ଭୋଜପୁରୀ ଫିଲ୍ମ ଇଣ୍ଡଷ୍ଟ୍ରିରେ ଗୀତ ଗାଇବାକୁ ସୁଯୋଗ ପାଇଲେ ରାନୁ ମଣ୍ଡଲ! କିଏ ଦେଲା ଏହି ଅଫର ଜାଣନ୍ତୁ ?

ମୁମ୍ବାଇ୨୮|୮: ‘ଏକ୍ ପ୍ୟାର୍ କା ନଗମା ହେ…’ ଗୀତ ଗାଇ ସୋସିଆଲ ମିଡିଆ ମାଧ୍ୟମରେ ରାତାରାତି ଷ୍ଟାର ହୋଇଥିବା ପଶ୍ଚିମ ବଙ୍ଗର ରାନୁ ମଣ୍ଡଲ ଏବେ ପୁଣି ଚର୍ଚ୍ଚାରେ। ଦିନେ ଯାହାକୁ ରେଳ ଷ୍ଟେସନରେ ବସି ଗୀତ ଗାଉଥିବାର ଦେଖି ମଧ୍ୟ ଲୋକେ ଅଣଦେଖା କରି ଦେଉଥିଲେ, ଆଜି ତାକୁ ସାରା ଦେଶ ଶୁଣୁଛି ।

ନିଜ କଣ୍ଠସ୍ବରରେ ରାନୁ ଇଣ୍ଟରନେଟ୍‌ରେ ଦର୍ଶକଙ୍କ ସଂଖ୍ୟା ବଢ଼ାଇ ଚାଲିଛନ୍ତି। ଖବର ମିଳିଛି ଯେ, ରାନୁଙ୍କୁ ଭୋଜପୁରୀ ଫିଲ୍ମ ଇଣ୍ଡଷ୍ଟ୍ରିରେ ଗୀତ ଗାଇବା ପାଇଁ ଅଫର ଦିଆଯାଇଛି। ଭୋଜପୁରୀ ଅଭିନେତା ପ୍ରଦୀପ ପାଣ୍ଡେ ଚିଣ୍ଟୁ ଏକ ସାକ୍ଷାତକାରରେ କହିଛନ୍ତି ଯେ, ସେ ରାନୁ ମଣ୍ଡଲଙ୍କୁ ତାଙ୍କ ଫିଲ୍ମରେ ଗୀତ ଗାଇବା ପାଇଁ ଅଫର ଦେଇଛନ୍ତି।

ପ୍ରଦୀପ କହିଛନ୍ତି ଯେ, ଆମ ଦେଶରେ ବହୁ କମାଲ ଗାୟିକା ଏବେ ସାମ୍ନାକୁ ଆସୁଛନ୍ତି। ସେମାନଙ୍କ ମଧ୍ୟରୁ ରାନୁ ଅନ୍ୟତମ। ତାଙ୍କ ଜୀବନର କାହାଣୀ ଅପେକ୍ଷା ଲୋକେ ତାଙ୍କ କଣ୍ଠର ଯାଦୁ ସମସ୍ତଙ୍କୁ ଇମ୍ପ୍ରେସ କରୁଛି। କହିବାକୁ ଗଲେ ସମସ୍ତଙ୍କ ହୃଦୟରେ ସେ ଘର କରିସାରିଲେଣି।

ରାନୁଙ୍କ ଗୀତ ଶୁଣିବାପରେ ସେ ନିଜେ ତାଙ୍କର ବହୁତ ବଡ ଫ୍ୟାନ୍‌ ହୋଇଯାଇଛନ୍ତି। ତେବେ ରାନୁ ଭୋଜପୁରୀ ଇଣ୍ଡଷ୍ଟ୍ରିରେ ମଧ୍ୟ ଲୋକଙ୍କ ମଧ୍ୟରେ ନିଜର ପରିଚୟ ସୃଷ୍ଟି କରିବେ ବୋଲି ଆଶା କରାଯାଉଛି। କେବଳ ସେ ନୁହେଁ ସମଗ୍ର ଭୋଜପୁରୀ ଇଣ୍ଡଷ୍ଟ୍ରି ରାନୁଙ୍କୁ ପୁରା ହୃଦୟରୁ ସ୍ବାଗତ କରିବାକୁ ଚାହାନ୍ତି।

ପଶ୍ଚିମ ବଙ୍ଗ ରାଣାଘାଟ ରେଲୱେ ଷ୍ଟେସନରେ ଗୀତ ଗାଇ ଜୀବନଯାପନ କରୁଥିଲେ ରାନୁ। ପୁରୁଣା ଗୀତ ଗାଇ ସେ ରେଲୱେ ଷ୍ଟେସନରେ ଲୋକଙ୍କ ଦୃଷ୍ଟି ଆକର୍ଷଣ କରୁଥିଲେ। କିଛି ଲୋକ ଗୀତ ଶୁଣିବା ପାଇଁ ଠିଆ ହୋଇଯାଉଥିଲେ ତ ଆଉ କିଛି ନଦେଖି ଚାଲିଯାଉଥିଲେ। କିଏ ବିସ୍କୁଟ ପ୍ୟାକେଟ ଦେଇ ଚାଲିଯାଉଥିଲା ତ କିଏ ଅନ୍ୟାନ୍ୟ ଖାଦ୍ୟ ଜିନିଷ ସହିତ ଟଙ୍କା ଦେଇ ଚାଲିଯାଉଥିଲା।

ତେବେ ଷ୍ଟେସନରେ ଗୀତ ଗାଉଥିବା ବେଳେ ଅତିନ୍ଦ୍ର ଚକ୍ରବର୍ତ୍ତୀ ନାମକ ଜଣେ ଇଂଜିନିୟର ସେଠାରେ ଉପସ୍ଥିତ ଥିଲେ। ଷ୍ଟେସନରେ ଗୀତ ଗାଉଥିବା ସମୟରେ ଅତିନ୍ଦ୍ର ମୋବାଇଲରେ ଗୀତଟିକୁ ରେକର୍ଡିଂ କରି ନିଜର ଫେସ୍‌ବୁକ୍‌ ଆକାଉଣ୍ଟରେ ପୋଷ୍ଟ କରିଥିଲେ।ସେବେଠୁ ଧୀରେ ଧୀରେ ସୋସିଆଲ ମିଡିଆରେ ତାଙ୍କ ଭିଡିଓ ଭାଇରାଲ ହେବାରେ ଲାଗିଥିଲା। ଫଳରେ ସେ ରାତା ରାତି ଷ୍ଟାର ହୋଇଥିଲେ। ଏବେ ସଲମାନ ଖାନ ଓ ଅକ୍ଷୟ କୁମାରଙ୍କ ଭଳି ଅଭିନେତାମାନେ ମଧ୍ୟ ସେମାନଙ୍କ ଆଗାମୀ ଫିଲ୍ମର ଗୀତ ତାଙ୍କ ଦ୍ୱାରା ରେକର୍ଡ କରିବାକୁ ଇଚ୍ଛା ବ୍ୟକ୍ତି କରିଛନ୍ତି।

   ସମ୍ବନ୍ଧିତ ଖବର


କରୋନା – ରେଳ ରାଷ୍ଟ୍ରମନ୍ତ୍ରୀ ସୁରେଶ ଅଙ୍ଗଦୀଙ୍କ ଦେହାନ୍ତ

ହାତୀ ଆଣିଦେଲେ ପତି – ସ୍ୱପ୍ନ ପୁରା କଲେ ଜୀବନ ସାଥି

ଡ୍ରଗ୍ସ ଲିଙ୍କ୍‌ରେ ୩ ଅଭିନେତ୍ରୀ – ଦୀପିକା , ସାରା ଓ ଶ୍ରଦ୍ଧାଙ୍କୁ ସମନ ଜାରି

ରାଷ୍ଟ୍ରପତି ଜିନପିଙ୍ଗଙ୍କୁ ଜୋକର କହି ଅଡୁଆରେ ଚୀନ୍ ଅରବପତି, ୧୮ ବର୍ଷ ଜେଲ

ପତ୍ନୀ ବାପା ଘରୁ ଆସିବାକୁ ରାଜି ହେଲେନି ବୋଲି ଏମିତି କାଣ୍ଡ କଲେ ସ୍ୱାମୀ …

ଆସନ୍ତା ୩ ଦିନରେ ଏହି ସବୁ ରାଜ୍ୟରେ ହେବ ପ୍ରବଳ ବର୍ଷା: ମୁମ୍ବାଇ ଜଳମଗ୍ନ, ସମୁଦ୍ରରୁ ଉଠିପାରେ ଉଚ୍ଚ ଲହରୀ