ଆଲିଆଙ୍କୁ ରଣବୀରଙ୍କ ରୋମାଣ୍ଟିକ ବାର୍ଥଡେ ଗିଫ୍ଟ, ଜାଣନ୍ତୁ କ’ଣ ଦେଲେ?

ବଲିଉଡ ଅଭିନେତ୍ରୀ ଆଲିଆ ଭଟ୍ଟଙ୍କର ଗତ କାଲି ଅର୍ଥାତ ୧୫ ମାର୍ଚ୍ଚରେ ଜନ୍ମଦିନ ଥିଲା। ଆଲିଆଙ୍କୁ ଏବେ ୨୬ ବର୍ଷ ହେଲା। ଜନ୍ମଦିନର ଶୁଭେଚ୍ଛା ଦେବା ପାଇଁ ବଲିଉଡ ଆକ୍ଟର ତଥା ତାଙ୍କ ବୟଫ୍ରେଣ୍ଡ ରଣବୀର କପୁର ଅଧା ରାତିରେ ତାଙ୍କ ଘରେ ପହଁଞ୍ଚି ଯାଇଥିଲେ। ଏହାପରେ ଯାଇ ଆଲିଆ ବାର୍ଥଡେ କେକ୍ କାଟିଥିଲେ। ଏହି ଦିନକୁ ଖାସ୍ କରିବା ପାଇଁ ନିଜର ବନ୍ଧୁଙ୍କ ପରିବାର ଲୋକଙ୍କ ସହ ପାର୍ଟିର ଆୟୋଜନ ହୋଇଥିଲା। ତେବେ ରଣବୀର ନିଜର ଲେଡି ଲଭ ଆଲିଆଙ୍କୁ ଜନ୍ମଦିନ ଉପହାରରେ କ’ଣ ଦେଇଛନ୍ତି ତାକୁ ନେଇ ସମସ୍ତଙ୍କ ମନରେ ଖୁବ୍ ପ୍ରଶ୍ନ।

କିନ୍ତୁ ଏବେ ସେହି ପ୍ରଶ୍ନ ଉପରେ ବିରାମ ଲାଗିଛି। କାରଣ ଶୁଣିବାକୁ ମିଳୁଛି ଯେ, ରଣବୀର ତାଙ୍କ ଗର୍ଲଫ୍ରେଣ୍ଡ ଆଲିଆଙ୍କୁ ଯେଉଁ ଉପହାର ଦେବାର ପ୍ଳାନିଂ କରୁଛନ୍ତି ତାହା ମଧ୍ୟ ସୁପର ରୋମାଣ୍ଟିକ। ରଣବୀର ଆମେରିକାର କୋଲୋରାଡୋରେ ଏସପେନ୍ ମାଉଣ୍ଟେନ ସ୍କି ରିଜର୍ଟ ପାଇଁ ଆଲିଆଙ୍କ ସହିତ ଟ୍ରିପ୍ ପ୍ଳାନ କରୁଛନ୍ତି। ସେଠାରେ ଏହି ଲଭବାର୍ଡ କ୍ବାଲିଟି ଟାଇମ୍ ବିତାଇବେ। କୁହାଯାଉଛି ଯେ ‘କଳଙ୍କ’ ଫିଲ୍ମର ପ୍ରମୋଶନରୁ ଫ୍ରି ହେବା ପରେ ଦୁହେଁ ଏହି ଟ୍ରିପରେ ଯିବେ।

https://www.filmfare.com
ଯଦି ଏକଥା ସତ ତେବେ ଏହା ଆଲିଆଙ୍କ ପାଇଁ ହେବ ପରଫେକ୍ଟ ଗିଫ୍ଟ। କାରଣ ଏହି ଦୁଇ ଷ୍ଟାର ଗତ କିଛି ଦିନ ହେବ ନିଜ ଫିଲ୍ମରେ କାମକୁ ନେଇ ଖୁବ୍ ବ୍ୟସ୍ତ ଥିଲେ। ଜଣେ ଅନ୍ୟ ଜଣଙ୍କ ସହ ନିରୋଳାରେ ସମୟ ବିତାଇବାରର ଏହାଠାରୁ ଆଉ ଭଲ ସ୍ଥାନ କ’ଣ ବା ହୋଇପାରେ? ଉଲ୍ଳେଖନୀୟ ଯେ ’କଳଙ୍କ’ ପରେ ରଣବୀର ଓ ଆଲିଆ ‘ବ୍ରହ୍ମାସ୍ତ୍ର’ରେ ଏକାଠି ଆସୁଛନ୍ତି। ଫିଲ୍ମଟିକୁ ନିର୍ଦେଶନା ଦେଇଛନ୍ତି ଆୟନ ମୁଖାର୍ଜୀ। ଆସନ୍ତା ଡିସେମ୍ବରରେ କ୍ରିସମସ୍ ଅବସରରେ ଏହା ରିଲିଜ୍ ହେବାକୁ ଯାଉଛି।