ଫ୍ୟାନଙ୍କୁ ରାନୁ ମଣ୍ଡଳଙ୍କ ଅଶାଳୀନ ବ୍ୟବହାର ପରେ ଏବେ ସାମ୍ବାଦିକଙ୍କୁ ସର୍ବ ସମ୍ମୁଖରେ ଦେଲେ ଅପମାନ, ଦେଖନ୍ତୁ ଭିଡିଓ…

ନୂଆଦିଲ୍ଲୀ ୯।୧୧: ’ଏକ ପ୍ୟାର କା ନଗମା…’ ଗୀତ ପାଇଁ ସୋସିଆଲ ମିଡିଆ ସେନଶେସନ୍ ପାଲଟିଥିବା ରାନୁ ମଣ୍ଡଳଙ୍କ ଜୀବନ ପୂର୍ବ ତୁଳନାରେ ଖୁବ୍ ବଦଳି ଯାଇଛି। କେବେ ଦୁଇଓଳା ମୁଠେ ଖାଇବାକୁ ମିଳୁନଥିବା ଏବେ ରାନୁ ଫିଲ୍ମରେ ଗୀତ ଗାଇବାର ସୁଯୋଗ ପାଇଛନ୍ତି। ଏପରିକି ତାଙ୍କର ଫ୍ୟାନ୍ ଫଲୋଇଙ୍ଗ ମଧ୍ୟ ଖୁବ୍ ଅଧିକ। ତାଙ୍କର କଣ୍ଠର ଯାଦୁକୁ ଜାଣିବା ପରେ ବଲିଉଡର ପ୍ରସିଦ୍ଧ ଗାୟକ ହିମେଶ ରେଶମିୟା ତାଙ୍କୁ ନିଜର ଫିଲ୍ମରେ ଗୀତ ଗାଇବାର ସୁଯୋଗ ଦେଇଥିଲେ।

ତେବେ ଗତ ଛଅ ଦିନ ତଳେ ରାନୁଙ୍କର ଏକ ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଥିଲା। ଯେଉଁଥିରେ ରାନୁ ଜଣେ ମହିଳା ଫ୍ୟାନଙ୍କୁ ଅଶାଳୀନ ବ୍ୟବହାର କରିଥିଲେ। ଏବେ ରାନୁଙ୍କର ଆଉ ଗୋଟିଏ ଭିଡ଼ିଓ ଭାଇରାଲ ହେଉଛି। ଯେଉଁଥିରେ ରାନୁ ନିଜର ଆଟିଟ୍ୟୁଡ୍ ଦେଖାଇଛନ୍ତି। ରାନୁ ମଣ୍ଡଳଙ୍କ ଏହି ଭିଡ଼ିଓ ସୋସିଆଲ ମିଡ଼ିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି।

ରାନୁ ମଣ୍ଡଳଙ୍କୁ ଯେତେବେଳେ କିଛି ସାମ୍ବାଦିକ ପ୍ରଶ୍ନ ପଚାରୁଥିଲେ ସେହି ସମୟରେ ସେ କିଛି ଖାଉଥିବାରୁ ସେମାନଙ୍କ କଥାକୁ ନଜର ଅନ୍ଦାଜ କରିଦେଇଥିଲେ। ତାଙ୍କ ଚେହେରାରୁ ସ୍ପଷ୍ଟ ଭାବେ ଜଣାପଡ଼ୁଥିଲା କି ତାଙ୍କୁ ସାମ୍ବାଦିକଙ୍କ ପ୍ରଶ୍ନରେ କିଛି ଫରକ ପଡ଼ୁନାହିଁ ବୋଲି। ଏହି ଭିଡ଼ିଓରେ ରିପୋର୍ଟର ରାନୁଙ୍କର ପ୍ରଶଂସା କରିବା ସହିତ ପ୍ରଶ୍ନ ପଚାରୁଛନ୍ତି କି, ‘ସ୍ବପ୍ନ ସତ ହୋଇଗଲା, ଆପଣଙ୍କୁ ଏତେ ବଡ଼ ସଫଳତା ମିଳିଛି… ଏଭଳି ପ୍ରଶ୍ନ ପଚାରୁଥିବା ସମୟରେ ରାନୁ ବ୍ୟାଗରୁ କାଢ଼ି କିଛି ଖାଉଥିଲେ। ପରେ ଏପଟ ସେପଟ ଚାହିଁ କହିଲେ କି ତାଙ୍କୁ କିଛି ଶୁଣା ଯାଉ ନାହିଁ ବୋଲି।

ଏହାପରେ ରିପୋର୍ଟର ପୁନଶ୍ଚ ତାଙ୍କୁ ପ୍ରଶ୍ନ ପଚାରିଲେ। ଏହି ଭିଡ଼ିଓ ସାମ୍ନାକୁ ଆସିବା ପରେ ରାନୁଙ୍କୁ ପୁଣି ଆଲୋଚନାର ସାମ୍ନା କରିବାକୁ ପଡ଼ୁଛି। ଏହା ପୂର୍ବରୁ ରାନୁଙ୍କର ଆଉ ଏକ ଭିଡ଼ିଓ ଭାଇରାଲ ହୋଇଥିଲା। ଜଣେ ଫ୍ୟାନ୍ ତାଙ୍କ ସହ ଫଟୋ ଉଠାଇବାକୁ ଅନୁରୋଧ କରିବା ସମୟରେ ରାନୁ ତାଙ୍କୁ ଅଶାଳୀନ ବ୍ୟବହାର ଦେଖାଇଥିଲେ। ଏହି ସମୟର ଏକ ଭିଡିଓ ମଧ୍ୟ ଭାଇରାଲ ହୋଇଥିଲା।

ଏହି ଭାଇରାଲ ଭିଡିଓରେ ରାନୁ କୁଆଡେ ଏକ ସ୍ଥାନକୁ ସପିଂ କରିବାକୁ ଯାଇଥିବା ବେଳେ ଜଣେ ମହିଳା ଫ୍ୟାନ ରାନୁଙ୍କ ପାଖକୁ ଆସି ତାଙ୍କୁ ଛୁଇଁବା ପରେ ସେଲଫି ନେବାକୁ ଅନୁରୋଧ କରନ୍ତି। ଏହି ମହିଳାଙ୍କ ସହିତ ଏକ ଛୋଟ ପିଲା ମଧ୍ୟ ରହିଛି।  ସେ ଯେତେବେଳେ ରାନୁଙ୍କୁ ତାଙ୍କ ସହ ସେଲଫି ନେବାକୁ କହିଥିଲେ, ରାନୁ ହଠାତ ରାଗି ଯାଇଥିଲେ ଓ ସମସ୍ତଙ୍କ ସାମନାରେ ତାଙ୍କୁ ଏଭଳି ଛୁଇଁକି ଡାକିବା ନେଇ ପ୍ରଶ୍ନ ଉଠାଇଥିଲେ। ରାନୁଙ୍କର ଏହି ଭିଡିଓ ଭାଇରାଲ ହେବାମାତ୍ରେ ୟୁଜର୍ସମାନେ ଏହା ଉପରେ କମେଣ୍ଟ ଦେବା ଆରମ୍ଭ କରିଛନ୍ତି। ବହୁ ଲୋକ ରାନୁଙ୍କ ବ୍ୟବହାରକୁ ନେଇ ପ୍ରଶ୍ନ ଉଠାଇବା ସହ ସମାଲୋଚନା କରିଛନ୍ତି। ଏହି ଭିଡିଓ ଦେଖିବା ପରେ ୟୁଜରମାନେ କହିଛନ୍ତି, ରାନୁ ମଣ୍ଡଳଙ୍କ ଭିତରେ ଅହଂକାର ଭରି ଯାଇଛି।

View this post on Instagram

Kya se kya hogaye dekhte dekhte 🙇 #ranumondal

A post shared by Our Vadodara (@clickers_of_vadodara) on

   ସମ୍ବନ୍ଧିତ ଖବର


ଆଇସବାଥ୍ ପରେ ୧ କପ୍ ୟୁରିନ୍ ପିଅନ୍ତି ଏହି ଆମେରିକାନ୍ ସିଙ୍ଗର, ଭାଇରାଲ ହେଉଛି ତାଙ୍କର ଏହି ଭିଡିଓ

‘ତାନାଜୀ’ରେ ଭିନ୍ନ ଅବତାରରେ ନଜର ଆସିଲେ ଅଜୟ ଓ ସୈଫ୍, ଦେଖନ୍ତୁ ଦମଦାର୍ ଟ୍ରେଲର

ରିଲିଜ ହେଲା ‘ଗୁଡ୍ ନ୍ୟୁଜ୍’ର ଟ୍ରେଲର, ହସି ହସି ଗଡିବେ ଦର୍ଶକ

ଲେକ୍‌ସିଟି ଫିଲ୍ମ ଫେଷ୍ଟିଭାଲ୍‌ରେ ସମ୍ବଲପୁରୀ କ୍ଷୁଦ୍ର ପ୍ରମାଣିକ ସିନେମା ‘ଖଡ଼ିଛୁଆଁ’