‘ରାମାୟଣ’ର ସୁଟିଂ ୫୫୦ ଦିନ ଚାଲିଥିଲା, ପ୍ରତି ଏପିସୋଡରେ ଜାଣନ୍ତୁ କେତେ ହେଉଥିଲା ଖର୍ଚ୍ଚ

ମୁମ୍ବାଇ,୮।୪: କରୋନା ଲକଡାଉନ୍ କାରଣରୁ ୩୩ ବର୍ଷ ପରେ ରାମାନନ୍ଦ ସାଗରଙ୍କ ‘ରାମାୟଣ’ ସିରିଏଲ ଏବେ ଫେରିଛି ଦୂରଦର୍ଶନକୁ। ଏଭଳି ଏକ ସମୟ ଥିଲା ଏହି ସିରିୟଲ ଦେଖିବା ସମୟ ଆସିଲେ ରାସ୍ତା ଘାଟ ସବୁ ଶୂନଶାନ୍ ହୋଇଯାଉଥିଲା। ଲାଗୁଥିଲା ସତେଯେପରି କର୍ଫୁ ଲାଗିଛି। ଏଭଳି ଏକ ଅଲୌକିକ ଓ ଚମତ୍କାରୀ ଶୋ’ ତିଆରି କରି ରାମାନନ୍ଦ ସାଗର ସବୁଦିନ ପାଇଁ ଅମର ହୋଇଗଲେ। କିନ୍ତୁ ଜାଣନ୍ତି ଏହି ସିରିୟଲ ସୁଟିଂ ପାଇଁ କେତେ ଦିନ ଲାଗିଥିଲା ଓ କେତେ ଟଙ୍କା ଖର୍ଚ୍ଚ ହୋଇଥିଲା।

ରାମାନନ୍ଦ ସାଗର ୮୦ ଦଶକରେ ରାମାୟଣ ଭଳି ଭବ୍ୟା ଶୋ’ ତିଆରି କରିବା ଏତେ ସହଜ ନଥିଳା। ରାମାନନ୍ଦ ସାଗର ଟିଭରେ ଆସିବା ପୂର୍ବରୁ  ଫିଲ୍ମ ତିଆରି କରୁଥିଲେ। ତେବେ ହଠାତ ସେ ସିରିୟଲ ତିଆରି କରିବା ଆରମ୍ଭ କରିଥିଲେ, ଯାହାକି ଅନ୍ୟମା​‌ନେ ଏତେ ସହଜରେ ଗ୍ରହଣ କରିପାରିନଥିଲେ।ରାମାନନ୍ଦ ସାଗର ରାମାୟଣ ତିଆରି କରିବା କଥା ଭାବିଥିଲେ। କିନ୍ତୁ କେହି ତାଙ୍କର ଏହି ଡ୍ରୀମ ପ୍ରୋଜେକ୍ଟକୁ ସ୍ପୋନ୍ସର କରିବାକୁ ପ୍ରସ୍ତୁତ ନଥିଲେ। ରାମାନନ୍ଦ ସାଗର ଓ ତାଙ୍କ ପୁଅ ପ୍ରେମ ସାଗର ଟଙ୍କା ପାଇଁ ଫଣ୍ଡ ତିଆରି କରିଥିଲେ କିନ୍ତୁ କେହି ସାହାର୍ଯ୍ୟ କରିନଥିଲେ।

ପ୍ରେମ ସାଗରଙ୍କ କହିବା ଅନୁସାରେ, ତାଙ୍କ ବାପା ଏଥିରେ ହାର ମାନିଥିଲେ। ସେ ୩ଟି ପୌରାଣିକ ସିରିୟଲ ରାମାୟଣ, କୃଷ୍ଣା ଓ ଦୁର୍ଗା ତିଆରି କରିବାକୁ ସେ ମନେମନେ ଠିକ୍ କରିନେଇଥିଲେ। ’ରାମାୟଣ’କୁ ସପୋର୍ଟ ନକରିବାର କାରଣଥିଲା ସେତେବେଳେ ଲୋକମାନେ ଭାବୁଥିଲେ ନିଶ, ଦାଢି,ଜଟା ଓ ମୁକୁଟ କନସେପ୍ଟ ଚାଲିବନି। ଏହା ଭିତରେ ରାମାନନ୍ଦ ସାଗର ୧୯୮୬ରେ ଏକ ଶୋ’ ‘ବିକ୍ରମ ବେତାଳ’ ତିଆରି କରିଥିଲେ। ଯାହାକି ଯୋରଦାର ହିଟ୍ ହୋଇଥିଲା।

ବିକ୍ରମ ବେତାଳ ହିଟ୍ ହେବାପରେ ରାମାନନ୍ଦ ସାଗରଙ୍କ ପ୍ରଡକ୍ସନ ହାଉସକୁ ‘ରାମାୟଣ’ ପାଇଁ ସ୍ପୋନ୍ସର ମିଳିଲେ। ବିକ୍ରମ ବେତାଳର ଗୋଟିଏ ଏପିସୋଡ୍ ପାଇଁ ସେତେବେଳେ ୧ ଲକ୍ଷ ଟଙ୍କା ଖର୍ଚ୍ଚ ହେଉଥିଲା। କିନ୍ତୁ ରାମାୟଣର ପ୍ରତି ଏପିସୋଡ୍ ତିଆରି ପାଇଁ ୯ ଲକ୍ଷ ଟଙ୍କା ଆଖପାଖରେ ଲାଗୁଥିଲା। ସେତେବେଳେ ପ୍ରତି ଏପିସୋଡ ପାଇଁ ୯ ଲକ୍ଷ ଟଙ୍କା ଖର୍ଚ୍ଚ ହେବା ବହୁତ ବଡ କଥା ଥିଲା। ‘ରାମାୟଣ’ ସେତେବେଳର ସବୁଠାରୁ ବଡ ଦାମୀ ଶୋ’ ଥିଲା। ଏହାର ସୁଟିଂ ୫୫୦ ଦିନ ପଯ୍ୟନ୍ତ ଚାଲିଥିଳା।

୨୦୦୩ରେ ଲିମକା ବୁକ୍ ଅଫ୍ ରେକର୍ଡସ୍ ଅନୁସାରେ ‘ରାମାୟଣ’ର ପ୍ରଥମ ଟେଲିକାଷ୍ଟକୁ ୪୦ ମିଲିୟନ ଲୋକ ଦେଖିଥିଲେ। ରାମାୟଣକୁ ୫୫ ଦେଶରେ ଟେଲିକାଷ୍ଟ କରାଯାଇଥିଲା। ଏହି ଶୋ’କୁ ବିଶ୍ବର ୬୫୦ ମିଲିୟରୁ ଅଧିକ ଲୋକ ଦେଖିଥିଲେ। ଏହା ସହିତ ‘ରାମାୟଣ’ ବିଶ୍ବର ସବୁଠାରୁ ଅଧିକ ଦେଖାଯାଇଥିବା ସିରିୟଲ ପାଲଟି ଯାଇଥିଲା। ୫୨ ଏପିସୋଡର ସିରିଜ୍ ଥିଲା। କିନ୍ତୁ ପରେ ୩ ଥର ଏକ୍ସଟେଣ୍ଡ କରିବା ଯୋଗୁଁ ୭୮ ଏପିସୋଡ ହୋଇଥିଲା। ସିରିୟଲକୁ ଗୁଜରାଟର ଉମ୍ବରଗାଓଁରେ ସୁଟିଂ କରାଯାଇଥିଲା।

   ସମ୍ବନ୍ଧିତ ଖବର


୧୩ ବର୍ଷୀୟା ଝିଅ ହେଲେ ଜାତିସଂଘର ଆମ୍ୱାସଡର

ପୁଣି ଭାଇରାଲ୍‌ ହେଉଛି ପ୍ରିୟା ପ୍ରକାଶଙ୍କ ନୂଆ ଭିଡିଓ

ଝାଡୁଧରି ସଲମାନ ଓ ବାନ୍ଧବୀ ଲୁଲିଆ ବାନ୍ତୁର ସହ ସଫା କଲେ ରାସ୍ତା- ଦେଖନ୍ତୁ ଫୁଟେଜ୍‌

କ୍ବାରେଣ୍ଟାଇନ୍‌ ସେଣ୍ଟରରେ ରୋଷେୟାଙ୍କ ରିୟଲ ଟ୍ୟାଲେଣ୍ଟ : ଏହି ଡ୍ୟାନ୍ସ ଭିଡ଼ିଓ ଦେଖିଲେ ହସି ହସି ଗଡ଼ିଯିବେ…

ଏବେ ଯାଏ ଏକାଠି ଫିଲ୍ମରେ କାମ କରିନାହାନ୍ତି ବଚ୍ଚନ-ମାଧୁରୀ, କ’ଣ କାରଣ..କିଏ ହୋଇଥିଲେ କି ବାଧକ ?

ବିବାଦରେ ଏକତାଙ୍କ ନୂଆ ୱେବ୍‌ ସିରିଜ୍ ‘XXX-2’, ଅଶ୍ଳିଳ ବିଷୟବସ୍ତୁ ଆଭିଯୋଗରେ ମାମଲା ରୁଜୁ