ଅପଡେଟ୍‌ ହେଉନି ରମାଦେବୀ ବିଶ୍ୱବିଦ୍ୟାଳୟ ୱେବସାଇଟ୍‌ : ତାଲିକାରେ ଗଡ଼ୁଛି ବହୁ ପୁରୁଣା ଅଧିକାରୀଙ୍କ ନାମ

ଭୁବନେଶ୍ୱର ୮।୧୧: ଅପଡେଟ୍‌ ହେଉନି ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ୱେବସାଇଟ୍‌ । ତାଲିକାରେ ଗଡ଼ୁଛି ବହୁ ପୁରୁଣା ଅଧିକାରୀଙ୍କ ନାମ । କିଏ ଅବସର ନେଇ ସାରିଲେଣି ତ ଆଉ କେଉଁ ଅଧିକାରୀଙ୍କ ବଦଳି ହୋଇସାରିଲାଣି । କିନ୍ତୁ ବିଶ୍ୱବିଦ୍ୟାଳୟର କର୍ତ୍ତୃପକ୍ଷଙ୍କ ଦାୟିତ୍ୱହୀନତା କାରଣରୁ ପୁରୁଣା ରେକର୍ଡ ଆଜି ବି ୱେବସାଇଟ୍‌ରେ ରହିଛି । ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ଛାତ୍ରୀଙ୍କଠାରୁ ଆରମ୍ଭ କରି ଅଭିଭାବକମାନେ କର୍ତ୍ତୃପକ୍ଷଙ୍କ ବିଷୟରେ ଜାଣିବା ପାଇଁ ୱେବସାଇଟ୍‌ ଚେକ୍‌ କରିଥାଆନ୍ତି । ହେଲେ ଏଥିରେ ଥିବା ପୁରୁଣା ତଥ୍ୟ ଅନେକଙ୍କ ମନରେ ଦ୍ୱନ୍ଦ୍ୱ ସୃଷ୍ଟି କରୁଛି ।

ଏବେ ବି ବିଶ୍ୱବିଦ୍ୟାଳୟ ୱେବସାଇଟ୍‌ରେ ପିଜି କାଉନ୍‌ସିଲ ଚେୟାରମ୍ୟାନ ଭାବେ ସୀତାଂଶୁ କୁମାର ଦାଶଙ୍କ ନାମ ରହିଛି । କିନ୍ତୁ ସେ ୩ ବର୍ଷ ହେବ ଚାକିରିରୁ ଅବସର ନେଇ ସାରିଲେଣି । ତାଙ୍କ ପରେ ଡ. ଦୁର୍ଗା ଶଙ୍କର ଷଡ଼ଙ୍ଗୀ ପିଜି କାଉନସିଲ୍‌ ଚେୟାରମ୍ୟାନ୍‌ ଥିଲେ । ସେ ବି ଅବସର ନେଇ ସାରିଲେଣି । ବତ୍ତର୍ମାନ ଡ. ସରିତା ସୂପକାର ବିଶ୍ୱବିଦ୍ୟାଳୟ ପିଜି କାଉନସିଲ ଚେୟାରମ୍ୟାନ ଦାୟିତ୍ୱ ତୁଲାଉଥିଲେ ମଧ୍ୟ ଆଜି ବି ଛାତ୍ରମଙ୍ଗଳ ନିର୍ଦ୍ଦେଶକ ଭାବେ ତାଙ୍କ ନାଁରେ ଗଡ଼ୁଛି ।

ସେହିପରି ଅବସର ନେଇଥିବା ଶ୍ରୀ ଷଡଙ୍ଗୀଙ୍କ ନାମ କ୍ରୀଡ଼ା ପରିଷଦ ନିର୍ଦ୍ଦେଶକ ଭାବେ ୱେବସାଇଟ୍‌ର ସ୍ଥାନ ଅଧିକାର କରିଛି । ଡ. ମିହିର ରଞ୍ଜନ ସେଠୀ ଉଚ୍ଚଶିକ୍ଷା ବିଭାଗକୁ ବଦଳି ହୋଇଯାଇଥିଲେ ବି ତାଙ୍କର ନାମ ଲୋକ ସୂଚନା ଅଧିକାରୀ ଭାବେ ରହିଛି । ଏପରିକି ଡ. ମେଜର କଳ୍ପନା ଦାଶ ରେଡକ୍ରସକୁ ପଳାଇଥିଲେ ମଧ୍ୟ ଲୋକ ସମ୍ପର୍କ ଅଧିକାରୀ ଭାବେ ବିଶ୍ୱବିଦ୍ୟାଳୟ ଦାୟିତ୍ୱ ତୁଲାଉଥିବା ୱେବସାଇଟରେ ଲେଖା ହୋଇଛି । ଏହାକୁ ଦେଖିଲେ ଲାଗୁଛି ଦୁଇବର୍ଷ ହେଲା ବିଶ୍ୱବିଦ୍ୟାଳୟ ୱେବସାଇଟ୍‌ ଅପଡେଟ୍‌ ହେଉନି । କେବଳ ପରୀକ୍ଷା ଓ ନାମଲେଖା ବାବଦରେ ତଥ୍ୟ ଅପଲୋଡ୍‌ କରି ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ନିଜ ଦାୟିତ୍ୱ ଶେଷ କରୁଛନ୍ତି ।

   ସମ୍ବନ୍ଧିତ ଖବର


ରାଜ୍ୟରେ କରୋନା ନେଲା ଆଉ ୧୨ ମୁଣ୍ଡ: ମୃତକଙ୍କ ସଂଖ୍ୟା ୧୭୩୦କୁ ବୃଦ୍ଧି

୨୪ଘଣ୍ଟା ଆଉ ୫୫୦ ନୂଆ କରୋନା ପଜିଟିଭ ଚିହ୍ନଟ୍, ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୧୭ହଜାର ୭୮୯କୁ ବୃଦ୍ଧି

ଡିସେମ୍ବର ପହିଲାରୁ ଖୋଲିବ ରାଜ୍ୟର ସମସ୍ତ ମେଡିକାଲ କଲେଜ

ରାଜ୍ୟରେ ବାକି ପଡ଼ିଛି ୩୯୩୬ କୋଟିର ଜଳ କର

ବଦଳିଲା ୨ ସ୍ୱତନ୍ତ୍ର ଟ୍ରେନ୍‌ର ଚଳାଚଳ ସମୟ: ଡିସେମ୍ବର ୧ରୁ ହାଓଡା-ସିକନ୍ଦରାବାଦ, ବିଶାଖାପାଟଣା-ବିଜୟୱାଡା ଚାଲିବ

ଟ୍ୱିନ୍‌ ସିଟି ଏନ୍‌ଏଚ୍‌ରେ ଲେନ୍‌ ଡ୍ରାଇଭିଂ: ନିୟମ ଭାଙ୍ଗିଲେ ଧରିବ ସିସିଟିଭି ଓ ଇଣ୍ଟରସେପ୍ଟର, ଘରରକୁ ପଠାଯିବ ଇ-ଚାଲାଣ