ଅଯୋଧ୍ଯାରୁ ଶ୍ରୀଲଙ୍କା ପର୍ଯ୍ଯନ୍ତ ଦର୍ଶନ କରାଇବ ରାମାୟଣ ଏକ୍ସପ୍ରେସ୍

ନୁଆଦିଲ୍ଲୀ ୨୦/୮: ଭାରତୀୟ ରେଲୱେ ପୁଣି ଥରେ ରାମାୟଣ ଏକ୍ସପ୍ରେସ୍ ଚଲାଇବାକୁ ଯାଉଛି । ଏହି ଟ୍ରେନ୍ ୩ ନଭେମ୍ବରରେ ଦିଲ୍ଲୀର ସଫଦରଜଙ୍ଗ ଷ୍ଟେସନ୍ରୁ ବାହାରି ୧୬ ଦିନରେ ଭାରତ ଓ ଶ୍ରୀଲଙ୍କାର ଯାତ୍ରା ପୁରା କରିବ ଏବଂ ଭଗବାନ ରାମଙ୍କ ସହିତ ଜଡିତ ସ୍ଥାନଗୁଡିକରେ ଶ୍ରଦ୍ଧାଳୁଙ୍କୁ ନେଇ ବୁଲାଇବ । ପର୍ଯ୍ଯାପ୍ତ ସୁରକ୍ଷା ବ୍ଯବସ୍ଥା ସହିତ ଟ୍ରେନରେ ଏକ ଟୁର୍ ମ୍ୟାନେଜର ମଧ୍ଯ ରହିବେ ଯିଏକି ଗାଇଡର ଭୂମିକାରେ ରହିବେ ଏବଂ ଯାତ୍ରୀଙ୍କୁ ସମସ୍ତ ସୂଚନା ଉପଲବ୍ଧ କରାଇବେ । ଟ୍ରେନର ୮୦୦ ଯାତ୍ରୀଙ୍କ ମଧ୍ଯରୁ ୪୦ ଯାତ୍ରୀ ଶ୍ରୀଲଙ୍କା ମଧ୍ଯ ଯିବେ । ଏହି ଟ୍ରେନ୍ ରେଲୱେର କମ୍ପାନୀ ଆଇଆରସିଟିସିର ସଞ୍ଚାଳନରେ ଚଲାଯିବ ।

ଏମିତି ହେବ ଶ୍ରୀରାମାୟଣ ଏକ୍ସପ୍ରେସର ଯାତ୍ରା
ଶ୍ରୀ ରାମାୟଣ ଏକ୍ସପ୍ରେସ ଯାତ୍ରାକୁ ୨ ଭାଗରେ ବିଭକ୍ତ କରାଯାଇଛି । ଗୋଟିଏ ଭାରତରେ ଏବଂ ଅନ୍ଯଟି ଶ୍ରୀଲଙ୍କାରେ । ଏହି ଟୁରରେ ଶ୍ରୀଲଙ୍କା ପାଇଁ ଯାତ୍ରାର ଶୁଳ୍କ ଅଲଗା ରହିବ । ଏହି ଯାତ୍ରାରେ ଭାରତରୁ ଶ୍ରୀଲଙ୍କା ପାଇଁ ବିମାନର ବ୍ୟବସ୍ଥା ମଧ୍ଯ ରହିଛି । ରାମାୟଣ ଏକ୍ସପ୍ରେସର ଯାତ୍ରା ସମୁଦାୟ ୧୬ ଦିନର ରହିବ । ଏହି ଟ୍ରେନରେ ୮୦୦ ଯାତ୍ରୀ ଯାତ୍ରା କରିପାରିବେ ଏବଂ ୪୦ ଶ୍ରଦ୍ଧାଳୁ ଶ୍ରୀଲଙ୍କା ପର୍ଯ୍ଯନ୍ତ ମଧ୍ଯ ଯାତ୍ରା କରିବେ ।

ଭାରତରେ ଏହି ଟ୍ରେନ୍ ଅଯୋଧ୍ଯା, ନନ୍ଦୀଗ୍ରାମ, ଜନକପୁର, ବାରାଣସୀ, ପ୍ରୟାଗ, ଶୃଙ୍ଗୱେରପୁର, ଚିତ୍ରକୁଟ, ହମ୍ପି ଓ ରାମେଶ୍ୱରମର ଦର୍ଶନ କରାଇବ । ଶ୍ରୀଲଙ୍କା ପର୍ଯ୍ଯନ୍ତ ଯାଉଥିବା ଶ୍ରଦ୍ଧାଳୁ କଲମ୍ବୋ, କେଣ୍ଡି, ନୁୱାରା ଏଲିଆର ଦର୍ଶନ ମଧ୍ଯ କରିପାରିବେ ।

ଗତ ବର୍ଷ ମଧ୍ଯ ଚାଲିଥିଲା ଟ୍ରେନ୍
ଗତ ବର୍ଷ ମଧ୍ଯ ୧୪ ନଭେମ୍ବରରେ ଦିଲ୍ଲୀରୁ ଏବଂ ୨୨ ନଭେମ୍‌ବରରେ ଜୟପୁରରୁ ଏହି ଟ୍ରେନ୍ ଚାଲିଥିଲା । ଦିଲ୍ଲୀରୁ ଚାଲିଥିବା ଟ୍ରେନର ସମସ୍ତ  ୮୦୦ ସିଟ୍ ବୁକ୍ ହୋଇଯାଇଥିଲା । ଗତବର୍ଷ ଭାରତରେ ଦର୍ଶନ କରିଥିବା ଶ୍ରଦ୍ଧାଳୁଙ୍କ ପାଇଁ ଟ୍ରେନ ଭଡା ୧୫୧୨୦ ରଖାଯାଇଥିଲା । ସେହିଭଳି ଶ୍ରୀଲଙ୍କା ପର୍ଯ୍ୟନ୍ତ ଯାଇଥିବା ଶ୍ରଦ୍ଧାଳୁଙ୍କ ପାଇଁ ଟିକେଟ୍ ମୂଲ୍ଯ ୩୬୯୭୦ ଟଙ୍କା ରଖାଯାଇଥିଲା । ଏଥରକ ମଧ୍ଯ ପ୍ରାୟ ସେତିକି ଖର୍ଚ୍ଚ ହେବାର ଆକଳନ କରାଯାଇଛି ।

   ସମ୍ବନ୍ଧିତ ଖବର


ସାବଧାନ ! ଚୀନ୍‌କୁ ଚେତାବନୀ ଦେଲା ଭାରତ – ନିଜର ଆତ୍ମରକ୍ଷା କରିବାକୁ ପଛଘୁଞ୍ଚା ଦେବନି ଭାରତୀୟ ସୈନିକ

ବାଲକୋନୀର ପ୍ରେମରୁ ସାତ ଜନମର ସାଥୀ ….ଚର୍ଚ୍ଚାରେ ଏହି ରୋମିଓ-ଜୁଲିଏଟ୍

ଗଙ୍ଗା ନଦୀରୁ ମିଳିଲା ଦକ୍ଷିଣ ଆମେରିକାର ମାଛ, ବୈଜ୍ଞାନିକଙ୍କୁ ଘାରିଲା ଏହି ଭୟ

ରିୟାଙ୍କ ଉପରେ ସବୁ ଦୋଷ ଲଦିଲେ ରକୁଲ: କହିଲେ-ମୁଁ କେବେ ଡ୍ରଗ୍ସ ନେଇନି…

ବିହାର ନିର୍ବାଚନ : କରୋନା ସାଥିରେ ଚାଲିବ ମତଦାନ , ନିର୍ବାଚନ ଆୟୋଗ କରିବେ ସ୍ୱତନ୍ତ୍ର ବ୍ୟବସ୍ଥା

ପରଲୋକରେ ପ୍ରଖ୍ୟାତ କଣ୍ଠଶିଳ୍ପୀ ଏସପି ବାଲାସୁବ୍ରମଣ୍ୟମ, ଶୋକରେ ବୁଡିଲା ସାରା ଦେଶ