PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କନ୍ଧମାଳ- ଗୋଚ୍ଛାପଡା ପୁଲିସ ଦ୍ବାରା ୧୦୭ କିଲୋ ଗଞ୍ଜେଇ ଜବତ । ଜାମସେଦପୁର ଅଞ୍ଚଳର ଦୁଇ ଗିରଫ ।
  • ||
  • ଗଞ୍ଜାମ- କୁକୁଡାଖଣ୍ଡି ବ୍ଲକ କାଳୁଆ ଛକରେ ୭ଲକ୍ଷ ଟଙ୍କାର ଗଞ୍ଜେଇ ଜବତ କଲା ଅବକାରୀ।
  • ||
  • ଭୁବନେଶ୍ଵର : ବିଭିନ୍ନ ରାଜ୍ୟରେ ଡାକ୍ତରମାନଙ୍କୁ ଆକ୍ରମଣ, ଆସନ୍ତା ୧୮ ତାରିଖକୁ ଜାତୀୟ ପ୍ରତିବାଦ ଦିବସ ଭାବେ ପାଳିବ ଭାରତୀୟ ଚିକିତ୍ସକ ସଂଘ
  • ||
  • ବଲାଙ୍ଗୀର : ସଦର ଏସଡିପିଓଙ୍କ ପ୍ରେସମିଟ, ୨୨ ବାଇକ, ୨ ପିକଅପ ଜବତ, ୭ ଗିରଫ
  • ||
  • ମାଲକାନାଗିରି : ମାଲକାନଗିରି-ଆନ୍ଧ୍ର ସୀମାରେ ନକ୍ସଲ ଓ ପୋଲିସ ମୁହାଁମୁହିଁ, ଏନକାଣ୍ଟରରେ ୬ ହାଡକୋର ମାଓବାଦୀ ନିହତ
  • ||
  • ପାରାଦୀପ : ଜିଏସଟି ଫାଙ୍କୁଥିବା ଅଭିଯୋଗରେ ସ୍କାର୍ପ ବୋଝେଇ ଟ୍ରକ ଅଟକ, ବାଣିଜ୍ୟ କର ବିଭାଗ ଦ୍ଵାରା ଅଟକ
  • ||
  • ଅନୁଗୁଳ : ରେଙ୍ଗାଲି ବିରାଜ ଷ୍ଟିଲ ସାମ୍ନାରେ ଟ୍ରକ୍ ସହ ଧକ୍କା ହୋଇ କାର୍ ଚୂରମାର, ଘଟଣାସ୍ଥଳରେ ଜଣେ ମ୍ରୁତ, ଜଣେ ଗୁରୁତର
  • ||
  • ବ୍ରହ୍ମପୁର : ବ୍ରହ୍ମପୁର ଉତ୍ତରାମୁଖୀ ସାହିରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଗଣ୍ଡଗୋଳ, ଛୁରୀ ମାଡ଼ରେ ଜଣେ ମୃତ ଓ ଦୁଇଜଣ ଆହତ, ସମସ୍ତେ ଏମକେସିଜିରେ ଭର୍ତ୍ତି
  • ||
  • ଭୁବନେଶ୍ଵର : ଆଉ ଅଳ୍ପ ଦିନ ମଧ୍ୟରେ ସଂକ୍ରମଣ ସମ୍ପୂର୍ଣ୍ଣ କମିଯିବ, ‘ଅନଲକ୍’ ହେଲେବି ଲୋକଙ୍କୁ ନିୟମ କଡାକଡି ପାଳନ କରିବାକୁ ପଡିବ- ଡିଏମଇଟି
  • ||
  • ବାଲିପାଟଣା : ଧାନ ବ୍ୟବସାୟୀଙ୍କୁ ବୋମା ମାଡ, ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି
  • ||
  • ଢେଙ୍କାନାଳ : ବିବାହ କରିବାକୁ ମନା କରିଦେଲେ ପ୍ରେମିକା, ଦେହରେ କିରୋସିନ ଢାଳି ଆତ୍ମହତ୍ୟା ଉଦ୍ୟମ କଲା ବିଫଳ ପ୍ରେମିକ
  • ||
  • ମାଲକାନଗିରି : ମାଲକାନଗିରି ଜିଲ୍ଲା ମାଥିଲି ଥାନା କୁଲାବେଡା ଜଙ୍ଗଲରେ ମାଓବାଦୀ-ଯବାନଙ୍କ ମଧ୍ୟରେ ଗୁଳି ବିନିମୟ
  • ||
  • ଭୁବନେଶ୍ୱର : ଓଡ଼ିଶାରୁ ଆଉ ୪୪ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୩୪୩୨କୁ ବୃଦ୍ଧି
  • ||
  • ଚୌଦ୍ଵାର: ଟ୍ରଲରକୁ ପିଟିଲା ପିକଅପ୍ ଭ୍ୟାନ୍, ୨ ମୃତ ଜଣେ ଗୁରୁତର
  • ||
  • କରଞ୍ଜିଆ : ସୋଲାର ଚୋରଙ୍କୁ ଧରିଲା ପୋଲିସ, ଖତ ଗଡ଼ିଆରେ ପୋତି ଲୁଚାଇ ରଖିଥିଲେ ସୋଲାର ପ୍ୟାନେଲ ଓ ବ୍ୟାଟେରୀ
  • ||
  • ଭୁବନେଶ୍ୱର : ରାଜ୍ୟରେ କମୁଛି ସଂକ୍ରମଣ, ୨୪ ଘଣ୍ଟାରେ ୩୫୩୫ କୋଭିଡ୍ ପଜିଟିଭ୍ ଚିହ୍ନଟ
  • ||

ଷ୍ଟ୍ରିଟ୍ ସିଙ୍ଗରରୁ ପ୍ଲେବ୍ୟାକ୍ ସିଙ୍ଗର ରାନୁ ମଣ୍ଡଳ, ତାଙ୍କ ସଂଘର୍ଷମୟ ଜୀବନରେ ଦେବଦୂତ ସାଜିଥିବା ଯୁବକଙ୍କ ଜଣକ କିଏ ଜାଣନ୍ତୁ

ନୂଆଦିଲ୍ଲୀ,୨୪।୮: ବଲିଉଡ ଫିଲ୍ମରେ ଗୀତ ଗାଇବାର ସୁଯୋଗ ପାଇବା ପାଇଁ ପ୍ରତିଦିନ ଲକ୍ଷାଧିକ ଲୋକ ମୁମ୍ବାଇ ଯାଆନ୍ତି, କିନ୍ତୁ ସେମାନଙ୍କ ଭିତରୁ କୌଣସି ଜଣଙ୍କୁ ନିଜର ପ୍ରତିଭା ଦେଖାଇବାର ସୁଯୋଗ ମିଳିଥାଏ ଓ ଅନ୍ୟମାନେ ଏହାକୁ ପୂରଣ କରିବାକୁ ସାରା ଜୀବନ ମଧ୍ୟ ଅପେକ୍ଷା କରିଥାନ୍ତି। କିନ୍ତୁ ରାନୁ ମଣ୍ଡଳ ଏଭଳି ଏକ ନାମ, ଯାହାଙ୍କର ପ୍ରେରଣାଦାୟୀ ଯାତ୍ରା ସେହି ଲୋକଙ୍କୁ ସ୍ବପ୍ନକୁ ସତ କରିବାକୁ ଉତ୍ସାହ ଦେବ ଯେଉଁମାନେ ଜୀବନରେ ନିଜର ଲକ୍ଷ୍ୟ ପୂରଣ ନକରି ପାରି ଘରେ ନିରାଶ ହୋଇ ବସିଯାଇଛନ୍ତି। କୋଲକତାର ରାଣାଘାଟ ରେଲଓ୍ବେ ଷ୍ଟେସନରୁ ନେଇ ପ୍ରସିଦ୍ଧ ସଙ୍ଗୀତଜ୍ଞ ହିମେଶ ରେଶମିୟାଙ୍କ ଷ୍ଟୁଡିଓରେ ପହଁଞ୍ଚିଥିବା ରାନୁ ଏବେ କାହାର ପରିଚୟ ଉପରେ ନିର୍ଭରଶୀଳ ନୁହଁନ୍ତି।

ହିମେଶ ରେଶମିୟା   ‘ହାପି ହାର୍ଡି ଆଣ୍ଡ ହୀର’ ନାମକ ଫିଲ୍ମରେ ପ୍ଲେବ୍ୟାକ୍ ସିଙ୍ଗର ଭାବରେ ରାନୁଙ୍କୁ ଗୀତ ଗାଇବାର ସୁଯୋଗ ଦେଇଛନ୍ତି। ରାନୁ ଏହି ଫିଲ୍ମରେ ‘ତେରି ମେରି, ମେରି ତେରି କାହାନୀ…’ ଗୀତ ଗାଇଛନ୍ତି। ବୟସର ଯେଉଁ ସମୟରେ ରାନୁଙ୍କୁ ସଫଳତା ମିଳିଛି ତାହା ତାଙ୍କ ପାଇଁ ଭଗବାନଙ୍କ ଆର୍ଶୀବାଦ ଠାରୁ କିଛି କମ୍ ନୁହେଁ। ରାନୁଙ୍କ ଗୀତକୁ ସାରା ଦେଶରେ ଖୁବ୍ ପ୍ରଶଂସା ଚାଲିଛି, କିନ୍ତୁ ଏତେ ବର୍ଷ ପର୍ଯ୍ୟନ୍ତ କେହି କାହିଁକି ଜାଣିପାରିନଥିଲେ। ଏପରିକି ତାଙ୍କ ପରିବାର ଲୋକ ମଧ୍ୟ ତାଙ୍କ ଠାରୁ ଦୂରେଇ ଯାଇଥିଲେ। ତେବେ ରାନୁଙ୍କ ଜୀବନରେ ଦେବଦୂତ ସାଜି ଆସିଥିଲେ ୟତୀନ୍ଦ୍ର ଚକ୍ରବର୍ତ୍ତୀ। ସେ ଜଣେ ପ୍ରକୃତ ଜୋହରୀ ଭଳି ରାନୁଙ୍କୁ ଭିତରେ ଥିବା ତାଙ୍କର ସୁନ୍ଦର ସ୍ବରକୁ ହୀରା ଭଳି ଖୋଜି ବାହାର କରିପାରିଥିଲେ।

ରାନୁଙ୍କୁ ଲୋକଲୋଚନକୁ ଆଣିଥିବା ଯତୀନ୍ଦ୍ର ପେଶାରେ ଜଣେ ସଫ୍ଟଓ୍ବେୟାର ଇଞ୍ଜିନିୟର। ସେ ଯେତେବେଳେ ରାନୁଙ୍କୁ ରାଣାଘାଟ ଷ୍ଟେସନରେ ଗୀତ ଗାଉଥିବାର ଶୁଣିଲେ ତାଙ୍କର ସ୍ବର ଶୁଣି ସେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ ଓ ତୁରନ୍ତ ନିଜର ମୋବାଇଲ ଫୋନ୍ ବାହାର କରି ରାନୁ ଗାଉଥିବା ଗୀତକୁ ସୁଟ୍ କରିନେଇଥିଲେ ଓ ଘରେ ପହଁଞ୍ଚି ସୋସିଆଲ ମିଡିଆରେ ଏହାକୁ ସେୟାର କରିଦେଇଥିଲେ। ଯତୀନ୍ଦ୍ରଙ୍କୁ ଭରସା ନଥିଲା ଲୋକମାନେ ରାନୁ ମଣ୍ଡଳଙ୍କ ଗୀତକୁ ଏତେ ପସନ୍ଦ କରିବେ। ଏହାପରେ ସୋସିଆଲ ମିଡିଆରେ ରାନୁଙ୍କ ଭିଡିଓ ଭାଇରାଲ ହୋଇ ରାନୁ ପହଁଞ୍ଚିଥିଲେ ସାରା ଦେଶର ଘରେ ଘରେ। ରାନୁ ସୁରସାମ୍ରଜ୍ଞୀ ଲତା ମଞ୍ଜେସକରଙ୍କ ଗୀତ ‘ଏକ ପ୍ୟାର କା ନଗମା ହୈ’ ଗାଇ ଲୋକଙ୍କୁ କରିଦେଇଥିଲେ ତାଙ୍କର ଦିଓ୍ବାନା।

ରାନୁଙ୍କୁ ଏହି ଭିଡିଓକୁ ଫେସବୁକରେ ୪ ମିଲିୟନ ଥର ଦେଖାଯାଇ ସାରିଥିଲା। ଏହାପରେ ଅଧାବୟସ୍କା ରାନୁ ମଣ୍ଡଳଙ୍କୁ ଖୋଜାଖୋଜି କରିବା ଆରମ୍ଭ କରିଦେଇଥିଲେ ଲୋକେ। ଯତୀନ୍ଦ୍ର ମଧ୍ୟ ରାନୁଙ୍କୁ ବହୁବାର ଷ୍ଟେସନରେ ଖାଇବାକୁ ଦେଇଛନ୍ତି। ରାନୁଙ୍କୁ ଯେତେବେଳେ ଖୋଜା ପଡିଥିଲା ଗଣମାଧ୍ୟମକୁ ଯତୀନ୍ଦ୍ରଙ୍କ ଯୋଗୁଁ ତାଙ୍କର ସନ୍ଧାନ ମିଳିଥିଲା।  ଏବେ ରାନୁ ଏକ ଟିଭିର ରିୟାଲିଟି ଶୋ’ରେ ଯାଇଥିବା ବେଳେ ତାଙ୍କୁ ହିମେଶ ରେଶମିୟା ତାଙ୍କ ଫିଲ୍ମ ପାଇଁ ଦେଇଥିଲେ ଅଫର।  ରାନୁ ସେଠାରେ ମଧ୍ୟ ‘ୟେ ମେରି ବତନ କୀ ଲୋଗେ…’ ଗୀତ ଗାଇ ଲୋକଙ୍କ ମନ ଜିଣିପାରିଥିଲେ।

ରାନୁଙ୍କ ବ୍ୟକ୍ତିଗତ ଜୀବନ ସମ୍ପର୍କରେ ଯଦି ଜାଣିବା ତାହା ଖୁବ୍ ସଂଘର୍ଷପୂର୍ଣ୍ଣ ରହିଥିଲା। ପଶ୍ଚିମବଙ୍ଗରେ ଜନ୍ମିତ ରାନୁ ମୁମ୍ବାଇରେ ରହୁଥିବା ବବଲୁ ନାମକ ଜଣେ ବ୍ୟକ୍ତିଙ୍କୁ ରାନୁ ବିବାହ କରିଥିଲେ। ତେବେ ବିବାହର ମାତ୍ର କିଛି ବର୍ଷ ପରେ ରାନୁଙ୍କ ସ୍ବାମୀଙ୍କ ମୃତ୍ୟୁ ଘଟିଥିଲା। ଏହାପରେ ରାନୁ ପଶ୍ଚିମବଙ୍ଗ ଫେରି ଆସିଥିଲେ। ନିଜର ପେଟ ପୋଷିବା ପାଇଁ ରାନୁ କୋଲକାତାର ରାଣାଘାଟ ରେଳ ଷ୍ଟେସନ ପାଖରେ ବସି ଗୀତ ଗାଉଥିଲେ, ଲୋକମାନେ ତାଙ୍କୁ ଯାହା ଟଙ୍କା ଦେଉଥିଲେ ସେଥିରୁ ସେ କିଛି ଖାଇ ବଞ୍ଚି ଯାଉଥିଲେ। ଏବେ ବି ରାନଙ୍କୁ ତାଙ୍କର ଏହି ସଫଳତା ସ୍ବପ୍ନ ଭଳି ଲାଗେ ବୋଲି କୁହନ୍ତି।

ରାନୁଙ୍କୁ ଏବେ କୋଲକାତା, ମୁମ୍ବାଇ, କେରଳ ଓ ବାଂଲାଦେଶ ବର୍ଡରକୁ ଲାଗି ରହିଥିବ ବହୁ ସ୍ଥାନରୁ ଗୀତ ଗାଇବାକୁ ଅଫର ଦିଆଯାଇ ସାରିଲାରି।  କେବଳ ସେତିକି ନୁହେଁ ରାନୁ ନିଜର ଏକ ମ୍ୟୁଜିକ୍ ଆଲବମ୍ ରେକର୍ଡ କରିବାକୁ ଅଫର ମିଳିସାରିଛି। ସୋସିଆଲ ମିଡିଆରେ ତାଙ୍କର ଗୀତ ଗାଉଥିବାର ଭିଡିଓ ଦେଖିବାକୁ ମିଳିବା ପରେ ରାନୁଙ୍କୁ ତାଙ୍କର ଝିଅ ମିଳିଯାଇଛି। ରାନୁଙ୍କ ସହିତ ତାଙ୍କ ଝିଅଙ୍କର ୧୦ ବର୍ଷ ତଳେ କୌଣସି ସମ୍ପର୍କ ନଥିଲା। ଝିଅ ମିଳିଯିବା ପରେ ରାନୁ ଖୁବ୍ ଖୁସି ହୋଇଯାଇଛନ୍ତି। ସେ କହିଛନ୍ତି ତାଙ୍କୁ ଆଉ ଏକ ଜୀବନ ମିଳିଯାଇଛି ଆଉ ଏହାକୁ ସେ ଖୁବ୍ ଭଲ ଭାବରେ ବଞ୍ଚିବାର ଚେଷ୍ଟା କରିବେ।

ନ୍ୟୁରୋଲୋଜି ଡିସଅର୍ଡର ଓ ପ୍ୟାନିକ୍ ଆଟାକରେ ପୀଡିତ ରାନୁ ୧୦ ବର୍ଷ ତଳେ ନିଜ ଘରୁବାହାରି ଆସି ପଶ୍ଚିମବଙ୍ଗର ନାଡିଆ ଜିଲ୍ଲାର ରାଣାଘାଟ ରେଳଷ୍ଟେସନରେ ପହଁଞ୍ଚିଥିଲେ। ସେବେଠାରୁ ସେ ରାଣାଘାଟ ରେଲଓ୍ବେ ଷ୍ଟେସନରେ ଗୀତ ଗାଇ ବଞ୍ଚି ରହିଥିଲେ। ତେବେ ଯତୀନ୍ଦ୍ର ଚକ୍ରବର୍ତ୍ତୀଙ୍କ ଭାଇରାଲ ଭିଡିଓ ତାଙ୍କୁ ଏବେ କରିପାରିଛି ପ୍ଲେବ୍ୟାକ୍ ସିଙ୍ଗର। ରାନୁ ଯେତେବେଳେ ହିମେଶ ରେଶମିୟାଙ୍କ ଷ୍ଟୁଡିଓରେ ଗୀତ ରେକର୍ଡିଂ କରୁଥିଲେ ସେତେବେଳେ ଯତୀନ୍ଦ୍ର ତାଙ୍କ ପାଖରେ ଥିଲେ। ନିଜେ ଯତୀନ୍ଦ୍ର ମଧ୍ୟ ବିଶ୍ବାସ କରିପାରୁ ନାହାନ୍ତି ତାଙ୍କର ଏକ ଭିଡିଓ କିଭଳି ଜଣେ ମହିଳାଙ୍କ ଜୀବନ ବଦଳାଇ ଦେଲା।

ସମ୍ବନ୍ଧିତ ଖବର