ରାମାୟଣ’ରେ ହନୁମାନ ଏମିତି ସଞ୍ଜୀବନୀ ବୁଟି ଆଣି ନଥିଲେ, ଏଥିରେ ଲୁଚି ରହିଛି ଅନେକ ଆକର୍ଷଣୀୟ ରହସ୍ୟ …

ନୂଆଦିଲ୍ଲୀ ୧୯/୪ : ଏକଥା ସମସ୍ତେ ଜାଣନ୍ତି ଯେତେବେଳେ ରାମାୟଣରେ ଲକ୍ଷ୍ମଣ ଚେତାଶୂନ୍ୟ ହୋଇଯାଇଥିଲେ, ସେତେବେଳେ ହନୁମାନ ତାଙ୍କ ଜୀବନ ବଞ୍ଚାଇବା ପାଇଁ ସଞ୍ଜୀବନୀ ବୁଟି ଆଣି ଦେଇଥିଲେ। ଆପଣଙ୍କୁ ଆଜି ଏହା ଜଣାଉଛୁ ଯେ ଏହି ସଞ୍ଜୀବନୀ ବୁଟି କ’ଣ ଏବଂ ଏହାର ଗୁରୁତ୍ୱ କ’ଣ ?

ଲକ୍ଷ୍ମଣଙ୍କର ଜୀବନ ରକ୍ଷା କରିବା ପାଇଁ, ହନୁମାନ ଆଣିଥିବା ପର୍ବତ ଶ୍ରୀଲଙ୍କାରେ ଅଛି । ଏହି ପର୍ବତ ରୁମାସାଲା ନାମରେ ଜଣାଶୁଣା । ବିଶ୍ୱାସ କରାଯାଏ ଯେ ଆଜି ବି ଏହି ପର୍ବତରେ ସଞ୍ଜୀବନୀ ଔଷଧ ମିଳେ।

ବାସ୍ତବରେ ଏହି ସଞ୍ଜୀବନୀ ବୁଟି କଣ ?
ହିନ୍ଦୁ ଧର୍ମର ମାନ୍ୟତା ଅନୁଯାୟୀ , ସଞ୍ଜୀବନୀ ହେଉଛି ଏକ ଔଷଧ ଯାହାର ଯେକୌଣସି ସମସ୍ୟାର ସମାଧାନ କରିବାର ଶକ୍ତି ରହିଛି। ଏହି ଔଷଧ ଜଣେ ମୃତ ବ୍ୟକ୍ତିଙ୍କୁ ମଧ୍ୟ ଜୀବିତ କରିପାରେ ।

ପ୍ରାଚୀନ ଗ୍ରନ୍ଥ ଅନୁଯାୟୀ, ସଞ୍ଜୀବନୀ ଏମିତି ଏକ ଔଷଧ ଯାହାକି ଅନ୍ଧକାରରେ ବି ଝଲସି ଉଠେ । ବୈଜ୍ଞାନିକ ଭାଷାରେ ଏହାକୁ ସେଲାଜିନେଲା ବ୍ରାୟୋପ୍ଟେରିସ୍ ଭାବରେ ଉଲ୍ଲେଖ କରାଯାଇଛି । ବାଲ୍ମୀକି ରାମାୟଣରେ ଚାରି ପ୍ରକାରର ସଞ୍ଜୀବନୀ ବୁଟି ଥିବାର ଉଲ୍ଲେଖ କରାଯାଇଛି।

୧ – ମୃତ ସଞ୍ଜୀବନୀ
୨- ବିଶଲ୍ୟକରଣୀ
୩- ସୁବର୍ଣ୍ଣକର୍ଣ୍ଣି
୪- ସଂଧାନୀ

ଯେତେବେଳେ ହନୁମାନ , ଲକ୍ଷ୍ମଣଙ୍କ ପାଇଁ ଏହି ପର୍ବତକୁ ଉଠାଇ ନେଉଥିଲେ, ସେତେବେଳେ ଏହି ପର୍ବତର ଏକ ଅଂଶ ରିତିଗାଲାରେ ପଡିଥିଲା । ଏହା ସହିତ, ପାର୍ବତ୍ୟର ଆଉ ଏକ ଭାଗ ଶ୍ରୀଲଙ୍କାର ହାକାଗାଲା ବଗିଚାରେ ପଡିଥିଲା।

   ସମ୍ବନ୍ଧିତ ଖବର


ବିରାଟଙ୍କୁ ଆଉ ଏକ ସଫଳତା, ୫ମ ଖେଳାଳି ଭାବେ କଲେ ଏହି ରେକର୍ଡ

ଆପ୍‌ ମାଧ୍ୟମରେ ସ୍ତ୍ରୀଙ୍କ ସହ କରୁଥିଲେ ଲାଇଭ୍‌ ସେକ୍ସ –କମାଉଥିଲେ ଲକ୍ଷ ଲକ୍ଷ ଟଙ୍କା

ପ୍ରଧାନମନ୍ତ୍ରୀ ପାକିସ୍ତାନ ଓ ଚୀନ୍‌ ସହ ଯୁଦ୍ଧ ତାରିଖ ସ୍ଥିର କରି ସାରିଛନ୍ତି – ୟୁପି ବିଜେପି ଅଧ୍ୟକ୍ଷଙ୍କ ବିବାଦିତ ବୟାନ

କରୋନା – ମାସ୍କ ନପିନ୍ଧିବାକୁ ନେଇ ଯୁବକଙ୍କ ଅଜବ ତର୍କ , ଭିଡ଼ିଓ ଭାଇରାଲ

ପରମ୍ପରା ଅନେକ ପୂଜା ଏକ

ମା’ ଦୁର୍ଗାଙ୍କ ପ୍ରିୟ ଫୁଲ – ଏହି ଫୁଲ ପ୍ରଦାନ କଲେ ହୋଇଥାଏ ମନୋସ୍କାମନା ପୂରଣ