ଦେଖନ୍ତୁ-ଜୀବନର ଏହି କଥା କହି କାନ୍ଦି ପକାଇଲେ ରାଣୀ ପଣ୍ଡା.. କେମିତି କଷ୍ଟ ଲାଗିବନି ଆଜ୍ଞା ମୁଁ ବି ମଣିଷ :ହେବି ସବୁଠାରୁ ଭଲ ଘରଣୀ ଓ ବୋହୁ,

ରାଣୀ ପଣ୍ଡା ଯାତ୍ରା ଦୁନିଆର ଚର୍ଚ୍ଚିତ ନାମ । ତାଙ୍କ ଜୀବନରେ ରହି ଯାଇଛି ଅନେକ ଅକୁହା କଥା । ଯାହା ସେ ଏହି ସାକ୍ଷାତକାରରେ କହିଛନ୍ତି । ଜୀବନରେ ଅନେକ ଝଡ ଝଞ୍ଜା । ସବୁକୁ ସାମ୍ନା କରି କରି ଥକି ପଡି ନାହାନ୍ତି । ଜୀବନରେ ଅନେକ ପରିସ୍ଥିତି ଆସିଛି । ନିନ୍ଦା , ଲାଞ୍ଚନା ଅତ୍ୟାଚାର … କହିଛନ୍ତି ଚାରି ଦିନ ଖାଇବାକୁ ପାଇନି – ଅଇଁଠା ଖାଇକି ଚଳିଛି, ସେ କଥାତ କେହି ଭାବି ନାହାନ୍ତି । କଳା ରାତିର କାଳିମା ଭିତରେ … ଅନ୍ଧାର ଇଲାକାରେ ପ୍ରବେଶ ଥାଏ , ପ୍ରବେଶର ରାସ୍ତା ଭିତରେ ଯାଉ ଯାଉ ଜଣା ପଡେ ପ୍ରସ୍ଥାନର ରାସ୍ତା ନାହିଁ ।

ତାହିରି ଭିତରେ ଆଲଅ ଖୋଜୁ ଖୋଜୁ ଅନ୍ଧାରୀ ରାସ୍ତାର କଳା କାଳିମା ମଧ୍ୟରେ ପ୍ରବେଶ କରିଯାଇଛନ୍ତି ରାଣୀ ପଣ୍ଡା । ଛି ଛା କରୁଥିବା ଲୋକଙ୍କ ଟାହି ଟାପରାକୁ ପରବା ନାହିଁ । ଜୀବନରେ ସଂଘର୍ଷର ଅନ୍ତ ନାହିଁ , ପିଲା ବେଳେ ପଢି ଥିବା ସେହି କିଛିଟା ଉକ୍ତି ମନେ ରହିଯାଇଛି । ନିଜେ ନିଜର ରାସ୍ତା ନିର୍ଣ୍ଣୟ କରୁଛନ୍ତି । ନିନ୍ଦା ଲାଞ୍ଚନା ମିଳିଛି… ଅତ୍ୟାଚାରର ଶିକାର ହୋଇଛନ୍ତି । ସେଥିପାଇଁ ନିଜ ଭିତରେ ନିଜେ ଗୁମୁରି ଗୁମୁରି କାନ୍ଦିବା ଛଡା କିଛି ନଥିଲା । ନା ପରିବାରର ସହାୟତା ନା ସମାଜର ମାନବିକତା । ଭୋକ ଉପାସରେ ଅଇଁଠା ବାସନ ମାଜି ବଳିଥିବା ଅଇଁଠା ଖାଇ ବଞ୍ଚିବାକୁ ପଡିଛି । ସେଥିପାଇଁ ଛି ଛାକରର ପ୍ରଭାବ ପଡୁନି । ଛି କରୁଥିବା ମଣିଷଙ୍କୁ ପରବାୟ ନ କରି ଆଗକୁ ବଢୁଛନ୍ତି ।

ଜୀବନର ଅନ୍ୟ ନାମ ସଂଘର୍ଷ , ନିନ୍ଦା ଅପବାଦ ଖାଇବା , ନିନ୍ଦା ଲାଞ୍ଚନା ଅତ୍ୟାଚାର ତାକୁ ସାମ୍ନା କଲେ ସଫଳତା ମିଳେ । ରାଣୀ ପଣ୍ଡା କୁହନ୍ତି, ଯାହା କହେ ମୁଁହରେ କହେ । ଅନ୍ତରରରେ କିଛି ନାହିଁ । ଅଶୀଳ୍ଳ ଭାଷାରେ କହେ… ଦରକାର ପଡିଲେ । ଯାତ୍ରାରେ ଦ୍ୱି ଅର୍ଥ ବୋଧକ କୁହନ୍ତି ମୁଁ ସେମିତି କହେନି । ସମୟକୁ ଅପେକ୍ଷା କରନ୍ତି । ଆଉ ସମୟ ଆଣି ଦେଇଛି ସଫଳତା , ଆଇଟମ୍‌ ଗର୍ଲ ରାଣୀ ପଣ୍ଡା ଭାବେ । ଦର୍ଶକ ଟିକେଟ କିଣି ରାତି ଅନିଦ୍ରା ହୋଇ ଟେଣ୍ଟ ତଳେ ଅପେକ୍ଷା କରି ରହୁଛି ରାଣୀ ଙ୍କର ନାଚ ଦେଖିବା ପାଇଁ । ବେଳେ ବେଳେ ତାଙ୍କୁ ଖରାପ ଲାଗେ । ଗୋଟି ସତ ଗୋଟିଏ ବେଶ୍ୟାକୁ ବେଶ୍ୟା କୁହାଗଲେ ତାକୁ ବି କଷ୍ଟ ହେବ , ହେଲେ ସେ ତ ସେପରି କିଛି କରି ନଥିବା କହିଛନ୍ତି ରାଣୀ ପଣ୍ଡା । କେବଳ ଆଇଟମ୍‌ ନୃତ୍ୟ କରିଛନ୍ତି । ନୃତ୍ୟର ଚାହିଦା ଅନୁସାରେ ପୋଷକ ପିନ୍ଧି ଅଙ୍ଗ ଭଙ୍ଗି କରିଛନ୍ତି । ଯାହା ଆବୃତ କରି ରଖିବା କଥା ତାକୁ ଘୋଡାଇ ରଖିଛନ୍ତି । କହିଛନ୍ତି ଅନେକ ଥର ଗୁମୁରି ଗୁମୁରି କାନ୍ଦିଛି । ହାରି ହାରି ଜିତିଛି । ଆଜି ଏହି ସ୍ଥାନରେ ପହଞ୍ଚିଛି । କେହି ସେତେବେଳେ ସାହାଯ୍ୟ କରି ନାହାନ୍ତି । ସଫଳ ହେବା ପରେ ପରିବାର ଲୋକ ଆପଣେଇଛନ୍ତି । ହେଲେ ସେହି କଷ୍ଟ ସମୟରେ ସହଯୋଗ ମିଳିନି ।

କରୋନା ଲକ୍‌ଡାଉନ୍‌ ସମୟରେ ହେଲେ ସେ କହିଛନ୍ତି ମୁଁ ସଲମାନ ଖାନ ହୋଇଥିଲେ ନିଶ୍ଚୟ ସମସ୍ତଙ୍କୁ ସାହାଯ୍ୟ କରିଥାଆନ୍ତି । ଏବେ ବୟ ଫ୍ରେଣ୍ଡର ସହାୟତାରେ ବଞ୍ଚିଛି । ଭଲ ପାଇବାଟା ନିଜ କଥା ହେଲେ ବାହା ଭାଗ୍ୟର କଥା ଝିଅ ହିସାବରେ ଇଚ୍ଛା ଅଛି । ରାଣୀ ପଣ୍ଡା ହେବେ ସବୁଠାରୁ ଭଲ ଘରଣୀ ଏକଥା ସେ ନିଜେ କହିଛନ୍ତି। । ମୁଁ ବିଦ୍ୟା ବଲନ୍‌ଙ୍କ ଭଲ ଫ୍ୟାନ । ବିଦ୍ୟା ବାଲନ୍‌ଙ୍କ ପରି କଳାକାର ହୋଇ ପାରିବେ । ନିହାତି ଭାବରେ ଭଲ ବୋହୁ ହେବି । ସେମାନେ ଡେଙ୍ଗୁରା ପିଟି ମାଇକ୍ ଲଗାଇ କହିବେ ଭଲ ବୋହୁ ଟେ ପାଇଛୁ ।

ଗୋଟେ ଆଇଟମ୍‌ ଗର୍ଲ ଯାହା କରିପାରିବ ଗୋଟେ ହିରୋଇନ୍‌ କରିପାରିବନି । ମଲ୍ଟି ଟ୍ୟାଲେଣ୍ଟେଡ୍‌ ରାଣୀ ପଣ୍ଡା । ଏବେ ଆଇଟମ୍‌ ଡ୍ୟାନସ୍‌ ଯୋଗୁଁ ପ୍ରସିଦ୍ଧ ନାମ କି ବଦ ନାମ ତାଙ୍କୁ ଫରକ ପଡେନି । ଆଗରୁ ଅଭିନୟ କରିଥିଲେ , ଗୀତ ଗାଇଥିଲେ ବେଲେ ପ୍ରସିଦ୍ଧି ମିଳି ନଥିଲା , ମାତ୍ର ଆଇଟମ୍‌ ଡ୍ୟାନସ୍‌ ପାଇଁ ସେ ଚର୍ଚ୍ଚାକୁ ଆସିଥିଲେ ।


ରାଣୀ କୁହନ୍ତି ଭିତରେ ଅନେକ ଡ୍ରେସ ଖୋଲନ୍ତି ମାତ୍ର ସେ ହଜାର ହଜାର ଲୋକଙ୍କ ଆଗରେ ଯାତ୍ରା ଦୁନିଆଁରେ ଆଇଟମ୍‌ ନାଚ କରନ୍ତି । ଆଇଟମ୍‌ ନାଚ ବିଷୟରେ କହିଛନ୍ତି। ଯୋଉଟା ମେନ୍‌ ଜିନିଷ ଘୋଡାଇବା କଥା ତାହା ଘୋଡାଇକରି ନାଚୁଛି । ଆଇଟମ୍‌ ଡ୍ୟାନ୍ସର ମାନେ ସ୍ପେଶାଲ୍ ଆଇଟମ୍‌ । ତ ମାନେ ନୁହେଁ ଉଲଗ୍ନ ଅବସ୍ଥା ବା ଅଙ୍ଗ ପ୍ରଦର୍ଶନ ତା ନୁହେଁ । ତାହା ଏହି ନାଚର ଅଂଶ । ଅଙ୍ଗ ଭଙ୍ଗୀ ଦେଖାଇବା ତ ନାଚ ଅଂଶ । ଲୋକ କହୁଛନ୍ତି । ଡ୍ରେସ୍‌ ଖୋଲି ନାଚୁଚି ବୋଲି କହୁଛନ୍ତି । ଯୋଉଟା ଘୋଡାଇ କରି ନାଚିବା କଥା ତାହା ଘୋଡାଇ ନାଚୁଛି । ଉଲଗ୍ନ ହେବାର ଥିଲେ ଏତେ ବିବାଦ ହୋଇ ନଥାନ୍ତା ।

ଆଗକୁ ବମ୍‌ବ୍ଲାଷ୍ଟ ନାଟକ କରିବେ ବୋଲି ରାଣୀ ପଣ୍ଡା କହିଛନ୍ତି । ଲକ୍‌ଡାଉନ୍‌ ପରେ କରୋନାର ଯାତ୍ରା ଜଗତରେ ରେକର୍ଡ ନାଟକ କରିବେ ବୋଲି ସେ ସୂଚନା ଦେଇଛନ୍ତି । ହର ବାରିକ ଏହାକୁ ଲେଖୁଛନ୍ତି । କୋଉ ଯାତ୍ରା ପାର୍ଟି ସଚ୍ଚିଦାନନ୍ଦ କି ଆଉ କିଏ କରିବ ସେ ଜାଣି ନାହନ୍ତି । ଯିଏ ଡାକିବ ତାହା ସହ ସେ ଏହି ନାଟକ କରିବେ ବୋଲି କହିଛନ୍ତି।

ଆଲେଖ୍ୟ -ଜିତ୍‌ ପଟ୍ଟନାୟକ

   ସମ୍ବନ୍ଧିତ ଖବର


ବନ୍ଧା ହେବେ ବୁଲା ଷଣ୍ଢ, ଗାଈଙ୍କୁ ମାଫ୍‌ – ସଫଳ ହୋଇପାରୁନି ବୁଲା ଗୋରୁମୁକ୍ତ ସହର ଅଭିଯାନ

ଦୃଢ ଇଚ୍ଛା ଶକ୍ତି- ୫୬ ବର୍ଷରେ ମାଟ୍ରିକ ପାସ୍‌ କଲେ ଆଶାକର୍ମୀ

ସିଂହଦ୍ୱାରରେ ହେବନି ବଡ଼ବଡୁଆ ଡାକ

ଯାତ୍ରା କଳାକାରଙ୍କ ରୋଜଗାରର ଭିନ୍ନ ଉପାୟ

ଡ୍ରଗ୍ସ କିଣୁଥିବା ବେଳେ ଏନ୍‌ସିବି ହାତରେ ଧରାପଡ଼ିଲେ ଅଭିନେତ୍ରୀ

ଫାଣ୍ଡି ଅଧିକାରୀଙ୍କ ଗୁଣ୍ଡାଗିରି ଅଭିଯୋଗ -ବାବୁ କହିଥିଲେ ୨ ବାଡ଼ି ଦେ,ଅବସ୍ଥା ସଙ୍ଗିନ କଲେ କନେଷ୍ଟବଳ