PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭଦ୍ରକ : ବିଶିଷ୍ଟ ଗାନ୍ଧିବାଦୀ ଭଦ୍ରକ ମହାବିଦ୍ୟାଳୟର ପ୍ରାକ୍ତନ ଅଧକ୍ଷ ପ୍ରଫେସର ସନାତନ ମହାନ୍ତିଙ୍କ ପରଲୋକ
  • ||
  • ମାଲକାନଗିରି : ମାଲକାନଗିରି ମୋଟୁ ସୀମାନ୍ତ ୪ ରାଜ୍ୟ ପ୍ରବେଶ ଦ୍ୱାର ଚେକପୋଷ୍ଟ ପରିଦର୍ଶନ କଲେ ପୁଲିସ ମହାନିର୍ଦ୍ଦେଶକ ଅଭୟ, କୋଭିଡ ସ୍ଥିତି ଓ ମାଓ ସମୀକ୍ଷା କଲେ ପୁଲିସ ଡିଜି
  • ||
  • କପିଲାଭଟା : ପାରିବାରିକ କଳହରୁ ସ୍ତ୍ରୀର ତଣ୍ଟି ଚିପି ହତ୍ୟା କଲା ସ୍ୱାମୀ
  • ||
  • ଓଡ଼ିଶା: ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୧ ହଜାର ୮୦୫ ଜଣ କରୋନା ପଜିଟିଭ, ୨୧ ଜଣଙ୍କ ଜୀବନ ନେଲା ମହାମାରୀ
  • ||
  • ବାଲେଶ୍ଵର : ଭାରସାମ୍ୟ ହରାଇ ପୋଲ ତଳକୁ ଖସିଲା କାର୍, ୩ ମୃତ ୨ ଗୁରୁତର
  • ||
  • OJEE: ଜୁନ୍‌ ୧୫ ଯାଏ ଛାତ୍ରଛାତ୍ରୀମାନେ ଅନ୍‌ଲାଇନ୍‌ରେ ଆବେଦନ କରିପାରିବେ, ଜୁନ୍‌ ୧୭ତାରିଖ ସୁଦ୍ଧା ଅନ୍‌ଲାଇନ୍‌ରେ ଫି’ଦାଖଲ କରିପାରିବେ
  • ||
  • ପୁରୀ:ଏ ବର୍ଷ ବି ବିନା ଭକ୍ତରେ ହେବ ବିଶ୍ଵ ପ୍ରସିଦ୍ଧ ରଥଯାତ୍ରା, କେବଳ ସେବାୟତ ଟାଣିବେ ରଥ
  • ||
  • ପୁରୀ: ଆଜି ମହାପ୍ରଭୁଙ୍କ ବାହାର ଚନ୍ଦନ ଯାତ୍ରା, ମେ ୧୫ରୁ ଜୁନ୍‌ ୬ ଯାଏଁ ୧୪୪ ଧାରା ଜାରି
  • ||
  • ଚାଷୀ କୂଳ ପାଇଁ ଖୁସି ଖବର: ମେ’ ୩୧ରେ କେରଳ ଛୁଇଁବ ମୌସୁମୀ,ଜୁନ୍ ୧୦ରୁ ୧୨ ସୁଦ୍ଧା ଓଡ଼ିଶା
  • ||
  • ଆଜି ପବିତ୍ର ଅକ୍ଷୟ ତୃତୀୟା, ମାଟି ମା’କୁ ପୂଜା କରି ଚାଷ କାମ ଅନୁୁକୂଳ କରିବେ ଚଷା ପୁଅ
  • ||

କ୍ରିସମାସରେ ଆଲିଆଙ୍କୁ ନିଜ ଫ୍ୟାମିଲି ସହିତ ଦେଖା କରାଇବା ପାଇଁ ନେଲେ ରଣବୀର

ମୁମ୍ବାଇ ୨୬/୧୨: କପୁର ପରିବାରର ସମସ୍ତେ କ୍ରିସମାସ୍ ଅବସରରେ ଲଞ୍ଚ ପାଇଁ ଏକାଠି ହୋଇଥିଲେ । କରୀନା କପୁର ନିଜ ପତି ସୈଫ୍ ଅଲ୍ଲୀ ଖାନଙ୍କ ଓ ପୁଅ ତୌମୁର ସହ ପହଞ୍ଚିଥିଲେ । ରଣବୀର କପୁର ମଧ୍ୟ ଏକା ନଥିଲେ । ସେ ଆଲିଆ ଭଟ୍ଟଙ୍କ  ସହିତ ନିଜ ଫ୍ୟାମିଲିରେ ପହଞ୍ଚିଥିଲେ । ଏହି ଅବସରରେ ଋଷି କପୁର, ରାଜୀବ କପୁର, ରଣଧୀର କପୁର, ବବିତା ଓ ନିତୁ କପୁର ସମେତ ପରିବାରର ସବୁ ସଦସ୍ୟ ଉପସ୍ଥିତ ଥିଲେ । ଏହି ଫଟୋ ଏବେ ଭାଇରାଲ ହେବାରେ ଲାଗିଛି ।

ତେବେ ଆଲିଆ ଭଟଙ୍କୁ ପୂର୍ବରୁ ମଧ୍ୟ ନିତୁ ଓ ଋଷିଙ୍କ ସହ ଫଟୋରେ ଦେଖିବାକୁ ମିଳିଛି । କିନ୍ତୁ ଏଥର ସାରା ପରିବାର ଏକାଠି ନଜର ଆସିଛନ୍ତି । ଏଥିରେ ଏହା ଜଣା ପଡୁଛି ଯେ ଆଲିଆଙ୍କ ସମ୍ପର୍କ କପୁର ଫ୍ୟାମିଲି ସହିତ ଯୋଡି ହୋଇଯାଇଛି । ଏହି ଫଟୋକୁ କରିସ୍ମା କପୁର ସେୟାର କରିଛନ୍ତି । ଏଥିରେ ଫ୍ୟାନ୍ସ ଭିନ୍ନ ଭିନ୍ନ ପ୍ରତିକ୍ରିୟା ଦେଉଛନ୍ତି । ଅନେକ ୟୁଜର୍ସ ଏହା ମଧ୍ୟ କହୁଛନ୍ତି ଯେ ରଣବୀର, ଆଲିଆଙ୍କୁ ନିଜ ଫ୍ୟାମିଲି ସହିତ ମିଶାଇବା ପାଇଁ ନେଇ ଯାଉଛନ୍ତି । କରିସ୍ମା ଯେଉଁ ଫଟୋ ସେୟାର କରିଛନ୍ତି ସେଥିରେ ସାରା ପରିବାର ଏକାଠି ନଜର ଆସୁଛନ୍ତି । ଆଲିଆ ରଣବୀରଙ୍କ ସହ ନଜର ଆସୁଛନ୍ତି । କରିସ୍ମା ଫଟୋ ସେୟାର କରି ଲେଖିଛନ୍ତି ଯେ ଫ୍ୟାମିଲି ଲଞ୍ଚ, ଫ୍ୟାମିଲି ଟ୍ରାଡିଶନ୍, ଫ୍ୟାମିଲି ଟାଇମ୍ ।

କହିରଖୁଛୁ ରଣବୀର କପୁର ଓ ଆଲିଆ ଭଟ୍ଟ ପ୍ରଥମ ଥର ପାଇଁ ଫିଲ୍ମ ‘ବ୍ରହ୍ମାସ୍ତ୍ର’ରେ ସ୍କ୍ରିନ୍ ସେୟାର କରୁଥିବା ନଜର ଆସିବେ । ଧର୍ମା ପ୍ରଡକ୍ସନର ଏହି ବିଗ୍ ବଜେଟ୍ ଫିଲ୍ମ ୩ ଭାଗରେ ରିଲିଜ କରାଯିବ । ଫିଲ୍ମରେ ନିର୍ଦ୍ଦେଶନା ଦେଉଛନ୍ତି ଅୟାନ୍ ମୁଖର୍ଜୀ । ଫିଲ୍ମରେ ରଣବୀର ଓ ଆଲିଆଙ୍କ ବ୍ୟତୀତ ଅମିତାଭ ବଚ୍ଚନ, ମୌନୀ ରୟ, ନାଗାର୍ଜୁନ, ଡିମ୍ପଲ କପାଡିଆ, ପ୍ରତୀକ ବର୍ବର ମଧ୍ୟ ମୁଖ୍ୟ ଭୂମିକାରେ ନଜର ଆସିବେ । ଫିଲ୍ମରେ ରଣବୀରଙ୍କ ଭୂମିକାର ନାମ ଶିବା ଏବଂ ଆଲିଆଙ୍କ ଚରିତ୍ରର ନାଁ ଇଶା । ଏହି ଫିଲ୍ମ ବିଳମ୍ବ ହେବାର କାରଣ ଏହାର ମେକର୍ସ ଏହାର ଭିଜୁଆଲ୍ ଇଫେକ୍ଟ୍ସ ଏବଂ ଭିଏଫେକ୍ସ ଉପରେ ଅଧିକ ଗୁରୁତ୍ୱ ଦେଉଛନ୍ତି ।