PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପଞ୍ଜାବ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପ୍ଟେନ୍‌ ଅମରିନ୍ଦର ସିଂହ
  • ||
  • ଏସିଏଫ୍‌ ସୌମରଞ୍ଜନ ମହାପାତ୍ର ମୃତ୍ୟୁ ଘଟଣା – ଭୁବନେଶ୍ୱର ଫରେନସିକ୍‌ ଲ୍ୟାବ୍‌ରେ ଡିଏଫ୍‌ଓ , ରୋଷେୟାଙ୍କ ଲାଇ ଡିଟେକ୍ସନ ଟେଷ୍ଟ ଚାଲିଛି
  • ||
  • କେନ୍ଦୁଝର: ମହିଳାଙ୍କୁ ନିର୍ଯାତନା ଦେବା କାରଣରୁ ସ୍ୱାମୀ, ଶାଶୁ, ଶଶୁର ଓ ସଉତୁଣୀକୁ ୩ ବର୍ଷ ଜେଲ୍
  • ||
  • ଲୋଇସିଂହା: ଟ୍ରେନ ଆଗକୁ ଡେଇଁ ଯୁବକଙ୍କ ମୃତ୍ୟୁ, ପରିଚୟ ଅସ୍ପଷ୍ଟ
  • ||
  • ଦାରିଙ୍ଗବାଡି : ସଂରକ୍ଷିତ ଜଙ୍ଗଲରୁ ଚୋରା ଚାଲାଣ ବେଳେ କାଠପଟା ଜବତ, ଜଣେ ଗିରଫ
  • ||
  • ଲୋଇସିଂହା : ଚଳନ୍ତା ଟ୍ରେନ୍ ଆଗକୁ ଡେଇଁ ଆତ୍ମହତ୍ୟା କଲେ ଯୁବକ, କାରଣ ଅସ୍ପଷ୍ଟ
  • ||
  • କେନ୍ଦୁଝର : ମହିଳାଙ୍କୁ ନିର୍ଯାତନା ଦେବାରୁ ସ୍ୱାମୀ, ଶାଶୁ, ଶ୍ଵଶୁର ଓ ସଉତୁଣୀକୁ ୩ ବର୍ଷ ଜେଲ ଦଣ୍ଡ
  • ||
  • ପଦ୍ମପୁର: ଗଜଲକ୍ଷ୍ମୀ ଷ୍ଟୋରରେ ଜିଏସଟି ବିଭାଗର ଚଢ଼ାଉ
  • ||
  • ବ୍ରହ୍ମପୁର: ଗଞ୍ଜାମରେ ୧୦୧୦ଗାଁ ବାଲ୍ୟ ବିବାହ ମୁକ୍ତ ଘୋଷଣା କଲା ପ୍ରଶାସନ
  • ||
  • ବଲାଙ୍ଗୀର: ରାତିରେ ପରିବାର ଲୋକଙ୍କ ସହ ଶୋଇଥିଲା ବେଳେ ମହିଳାଙ୍କୁ କାମୁଡି ଦେଲା ବିଷାକ୍ତ ସାପ, ଆଖିବୁଜଲେ ମହିଳା
  • ||
  • ପାଟଣା: ପୂର୍ବତନ ପାଟଣା ବିଧାୟକ ରାମରାଇ ମୁଣ୍ଡାଙ୍କ ପରଲୋକ
  • ||
  • ସମ୍ବଲପୁର: ହୀରାକୁଦର ପୁଣି ବନ୍ଦ ହେଲା ୬ ଗେଟ୍, ୧୮ଟି ଗେଟ୍ ଦେଇ ଜଳ ନିଷ୍କାସନ ଜାରି
  • ||
  • ବାଙ୍କୀ : ହୁଳୁହୁଳା ପୋଲ ଉପରେ ୪ ଫୁଟର ବନ୍ୟାଜଳ ପ୍ରବାହିତ, ବାଙ୍କୀର ବହୁ ପଞ୍ଚାୟତ ବାହ୍ୟ ଜଗତରୁ ବିଚ୍ଛିନ୍ନ
  • ||
  • ଭୁବନେଶ୍ୱର: ଓଡ଼ିଶାରେ ଆଉ ୬ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୧୨୮କୁ ବୃଦ୍ଧି
  • ||
  • ଭୁବନେଶ୍ୱର: ରାଜ୍ୟରୁ ୨୪ ଘଣ୍ଟା ମଧ୍ୟରେ ଆଉ ୬୯୫ଜଣ କରୋନା ପଜିଟିଭ୍ ଚିହ୍ନଟ
  • ||
  • ସଠିପୁର : ଦୁଇ କଣ୍ଟେନର ମୁହାଁମୁହିଁ ଧକ୍କା, ଉଭୟ ଡ୍ରାଇଭର ଆହତ
  • ||
  • ଜଗତସିଂହପୁ : ହଂସୁଆ ନଈରେ ଘାଇ, ୧୦ରୁ ଅଧିକ ଗାଁ ଜଳମଗ୍ନ
  • ||
  • ସମ୍ବଲପୁର : ସୁଧୁରୁଛି ଉପରମୁଣ୍ଡର ବନ୍ୟା ସ୍ଥିତି, ହୀରାକୁଦରେ ବନ୍ଦ ହେଲା ୪ ଗେଟ୍‌, ୨୪ ଗେଟ୍‌ ଦେଇ ଜଳ ନିଷ୍କାସନ ଜାରି
  • ||
  • କାମାକ୍ଷାନଗର : ଚାଷୀଙ୍କୁ ଦଳି ମାରିଲା ଦନ୍ତା
  • ||
  • ରାଉରକେଲା : ବିମାନଘାଟି ପରିସରରେ ଜଣେ ମହିଳା ଶ୍ରମିକଙ୍କୁ ଦୁଷ୍କର୍ମ ଉଦ୍ୟମ, ଠିକା କର୍ମଚାରୀ ଅଟକ
  • ||

ବିମାନ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲେ ୧୭୬ ଯାତ୍ରୀ, ହଠାତ୍ ମାଡ ହୋଇଗଲା ପକ୍ଷୀ

https://www.indiatv.in/

ରାଞ୍ଚି,୮।୯: କୋଝିକୋଡରେ ଏୟାର ଇଣ୍ଡିଆ ବିମାନର ଭୟଙ୍କର ଦୁର୍ଘଟଣା ଘଟଣା ଲୋକଙ୍କ ମନରୁ ଯାଇନି। କିନ୍ତୁ ଆଜି ଆଉ ଏକ ବିମାନ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି ଶତାଧିକ ଯାତ୍ରୀ। ରାଞ୍ଚିରୁ ମୁମ୍ବାଇ ଅଭିମୁଖେ ଶନିବାର ଏୟାର ଏସିଆର ଏକ ବିମାନ ଯାତ୍ରା କରିବା ବେଳେ ଏକ ପକ୍ଷୀ ମାଡ ହେବା ଯୋଗୁଁ ତାକୁ ରୋକି ଦିଆଯାଇଛି, ଯାହାଫଳରେ ବଡ ଧରଣର ଦୁର୍ଘଟଣାରୁ ୧୭୬ ଜଣ ଯାତ୍ରୀ ବଞ୍ଚି ଯାଇଛନ୍ତି। ଏୟାରଲାଇନ୍ସର ମୁଖପାତ୍ର ଏହି ସୂଚନା ଦେଇଛନ୍ତି।

ଉଲ୍ଲେଖନୀୟ ଯେ, ଏହି ଘଟଣା କେରଳର କୋଝିକୋଡ ବିମାନବନ୍ଦରରେ ଶୁକ୍ରବାର ଏୟାର ଇଣ୍ଡିଆ ଏକ୍ସପ୍ରେସର ଏକ ବିମାନର ରନଓ୍ବେରୁ ସ୍ଲିପ କରି ୩୫ ଫୁଟ୍ ତେଳ ଖସି ଦୁଇଖଣ୍ଡ ହୋଇଯିବାର ଗୋଟିଏ ଦିନ ପରେ ଘଟିଛି। ଦୁବାଇରୁ ଆସିଥିବା ଏହି ବିମାନରେ ୧୯୦ ଜଣ ଯାତ୍ରୀଥିଲେ, ସେମାନଙ୍କ ଭିତରୁ ୧୮ ଜଣଙ୍କର ମୃତ୍ୟୁ ହୋଇଯାଇଛି।

ରାଞ୍ଚିର ଘଟଣା ବିଷୟରେ ଏୟାର ଏସିଆର ମୁଖପାତ୍ର କହିଛନ୍ତି, କମ୍ପାନୀର ବିମାନ ଭିଟି-ଏଚକେଜିର ପରିଚାଳନା ରାଞ୍ଚିରୁ ମୁମ୍ବାଇ ପାଇଁ ଉଡାଣ ସଂଖ୍ୟା  ଆଇ୫-୬୩୨ ଭାବରେ କରାଯାଉଛି। ଆଜି ୮ ଅଗଷ୍ଟ ୨୦୨୦ରେ ଉଡାଣ ଭରିବାର ନିର୍ଦ୍ଧାରିତ ସମୟ ପୂର୍ବାହ୍ନ ୧୧ଟା ୫୦ ମିନିଟ ସମୟରେ ଏକ ପକ୍ଷୀ ଏଥିରେ ମାଡ ହୋଇଥିଲା।’ ସେ କହିଛନ୍ତି, ପାଇଲଟ ଉଡାଣ ଭରିବାର ପକ୍ରିୟା ରୋକି ଦେଇଛନ୍ତି ଓ ବର୍ତ୍ତମାନ ସମୟରେ ବିମାନର ନୀରିକ୍ଷଣ କରାଯାଉଛି।

ମୁଖପାତ୍ର କହିଛନ୍ତି, ବିମାନକୁ ପରିଚାଳିତ କରିବାର ଅନୁମତି ମିଳିବା ମାତ୍ରେ ଏହାର ନିଜର ଗନ୍ତବ୍ୟ ପାଇଁ ଉଡାଣ ଭରିବାର କାର୍ଯ୍ୟକ୍ରମ ରହିଛି। ମୁଖପାତ୍ରଙ୍କ କହିବା ଅନୁସାରେ, ଏୟାର ଏସିଆ ଇଣ୍ଡିଆ ନିଜର ଅତିଥି ଓ ଚାଳକ ଦଳର ସଦସ୍ୟଙ୍କ ସୁରକ୍ଷାକୁ ପ୍ରାଧାନ୍ୟ ଦେଇଥାଏ ଓ ଉଡାଣରେ ବିଳମ୍ବ ହେଳେ ଅସୁବିଧା ପାଇଁ ଦୁଃଖ ପ୍ରକାଶ କରିଥାନ୍ତି।’

ସମ୍ବନ୍ଧିତ ଖବର