ଦୁଷ୍କର୍ମ ପରେ ହତ୍ୟା କରି ଫିଙ୍ଗିଦେଇଥିବା ସନ୍ଦେହ
  • ||
  • ଖପ୍ରାଖୋଲ: ଯୁବକ ନିଖୋଜ ଅଭିଯୋଗ, ଶୁଳିଆବାହାଳ ଜଙ୍ଗଲ ମାଟିତଳୁ ନିଖୋଜ ଯୁବକଙ୍କ ମୃତଦେହ ଉଦ୍ଧାର
  • ||
  • ଭୁବନେଶ୍ୱର: ନନ୍ଦନକାନନରେ ବିରଳ ହିମାଳୟ ଅଣ୍ଡିରା ଭାଲୁ ‘ମୋତି’ର ମୃତ୍ୟୁ, ୫କୁ ଖସିଲା ସଂଖ୍ୟା
  • ||
  • ଢ଼େଙ୍କାନାଳ: ଷଢ଼ଙ୍ଗୀ ରେଞ୍ଜ ଅନ୍ତର୍ଗତ ଲହଡ଼ା ସରଂକ୍ଷିତ ଜଙ୍ଗଲରେ ଚିକିତ୍ସାଧୀନ ଅବସ୍ଥାରେ ଆଖିବୁଜିଲା ଦନ୍ତା, ସେପ୍ଟିସିମିଆ ରୋଗରେ ଥିଲା ପୀଡିତ
  • ||
  • ନୂଆଦିଲ୍ଲୀ : ଆରପାରିରେ ଭେଟେରାନ୍ ଅଭିନେତ୍ରୀ ମୀନୁ ମୁମତାଜ
  • ||
  • ବାଙ୍କୀ : ଜଙ୍ଗଲୀ ବାରହା ଉପଦ୍ରବ, ରାତିହେଲେ ଉଜାଡୁଛନ୍ତି ଏକର ଏକର ଫସଲ
  • ||
  • ଭୁବନ : ବାଲି ଘାଟକୁ କେନ୍ଦ୍ର କରି ମରଣାନ୍ତକ ଆକ୍ରମଣ, ବାପ-ପୁଅ ଗୁରୁତର
  • ||
  • ଭୁବନେଶ୍ୱର: ରାଜ୍ୟରେ ଆଉ ୪ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୩୦୫କୁ ବୃଦ୍ଧି
  • ||
  • ଭୁବନେଶ୍ୱର: ରାଜ୍ୟରେ ସାମାନ୍ୟ ଖସିଲା କରୋନା ଗ୍ରାଫ୍, ଗତ ୨୪ ଘଣ୍ଟାରେ ଚିହ୍ନଟ ହେଲେ ୪୪୧ କୋଭିଡ୍ ପଜିଟିଭ୍
  • ||
  • ନୂଆଦିଲ୍ଲୀ : ନଭେମ୍ବର ୨୯ରୁ ସଂସଦର ଶୀତ ଅଧିବେଶନ, ୨୦ଟି କାର୍ଯ୍ୟ ଦିବସ ରହିବ
  • ||
  • ଭୁବନେଶ୍ୱର : ଆଗକୁ ବଢ଼ିବ ଶୀତ, ଆଭ୍ୟନ୍ତରୀଣ ଓଡ଼ିଶାରେ ୨ ଡିଗ୍ରୀ ଖସିଲା ତାପମାତ୍ରା
  • ||
  • ଭୁବନେଶ୍ୱର : ଓଏଏସ୍‌ ସ୍ତରରେ ଛୋଟ ଧରଣର ଅଦଳବଦଳ, ପୁରୀ ସଦର ବିଡିଓ ଭାବେ ନୂଆ ଦାୟିତ୍ଵ ସମ୍ଭାଳିବେ ସମ୍ବିତ ଶତପଥୀ
  • ||
  • ସୁନ୍ଦରଗଡ଼ : ହାତୀପଲଙ୍କୁ ଘଉଡାଇବା ବେଳେ ଅଘଟଣ, ହାତୀ ଆକ୍ରମଣରେ ଯୁବକ ମୃତ
  • ||

ଆଜି ରାମ ମନ୍ଦିର ଭୂମିପୂଜା : ଯୋଗଦେବେ ପ୍ରଧାନମନ୍ତ୍ରୀ ମୋଦି, ମଧ୍ୟାହ୍ନ ୧୨.୪୦ ରେ ଶିଳାନ୍ୟାସ

ଅଯୋଧ୍ୟା,୫।୮ : ଭଗବାନ ରାମଙ୍କ ଜନ୍ମଭୂମି ଅଯୋଧ୍ୟାରେ ନୂଆ ଇତିହାସ ସୃଷ୍ଟି ହେବାକୁ ମାତ୍ର କିଛି ଘଣ୍ଟା ବାକି ଅଛି । ରାମ ଜନ୍ମଭୂମିରେ ରାମମନ୍ଦିର ନିର୍ମାଣର ସ୍ୱପ୍ନ ପୂରଣ ହେବାକୁ ଯାଉଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର ରାମ ମନ୍ଦିରର ଭୂମିପୂଜା କରିବେ । ସେହି ଶୁଭ ମୁହୂର୍ତ୍ତ ପାଖେଇ ଆସୁଛି । ଭୂମିପୂଜା ପରେ ମନ୍ଦିର ନିର୍ମାଣ କାର୍ଯ୍ୟ ଦ୍ରୁତଗତିରେ ଆଗେଇବ । ଏଥିପାଇଁ ଅଯୋଧ୍ୟାରେ ଭବ୍ୟ ଆୟୋଜନ କରାଯାଇଛି । ସାରା ସହରକୁ ରଙ୍ଗୀନ ଆଲୋକ, ଦୀପ, ଫୁଲ, କଳସୀରେ ସଜାଇ ଦିଆଯାଇଛି । ଗଳି ଗଳିରେ ରାମ ନାମ ଭଜନ ଗାନ ଓ ସଂକୀର୍ତ୍ତନ କରାଯାଉଛି । ଶଙ୍ଖନାଦ କରାଯାଉଛି । ଅଯୋଧ୍ୟା ନଗରୀରେ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଛି ।

ରାମାୟଣର ବର୍ଣ୍ଣନା ଅନୁଯାୟୀ ତ୍ରେତୟା ଯୁଗ ଭଳି ଅଯୋଧ୍ୟାରେ ସାଜସଜ୍ଜା କରାଯାଇଛି । ଡାକ୍ତର ରାମ ମନୋହର ଲୋହିୟା ୟୁନିଭର୍‌ସିଟିର ୮୦ ଜଣ ଛାତ୍ରଛାତ୍ରୀଙ୍କୁ ଏହି ଦାୟିତ୍ୱ ଦିଆଯାଇଛି । ସାରା ସହରରେ ପ୍ରାୟେ ୧ ଲକ୍ଷ ଦୀପ ଜଳାଯିବାର ଯୋଜନା ରହିଛି । ସ୍ଥାନେ ସ୍ଥାନେ ରଙ୍ଗୋଲି, ଥ୍ରୀ-ଡି ଚିତ୍ର, ଫୁଲ, ରଙ୍ଗୀନ ଆଲୋକ ଖଚ୍ଚିତ କରାଯାଇଛି । ଦେଶ ବିଦେଶରୁ ୪୦୦ କ୍ୱିଣ୍ଟାଲ ଫୁଲ ବରାଦ କରାଯାଇଛି । ଭୂମି ପୂଜା ଏବଂ ପ୍ରଧାନମନ୍ତ୍ରୀଙ୍କୁ ସ୍ୱାଗତ ନିମନ୍ତେ ୫୧୦୦ କଳସୀ ପ୍ରସ୍ତୁତ କରି ରଖାଯାଇଛି । ସମ୍ପୂର୍ଣ୍ଣ ଅଯୋଧ୍ୟାକୁ ସିଲ୍‌ କରାଯାଇଛି । ବାହାର ଲୋକଙ୍କ ଆଗମନ ଉପରେ ରୋକ ଲଗାଯାଇଛି । ଗୋଟିଏ ସ୍ଥାନରେ ୫ରୁ ଅଧିକ ଲୋକ ଏକତ୍ରିତ ହେବା ଉପରେ କଟକଣା ଲଗାଯାଇଛି । ଭୂମି ପୂଜା ପୂର୍ବରୁ ଗତକାଲି ଠାରୁ ଅଯୋଧ୍ୟାରେ ରାମାର୍ଚ୍ଚନ ପୂଜା ଆରମ୍ଭ ହୋଇଯାଇଛି । ୩ ଦିନ ଧରି ଚାଲିବାକୁ ଥିବା ଏହି ପୂଜାର ଆଜି ଦ୍ୱିତୀୟ ଦିନ । ଏହି ପୂଜାରେ ପ୍ରଭୁ ରାମଙ୍କ ବ୍ୟତୀତ ଅନ୍ୟ ଦେବାଦେବୀଙ୍କୁ ମଧ୍ୟ ପୂଜା କରାଯାଉଛି । ଅଯୋଧ୍ୟା ଓ ବନାରସରୁ ଆସିଥିବା ୨୧ ଜଣ ପଣ୍ଡିତ ଏହି ପୂଜାରେ ସାମିଲ ହୋଇଛନ୍ତି ।

ଭୂମି ପୂଜା କାର୍ଯ୍ୟକ୍ରମରେ ସାମିଲ ହେବାକୁ ଅଯୋଧ୍ୟାକୁ ବିଭିନ୍ନ ସ୍ଥାନରୁ ସାଧୁସନ୍ଥଙ୍କ ଆଗମନ ଜାରି ରହିଛି ।
କାର୍ଯ୍ୟକ୍ରମରେ ସାମିଲ ହେବା ନିମନ୍ତେ ପ୍ରଧାନମନ୍ତ୍ରୀ ବୁଧବାର ସକାଳ ପ୍ରାୟ ୯ଟା ୩୫ରେ ବାୟୁସେନାର ସ୍ୱତନ୍ତ୍ର ବିମାନ ଯୋଗେ ଦିଲ୍ଲୀରୁ ଲକ୍ଷେ୍ନø ଅଭିମୂଖେ ବାହାରିବେ । ଲକ୍ଷେ୍ନøରେ ପ୍ରାୟ ୧୦. ୩୦ରେ ପହଞ୍ଚିବେ । ସେଠାରୁ ସେ ହେଲିକପ୍ଟର ଯୋଗେ ଅଯୋଧ୍ୟା ଯିବେ । ଅଯୋଧ୍ୟାରେ ପହଞ୍ଚି ରାମ ଜନ୍ମଭୂମିକୁ ଯିବା ପୂର୍ବରୁ ସେ ହନୁମାନ ଗଡିରେ ପୂଜାର୍ଚ୍ଚନା କରିବେ । ଏହା ପରେ ସେ ବୃକ୍ଷରୋପଣ କାର୍ଯ୍ୟକ୍ରମରେ ଯୋଗ ଦେବେ । ମଧ୍ୟାହ୍ନ ୧୨.୩୦ରେ ଭୂମି ପୂଜନ କାର୍ଯ୍ୟକ୍ରମ ଆରମ୍ଭ ହେବ । ୧୨.୪୦ ବେଳକୁ ସେ ୪୦ କି.ଗ୍ରା ରୂପା ଇଟାରେ ଶିଳାନ୍ୟାସ କରିବେ । ଶିଳାନ୍ୟାସ ପାଇଁ ୧୨ଟା ୪୪ରୁ ୧୨ଟା ୪୫ ମଧ୍ୟରେ ୩୨ ସେକେଣ୍ଡର ଶୁଭମୁହୂର୍ତ୍ତ ରହିଛି । ଏଣୁ ଧାର୍ଯ୍ୟ ସମୟ ନିର୍ଘଣ୍ଟ ଅନୁସାରେ ସମସ୍ତ କାର୍ଯ୍ୟ ସମ୍ପାଦିତ ହେବ । ଏହା ପରେ ସେ ରାମ ଜନ୍ମଭୂମି ଟ୍ରଷ୍ଟର ସଦସ୍ୟଙ୍କ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି । ପ୍ରଧାନମନ୍ତ୍ରୀ ଅଯୋଧ୍ୟାରେ ପ୍ରାୟ ୩ ଘଣ୍ଟା ରହିବେ । ମୋଦିଙ୍କ ସହ ଆର୍‌ଏସ୍‌ଏସ୍‌ ମୁଖ୍ୟ ମୋହନ ଭାଗବତ, ୟୁପି ରାଜ୍ୟପାଳ ଆନନ୍ଦି ବେନ୍‌ ପଟେଲ, ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏବଂ ମହନ୍ତ ନୃତ୍ୟଗୋପାଳ ଦାସ ମଞ୍ଚରେ ଉପସ୍ଥିତ ରହିବେ । ଭୂମିପୂଜାର ସମସ୍ତ କାର୍ଯ୍ୟକ୍ରମ ଟିଭି ଚ୍ୟାନେଲରେ ସିଧା ପ୍ରସାରଣ କରାଯିବ ।

କରୋନା ମହାମାରୀକୁ ଦୃଷ୍ଟିରେ ରଖି କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଥିବା ଅତିଥିଙ୍କ ସଂଖ୍ୟା ୨୦୦ ଭିତରେ ସୀମିତ କରାଯାଇଛି । ସେଥିପାଇଁ ଦେଶର ବିଭିନ୍ନ ଭାଗରେ ରହୁଥିବା ୧୩୫ ସାଧୁସନ୍ଥଙ୍କ ସମେତ ୧୭୫ ଜଣ ଅତିଥିଙ୍କୁ ନିମନ୍ତ୍ରଣ ପତ୍ର ପଠାଯାଇଛି । ନିମନ୍ତ୍ରଣ ପତ୍ରରେ ସୁରକ୍ଷା କୋଡ ରହିଛି । ବିଶିଷ୍ଟ ରାଜନେତା, ରାମ ଜନ୍ମଭୂମି ଆନ୍ଦୋଳନରେ ସାମିଲ ଥିବା ପ୍ରମୁଖ ବ୍ୟକ୍ତି ଏବଂ ସାଧୁସନ୍ଥଙ୍କୁ ଏଥିନିମନ୍ତେ ଆମନ୍ତ୍ରିତ କରାଯାଇଛି । ତେବେ ୯୦ ବର୍ଷରୁ ଅଧିକ ବୟସର ଲୋକଙ୍କୁ ଆସିବାକୁ ମନା କରାଯାଇଛି । ସେହି କାରଣରୁ ବିଜେପିର ବର୍ଷୀୟାନ ନେତା ଲାଲକୃଷ୍ଣ ଆଡଭାନୀ ଓ ସୁପ୍ରିମକୋର୍ଟରେ ରାମଲଲାଙ୍କ ମାମଲା ଲଢ଼ୁଥିବା ଆଡଭୋକେଟ କେ. ପରାସରନଙ୍କ ଭଳି ବ୍ୟକ୍ତି ଆସିପାରୁନାହାନ୍ତି । କିନ୍ତୁ ସେମାନଙ୍କ ପାଇଁ ଭିଡିଓ କନ୍‌ଫରେନ୍ସିଂ ବ୍ୟବସ୍ଥା କରାଯାଇଛି । ସେହିଭଳି ମୁରଲୀ ମନୋହର ଯୋଶୀ, କଲ୍ୟାଣ ସିଂହ ଓ ଉମା ଭାରତୀଙ୍କ ଭଳି ନେତାମାନେ ମଧ୍ୟ କରୋନା ଯୋଗୁ କାର୍ଯ୍ୟକ୍ରମକୁ ଆସୁନାହାନ୍ତି ।

ସମ୍ବନ୍ଧିତ ଖବର