ଭିଜିଲାନ୍ସ ଜାଲରେ ପୂର୍ବତନ ରେଞ୍ଜର, ଏକକାଳୀନ ୫ଟି ସ୍ଥାନରେ ରେଡ୍‌, ଘରୁ ମିଳିଲା ବନ୍ଧୁକ

କଟକ ୧୮।୮ : ଭିଜିଳାନ୍ସ ଜାଲରେ ପୂର୍ବତନ ରେଞ୍ଜର। ବାଲୁଗାଁର ପୂର୍ବତନ ରେଞ୍ଜର ଅଭୟ ଜେନାଙ୍କ ଘରେ ଭିଜିଲାନ୍ସ ରେଡ୍ । ଆୟ ବହିର୍ଭୂତ ସମ୍ପତି ଠୁଳ ଅଭିଯୋଗରେ ବାଲୁଗାଁ ସମେତ ମୋଟ୍‌ ୫ଟି ସ୍ଥାନରେ ଏକକାଳୀନ ଚଢାଉ କରିଛି  ଭିଜିଲାନ୍ସ । କଟକ, ଭୁବନେଶ୍ବର ଓ କେନ୍ଦ୍ରାପଡାରେ ଚଢାଉ ଜାରି ରହିଛି ।

କଟକ ହିନ୍ଦୋଳକୋଟି ଛକ ମହୁମାଛି ଗଳିସ୍ଥିତ ବାସଭବନରେ ୫ ଜଣିଆ ଭିଜିଲାନ୍ସ ଟିମ୍‌ ଚଢାଉ କରିଛି । ଚଢାଉ ସମୟରେ କଟକ ଘରୁ ଏକ ବନ୍ଧୁକ ବାହାରିଥିବା ସୂଚନା । ବନ୍ଧୁକର ଲାଇସେନ୍ସ ନ ଦେଖାଇନପାରିଲେ ଆଉ ଏକ ମାମଲା ରୁଜୁ ହେବ ବୋଲି କହିଛନ୍ତି ଭିଜିଲାନ୍ସ ଅତିରିକ୍ତ ଏସ୍‌ପି ଅକ୍ଷୟ ମିଶ୍ର ।

ପୂର୍ବରୁ ମଧ୍ୟ ୧୯୯୯ ମସିହାରେ ତାଙ୍କ ଘରେ  ଭିଜିଲାନ୍ସ ରେଡ୍ ହୋଇଥିଲା ।  ଏହାପରେ ସମ୍ପତି ବଢିବାରୁ ପୁଣି ଥରେ ଚଢାଉ କରାଯାଇଥିବା ଭିଜିଲାନ୍ସ ଏସ୍‌ପି ସୂଚନା ଦେଇଛନ୍ତି । ସେପଟେ ଜାଣିଶୁଣି ଏପରି ରେଡ୍ କରାଯାଉଥିବା କହିଛନ୍ତି ଅଭୟ ଜେନା ।

   ସମ୍ବନ୍ଧିତ ଖବର


୨୦ ବର୍ଷିୟା ଯୁବତୀ ନାଭିରୁ ଅସ୍ୱାଭାବିକ ଭାବେ ଝରୁଛି ପରିସ୍ରା – ଚିକିତ୍ସାରେ ଅର୍ଥ ସାଜିଛି ବାଧକ

ଯୋଡାମୁଣ୍ଡ ଶିଶୁ କାଳିଆର ମୃତ୍ୟୁ- ଜଗାର ସ୍ୱାସ୍ଥ୍ୟବସ୍ଥା ଭଲ ଅଛି

ସମ୍‌ରେ ଅତ୍ୟାଧୁନିକ ସେଂଟ୍ରାଲ୍ ସ୍କିଲ୍ ଲାବ୍ ଉଦ୍‌ଘାଟିତ

କ୍ୟୁଏସ୍ ଏସିଆ ୟୁନିଭର୍ସିଟି ରାଙ୍କିଙ୍ଗ୍‌ରେ ପୁଣି ଥରେ ଆଗରେ ସୋଆ

ଯନ୍ତ୍ରଣାରେ ଛଟପଟ ସାଧାରଣ ଜନତା, ଧକଉଛି ଏନ୍‌ଏଚ୍‌ ପ୍ରକଳ୍ପ

ଏଣିକି ମେଧାବୀଙ୍କୁ ଲାପଟପ୍‌ ବଦଳରେ ମିଳିବ ଟଙ୍କା, ୧୫ ହଜାର ଛାତ୍ରଛାତ୍ରୀ ପାଇବେ ଏତିକି ଟଙ୍କା