ଆଜି ସାରା ଭାରତ ରାମମୟ : ଅଯୋଧ୍ୟା ସହର ସହ ଜଡ଼ିତ ପୌରାଣିକ, ଐତିହାସିକ କାହାଣୀକୁ ନେଇ ଏକ ଆଲେଖ୍ୟ…

ବିଗତ ବର୍ଷଗୁଡିକରେ ଭାରତର ଅଯୋଧ୍ୟା ସହର ଉପରେ ଅନେକ ଥର ଆକ୍ରମଣ ହୋଇଛି । ସେଠାକାର ମନ୍ଦିରକୁ ଲୁଟ୍‌ କରାଯାଇଛି, ଧ୍ୱଂସ କରାଯାଇଛି । କିନ୍ତୁ ଏହି ସହର ତାହାପରେ ବି ନିଜର ଅସ୍ତିତ୍ୱ ବଜାୟ ରଖିଛି । ଆଉ ତାହାର ପରିଣାମ ହେଉଛି ଯେ ଦୀର୍ଘ ୫୦୦ ବର୍ଷର ବ୍ୟବଧାନ ପରେ ପୁଣି ଥରେ ସେଠାରେ ରାମ ମନ୍ଦିର ନିର୍ମାଣ ହୋଇଛି । ରାମ କେବଳ ହିନ୍ଦୁମାନଙ୍କ ଆରାଧ୍ୟ ଦେବତା ନୁହନ୍ତି, ସେ ହେଉଛନ୍ତି ଭାରତର ଆତ୍ମା । ତେଣୁ ତାଙ୍କ ପାଇଁ ମନ୍ଦିର ନିର୍ମାଣକୁ ନେଇ ସମଗ୍ର ଦେଶ ଏବେ ଉତ୍ସବ ମୁଖରିତ ହୋଇଯାଇଛି । ଏହି ଉପଲକ୍ଷେ ଅଯୋଧ୍ୟା ସହର ସହ ଜଡ଼ିତ ପୌରାଣିକ, ଐତିହାସିକ କାହାଣୀକୁ ନେଇ ଏକ ଆଲେଖ୍ୟ…

ଅଯୋଧ୍ୟା ନଗରୀ
ଭାରତର ପ୍ରାଚୀନତମ ନଗରଗୁଡିକ ଭିତରୁ ଅଯୋଧ୍ୟା ହେଉଛି ଗୋଟିଏ । ଭାରତୀୟ ପୁରାଣ ଏବଂ ଇତିହାସରେ ଏହାର ସ୍ୱତନ୍ତ୍ର ସ୍ଥାନ ରହିଛି । ହିନ୍ଦୁ ଧର୍ମରେ ବର୍ଣ୍ଣିତ ସାତଟି ପୁର( ସପ୍ତପୁରୀ) ଅଥବା ସାତଟି ସହର ଭିତରେ ଏହା ସାମିଲ ଅଛି । ବାକି ସହରଗୁଡିକ ହେଲେ – ମଥୁରା, ମାୟା( ହରିଦ୍ୱାର), କାଶୀ, କାଂଚି, ଅବନ୍ତିକା( ଉଜ୍ଜୈନ) ଏବଂ ଦ୍ୱାରିକା । ଅଥର୍ବ ବେଦରେ ଅଯୋଧ୍ୟାକୁ ଧନଧାନ୍ୟରେ ପରିପୂର୍ଣ୍ଣ ସହର ଭାବେ ବର୍ଣ୍ଣନା କରାଯାଇଛି ଏବଂ ଏହାର ତୁଳନା ସ୍ୱର୍ଗ ସହିତ କରାଯାଇଛି । ସ୍କନ୍ଦ ପୁରାଣ ଅନୁସାରେ, ଅଯୋଧ୍ୟା ( ହିନ୍ଦୀରେ ଅୟୋଧ୍ୟା)ର “ଅ’ ଅକ୍ଷର ବ୍ରହ୍ମା, “ୟ’ ଅକ୍ଷର ବିଷ୍ଣୁ ଏବଂ “ଧ’ ଅକ୍ଷର ଶିବଙ୍କ ସ୍ୱରୂପ ଅଟେ । ଅଯୋଧ୍ୟାରେ ଅନେକ ମୁନିଋଷି, ଯୋଦ୍ଧା ଏବଂ ଅବତାରୀ ପୁରୁଷ ଜନ୍ମଗ୍ରହଣ କରିଛନ୍ତି । ଭଗବାନ ରାମ ଏହିଠାରେ ଜନ୍ମ ଗ୍ରହଣ କରିଥିଲେ । ଜୈନ ଧର୍ମରେ ୨୪ ଜଣ ତୀର୍ଥଙ୍କରଙ୍କ ସମ୍ପର୍କରେ ଉଲ୍ଲେଖ କରାଯାଇଛି । ସେମାନଙ୍କ ମଧ୍ୟରୁ ପ୍ରଥମ ତୀର୍ଥଙ୍କର ଆଦିନାଥ(ଋଷଭଦେବଜୀ) ଏବଂ ଆଉ ୪ ଜଣ ତୀର୍ଥଙ୍କର ଅଯୋଧ୍ୟାରେ ଜନ୍ମ ନେଇଥିଲେ । ବୌଦ୍ଧ ଧର୍ମ ଅନୁସାରେ, ଭଗବାନ ବୁଦ୍ଧ ଅଯୋଧ୍ୟା (ସାକେତ ବି କୁହାଯାଏ)ରେ ୧୬ ବର୍ଷ ଅବସ୍ଥାନ କରିଥିଲେ ।

୭୦ ବର୍ଷ ଧରି ଚାଲିଥିଲା ଆଇନଗତ ବିବାଦ
ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପାଇଁ ଦୀର୍ଘ ୭୦ ବର୍ଷ ଧରି ଆଇନଗତ ବିବାଦ ଚାଲିଥିଲା । ୧୯୪୯ ମସିହାରୁ ଆରମ୍ଭ ହୋଇଥିବା ଏହି ବିବାଦର ଯବନିକା ପଡିଥିଲା ଗତ ବର୍ଷ ନଭେମ୍ୱରରେ ଯେତେବେଳେ ସୁପ୍ରିମକୋର୍ଟ ଏହା ଉପରେ ଚୂଡାନ୍ତ ରାୟ ପ୍ରକାଶ କରିଥିଲେ । ସର୍ବୋଚ୍ଚ ଅଦାଲତ ନିଜ ରାୟରେ ଅଯୋଧ୍ୟାର ଯେଉଁ ସ୍ଥାନକୁ ନେଇ ବିବାଦ ଚାଲିଥିଲା ତାହାକୁ ସମ୍ପୂର୍ଣ୍ଣ ଭାବେ ରାମ ମନ୍ଦିର ନିର୍ମାଣ ପାଇଁ ବ୍ୟବହାର କରାଯିବ ବୋଲି ପ୍ରକାଶ କରିଥିଲେ । ଏହା ବଦଳରେ ଅଯୋଧ୍ୟା ସହରର ଅନ୍ୟ ଏକ ସ୍ଥାନରେ ମସଜିଦ୍‌ ନିର୍ମାଣ ପାଇଁ ୫ ଏକର ଭୂମି ଯୋଗାଇଦେବାକୁ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଏହା ପୂର୍ବରୁ ୨୦୧୦ରେ କିନ୍ତୁ ଆହ୍ଲାବାଦ ହାଇକୋର୍ଟ ନିଜ ରାୟରେ ବିବାଦୀୟ ଭୂମିକୁ ତିନି ଭାଗ କରି ଗୋଟିଏ ଭାଗ ସୁନ୍ନି ୱାକଫ ବୋର୍ଡ, ଦ୍ୱିତୀୟ ଭାଗ ନିର୍ମୋହୀ ଆଖଡା ଏବଂ ତୃତୀୟ ଭାଗ ରାମ ଲଲାଙ୍କ ନାମରେ କରିବାକୁ କହିଥିଲେ । ମାତ୍ର ବିଭିନ୍ନ ପକ୍ଷ ଏହାକୁ ସୁପ୍ରିମକୋର୍ଟରେ ଚାଲେଞ୍ଜ କରିଥିଲେ । ସୁପ୍ରିମକୋର୍ଟରେ ସେବେଠାରୁ ଏହି ମାମଲା ପଡିରହିବା ପରେ ୨୦୧୯ରେ ଏହାର ସମାଧାନ ପାଇଁ ପ୍ରୟାସ ଆରମ୍ଭ କରାଯାଇଥିଲା । ପ୍ରଥମେ ମଧ୍ୟସ୍ଥତା ଜରିଆରେ ଏହାର ସମାଧାନ ପାଇଁ ଉଦ୍ୟମ କରାଯାଇଥିଲା । କିନ୍ତୁ ତାହା ସଫଳ ନ ହେବାରୁ ଅଦାଲତ ଏହା ଉପରେ ଶୁଣାଣି କରି ରାୟ ଦେଇଥିଲେ ।

କିଏ କରିଥିଲେ ଶାସନ
ଉତ୍ତର ଭାରତର କୌଶଳ, ବୈଶାଳୀ, ମିଥିଳା, କପିଳବସ୍ତୁ ଭଳି ରାଜ୍ୟଗୁଡିକରେ ଅଯୋଧ୍ୟାର ଇକ୍ଷ୍ୱାକୁ ବଂଶର ରାଜାମାନେ ଶାସନ କରିଥିଲେ । ଅଯୋଧ୍ୟାରେ ଭଗବାନ ରାମଙ୍କ ପରେ ତାଙ୍କ ପୁତ୍ର ଲବ ଶ୍ରାବସ୍ତି ନାମକ ନଗର ସ୍ଥାପନ କରିଥିଲେ । ତା’ପରର ୮୦୦ ବର୍ଷ ଯାଏଁ ଏହାର ଉଲ୍ଲେଖ ରହିଛି । ରାମଙ୍କ ପୁଅ କୁଶ ଅଯୋଧ୍ୟାର ପୁନଃନିର୍ମାଣ କରାଇଥିଲେ । ଏହାପରେ ସୂର୍ଯ୍ୟବଂଶର ପରବର୍ତ୍ତୀ ୪୪ ପିଢ଼ି ଯାଏଁ ଅଯୋଧ୍ୟା ନଗରୀ ସେହିପରି ଭାବେ ତିଷ୍ଠି ରହିଥିଲା । ରାମଙ୍କ ପରେ ଦ୍ୱାପର ଯୁଗର ମହାଭାରତ ଏବଂ ତା’ର କିଛି ବର୍ଷ ପର ଯାଏଁ ବି ବିଭିନ୍ନ ଗ୍ରନ୍ଥରେ ଇକ୍ଷ୍ୱାକୁ ବଂଶର ଶାସନ ସମ୍ପର୍କରେ ଉଲ୍ଲେଖ କରାଯାଇଛି । ଏହି ବଂଶର ରାଜା ବୃହଦ୍ରଥଙ୍କୁ ମହାଭାରତରେ ଅଭିମନ୍ୟୁ ହତ୍ୟା କରିଥିଲେ । ମହାଭାରତ ପର ଠାରୁ ଏହି ନଗରର ଅବକ୍ଷୟ ଆରମ୍ଭ ହେଲା । କିନ୍ତୁ ଏହାର ଅସ୍ତିତ୍ୱ ଚତୁର୍ଦ୍ଦଶ ଶତାବ୍ଦୀ ଯାଏଁ ବଂଚି ରହିଥିଲା ।

ବେଂଟଲି ଏବଂ ପାର୍ଜିଟରଙ୍କ ଭଳି ବିଦ୍ୱାନମାନେ ଖ୍ରୀଷ୍ଟପୂର୍ବ ୨୨୦୦ ମସିହା ବେଳକୁ ଏହି ନଗରର ସ୍ଥାପନା କରାଯାଇଥିଲା ବୋଲି ଅନୁମାନ କରିଛନ୍ତି । ରାମଙ୍କ ପିତା ଦଶରଥ ଏହି ନଗରୀର ୬୩ ତମ ଶାସକ ଥିଲେ । ମହାଭାରତରେ ବୃହଦ୍ରଥଙ୍କ ମୃତ୍ୟୁର ବହୁ ବର୍ଷ ପରେ ଏହି ନଗରୀ ବିଭିନ୍ନ ସମୟରେ ମଗଧର ମୌର୍ଯ୍ୟ, ଗୁପ୍ତ ଏବଂ କନୌଜ ବଂଶର ରାଜାମାନଙ୍କର ଅଧୀନରେ ରହିଥିଲା । ଶେଷରେ ମହମ୍ମଦ ଗଜନୀର ଭଣଜା ସୟଦ ସାଲାର ଏଠାରେ ତୁର୍କ ଶାସନର ମୂଳଦୁଆ ପକାଇଥିଲା । ୧୦୩୩ ମସିହାରେ ବହରାଇଚରେ ସେ ନିହତ ହୋଇଥିଲା । ଜୌନପୁରରେ ଶକ ବଂଶର ଶାସକମାନେ ରାଜୁତି କରୁଥିବା ସମୟରେ ଅଯୋଧ୍ୟା ସେମାନଙ୍କ ଅଧୀନକୁ ଚାଲିଯାଇଥିଲା । ୧୫୨୬ ମସିହାରେ ବାବର ଭାରତରେ ମୋଗଲ ରାଜ୍ୟର ସ୍ଥାପନା କରିଥିଲେ । ତାଙ୍କର ସେନାପତି ୧୫୨୮ରେ ଅଯୋଧ୍ୟା ଉପରେ ଆକ୍ରମଣ କରିଥିଲା ଏବଂ ସେଠାରେ ମସଜିଦ୍‌ ନିର୍ମାଣ କରାଇଥିଲା ଯାହା ୧୯୯୨ ମସିହା ଯାଏଁ ତିଷ୍ଠି ରହିଥିଲା ।

ନଗର ଭିତରର ସଂରଚନା
ମହର୍ଷି ବାଲ୍ମୀକିଙ୍କ ବର୍ଣ୍ଣନା ଅନୁସାରେ, ଅଯୋଧ୍ୟା ନଗର ସାରା ଅନେକ ପ୍ରଶସ୍ତ ସଡ଼କ ନିର୍ମାଣ କରାଯାଇଥିଲା । ସଡ଼କଗୁଡିକୁ ପ୍ରତିଦିନ ପରିଷ୍କାର କରାଯିବା ସହିତ ତା’ ଉପରେ ଜଳ ସିଞ୍ଚନ କରାଯାଉଥିଲା । ଇନ୍ଦ୍ର ଅମରାବତୀ ସହରକୁ ଯେମିତି ଗଢିଥିଲେ ମହାରାଜା ଦଶରଥ ଅଯୋଧ୍ୟାକୁ ସେମିତି ସୁସଜ୍ଜିତ କରିଥିଲେ ଏବଂ ସେଠାରେ ଇନ୍ଦ୍ର ପରି ରହୁଥିଲେ । ଏହି ନଗରୀ ଚାରିପଟେ ଅନେକ ଗଡ଼ ଏବଂ ଖାଇ ଥିଲା । ଏହାକୁ ଭେଦ କରିବା ଶତ୍ରୁ ପକ୍ଷେ ସହଜସାଧ୍ୟ ନଥିଲା । ନଗରୀରେ ଅନେକ ବିଶାଳକାୟ ଏବଂ ସୁନ୍ଦର ତୋରଣ ବି ନିର୍ମାଣ କରାଯାଇଥିଲା । ରାଜଭବନର ରଙ୍ଗ ସୁନେଲି ଥିଲା । କୂଅରୁ ବାହାରୁଥିବା ପାଣି ଆଖୁ ରସ ଭଳି ମିଠା ଥିଲା । ନଗରୀରେ ଅନେକ ବଜାର ବି ଚାଲୁଥିଲା ।ଏଠାରେ ଯେତେ ଲୋକ ରହୁଥିଲେ ସେମାନଙ୍କ ମଧ୍ୟରୁ କେହି ଗରିବ କିମ୍ୱା କମ ଧନୀ ନଥିଲେ । ସମସ୍ତଙ୍କ ପାଖରେ ଧନସମ୍ପଦ ସହ ଗାଈଗୋରୁ ଓ ଘୋଡା ଥିଲା ।

ଅଯୋଧ୍ୟାର କ୍ଷେତ୍ରଫଳ
ପ୍ରାଚୀନ ଗ୍ରନ୍ଥ ଅନୁସାରେ ଅଯୋଧ୍ୟା ନଗରର କ୍ଷେତ୍ରଫଳ ୯୬ ବର୍ଗ ମାଇଲ ଥିଲା । ବାଲ୍ମୀକି ରାମାୟଣରେ ବର୍ଣ୍ଣିତ ତଥ୍ୟ ଅନୁଯାୟୀ, ଅଯୋଧ୍ୟା ନଗରୀର ଲମ୍ୱା ୧୨ ଯୋଜନ ଏବଂ ଚଉଡା ତିନି ଯୋଜନ ଥିଲା । ସପ୍ତମ ଶତାବ୍ଦୀରେ ଭାରତ ଗସ୍ତରେ ଆସିଥିବା ଚୀନ୍‌ ପରିବ୍ରାଜକ ହୁଏନସାଂଙ୍କ ଦ୍ୱାରା ବର୍ଣ୍ଣିତ ତଥ୍ୟ ଅନୁଯାୟୀ, ଏହି ସହରର ପରିଧି ୧୬ଲି (ଗୋଟିଏ ଲି କହିଲେ ଏକ ମାଇଲର ୬ ଭାଗରୁ ଭାଗେକୁ ବୁଝାଏ) ଥିଲା । ଆକବରଙ୍କ ସମୟରେ ରଚିତ ଆଇନ ଏ ଅକବରୀରେ ଏହି ନଗରୀର ଲମ୍ୱା ୧୪୮ କୋଶ ଏବଂ ଚଉଡା ୩୨ କୋଶ ଥିଲା ବୋଲି ଉଲ୍ଲେଖ କରାଯାଇଛି ।

ରାମଙ୍କ ପାଇଁ ରାବଣ ମନ୍ଦିରରେ ଲଡୁ ବଣ୍ଟା
ଅଯୋଧ୍ୟା ଠାରୁ ୬୫୦ କିମି ଦୂରରେ ଅବସ୍ଥିତ ଗୌତମ ବୁଦ୍ଧ ନଗରର ବିଶ୍ରାଖ ଅଞ୍ଚଳରେ ରହିଛି ଅସୁର ରାଜା ରାବଣଙ୍କ ମନ୍ଦିର । ଦେଶର ବିଭିନ୍ନ ଭାଗରେ ରାମଙ୍କୁ ପୂଜା କରାଯାଉଥିଲା ବେଳେ ଏହି ମନ୍ଦିରରେ ରାବଣଙ୍କୁ ପୂଜା କରାଯାଇଥାଏ । କୁହାଯାଏ ଯେ ଏହା ହେଉଛି ରାବଣଙ୍କ ଜନ୍ମସ୍ଥାନ । ଏଠାକାର ମହନ୍ତ ଘୋଷଣା କରିଛନ୍ତି ଯେ ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ କରାଯାଉଥିବା ଶୁଣି ସେ ଅତି ଆନନ୍ଦିତ । ତେଣୁ ବୁଧବାର ଅଯୋଧ୍ୟାରେ ମନ୍ଦିର ନିର୍ମାଣ ପାଇଁ ଭୂମି ପୂଜନ ଶେଷ ହେବା ପରେ ସେ ଏଠାରେ ଲଡୁ ବାଣ୍ଟିବେ ।

କିଏ କରିଥିଲେ ଅଯୋଧ୍ୟା ନଗରୀର ସ୍ଥାପନା
ରାମାୟଣରେ ବର୍ଣ୍ଣିତ ତଥ୍ୟ ଅନୁସାରେ, ବିବସ୍ୱାନ( ସୂବସ୍‌)ଙ୍କ ପୁତ୍ର ବୈବସ୍ୱତ ମନୁ ସରଯୂ ନଦୀ କୂଳରେ ଅଯୋଧ୍ୟା ନଗରୀର ସ୍ଥାପନା କରିଥିଲେ । ବ୍ରହ୍ମାଙ୍କ ମାନସ ପୁତ୍ର ଥିଲେ ଋଷି ମରୀଚି । ମରୀଚିଙ୍କ ପୁତ୍ର ହେଉଛନ୍ତି କଶ୍ୟପ । କଶ୍ୟପଙ୍କ ପୁତ୍ର ହେଉଛନ୍ତି ବିବସ୍ୱାନ ଏବଂ ବିବସ୍ୱାନଙ୍କ ପୁତ୍ର ହେଉଛନ୍ତି ବୈବସ୍ୱତ ମନୁ । ବୈବସ୍ୱତ ମନୁଙ୍କର ୧୦ ପୁତ୍ର ଥିଲେ । ସେମାନଙ୍କ ଭିତରୁ ଇକ୍ଷ୍ୱାକୁ ବଂଶର ଅଧିକ ବିସ୍ତାର ହୋଇଥିଲା । ଏହି ବଂଶରେ ଅନେକ ପ୍ରତାପୀ ରାଜା, ମୁନି ଓ ଯୋଦ୍ଧାଙ୍କର ଜନ୍ମ ହୋଇଥିଲା । ଭଗବାନ ରାମ ବି ଏହି ବଂଶରେ ଜନ୍ମ ଗ୍ରହଣ କରିଥିଲେ । ରାମାୟଣ ଯୁଗଠାରୁ ମହାଭାରତ ଯୁଗ ସରିବା ଯାଏଁ ଅଯୋଧ୍ୟାରେ ଏହି ବଂଶର ରାଜାମାନେ ରାଜୁତି କରୁଥିଲେ ।

କେମିତି ହୋଇଥିଲା ନଗରୀର ସ୍ଥାପନା
ଯେତେବେଳେ ମନୁ ଭଗବାନ ବ୍ରହ୍ମାଙ୍କୁ ନିଜ ପାଇଁ ଏକ ନଗରୀ ନିର୍ମାଣ କରିବା ସମ୍ପର୍କରେ କହିଲେ, ସେ ତାଙ୍କୁ ଭଗବାନ ବିଷ୍ଣୁଙ୍କ ପାଖକୁ ନେଇଗଲେ । ବିଷ୍ଣୁ ତାଙ୍କୁ ସାକେତ ଧାମରେ ଏଥିପାଇଁ ଏକ ଉପଯୁକ୍ତ ସ୍ଥାନ ଚୟନ କରିବାକୁ ପରାମର୍ଶ ଦେବା ସହିତ ନଗରୀ ନିର୍ମାଣ ପାଇଁ ଦେବଶିଳ୍ପୀ ବିଶ୍ୱକର୍ମାଙ୍କୁ ତାଙ୍କ ସହିତ ପଠାଇଥିଲେ । ବିଷ୍ଣୁ ମଧ୍ୟ ନିଜ ରାମାବତାର ପାଇଁ ଏକ ଉପଯୁକ୍ତ ସ୍ଥାନ ଖୋଜୁଥିଲେ । ତେଣୁ ସେ ବ୍ରହ୍ମର୍ଷି ବଶିଷ୍ଠଙ୍କୁ ବି ମନୁ, ବ୍ରହ୍ମା ଏବଂ ବିଶ୍ୱକର୍ମାଙ୍କ ସହିତ ସାକେତ ଧାମକୁ ଯିବା ପାଇଁ କହିଲେ । ବଶିଷ୍ଠ ହିଁ ସରଯୂ ନଦୀ କୂଳରେ ଥିବା ଏକ ସ୍ଥାନକୁ ନଗର ନିର୍ମାଣ ପାଇଁ ଚୟନ କରିଥିଲେ ଯାହାର ନାମ ରଖାଯାଇଥିଲା ଅଯୋଧ୍ୟା । କୁହାଯାଏ କି ଭଗବାନ ବିଷ୍ଣୁଙ୍କ ଚକ୍ର ଉପରେ ଏହି ନଗର ତିଷ୍ଠି ରହିଛି ।

ପାଲଟିବ ପ୍ରମୁଖ ପର୍ଯ୍ୟଟନ ସ୍ଥଳୀ
ହିନ୍ଦୁ ଧର୍ମରେ ବର୍ଣ୍ଣିତ ଅନେକ ପୌରାଣିକ ସ୍ଥଳୀ ୟୁପିରେ ରହିଛି ଯାହା ମଧ୍ୟରେ ଅଯୋଧ୍ୟା, କାଶୀ, ବାରାଣସୀ, ମଥୁରା, ବୃନ୍ଦାବନ, ପ୍ରୟାଗରାଜ ଆଦି ଅନ୍ତର୍ଭୁକ୍ତ । ତେବେ ହିନ୍ଦୁ ଧର୍ମରେ ଉଲ୍ଲେଖ କରାଯାଇଥିବା ୭ଟି ପୁର ମଧ୍ୟରୁ ପ୍ରଥମଟି ହେଉଛି ଅଯୋଧ୍ୟା । କୁହାଯାଏ ଯେ ବାବ୍ରି ମସଜିଦ୍‌ ନିର୍ମାଣ ପୂର୍ବରୁ ଏଠାରେ ଯେଉଁ ମନ୍ଦିର ଥିଲା, ତାହାର ଗର୍ଭଗୃହ ସୁନାରେ ତିଆରି ହୋଇଥିଲା । ତେଣୁ ମୋଗଲ ଶାସକଙ୍କ ଲୋଲୁପ ଦୃଷ୍ଟି ଏହି ମନ୍ଦିର ଉପରେ ପଡିଥିଲା । ଆଉ ସେବେଠାରୁ ଏହା ଅବହେଳିତ ହୋଇ ରହିଥିଲା । କିନ୍ତୁ ଏବେ ଏଠାରେ ରାମ ମନ୍ଦିର ନିର୍ମାଣ ହେଉଥିବାରୁ ଏହା ଦେଶର ଏକ ପ୍ରମୁଖ ପର୍ଯ୍ୟଟନ ସ୍ଥଳୀ ପାଲଟିବ ବୋଲି ଆଶା କରାଯାଉଛି । ଏଠାକୁ ନିୟମିତ ଦେଶର ବିଭିନ୍ନ ଭାଗରୁ ହିନ୍ଦୁ ଶ୍ରଦ୍ଧାଳୁମାନଙ୍କର ସୁଅ ଛୁଟିବ । ଉଭୟ ୟୁପି ଏବଂ କେନ୍ଦ୍ର ସରକାର ଏହାକୁ ଦୃଷ୍ଟିରେ ରଖି ଏଠାରେ ଅନେକ ସୁବିଧାସୁଯୋଗ ଉପଲବ୍ଧ କରାଇବାକୁ ଯୋଜନା କରିଛନ୍ତି । ରେଳ ମନ୍ତ୍ରଣାଳୟ ବି ଏଠାରେ ଅତି ସୁନ୍ଦର ତଥା ଦୃଷ୍ଟି ଆକର୍ଷଣକାରୀ ରେଳ ଷ୍ଟେସନ ନିର୍ମାଣ କରିବ ବୋଲି ଘୋଷଣା କରିଛି । ପର୍ଯ୍ୟଟକଙ୍କ ଆଗମନ ଯୋଗୁ ସ୍ଥାନୀୟ ଲୋକଙ୍କ ପାଇଁ ବି ବ୍ୟାପକ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ବୋଲି ଆଶା ।

ରାମଙ୍କ ଜନ୍ମସ୍ଥଳୀ: ଅଯୋଧ୍ୟାରେ ଏକ ସ୍ଥାନ ଅଛି ଯେଉଁଠାରେ ଭଗବାନ ରାମ ଜନ୍ମଗ୍ରହଣ କରିଥିଲେ ବୋଲି ମନେ କରାଯାଏ । ସେଠାରେ ଏକ ଛୋଟିଆ ଖମ୍ୱ ରହିଛି ଏବଂ ତା’ ଉପରେ ପ୍ରତ୍ୟହ ଦୀପ ଜଳାଯାଇଥାଏ । ଏଠାରେ ହିଁ ପ୍ରସ୍ତାବିତ ରାମ ମନ୍ଦିର ନିର୍ମାଣ କରାଯିବ ।

କନକ ଭବନ: ରାମ ଜନ୍ମଭୂମି ଠାରୁ କିଛି ଦୂରରେ ରହିଛି କନକ ଭବନ । ଏହାକୁ ସୁନାର ଭବନ ମଧ୍ୟ କୁହାଯାଏ । ୧୮୯୧ ମସିହାରେ ଏଠାରେ ଏହି ମନ୍ଦିର ନିର୍ମାଣ କରାଯାଇଥିଲା । ଏଠାରେ ରାମ ଓ ସୀତା ପୂଜା ପାଉଛନ୍ତି । କୁହାଯାଏ କି ଦଶରଥଙ୍କ ରାଣୀ କୈକେୟୀ ଏହି ଭବନକୁ ରାମ ଓ ସୀତାଙ୍କୁ ଉପହାର ସ୍ୱରୂପ ପ୍ରଦାନ କରିଥିଲେ । ମୂଳ ଭବନ ଏବେ ନଥିଲେ ସୁଦ୍ଧା ପରେ ସେହି ସ୍ଥାନରେ ଏକ ମନ୍ଦିର ତିଆରି କରାଯାଇଛି ଯାହାକୁ କନକ ଭବନ ଆଖ୍ୟା ଦିଆଯାଇଛି ।

ନନ୍ଦିଗ୍ରାମ: ଅଯୋଧ୍ୟାରୁ ୧୪ କିମି ଦୂରରେ ରହିଛି ନନ୍ଦିଗ୍ରାମ । ଏଠାରେ ଭରତଙ୍କ ଏକ ମନ୍ଦିର ବି ରହିଛି । ପୌରାଣିକ କଥା ଅନୁଯାୟୀ, ରାମ ବନବାସକୁ ଯିବା ପରେ ତାଙ୍କ ସାନ ଭାଇ ଭରତ ୧୪ ବର୍ଷ ଯାଏଁ ନନ୍ଦିଗ୍ରାମରେ ତପସ୍ୱୀଙ୍କ ପରି ଜୀବନଯାପନ କରୁଥିଲେ ଏବଂ ସେଠାରୁ ହିଁ ଶାସନ ପରିଚାଳନା କରୁଥିଲେ । ସେହି ସ୍ଥାନର ସ୍ମୃତି ଏବେ ବି ଜୀବିତ ହୋଇ ରହିଛି ।

ନାଗେଶ୍ୱରନାଥ ମନ୍ଦିର: ଅଯୋଧ୍ୟାର ଥେରି ବଜାର ନିକଟରେ ଏହି ମନ୍ଦିର ରହିଛି । ରାମଙ୍କ ପୁଅ କୁଶ ଏହି ମନ୍ଦିର ନିର୍ମାଣ କରିଥିଲେ । ପୌରାଣିକ କାହାଣୀ ଅନୁଯାୟୀ, ଥରେ କୁଶ ସରଯୂ ନଦୀରେ ଗାଧୋଇବା ସମୟରେ ସେ ହାତରେ ପିନ୍ଧିଥିବା ଏକ ଅଳଙ୍କାର ନଦୀ ଭିତରେ ହଜିଯାଇଥିଲା । ସେଇ ନଦୀରେ ରହୁଥିବା ଜଣେ ନାଗ କନ୍ୟା ତା’କୁ ଆଣି ଫେରାଇଥିଲେ । ସେ କିନ୍ତୁ କୁଶଙ୍କ ପ୍ରେମରେ ପଡିଯାଇଥିଲେ । ଉକ୍ତ ନାଗକନ୍ୟା ନାଗେଶ୍ୱରନାଥଙ୍କ ପୂଜା କରୁଥିବାରୁ ତାଙ୍କ ପାଇଁ କୁଶ ଏହି ମନ୍ଦିର ତୋଳାଇଥିଲେ ।

ତ୍ରେତା କେ ଠାକୁର: ଅଯୋଧ୍ୟାର ନୟା ଘାଟ ନିକଟରେ ଏହି ମନ୍ଦିର ରହିଛି । ଏଠାରେ ରାମ, ଲକ୍ଷ୍ମଣ, ସୀତା, ଭରତ, ସୁଗ୍ରୀବ ଏବଂ ହନୁମାନଙ୍କୁ ପୂଜା କରାଯାଏ । ବିଶ୍ୱାସ କରାଯାଏ କି ଭଗବାନ ରାମ ଏହି ସ୍ଥାନରେ ଅଶ୍ୱମେଧ ଯଜ୍ଞ କରାଇଥିଲେ । କିନ୍ତୁ ଏହି ମନ୍ଦିର ସେଠାରେ ବହୁ ବର୍ଷ ପରେ ନିର୍ମାଣ କରାଯାଇଛି ।
ସୀତା କୀ ରସୋଇ: ଦେବୀ ସୀତା ଯେଉଁ ସ୍ଥାନରେ ରୋଷେଇ କରୁଥିଲେ, ତାହାର ସ୍ଥିତି ଏବେ ବି ଅତୁଟ ରହିଛି । ରାମ ଜନ୍ମଭୂମିକୁ ଲାଗି କରିଥିବା ରାଜକୋଟରେ ଏହା ଅବସ୍ଥିତ । ଏବେ ଏଠାରେ ଏକ ମନ୍ଦିର ରହିଛି । ତାହାର ଦୁଇଟି ରୋଷ ଘର ରହିଛି । ସେଥିମଧ୍ୟରୁ ଗୋଟିକୁ ସୀତାଙ୍କ ରୋଷଶାଳା ବୋଲି କୁହାଯାଉଛି । ସୀତାଙ୍କୁ ମଧ୍ୟ ଅନ୍ନପୂର୍ଣ୍ଣା ବୋଲି ସମ୍ୱୋଧନ କରାଯାଏ । ତେଣୁ ଏହି ମନ୍ଦିରରେ ସମସ୍ତ ଶ୍ରଦ୍ଧାଳୁଙ୍କୁ ମାଗଣାରେ ପ୍ରସାଦ ଦିଆଯାଇଥାଏ ।

ଦଶରଥ ଭବନ: ଅଯୋଧ୍ୟାର କେନ୍ଦ୍ର ସ୍ଥଳ ରାମକୋଟରେ ଏକ ଭବନ ରହିଛି ଯାହାକୁ ଦଶରଥ ଭବନ ବୋଲି କୁହାଯାଏ । ଏଠାରେ ମହାରାଜା ଦଶରଥ ଅବସ୍ଥାନ କରୁଥିଲେ । ମନେ କରାଯାଏ କି ଦଶରଥ ଏଠାରୁ ଶାସନ କାର୍ଯ୍ୟ ପରିଚାଳନା କରୁଥିଲେ । ତା’ଛଡା ରାମଙ୍କ ବାଲ୍ୟକାଳ ଏଠାରେ କଟିଥିଲା । ଏହି ଭବନର ପ୍ରବେଶ ଦ୍ୱାର ଅତି ସୁନ୍ଦର କାରୁକାର୍ଯ୍ୟ ଭରା ତୋରଣରେ ନିର୍ମାଣ କରାଯାଇଛି । ଯଦିଓ ପାରମ୍ପରିକ ଭାବେ ଏହି ପ୍ରାସାଦର ଆକାର ଛୋଟ, ତଥାପି ଏହାର ଗୁରୁତ୍ୱ ଅଧିକ ।

ଗୁପ୍ତର ଘାଟ: ସରଯୂ ନଦୀ କୂଳରେ ଅବସ୍ଥିତ ଏକ ଘାଟକୁ ଗୁପ୍ତର ଘାଟ ବୋଲି କୁହାଯାଏ । ଏଠାରୁ ମାତ୍ର କିଛି ପାହାଚ ତଳକୁ ଓହ୍ଲାଇଲେ ଜଣେ ସରଯୂ ନଦୀର ଜଳକୁ ସ୍ପର୍ଶ କରିବ । ପୌରାଣିକ ଉପାଖ୍ୟାନ ଅନୁଯାୟୀ, ଭଗବାନ ରାମ ଏଠାରେ ଧ୍ୟାନ କରିବା ସହିତ ସରଯୂ ନଦୀ ଭିତରେ ପ୍ରବେଶ କରି ଜଳସମାଧି ନେଇଥିଲେ ଏବଂ ଏହାପରେ ବିଷ୍ଣୁଙ୍କ ରୂପରେ ପୁଣି ଥରେ ବୈକୁଣ୍ଠ ଧାମକୁ ଫେରିଯାଇଥିଲେ । ରାମଙ୍କ ଜନ୍ମସ୍ଥଳୀ: ଅଯୋଧ୍ୟାରେ ଏକ ସ୍ଥାନ ଅଛି ଯେଉଁଠାରେ ଭଗବାନ ରାମ ଜନ୍ମଗ୍ରହଣ କରିଥିଲେ ବୋଲି ମନେ କରାଯାଏ । ସେଠାରେ ଏକ ଛୋଟିଆ ଖମ୍ୱ ରହିଛି ଏବଂ ତା’ ଉପରେ ପ୍ରତ୍ୟହ ଦୀପ ଜଳାଯାଇଥାଏ । ଏଠାରେ ହିଁ ପ୍ରସ୍ତାବିତ ରାମ ମନ୍ଦିର ନିର୍ମାଣ କରାଯିବ ।

କନକ ଭବନ: ରାମ ଜନ୍ମଭୂମି ଠାରୁ କିଛି ଦୂରରେ ରହିଛି କନକ ଭବନ । ଏହାକୁ ସୁନାର ଭବନ ମଧ୍ୟ କୁହାଯାଏ । ୧୮୯୧ ମସିହାରେ ଏଠାରେ ଏହି ମନ୍ଦିର ନିର୍ମାଣ କରାଯାଇଥିଲା । ଏଠାରେ ରାମ ଓ ସୀତା ପୂଜା ପାଉଛନ୍ତି । କୁହାଯାଏ କି ଦଶରଥଙ୍କ ରାଣୀ କୈକେୟୀ ଏହି ଭବନକୁ ରାମ ଓ ସୀତାଙ୍କୁ ଉପହାର ସ୍ୱରୂପ ପ୍ରଦାନ କରିଥିଲେ । ମୂଳ ଭବନ ଏବେ ନଥିଲେ ସୁଦ୍ଧା ପରେ ସେହି ସ୍ଥାନରେ ଏକ ମନ୍ଦିର ତିଆରି କରାଯାଇଛି ଯାହାକୁ କନକ ଭବନ ଆଖ୍ୟା ଦିଆଯାଇଛି ।

ନନ୍ଦିଗ୍ରାମ: ଅଯୋଧ୍ୟାରୁ ୧୪ କିମି ଦୂରରେ ରହିଛି ନନ୍ଦିଗ୍ରାମ । ଏଠାରେ ଭରତଙ୍କ ଏକ ମନ୍ଦିର ବି ରହିଛି । ପୌରାଣିକ କଥା ଅନୁଯାୟୀ, ରାମ ବନବାସକୁ ଯିବା ପରେ ତାଙ୍କ ସାନ ଭାଇ ଭରତ ୧୪ ବର୍ଷ ଯାଏଁ ନନ୍ଦିଗ୍ରାମରେ ତପସ୍ୱୀଙ୍କ ପରି ଜୀବନଯାପନ କରୁଥିଲେ ଏବଂ ସେଠାରୁ ହିଁ ଶାସନ ପରିଚାଳନା କରୁଥିଲେ । ସେହି ସ୍ଥାନର ସ୍ମୃତି ଏବେ ବି ଜୀବିତ ହୋଇ ରହିଛି ।

ନାଗେଶ୍ୱରନାଥ ମନ୍ଦିର: ଅଯୋଧ୍ୟାର ଥେରି ବଜାର ନିକଟରେ ଏହି ମନ୍ଦିର ରହିଛି । ରାମଙ୍କ ପୁଅ କୁଶ ଏହି ମନ୍ଦିର ନିର୍ମାଣ କରିଥିଲେ । ପୌରାଣିକ କାହାଣୀ ଅନୁଯାୟୀ, ଥରେ କୁଶ ସରଯୂ ନଦୀରେ ଗାଧୋଇବା ସମୟରେ ସେ ହାତରେ ପିନ୍ଧିଥିବା ଏକ ଅଳଙ୍କାର ନଦୀ ଭିତରେ ହଜିଯାଇଥିଲା । ସେଇ ନଦୀରେ ରହୁଥିବା ଜଣେ ନାଗ କନ୍ୟା ତା’କୁ ଆଣି ଫେରାଇଥିଲେ । ସେ କିନ୍ତୁ କୁଶଙ୍କ ପ୍ରେମରେ ପଡିଯାଇଥିଲେ । ଉକ୍ତ ନାଗକନ୍ୟା ନାଗେଶ୍ୱରନାଥଙ୍କ ପୂଜା କରୁଥିବାରୁ ତାଙ୍କ ପାଇଁ କୁଶ ଏହି ମନ୍ଦିର ତୋଳାଇଥିଲେ ।

ତ୍ରେତା କେ ଠାକୁର: ଅଯୋଧ୍ୟାର ନୟା ଘାଟ ନିକଟରେ ଏହି ମନ୍ଦିର ରହିଛି । ଏଠାରେ ରାମ, ଲକ୍ଷ୍ମଣ, ସୀତା, ଭରତ, ସୁଗ୍ରୀବ ଏବଂ ହନୁମାନଙ୍କୁ ପୂଜା କରାଯାଏ । ବିଶ୍ୱାସ କରାଯାଏ କି ଭଗବାନ ରାମ ଏହି ସ୍ଥାନରେ ଅଶ୍ୱମେଧ ଯଜ୍ଞ କରାଇଥିଲେ । କିନ୍ତୁ ଏହି ମନ୍ଦିର ସେଠାରେ ବହୁ ବର୍ଷ ପରେ ନିର୍ମାଣ କରାଯାଇଛି ।
ସୀତା କୀ ରସୋଇ: ଦେବୀ ସୀତା ଯେଉଁ ସ୍ଥାନରେ ରୋଷେଇ କରୁଥିଲେ, ତାହାର ସ୍ଥିତି ଏବେ ବି ଅତୁଟ ରହିଛି । ରାମ ଜନ୍ମଭୂମିକୁ ଲାଗି କରିଥିବା ରାଜକୋଟରେ ଏହା ଅବସ୍ଥିତ । ଏବେ ଏଠାରେ ଏକ ମନ୍ଦିର ରହିଛି । ତାହାର ଦୁଇଟି ରୋଷ ଘର ରହିଛି । ସେଥିମଧ୍ୟରୁ ଗୋଟିକୁ ସୀତାଙ୍କ ରୋଷଶାଳା ବୋଲି କୁହାଯାଉଛି । ସୀତାଙ୍କୁ ମଧ୍ୟ ଅନ୍ନପୂର୍ଣ୍ଣା ବୋଲି ସମ୍ୱୋଧନ କରାଯାଏ । ତେଣୁ ଏହି ମନ୍ଦିରରେ ସମସ୍ତ ଶ୍ରଦ୍ଧାଳୁଙ୍କୁ ମାଗଣାରେ ପ୍ରସାଦ ଦିଆଯାଇଥାଏ ।

ଦଶରଥ ଭବନ: ଅଯୋଧ୍ୟାର କେନ୍ଦ୍ର ସ୍ଥଳ ରାମକୋଟରେ ଏକ ଭବନ ରହିଛି ଯାହାକୁ ଦଶରଥ ଭବନ ବୋଲି କୁହାଯାଏ । ଏଠାରେ ମହାରାଜା ଦଶରଥ ଅବସ୍ଥାନ କରୁଥିଲେ । ମନେ କରାଯାଏ କି ଦଶରଥ ଏଠାରୁ ଶାସନ କାର୍ଯ୍ୟ ପରିଚାଳନା କରୁଥିଲେ । ତା’ଛଡା ରାମଙ୍କ ବାଲ୍ୟକାଳ ଏଠାରେ କଟିଥିଲା । ଏହି ଭବନର ପ୍ରବେଶ ଦ୍ୱାର ଅତି ସୁନ୍ଦର କାରୁକାର୍ଯ୍ୟ ଭରା ତୋରଣରେ ନିର୍ମାଣ କରାଯାଇଛି । ଯଦିଓ ପାରମ୍ପରିକ ଭାବେ ଏହି ପ୍ରାସାଦର ଆକାର ଛୋଟ, ତଥାପି ଏହାର ଗୁରୁତ୍ୱ ଅଧିକ ।

ଗୁପ୍ତର ଘାଟ: ସରଯୂ ନଦୀ କୂଳରେ ଅବସ୍ଥିତ ଏକ ଘାଟକୁ ଗୁପ୍ତର ଘାଟ ବୋଲି କୁହାଯାଏ । ଏଠାରୁ ମାତ୍ର କିଛି ପାହାଚ ତଳକୁ ଓହ୍ଲାଇଲେ ଜଣେ ସରଯୂ ନଦୀର ଜଳକୁ ସ୍ପର୍ଶ କରିବ । ପୌରାଣିକ ଉପାଖ୍ୟାନ ଅନୁଯାୟୀ, ଭଗବାନ ରାମ ଏଠାରେ ଧ୍ୟାନ କରିବା ସହିତ ସରଯୂ ନଦୀ ଭିତରେ ପ୍ରବେଶ କରି ଜଳସମାଧି ନେଇଥିଲେ ଏବଂ ଏହାପରେ ବିଷ୍ଣୁଙ୍କ ରୂପରେ ପୁଣି ଥରେ ବୈକୁଣ୍ଠ ଧାମକୁ ଫେରିଯାଇଥିଲେ ।

   ସମ୍ବନ୍ଧିତ ଖବର


ଭାରତ ପାଙ୍ଗୋଙ୍ଗ୍‌ ଲେକ୍‌ ଏବଂ ଲଦାଖ ସୀମାରେ ମୁତୟନ କରିଛି ‘ଅଦୃଶ୍ୟ କମାଣ୍ଡୋ’ -ଜାଣନ୍ତୁ ଏମାନେ କିଏ ଏବଂ ନେଇଛନ୍ତି କେଉଁ ତାଲିମ

ବିଦେଶରେ ଥିବା ୫୦ ଜଣ ବେଜ୍ଞାନିକଙ୍କ ସହ କରୋନା ସଂକ୍ରମିତ ବୈଜ୍ଞାନିକଙ୍କୁ ଭାରତ ଅଣାଗଲା

ଚର୍ଚ୍ଚାରେ ଅଜିତ ଡୋଭାଲଙ୍କ ଶ୍ରୀଲଙ୍କା ଗସ୍ତ, ଏହି ସବୁ ବିଷୟରେ କରିଛନ୍ତି ଆଲୋଚନା

ଜହ୍ନରେ ହେବ ୧୭୪ କୋଟି ଟଙ୍କାର ଟୟଲେଟ୍, ଖର୍ଚ୍ଚ କରିବ ନାସା

ବ୍ରହ୍ମପୁତ୍ର ନଦୀରେ ଡ୍ୟାମ୍‌ ନିର୍ମାଣ କରିବ ଚୀନ୍‌ : ଭାରତ ଓ ବାଂଲାଦେଶର ବଢ଼ିଲା ଚିନ୍ତା

ଜାପାନରେ କରୋନାଠୁ ବି ବଡ ବିପଦ, ଲଗାତର ମରୁଛନ୍ତି ଲୋକ