ରାଣୀ ପଣ୍ଡା ଏବେ କରିଛନ୍ତି ବିଶେଷ ପୂଜା- ଜାଣନ୍ତୁ କାହିଁକି


ଭୁବନେଶ୍ୱର – ବିଭିନ୍ନ ସମୟରେ ବିଭିନ୍ନ ବିବାଦୀୟ ମନ୍ତବ୍ୟ ପାଇଁ ରାଣୀ ପଣ୍ଡା ଚର୍ଚ୍ଚାରେ ଥାଆନ୍ତି । ବିଭିନ୍ନ ଝଡଝଞ୍ଜା ଜୀବନର ଅନ୍ଧାରୀ ରାସ୍ତାରେ ସେ ସଂଘର୍ଷ କରି କରି ଏବେ ଏହି ସ୍ଥାନରେ ପହଞ୍ଚିଥିବା କହିଛନ୍ତି । ତେବେ ଏବେ ରାଣୀ ପଣ୍ଡାଙ୍କୁ ଭିନ୍ନ ଏକ ମୁଦ୍ରାରେ ଦେଖିବା ପାଇଁ ମିଳିଥିଲା । ବିଭିନ୍ନ ରଙ୍ଗର ମୁରୁଜ କାଟି ସେ ଦୀପ ଜାଳି ବସି ରହିଥିଲେ । ଶୋଭା ପାଉଥିଲା ମୁଖ୍ୟମନ୍ତ୍ରୀଙ୍କର ଫଟୋ । ପୂଜାର୍ଚ୍ଚନାରେ ବ୍ୟସ୍ତ ଥିବା ରାଣୀ ପଣ୍ଡାଙ୍କୁ ଦେଖିବା ପାଇଁ ମିଳିଥିଲା ।

ଏବେ କରୋନା ମହାମାରୀ ସମୟରେ ଲୋକମାନେ କରୋନା ସଙ୍କଟରୁ ମୁକ୍ତି ପାଆନ୍ତୁ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୀର୍ଘାୟୁ କାମନା କରି ସେ ଏହି ସ୍ୱତନ୍ତ୍ର ପୂଜାର୍ଚ୍ଚନା ସହ ଦୀପଦାନ କରିଥିବା କଥା କହିଛନ୍ତି ।

ଓଡିଶାର ଲୋକ ସଙ୍କଟ ସମୟରୁ ରକ୍ଷା ପାଆନ୍ତୁ ବୋଲି ରାଣୀ ପଣ୍ଡା ପ୍ରାର୍ଥନା କରିଥିବା କଥା କହିଛନ୍ତି । ତେବେ ଯାତ୍ରା ଦୁନିଆଁରେ ଆଇଟମ୍‌ ଡ୍ୟାନ୍ସ । ଯାତ୍ରା ମଞ୍ଚରେ ବିଭିନ୍ନ ପୋଷାକ ପରିଧାନ ସହ ଅଙ୍ଗଭଙ୍ଗୀ ପାଇଁ ଚର୍ଚ୍ଚାରେ ଥାଆନ୍ତି ରାଣୀ ପଣ୍ଡା ।

ତାଙ୍କ ଜୀବନରେ ଅନେକ କଷ୍ଟ ପାଇଥିବା ସେ ସମୟରେ ଶୋଷଣର ଶିକାର ହୋଇଥିବା ପେଟକୁ ଦାନା ଦେବା ପାଇଁ ସଂଗ୍ରାମ କରିଥିବା କଥା କହିଛନ୍ତି। ଅନ୍ଧାରୀ ଇଲାକାରେ ପ୍ରବେଶ କରି ଆଲୋକର ସନ୍ଧାନରେ ବୁଲୁଥିବା କଥା ସେ ଅନେକ ସାକ୍ଷାତକାରରେ ପ୍ରକାଶ କରିଛନ୍ତି । ଅନ୍ୟର କଥାକୁ ସେ ଦେହକୁ ନିଅନ୍ତି ନାହିଁ । ଏ କାନରେ ପୁରାଇ ସେ କାନରେ ବାହାର କରି ଦେଇଥିବା କଥା କୁହନ୍ତି । ତେବେ ବେଳେ ବେଳେ ପଛ କଥା କଷ୍ଟ ଦେଇଥାଏ । ଲୋକଙ୍କ କଥା ବି ବାଧିଥାଏ । କାରଣ ସେ ଜଣେ ମଣିଷ ।

ପରିବାର ଲୋକଙ୍କ ବିନା ସାହାଯ୍ୟରେ ନିଜେ ସଂଘର୍ଷ କରି କରି ଏବେ ସ କିଛିଟା ସଫଳତା ପାଇଥିବା କଥା କହିଛନ୍ତି । ତେବେ କରୋନା ବେଳେ ଲୋକମାନେ ସଙ୍କଟରୁ ଉଦ୍ଧାର ପାଆନ୍ତୁ ବୋଲି ସେ ଦୀପଦାନ କରି ପ୍ରାର୍ଥନା କରିଛନ୍ତି ।

   ସମ୍ବନ୍ଧିତ ଖବର


ଭଦ୍ରକ : ବାହାଘରରେ ଭୋଜି ଆୟୋଜନ – ବନ୍ଧା ହେଲେ କନ୍ୟାର ବାପା ଓ ଭିଣୋଇ

ଜିଓ ପ୍ଲାଟ୍‌ଫର୍ମସ୍‌ରେ ୭୩୦ କୋଟି ଟଙ୍କା ପୁଞ୍ଜିନିବେଶ କରିବ କ୍ୱାଲ୍‌କମ୍ ଇନକର୍ପୋରେଟେଡ୍‌ର ପୁଞ୍ଜିନିବେଶ ସଂସ୍ଥା କ୍ୱାଲ୍‌କମ୍ ଭେଞ୍ଚର୍ସ

୧୨ ଶହ ଠେଲା ଗାଡି ଅଚଳ , ଦୁର୍ଦ୍ଦିନରେ ଅଢ଼େଇ ହଜାର ରିକ୍ସାବାଲା

ସିଲିଗୁଡ଼ି ପୁଲିସର ସୋରିଷ ତେଲ ଥେରାପି – କରୋନା ବିରୋଧରେ ନୂଆ ଅସ୍ତ୍ର କହି ଖାଦ୍ୟରେ ବ୍ୟବହାର ପାଇଁ ନିର୍ଦ୍ଦେଶ

ଏହି ଖେଳାଳୀଙ୍କର ପ୍ରଶଂସାରେ ଶତମୁଖ ସଚିନ ‘ରିଭର୍ସ ସୁଇଂକୁ ରିଭର୍ସ କରାନ୍ତି ଆଣ୍ଡରସନ’

ଠକେଇର ଚରମ ସୀମା-ନକଲି ଏସ୍‌ବିଆଇ ଶାଖା ଖୋଲି ୩ ଗିରଫ