ଟିଆରପି ମାମଲାରେ ସବୁ ରେକର୍ଡ ଭାଙ୍ଗିଦେଲା ‘ରାମାୟଣ’, ପ୍ରସାର ଭାରତୀ ସିଇଓଙ୍କ ସୂଚନା

ନୂଆଦିଲ୍ଲୀ,୩।୪: ଦେଶରେ କରୋନା ଭାଇରସକୁ ନେଇ ନିକଟରେ ୨୧ ଦିନ ପାଇଁ ଲକଡାଉନ୍ ଘୋଷଣା କରାଯାଇଛି। ଏଭଳି ସ୍ଥିତିରେ ଲୋକମାନେ ଘରୁ ନବାହାରିବା ପାଇଁ ମନା କରିଦେଇଥିଲେ। ଏହା ଭିତରେ ସରକାର ଦୂରଦର୍ଶନରେ ପ୍ରଚଳିତ ସିରିୟଲ ରାମାୟଣକୁ ଦ୍ବିତୀୟ ଥର ପ୍ରସାରଣ କରିବାକୁ ଗୋଷଣା କରିଥିଲେ। ଯାହାଫଳରେ ଲୋକମାନେ ଘର ଭିତରେ ବସି ବୋର୍ ନହୁଅନ୍ତୁ। ଏବେ ରାମାୟଣ ଟିଆରପି ମାମଲାରେ ସବୁ ରେକର୍ଡ ଭାଙ୍ଗି ଦେଇଛି।

ରାମାୟଣ ଟିଆରପିକୁ ଟକ୍କର ଦେବାରେ ଏବେ କୌଣସି ସିରିୟଲ ନାହିଁ। ଏପରିକି ୨୦୧୫ରୁ ନେଇ ଏପର୍ଯ୍ୟନ୍ତ ଜେନେରାଲ ଏଣ୍ଟରଟେନମେଣ୍ଟ କାଟାଗୋରୀ ମାମଲାରେ ଏହା ବେଷ୍ଟ ସିରିୟଲ ହୋଇଯାଇଛି। ଏବିଷୟରେ ପ୍ରସାର ଭାରତୀର ସିଇଓ ଶଶି ଶେଖର ଟ୍ବିଟର ମାଧ୍ୟମରେ ସୂଚନା ଦେଇଛନ୍ତି। ସେ କହିଛନ୍ତି, ମୋତେ ଏହା କହିବାକୁ ଖୁବ୍ ମଜା ଲାଗୁଛି ଦୂରଦର୍ଶନରେ ପ୍ରସାରିତ ହେଉଥିବା ଶୋ’ ‘ରାମାୟଣ’ ୨୦୧୫ରୁ ଏପର୍ଯ୍ୟନ୍ତର ସବୁଠାରୁ ଅଧିକ ଟିଆରପି ଜେନେରେଟ୍ କରିବାକୁ ଥିବା ହିନ୍ଦୀ ଜେନେରାଲ ଏଣ୍ଟରଟେନମେଣ୍ଟ ସୋ’ ହୋଇଯାଇଛି।’ ସେ ଏ ବିଷୟରେ ଟ୍ବିଟ୍ କରି ସୂଚନା ଦେଇଛନ୍ତି।

   ସମ୍ବନ୍ଧିତ ଖବର


କ୍ବାରେଣ୍ଟାଇନ୍‌ ସେଣ୍ଟରରେ ରୋଷେୟାଙ୍କ ରିୟଲ ଟ୍ୟାଲେଣ୍ଟ : ଏହି ଡ୍ୟାନ୍ସ ଭିଡ଼ିଓ ଦେଖିଲେ ହସି ହସି ଗଡ଼ିଯିବେ…

ଆସନ୍ତା ୮ ତାରିଖରେ ଓଡ଼ିଶାର ଜନସାଧାରଣଙ୍କୁ ସମ୍ବୋଧିତ କରିବେ ଅମିତ ଶାହ

ଏବେ ଯାଏ ଏକାଠି ଫିଲ୍ମରେ କାମ କରିନାହାନ୍ତି ବଚ୍ଚନ-ମାଧୁରୀ, କ’ଣ କାରଣ..କିଏ ହୋଇଥିଲେ କି ବାଧକ ?

ବିବାଦରେ ଏକତାଙ୍କ ନୂଆ ୱେବ୍‌ ସିରିଜ୍ ‘XXX-2’, ଅଶ୍ଳିଳ ବିଷୟବସ୍ତୁ ଆଭିଯୋଗରେ ମାମଲା ରୁଜୁ

ଫୋର୍ବସ ତାଲିକାରେ ବଲିଉଡ୍‌ର ଖିଲାଡିଷ୍ଟାର ଅକ୍ଷୟ କୁମାର

ଭାରତ ସୀମା ପାଇଁ ଚୀନ୍‌ର ନୂଆ କମାଣ୍ଡର