PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କୋରାପୁଟ: କୋଟିଆରେ ଆନ୍ଧ୍ର କର୍ମଚାରୀଙ୍କୁ ଅଧାରାସ୍ତାରେ ଅଟକାଇଲା ଓଡ଼ିଶା ପୋଲିସ
  • ||
  • କଳାହାଣ୍ଡି: ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ଅଫିସ ଘେରାଉ, ଘଟଣାସ୍ଥଳରେ ଉତ୍ତେଜନା ଜାରି
  • ||
  • ଭଦ୍ରକ: ବଉଳ ପୋଖରୀ ଅଞ୍ଚଳରୁ ୩୧୬ ଗ୍ରାମ୍ ବ୍ରାଉନସୁଗର ଜବତ କଲା ଗ୍ରାମଞ୍ଚଳ ଥାନା ପୋଲିସ, ୩ ଗିରଫ
  • ||
  • କେନ୍ଦୁଝର: ନିଖୋଜ ୪ ବର୍ଷର ଶିଶୁକନ୍ୟାର ଉଲଂଗ୍ନ ମୃତଦେହ ଉଦ୍ଧାର, ଦୁଷ୍କର୍ମ ପରେ ହତ୍ୟା କରି ଫିଙ୍ଗିଦେଇଥିବା ସନ୍ଦେହ
  • ||
  • ଖପ୍ରାଖୋଲ: ଯୁବକ ନିଖୋଜ ଅଭିଯୋଗ, ଶୁଳିଆବାହାଳ ଜଙ୍ଗଲ ମାଟିତଳୁ ନିଖୋଜ ଯୁବକଙ୍କ ମୃତଦେହ ଉଦ୍ଧାର
  • ||
  • ଭୁବନେଶ୍ୱର: ନନ୍ଦନକାନନରେ ବିରଳ ହିମାଳୟ ଅଣ୍ଡିରା ଭାଲୁ ‘ମୋତି’ର ମୃତ୍ୟୁ, ୫କୁ ଖସିଲା ସଂଖ୍ୟା
  • ||
  • ଢ଼େଙ୍କାନାଳ: ଷଢ଼ଙ୍ଗୀ ରେଞ୍ଜ ଅନ୍ତର୍ଗତ ଲହଡ଼ା ସରଂକ୍ଷିତ ଜଙ୍ଗଲରେ ଚିକିତ୍ସାଧୀନ ଅବସ୍ଥାରେ ଆଖିବୁଜିଲା ଦନ୍ତା, ସେପ୍ଟିସିମିଆ ରୋଗରେ ଥିଲା ପୀଡିତ
  • ||
  • ନୂଆଦିଲ୍ଲୀ : ଆରପାରିରେ ଭେଟେରାନ୍ ଅଭିନେତ୍ରୀ ମୀନୁ ମୁମତାଜ
  • ||
  • ବାଙ୍କୀ : ଜଙ୍ଗଲୀ ବାରହା ଉପଦ୍ରବ, ରାତିହେଲେ ଉଜାଡୁଛନ୍ତି ଏକର ଏକର ଫସଲ
  • ||
  • ଭୁବନ : ବାଲି ଘାଟକୁ କେନ୍ଦ୍ର କରି ମରଣାନ୍ତକ ଆକ୍ରମଣ, ବାପ-ପୁଅ ଗୁରୁତର
  • ||
  • ଭୁବନେଶ୍ୱର: ରାଜ୍ୟରେ ଆଉ ୪ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୩୦୫କୁ ବୃଦ୍ଧି
  • ||
  • ଭୁବନେଶ୍ୱର: ରାଜ୍ୟରେ ସାମାନ୍ୟ ଖସିଲା କରୋନା ଗ୍ରାଫ୍, ଗତ ୨୪ ଘଣ୍ଟାରେ ଚିହ୍ନଟ ହେଲେ ୪୪୧ କୋଭିଡ୍ ପଜିଟିଭ୍
  • ||
  • ନୂଆଦିଲ୍ଲୀ : ନଭେମ୍ବର ୨୯ରୁ ସଂସଦର ଶୀତ ଅଧିବେଶନ, ୨୦ଟି କାର୍ଯ୍ୟ ଦିବସ ରହିବ
  • ||
  • ଭୁବନେଶ୍ୱର : ଆଗକୁ ବଢ଼ିବ ଶୀତ, ଆଭ୍ୟନ୍ତରୀଣ ଓଡ଼ିଶାରେ ୨ ଡିଗ୍ରୀ ଖସିଲା ତାପମାତ୍ରା
  • ||
  • ଭୁବନେଶ୍ୱର : ଓଏଏସ୍‌ ସ୍ତରରେ ଛୋଟ ଧରଣର ଅଦଳବଦଳ, ପୁରୀ ସଦର ବିଡିଓ ଭାବେ ନୂଆ ଦାୟିତ୍ଵ ସମ୍ଭାଳିବେ ସମ୍ବିତ ଶତପଥୀ
  • ||
  • ସୁନ୍ଦରଗଡ଼ : ହାତୀପଲଙ୍କୁ ଘଉଡାଇବା ବେଳେ ଅଘଟଣ, ହାତୀ ଆକ୍ରମଣରେ ଯୁବକ ମୃତ
  • ||

ଜଣେ ସାଧାରଣ ନାରୀରୁ ଇଣ୍ଟରନେଟ୍ ସେନ୍ସେସନ୍ : ଲକ୍‌ଡାଉନ୍‌ରେ କେମିତି କଟୁଛି ରାନୁ ମଣ୍ଡଳଙ୍କ ଦିନ, ଶୁଣନ୍ତୁ ତାଙ୍କ ମୁହଁରୁ….

ମୁମ୍ବାଇ ୭।୮ : ଦିନେ ରେଲଓ୍ବେ ଷ୍ଟେସନରେ ସୁର ସାମାଜ୍ଞ୍ରୀ ଲତା ମଙ୍ଗେସକରଙ୍କ ’ଏକ ପ୍ୟାର କା ନଗମା…’ ଗୀତ ପାଇଁ ସୋସିଆଲ ମିଡିଆ ସେନଶେସନ୍ ପାଲଟିଥିବା ରାନୁ ମଣ୍ଡଳଙ୍କ ଜୀବନ ପୂର୍ବ ତୁଳନାରେ ଖୁବ୍ ବଦଳି ଯାଇଛି। ଦୁଇଓଳା ମୁଠେ ଖାଇବାକୁ ମିଳୁନଥିବା ରାନୁ ଫିଲ୍ମରେ ଗୀତ ଗାଇବାର ଦିନେ ସୁଯୋଗ ପାଇଥିଲେ।। ଏପରିକି ସେହି ସମୟରେ ତାଙ୍କର ଫ୍ୟାନ୍ ଫଲୋଇଙ୍ଗ ମଧ୍ୟ ଖୁବ୍ ଅଧିକା ଥିଲେ।

ତାଙ୍କର କଣ୍ଠର ଯାଦୁକୁ ଜାଣିବା ପରେ ବଲିଉଡର ପ୍ରସିଦ୍ଧ ଗାୟକ ହିମେଶ ରେଶମିୟା ତାଙ୍କୁ ନିଜର ଫିଲ୍ମରେ ଗୀତ ଗାଇବାର ସୁଯୋଗ ଦେଇଥିଲେ। ଅନେକଙ୍କ ପାଇଁ ଏହା ସ୍ୱପ୍ନ ହୋଇଥିବା ବେଳେ ରାତାତାତି ଷ୍ଟାର ହୋଇଯାଇଥିବା ରାନୁ ଗୋଟିଏ ପରେ ଗୋଟିଏ ସଫଳତାର ସିଢ଼ି ଚଢ଼ିବାରେ ଲାଗିଥିଲେ। ରାନୁ ମଣ୍ଡଲଙ୍କୁ କୌଣସି ପରିଚୟର ଆବଶ୍ୟକତା ନାହିଁ।

ବର୍ତ୍ତମାନ କରୋନା ମହାମାରୀ କଳାଦୁନିଆକୁ କବଳିତ କରି ନେଇଛି । ମଞ୍ଚ, ପରଦାରେ ସତେ ଯେମିତି ତାଲା ମାରିଦେଇଛି । କଳାକାରଙ୍କ ମୁହଁରୁ ରଙ୍ଗ ଛଡ଼େଇ ସେମାନଙ୍କ ଜୀବନ ଧାରା ବଦଳାଇ ଦେଇଛି । ତେବେ ସାରା ଦେଶରେ ଜାରି ରହିଥିବା ଲକ୍‌ଡାଉନ୍‌ ପରିସ୍ଥିତିରେ ଇଣ୍ଟରନେଟ୍‌ ସେନ୍ସେସନ୍‌ ରାନୁ ମଣ୍ଡଳଙ୍କ ଜୀବନ କେମତି କଟୁଛି ବୋଲି ସାମ୍ବାଦିକ ଜାଣିବାକୁ ଚାହିଁଥିଲେ।

ଉତ୍ତରରେ ରାନୁ ମଣ୍ଡଳ କହିଥିଲେ ଯେ, ଏଭଳି ପରିସ୍ଥିତିରେ ଭଲ କହିବା ଠିକ୍‌ ହେବ। କାରଣ ପରିସ୍ଥିତି ସବୁବେଳେ ବଦଳିଥାଏ। ତେଣୁ ସୁଖ ହେଉ କି ଦୁଃଖ ସବୁବେଳେ ଭଗବାନଙ୍କୁ ପ୍ରାର୍ଥନା କରିବା ଦରକାର। ସମୟ ଯେତେ କଷ୍ଟ ଆସୁନାକାହିଁକି ସମସ୍ତଙ୍କୁ ବଞ୍ଚିବାକୁ ପଡ଼ିବ। ସବୁରି ମୂଳରେ ଭଗବାନ। ତେଣୁ ଏଭଳି ସଙ୍କଟରୁ ରକ୍ଷା ପାଇବା ପାଇଁ ଆମ ସମସ୍ତଙ୍କୁ ଭଗବାନଙ୍କ ନିକଟରେ ପ୍ରର୍ଥନା କରିବା ଉଚିତ୍। ଆପଣ ବି ଦେଖି ପାରୁଛନ୍ତି ମୁଁ କିଭଳି ବଞ୍ଚିଛି ମୋତେ ସେହିଭଳି ବଞ୍ଚିବାକୁ ପଡ଼ିବ। ଶୁଣନ୍ତୁ ରାନୁଙ୍କ ମୁହଁରୁ…