ଫେସବୁକ୍ ଆକାଉଣ୍ଟ ହ୍ଯାକ୍ ହୋଇଥିବା ଅଭିଯୋଗ କଲେ, ଜୀବନ ପ୍ରତି ବିପଦ ଥିବା କହି ପୋଲିସ ସୁରକ୍ଷା ମାଗିଲେ ରାନୀ

ଭୁବନେଶ୍ୱର ୫/୩: ଜଲିଉଡ ଆଇଟମ କୁଇନ ରାନୀ ପଣ୍ଡାଙ୍କ ଫେସବୁକ ଆକାଉଣ୍ଟ ହ୍ୟାକ ହୋଇଥିବା ଅଭିଯୋଗ । ଏଭଳି ଅଭିଯୋଗ ଆଣିଛନ୍ତି ନିଜେ ରାନୀ ପଣ୍ଡା । ତାଙ୍କୁ ଅଶ୍ଳୀଳ ମ୍ୟାସେଜ ଓ ଧମକପୂର୍ଣ କଲ୍ ମଧ୍ଯ ଆସୁଥିବା କହିଛନ୍ତି ରାନୀ । ‘ହଜାର ହଜାର ଅଶ୍ଲୀଳ ମ୍ୟାସେଜ ଓ କଲ୍ ଆସୁଛି । ମୋ ବିରୋଧରେ ଷଡଯନ୍ତ୍ର କରାଯାଉଛି ।‘ ମୋତେ ସୁରକ୍ଷା ଦରକାର ବୋଲି କହିଛନ୍ତି ରାନୀ । ଏପରି କହି ସେ ପୋଲିସ ସୁରକ୍ଷା ମାଗିଛନ୍ତି ।
ଆଜି ଏକ ସାମ୍ବାଦିକ ସମ୍ମିଳନୀ କରି ଏଭଳି ଅଭିଯୋଗ ଆଣିଛନ୍ତି ରାନୀ ପଣ୍ଡା । ଖଣ୍ଡଗିରି ଯାତ୍ରା ପେଣ୍ଡାଲରେ ଅଶ୍ଳୀଳ ନୃତ୍ୟ ପ୍ରଦର୍ଶନ କରି ଚର୍ଚିତ ହୋଇଥିବା ରାଣୀ ଏଭଳି ଅଭିଯୋଗ କରି ପୁଣି ଚର୍ଚ୍ଚାକୁ ଆସିଛନ୍ତି । ରାନୀ ଆକଟ୍ରେସ ନାମରେ ଫେସବୁକରେ ତାଙ୍କର ଏକ ଅକାଉଣ୍ଟ ଥିଲା । ତେବେ ଗତ ଏକ ତାରିଖରେ କେହି ଜଣେ ଏହାକୁ ହ୍ୟାକ କରିଥିବା ରାଣୀ ଅଭିଯୋଗ କରିଛନ୍ତି । ହ୍ୟାକର ‘ରାନୀ ଆକଟ୍ରେସ’ ନାମ ପରିବର୍ତନ କରି ‘ସାଗରିକା ମହାନ୍ତି ଜ୍ୟୋତି’ ରଖିଥିବା ସେ ଅଭିଯୋଗ ଆଣିଛନ୍ତି ।
ଏନେଇ ସେ କ୍ରାଇମ ବ୍ରାଞ୍ଚ, ଡିସିପି ଭୁବନେଶ୍ବର, ମହିଳା କମିଶନ ନିକଟରେ ଅଭିଯୋଗ କରିବେ ବୋଲି କହିଛନ୍ତି । ଖଣ୍ଡଗିରି ଯାତ୍ରା ପେଣ୍ଡାଲରେ ତାଙ୍କ ଅଶ୍ଳୀଳ ନୃତ୍ୟ ପ୍ରଦର୍ଶନକୁ ବିରୋଧ କରି ଯେଉଁ ସଙ୍ଗଠନମାନେ ଝଡ ଆରମ୍ଭ କରିଥିଲେ ସେମାନେ ଏହି ଚକ୍ରାନ୍ତ କରିଥାଇ ପାରନ୍ତି ବୋଲିସ ସେ ଆଶଙ୍କା କରିଛନ୍ତି । ଏପରିକି ତାଙ୍କ ଜୀବନକୁ ବିପଦ ଥିବା ଆଶଙ୍କା କରି ସେ ପୋଲିସ ସୁରକ୍ଷା ମଧ୍ଯ ମାଗିଛନ୍ତି ।