PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବଦଳିଲେ ବିଏମସି କମିଶନର, ସଞ୍ଜୟ କୁମାର ସିଂହ ହେଲେ ନୂଆ କମିଶନର
  • ||
  • ବିନିକା : ପରିବା ବୋଝେଇ ପିକଅପ ଭ୍ୟାନକୁ ପିଟିଲା ଟ୍ରକ୍, ୩ ଗୁରୁତର
  • ||
  • ରାଜସୁନାଖଳା : ବନ୍ଧୁକ ମୁନରେ ଦମ୍ପତିଙ୍କୁ ଲୁଟ୍
  • ||
  • କେନ୍ଦୁଝର : କେନ୍ଦୁଝର ଜେଲରେ ପଶିଲା କରୋନା, ୯ କଏଦୀ ପଜିଟିଭ ଚିହ୍ନଟ
  • ||
  • ମାଲକାନଗିରି : ମାଓବାଦୀଙ୍କ ବର୍ବରକାଣ୍ଡ, ଯବାନଙ୍କୁ ଗଳାକାଟି ହତ୍ୟା
  • ||
  • ବୋରିଗୁମ୍ମା : ବୋରିଗୁମ୍ମା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଟିକା ନେବାକୁ ଛକାପଞ୍ଝା, ସାମାଜିକ ଦୂରତାକୁ ଫୁ, ଯେତିକି ଆସୁଛି ଅଣ୍ଟୁନି, ସ୍ଥାନୀୟ ଲୋକେ ଅସନ୍ତୋଷ
  • ||
  • ଭୁବନେଶ୍ଵର : ରାଜ୍ୟରେ ପୁଣି ୧୦ ହଜାର ଟପିଲା ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୦ ହଜାର ୯୮୨ ପଜିଟିଭ୍, ସଂକ୍ରମିତଙ୍କ ସଂଖ୍ୟା ୫ଲକ୍ଷ ୬୫ ହଜାର ପାର୍
  • ||
  • ଭୁବନେଶ୍ଵର : ଓଡ଼ିଶାରେ ଆଉ ୧୭ ମୁଣ୍ଡ ନେଲା କରୋନା, ମୃତ୍ୟୁ ସଂଖ୍ୟା ୨୨୩୨କୁ ବୃଦ୍ଧି
  • ||

ଦର୍ଶକଙ୍କ କାନ କାମୁଡ଼ିଦେଲେ ଆଇଟମ୍‌ ଗାର୍ଲ

ଭୁବନେଶ୍ୱର,୨୪ା୨(ବ୍ୟୁରୋ): ଦୁଇ ଶହ ଟଙ୍କାର ଟିକେଟ୍‌ କାଟି ଯାତ୍ରା ଦେଖିବାକୁ ଆସିଥିଲେ । କିନ୍ତୁ ଯାତ୍ରାର ଆଇଟମ୍‌ ଗାର୍ଲଙ୍କୁ ଅଶ୍ଳୀଳ ବ୍ୟବହାର ତାଙ୍କୁ ମହଙ୍ଗା ପଡ଼ିଥିଲା । କାନ କାମୁଡା ଖାଇ ଅଧାରୁ ରକ୍ତାକ୍ତ ହୋଇ ଫେରିଲେ । ଏମିତି ଘଟଣା ଦେଖିବାକୁ ମିଳିଛି ଖଣ୍ଡଗିରି ମେଳାରେ ଯାତ୍ରା ମହାକୁମ୍ଭରେ । ଏପରିକି ତାଙ୍କ ବ୍ୟବହାର ଅନ୍ୟ ଦର୍ଶକଙ୍କୁ ବି ଲଜ୍ଜିତ କରିଛି । ଆଇଟମ୍‌ ଗାର୍ଲ ଜଣଙ୍କ ରାଗି ଯାଇ ପେଣ୍ଡାଲ ଉପରେ ତାଙ୍କ ପୋଷାକ ଖୋଲି ଦେଇଛନ୍ତି । ହେଲେ ପୁଲିସ୍‌ ପାଖରେ ଏ ବିଷୟରେ କିଛି ବି ଖବର ନାହିଁ ।
ପୂରା ଘଟଣାଟି ଥିଲା ଏମିତି । ସଚ୍ଚିଦାନନ୍ଦ ଗଣନାଟ୍ୟର ଛତିଶଗଡ଼ି ଆଇଟମ୍‌ ଗାର୍ଲ ରାନୀଙ୍କ ଆଇଟମ୍‌ ଡ୍ୟାନ୍ସ ଦେଖିବାକୁ ସାଙ୍ଗମାନଙ୍କ ସହ ଆସିଥିଲେ ମୁନା (ଛଦ୍ମନାମ) । ଡ୍ୟାନ୍ସର ମଜା ଉଠାଇବାକୁ ଆଗ ଧାଡିରେ ଟିକେଟ୍‌ କାଟିଥିଲେ । ରାତି ସାଢ଼େ ୧୨ ଟାରେ ମେଲୋଡି ଆରମ୍ଭ ହୋଇଥିଲା । ଦୁଇ ତିନିଟି ଗୀତ ପରେ ରାନୀ ପେଣ୍ଡାଲ୍‌ ଉପରକୁ ଆସିଥିଲେ । ନିଜ ମତୁଆଲା ଡ୍ୟାନ୍ସରେ ଦର୍ଶକଙ୍କୁ ପାଗଳ କରିଦେଇଥିଲେ । ପରିବାର ଧରି ଆସିଥିବା ଦର୍ଶକଙ୍କୁ ଛାଡିଦେଲେ ସଭିଏଁ ଠିଆ ହୋଇ ରାନୀଙ୍କ ସହ ତାଳ ଦେଇ ନାଚୁଥିଲେ । ଦର୍ଶକଙ୍କୁ ଆହୁରି ମତୁଆଲା କରିବାକୁ ରାନୀ ପେଣ୍ଡାଲ୍‌ ଡେଇଁ ତଳକୁ ଆସିଥିଲେ । ଦର୍ଶକଙ୍କ ଭିତରେ ନାଚିଥିଲେ । ଏହି ସମୟରେ ମତୁଆଲା ମୁନା ରାନୀଙ୍କ ପାଖକୁ ଆସି ନାଚିଲେ । ମଉକା ଦେଖି ରାନୀଙ୍କୁ ଜବରଦସ୍ତ ଆଲିଙ୍ଗନ କରିଥିଲେ । ଏହି ଘଟଣା ପରେ ରାନୀ ନାଚି ନାଚି ପେଣ୍ଡାଲ୍‌କୁ ପଳାଇଥିଲେ । ହେଲେ ମୁନାକୁ ପାନେ ଦେବାପାଇଁ ରାନୀ ରାଗ ତମତମ ହୋଇ ପୁଣି ଦର୍ଶକଙ୍କ ଭିତରକୁ ଫେରିଥିଲେ । ମୁନା ସହ ନାଚିଲେ, ଆଲିଙ୍ଗନର ବାହାନା କରି କାନ କାମୁଡି ଛିଡାଇ ଦେଇଥିଲେ । ଏପେଟେ ମୁନା କ୍ଷତାକ୍ତ କାନକୁ ଧରି ତଳେ ଗଡ଼ୁଥିବା ବେଳେ ରାନୀ ପେଣ୍ଡାଲ ଉପରକୁ ଯାଇ ନିଜ ପୋଷାକ ଖୋଲି ଦେଇଥିଲେ ।
ଏହି ଘଟଣା ପରେ ପରିବାର ସହ ଯାତ୍ରାକୁ ଆସିଥିବା ଦର୍ଶକ ଉଠି ପଳାଇଥିଲେ । ଆଉ କିଛି ଦର୍ଶକ ହୋହଲ୍ଲା ମଚାଇଥିଲେ । ଯାତ୍ରା ପରିଚାଳନା କମିଟି ସଦସ୍ୟ ବୁଝା ସୁଝା କରିବା ପରେ ପରିସ୍ଥିତି ଶାନ୍ତ ପଡିଥିଲା । ତା’ପରେ ବହି ଆରମ୍ଭ ହୋଇଥିଲା । ଏତେ ବଡ଼ ଘଟଣା ଘଟିଲା । ହେଲେ ରାତି ସାରା ପଇଁତରା ମାରୁଥିବା ପୁଲିସ୍‌ ପାଖରେ ଘଟଣା ନେଇ କିଛି ବି ଖବର ନାହିଁ । ଏବେ ଖଣ୍ଡଗିରି ଥାନା ପୁଲିସ୍‌କୁ ପଚାରିବାକୁ ସେ ଉତ୍ତର ଦେଇଥିଲେ, ଯଦି କିଏ ଏତଲା ଦେବେ, ଆମେ ତଦନ୍ତ ଆରମ୍ଭ କରିବୁ ।
ବଡ଼ କଥା ହେଉଛି, ବର୍ଷକୁ ବର୍ଷ ଖଣ୍ଡଗିରି ଯାତ୍ରା ମହାକୁମ୍ଭରେ ଅଶ୍ଳୀଳତା ଦିନକୁ ଦିନ ବୃଦ୍ଧି ପାଉଛି । ଯେହେତୁ ଏଠାରୁ ଯାତ୍ରା ପାର୍ଟି ଗୁଡ଼ିକ ବେପାରର ବର୍ଷ ଆରମ୍ଭ ହୋଇଥାଏ, ଦର୍ଶକ ଟାଣିବାକୁ ସେମାନେ ନାନା ଉପାୟ ଆପଣାଇଥାନ୍ତି । ଏ ବର୍ଷ ପ୍ରାୟ ସବୁ ପାର୍ଟି ଆଇଟମ୍‌ ଗାର୍ଲଙ୍କ ଅଶ୍ଳୀଳ ନାଚ ଜରିଆରେ ଦର୍ଶକଙ୍କୁ ଆକୃଷ୍ଟ କରୁଛନ୍ତି । ଏହି ଆଇଟମ୍‌ ଗାର୍ଲଙ୍କ ସମ୍ପର୍କରେ ମାଇକ ଜରିଆରେ ସହହ ବୁଲି ପ୍ରଚାର କରୁଛନ୍ତି । ଆଇଟମ୍‌ ଗାର୍ଲଙ୍କୁ ଦେଖିବା ପାଇଁ ନାହିଁ ନଥିବା ଭିଡ ଜମୁଛି ।