ଆନ୍ଦୋଳନରେ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ଛାତ୍ରୀ

ଭୁବନେଶ୍ୱର,୨୮ା୪(ବ୍ୟୁରୋ): ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ଛାତ୍ରୀମାନେ ଆଜି ଆନ୍ଦୋଳନକୁ ଓହ୍ଲାଇଛନ୍ତି । ବିଶ୍ୱବିଦ୍ୟାଳୟ କ୍ୟାମ୍ପସ୍‌ ବାହାରେ ଥିବା ଇନ୍ଦିରା ଗାନ୍ଧୀ ଅନୁସୂଚିତ ଜାତି ଓ ଜନଜାତି ଛାତ୍ରୀନିବାସ ଆଗରେ ଅନ୍ତେବାସିନୀମାନେ ଧାରଣା ଦେଇଛନ୍ତି । ସହକାରୀ ଅଧୀକ୍ଷକ ବିଶ୍ୱମୋହିନୀ ପତିଙ୍କ ବଦଳି ଦାବି କରିଛନ୍ତି । ସହକାରୀ ଅଧୀକ୍ଷକଙ୍କ ହିଟଲରୀ ଶାସନ ଚଳିବ ନାହିଁ ବୋଲି ସ୍ଲୋଗାନ୍‌ ଦେବା ସହ ବଦଳି ଦାବି କରିଛନ୍ତି । ଔଷଧଟିଏ ଆଣିବା ପାଇଁ ବି ବିନା ଦରଖାସ୍ତରେ ବାହାରକୁ ଛାଡୁନାହାନ୍ତି ।

ଅଭିଭାବକମାନେ ଦେଖା କରିବାକୁ ଆସିଲେ ସେମାନଙ୍କୁ ମଧ୍ୟ ଦୁର୍ବ୍ୟବହାରର ଶୀକାର ହେବାକୁ ପଡୁଛି ବୋଲି ଆନ୍ଦୋଳରତ ଛାତ୍ରୀମାନେ ଅଭିଯୋଗ କରିଛନ୍ତି । ସେପଟେ ଛାତ୍ରୀମାନଙ୍କ ଅଭିଯୋଗକୁ ଖଣ୍ଡନ କରିଛନ୍ତି ସହକାରୀ ଅଧୀକ୍ଷକ ବିଶ୍ୱମୋହିନୀ । ଛାତ୍ରୀମାନେ ମିଛ ଅଭିଯୋଗ ଆଣିଥିବା କହିଛନ୍ତି । କିଛି ଦିନ ପୂର୍ବରୁ ଛାତ୍ରୀନିବାସରେ ଏକ ଦୁର୍ଘଟଣା ଘଟିଥିଲା । ଯାହାକୁ ନେଇ ଛାତ୍ରୀମାନଙ୍କ ସୁରକ୍ଷା ପାଇଁ ନିୟମକୁ କଡ଼ାକଡ଼ି କରାଯାଇଛି । ଯଦି ଛାତ୍ରୀନିବାସରେ କିଛି ଅଘଟଣ ଘଟେ, ତେବେ ତାଙ୍କୁ ଦାୟୀ କରାଯିବ । ତାହା ପୂର୍ବରୁ ସେ ଏଭଳି ସତର୍କତାମୂଳକ ପଦକ୍ଷେପ ନେଇଛନ୍ତି ବୋଲି ସହକାରୀ ଅଧୀକ୍ଷକ ସଫେଇ ଦେଇଛନ୍ତି ।

ଜଣେ ଅନ୍ତେବାସନୀ କହିଛନ୍ତି, ହଷ୍ଟେଲ୍‌ର ସହକାରୀ ଅଧୀକ୍ଷକ ଆମ ଘର ଲୋକଙ୍କ ସହିତ କଥାବାର୍ତ୍ତା କରାଇ ଦେଉନାହାନ୍ତି । ଟିକେ ଟିକେ କଥାରେ ହଷ୍ଟେଲ୍‌ରୁ ବାହାର କରିଦେବାକୁ ଧମକ ଦେଉଛନ୍ତି । ବାହାରକୁ ଛାଡୁନାହାନ୍ତି । ସହକାରୀ ଅଧୀକ୍ଷକଙ୍କ ଏପରି ନିର୍ଯାତନା ସହି ପାରୁନାହୁଁ । ଶେଷରେ ଛାତ୍ରୀନିବାସ ଅଧୀକ୍ଷକ ଡ. ମୁକ୍ତାମୟୀ କୁମ୍ଭାର ଓ ବିଶ୍ୱବିଦ୍ୟାଳୟର ଛାତ୍ରୀ ମଙ୍ଗଳ ନିର୍ଦ୍ଦେଶିକା ଅନନ୍ୟା ଆଚାର୍ଯ୍ୟ, ସହିଦନଗର ପୁଲିସ ଉପସ୍ଥିତିରେ ଛାତ୍ରୀମାନଙ୍କୁ ବୁଝାଇବା ପରେ ଆନ୍ଦୋଳନରୁ ଛାତ୍ରୀମାନେ ଓହରିଥିଲେ ।

   ସମ୍ବନ୍ଧିତ ଖବର


ରାଜ୍ୟରେ କରୋନା ନେଲା ଆଉ ୧୨ ମୁଣ୍ଡ: ମୃତକଙ୍କ ସଂଖ୍ୟା ୧୭୩୦କୁ ବୃଦ୍ଧି

୨୪ଘଣ୍ଟା ଆଉ ୫୫୦ ନୂଆ କରୋନା ପଜିଟିଭ ଚିହ୍ନଟ୍, ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୧୭ହଜାର ୭୮୯କୁ ବୃଦ୍ଧି

ଡିସେମ୍ବର ପହିଲାରୁ ଖୋଲିବ ରାଜ୍ୟର ସମସ୍ତ ମେଡିକାଲ କଲେଜ

ରାଜ୍ୟରେ ବାକି ପଡ଼ିଛି ୩୯୩୬ କୋଟିର ଜଳ କର

ବଦଳିଲା ୨ ସ୍ୱତନ୍ତ୍ର ଟ୍ରେନ୍‌ର ଚଳାଚଳ ସମୟ: ଡିସେମ୍ବର ୧ରୁ ହାଓଡା-ସିକନ୍ଦରାବାଦ, ବିଶାଖାପାଟଣା-ବିଜୟୱାଡା ଚାଲିବ

ଟ୍ୱିନ୍‌ ସିଟି ଏନ୍‌ଏଚ୍‌ରେ ଲେନ୍‌ ଡ୍ରାଇଭିଂ: ନିୟମ ଭାଙ୍ଗିଲେ ଧରିବ ସିସିଟିଭି ଓ ଇଣ୍ଟରସେପ୍ଟର, ଘରରକୁ ପଠାଯିବ ଇ-ଚାଲାଣ