ରାନୁ ମଣ୍ଡଲ କେଉଁ କାରଣରୁ ରେଳ ଷ୍ଟେସନରେ ଗୀତ ଗାଉଥିଲେ, ପ୍ରଥମ ଗୀତ ରେକର୍ଡିଂ ଲାଗି କେତେ ଲକ୍ଷ ଟଙ୍କା ମିଳିଲା ଜାଣନ୍ତୁ…

ମୁମ୍ବାଇ ୨୭।୮: ‘ତେରି ମେରି କାହାନୀ..’., ‘ଏକ୍ ପ୍ୟାର୍ କା ନଗମା ହେ…’ ପିଲାଠାରୁ ବୁଢ଼ା ପର୍ଯ୍ୟନ୍ତ ଏବେ ସମସ୍ତଙ୍କ ମୁହଁରେ ଏହି ଦୁଇଟି ଗୀତ ଆଉ ତାଙ୍କରି ନାଁ। ଏହି ଗୋଟିଏ ଗୀତ ଗାଇ ସେ ରେଳ ଷ୍ଟେସନରୁ ଆଜି ପହଞ୍ଚିଛନ୍ତି ବଲିଉଡ୍‌ରେ। ଦିନେ ଯାହାକୁ ରେଳ ଷ୍ଟେସନରେ ବସି ଗୀତ ଗାଉଥିବାର ଦେଖି ମଧ୍ୟ ଲୋକେ ଅଣଦେଖା କରି ଦେଉଥିଲେ, ଆଜି ତାକୁ ସାରା ଦେଶ ଶୁଣୁଛି ।

ଆଜି ଆମେ ଏଠାରେ ରାନୁ ମଣ୍ଡଲଙ୍କ କଥା କହୁଛୁ, ଯିଏ ପଶ୍ଚିମବଙ୍ଗର ରାନାଘାଟ ଷ୍ଟେସନରେ ଲତା ମଙ୍ଗେସ୍କରଙ୍କ ସ୍ବରରେ ଗୀତ ଗାଇ ପେଟପାଟଣା ଚଳାଉଥିଲେ ଏବେ ସେ ସଙ୍ଗିତ ଆକାଶର ନୂଆ ତାରା ପାଲଟିଯାଇଛନ୍ତି।

ତାଙ୍କର ଭିଡିଓ ଭାଇରାଲ ହେବା ପରେ ରାତା ରାତି ସେ ଲୋକପ୍ରିୟ ହେବା ସହ ଏବେ ହିମେଶ ରେସ୍‌ମିଆ ତାଙ୍କୁ ନିଜ ଚଳଚ୍ଚିତ୍ରରେ ଗାଇବାର ସୁଯୋଗ ଦେଉଛନ୍ତି । ଏହା ସହ ତାଙ୍କୁ ସୋନି ଟିଭିରେ ପ୍ରସାରିତ ହେଉଥିବା ସୁପରଷ୍ଟାର ସିଙ୍ଗର ରିୟାଲିଟି ସୋ’କୁ ଆସିବାର ମଧ୍ୟ ସୁଯୋଗ ମିଳିଥିଲା ।

ସୋ’ର ହୋଷ୍ଟ ଜୟ ଭାନୁଶାଳୀ ରାନୁଙ୍କୁ ରେଳ ଷ୍ଟେସନରେ କ’ଣ ପାଇଁ ଗୀତ ଗାଉଥିଲ ବୋଲି ପଚାରିଥିଲେ । ଏହାର ଉତ୍ତର ରଖି, ମୁଁ ରେଳ ଷ୍ଟେସନରେ ଏଥିପାଇଁ ଗୀତ ଗାଉଥିଲି କାରଣ ମୋ ପାଖରେ ରହିବା ପାଇଁ ଘର ନଥିଲା । ନିଜର ପେଟ ପୋଷିବା ପାଇଁ ମୁଁ ଗୀତ ଗାଉଥିଲି, ଯାହା ପାଇଁ ଲୋକେ ମୋତେ କେତେବେଳେ ବିସ୍କୁଟ ତ କେତେବେଳେ ଟଙ୍କା ଦେଉଥିଲେ ।

କିନ୍ତୁ ଜାଣନ୍ତି କି ପ୍ରଥମ ଗୀତ ରେକର୍ଡିଂ କରିଥିବା ବେଳେ ଏଥିଲାଗି ତାଙ୍କୁ ଯେତିକି ପାରିଶ୍ରମିକ ମିଳିଥିଲା। ଯାହାକୁ ନେଇ ସେ ନିଜେ ବି ବିଶ୍ୱାସ କରିପାରିନହାନ୍ତି। ରାନୁ ହିମେଶ ରେସମିଆଙ୍କ ‘ହ୍ୟାପି ହାର୍ଡି ଏଣ୍ଡ ହୀର’ ଲାଗି ଏକ ଗୀତ ଗାଇବେ।

ଏଥିଲାଗି ତାଙ୍କର ଏକ ସାଉଣ୍ଡ ଟ୍ରାକ ରେକର୍ଡ ହୋଇଥିବା ବେଳେ ଏହାର କିଛି ସେକେଣ୍ଡ ଭିଡିଓ ଏବେ ସୋସାଲ ସାଇଟ୍ ରେ ଅପଲୋଡ ହୋଇଛି। ଯାହାକୁ ଲୋକେ ବେଶ୍ ପସନ୍ଦ କରୁଛନ୍ତି।

କେବଳ ହିମେଶ ନୁହଁନ୍ତି ଏବେ ସଲମାନ ଖାନ ଓ ଅକ୍ଷୟ କୁମାରଙ୍କ ଭଳି ଅଭିନେତାମାନେ ମଧ୍ୟ ସେମାନଙ୍କ ଆଗାମୀ ଫିଲ୍ମର ଗୀତ ତାଙ୍କ ଦ୍ୱାରା ରେକର୍ଡ କରିବାକୁ ଇଚ୍ଛା ବ୍ୟକ୍ତି କରିଛନ୍ତି। ତେବେ ହିମେଶ ତାଙ୍କ ଗୀତ ରେକର୍ଡ ଲାଗି ରାନୁଙ୍କୁ କେତେ ପାରିଶ୍ରମିକ ଦେଇଛନ୍ତି ପ୍ରଥମେ ଜାଣନ୍ତୁ।

ଏଥିଲାଗି ତାଙ୍କୁ ସେ ୬ରୁ ୭ ଲକ୍ଷ୍ ଟଙ୍କା ଦେବେ। ତେବେ ସାଇନିଂ ଏମାଉଣ୍ଟ ଭାବେ ହିମେଶ ତାଙ୍କୁ ଯାହା ଦେଇଛନ୍ତି ତାହା ନେବାକୁ ରାନୁ ପ୍ରଥମେ ରାଜି ହେଉନଥିଲେ। ହେଲେ ହିମେଶ ତାଙ୍କୁ ଏହା ତାଙ୍କର ପ୍ରଥମ ପାରିଶ୍ରମିକ ଓ ନେବା ଉଚିତ ବୋଲି ପରାମର୍ଶ ଦେଇ ଜୋର ଜବରଦସ୍ତ ଦେଇଛନ୍ତି।

   ସମ୍ବନ୍ଧିତ ଖବର


ରାହୁଲ ଗାନ୍ଧି ଓ ପ୍ରିୟଙ୍କା ଗାନ୍ଧିଙ୍କ ବିରୋଧରେ ଏଫ୍‌ଆଇଆର୍‌

ପୁଣିଥରେ ବିବାଦରେ ଜଷ୍ଟିସ୍‌ ମାର୍କଣ୍ଡେୟ କାଟଜୁ – କହିଲେ , ସେକ୍ସ ମଣିଷର ପ୍ରାକୃତିକ ଇଚ୍ଛା , ଦେଶରେ ବେରୋଜଗାରୀ ବଢ଼ୁଥିବାରୁ ଦୁଷ୍କର୍ମ ବଢ଼ୁଛି

ଏହି ସପ୍ତାହରୁ ୟୁରୋପରେ ପ୍ରଥମେ ଅକ୍ସଫୋର୍ଡ କରୋନା ଟିକାର ରୋଲିଂ ରିଭ୍ୟୁ ପାଇଁ ଯୋଜନା ଆରମ୍ଭ

ଡ୍ରଗ୍ସ କେସ୍‌ : ଏନ୍‌ସିବି ଦୀପିକା, ଶ୍ରଦ୍ଧା, ସାରାଙ୍କୁ ଦେଲେ କ୍ଲିନ୍‌ ଚିଟ୍ ? ଜାଣନ୍ତୁ ସତ କଣ

କୋଟିପତି ଏବଂ ବଡ ବଡ ଉଦ୍ୟୋଗପତି ନେଇଛନ୍ତି ରୁଷ୍‌ର କରୋନା ଟିକା !

ସେନାର ଯବାନ ଖାଇବେ ଲ୍ୟାବ୍‌ର ପରିବା – ବଙ୍କରରେ ତିଆରି ହେବ