ସରକାରଙ୍କ ଉପରେ ଅସନ୍ତୁଷ୍ଟ ଅଛନ୍ତି ‘ରାମାୟଣ’ର ରାମ, କହିଲେ-ମୋତେ କେହି ସମ୍ମାନ ଦେଇ ନାହାନ୍ତି

ମୁମ୍ବାଇ,୨୫।୪:କରୋନା ପାଇଁ ଲକଡାଉନ୍ ଚାଲିଥିବା ବେଳେ ଦୂରଦର୍ଶନରେ ‘ରାମାୟଣ’ ସିରିୟଲର ସବୁ ଷ୍ଟାରକାଷ୍ଟ ଏବେ ପୁଣିଥରେ ଚର୍ଚ୍ଚାକୁ ଆସିଛନ୍ତି। ସିରିୟଲରେ ରାମଙ୍କ ଭୂମିକାରେ ଅଭିନୟ କରିଥିବା ଅରୁଣ ଗୋଭିଲଙ୍କ ଚର୍ଚ୍ଚା ସବୁଠାରୁ ଅଧିକ ରହିଛି। କିନ୍ତୁ ଆପଣ କ’ଣ ଜାଣନ୍ତି କି ଏତେ ଲୋକପ୍ରିୟ ଭୂମିକା ପାଇବା ପରେ ତାଙ୍କୁ ଆଜି ପର୍ଯ୍ୟନ୍ତ କୌଣସି ସରକାର ସମ୍ମାନିତ କରିନାହାନ୍ତି। ଏ ବିଷୟରେ ନିଜେ ଅରୁଣ ଗୋଭିଲ ନିଜେ ଟ୍ବିଟ୍ ଜରିଆରେ ସୂଚନା ଦେଇଛନ୍ତି।

ଟ୍ବିଟରରେ ଏକ ପୋର୍ଟାଲର ପ୍ରଶ୍ନ ଉତ୍ତର ଦେବାକୁ ଯାଇ ଅରୁଣ ଏ ବିଷୟରେ ଖୁଲାସା କରିଥିଲେ। ପୋର୍ଟାଲ ପକ୍ଷରୁ ଯେତେବେଳେ ଅରୁଣଙ୍କୁ ପ୍ରଶ୍ନ ପଚରାଯାଇଥିଲା, ଅଭିନୟ ବିଶେଷ କରି ‘ରାମାୟଣ’ରେ ଅଭିନୟ କରିବା ପରେ ତାଙ୍କୁ କୌଣସି ପୁରସ୍କାରରେ ସମ୍ମାନିତ କରାଯାଇନାହିଁ। ଏହା ଉତ୍ତରରେ ଅରୁଣ କହିଥିଲେ- କୌଣସି ରାଜ୍ୟ ସରକାର କିମ୍ବା କେନ୍ଦ୍ର ସରକାର ମୋତେ ଆଜି ପର୍ଯ୍ୟନ୍ତ କୌଣସି ସମ୍ମାନ ଦେଇ ନାହାନ୍ତି। ମୁଁ ଉତ୍ତର ପ୍ରଦେଶର, କିନ୍ତୁ ସେଠାର ସରକାର ମୋତେ ଆଜି ପର୍ଯ୍ୟନ୍ତ କୌଣସି ସମ୍ମାନ ଦେଇନାହାନ୍ତି। ଏପରିକି ୫୦ ବର୍ଷ ମୁମ୍ବାଇରେ ରହିବା ପରେ ବି ମହାରାଷ୍ଟ୍ର ସରକାର ମଧ୍ୟ କୌଣସି ସମ୍ମାନ ଦେଇ ନାହାନ୍ତି।

‘ରାମାୟଣ’ ପାଇଁ ଦେଶ-ବିଦେଶରେ ଚର୍ଚ୍ଚାର ପରିସରକୁ ଆସିଥିବା ଅରୁଣଙ୍କୁ କିନ୍ତୁ ତାଙ୍କୁ ଆଜି ପଯ୍ୟନ୍ତ ସମ୍ମାନ ମିଳିନାହିଁ। ତାଙ୍କ କଥାରୁ ଜଣାପଡୁଛି ଏହାକୁ ନେଇ ତାଙ୍କ ମନ ଭିତରେ ଦୁଃଖ ରହିଛି। ଅରୁଣ ‘ରାମାୟଣ’ରେ ରାମ ଭୂମିକାରେ ଅଭିନୟ କରିବା ପରେ ବହୁ ଫିଲ୍ମ ଓ ସିରିୟଲରେ କାମ କରିଥିଲେ। କିନ୍ତୁ ରାମାୟଣ ଭଳି ପରିଚୟ କେଉଁଠି କରିପାରିନଥିଲେ। ତାଙ୍କର ଅନ୍ୟ ଭୂମିକା ରାମଙ୍କ ଆଗରେ ଫିକା ପଡିଯାଇଥିଲା୍ର

ଏକଥା ନିଜେ ମଧ୍ୟ ଅରୁଣ ମାନିଛନ୍ତି ଯେ, ତାଙ୍କୁ ରାମାୟଣ ପୂର୍ବରୁ ଫିଲ୍ମରେ କାମ ମିଳୁଥିଲା କିନ୍ତୁ ଏହାପରେ ବନ୍ଦ ହୋଇଯାଇଥିଲା। କାରଣ ରାମ ଭୂମିକାରେ ତାଙ୍କର ପରିଚୟ ଏକ ଅଲଗା ପ୍ରକାର ହୋଇଯାଇଥିଲା। ରାମାୟଣ ସିରିୟଲ ପରେ ଏକ ପ୍ରକାର ତାଙ୍କ କ୍ୟାରିୟଣ ଶେଷ ହୋଇଯାଇଥିଲା ବୋଲି କହିଛନ୍ତି ଅରୁଣ। ଉଲ୍ଲେଖନୀୟ ଯେ, ରାମାୟଣ ପୁଣିଥରେ ପ୍ରସାରଣ ହେବାପରେ ଲକ୍ଷ୍ମଣ ଭୂମିକାରେ ଅଭିନୟ କରିଥିବା ସୁନିଲ ଲାହରୀ ଓ ସୀତା ଭୂମିକାରେ ଅଭିନୟ କରିଥିବା ଦୀପିକା ଖୁବ୍ ଚର୍ଚ୍ଚାରେ ରହିଛନ୍ତି।

   ସମ୍ବନ୍ଧିତ ଖବର


ଅନନ୍ୟ ଆରମ୍ଭ, ଆଗ୍ରହୀ ପ୍ରତିଭାକୁ ସୁଯୋଗ ଦେବ ନ୍ୟୁଜ 7: ଆସନ୍ତା ୩୦ ତାରିଖରୁ ଆରମ୍ଭ ହେଉଛି ନ୍ୟୁଜ୍ 7 କ୍ଷୁଦ୍ର ଚଳଚ୍ଚିତ୍ର ୨୦୨୦ ମହୋତ୍ସବ

Inoxର ଦମଦାର୍ ଅଫର: ୨୯୯୯ ଟଙ୍କାରେ ବୁକ୍ କରନ୍ତୁ ଥିଏଟର, ପରିବାର କିମ୍ବା ସାଙ୍ଗମାନଙ୍କ ସହ ଦେଖନ୍ତୁ ନିଜ ପସନ୍ଦର ଫିଲ୍ମ

ବର୍ଷା ଅନୁଭବ ବିବାହ ବିଚ୍ଛେଦ ମାମଲା-ନଭେମ୍ବର ୧୫ରୁ ୩୦ ମଧ୍ୟରେ ମଧ୍ୟସ୍ଥତା କରିବେ ସୁପ୍ରିମକୋର୍ଟର ମଧ୍ୟସ୍ଥତା କମିଟି

ସ୍ବାମୀକୁ ହତ୍ୟା ପରେ ବି ଫେସବୁକରେ ପୋଷ୍ଟ କରୁଥିଲେ ପତ୍ନୀ, ଜାଣନ୍ତୁ ବରେଲିର ଅଧ୍ୟାପକଙ୍କ ହତ୍ୟା ପଛର କାରଣ

ଭାରତରେ ନିଲାମ ହେଲା ସବୁଠାରୁ ଦାମୀ ଚା’, କେଜିକୁ ରହିଛି ଏତେ ଟଙ୍କା

ଭୂତ ସହିତ ଲିଭ୍ ଇନ୍ ରିଲେସନସିପରେ ଥିଲେ ଏହି ମହିଳା, ଦେଖନ୍ତୁ ଭିଡିଓ