ହିମେଶ ରେଶମିୟାଙ୍କ ପରେ ଏବେ ଏହି ସିଙ୍ଗରଙ୍କ ସହ ଗୀତ ଗାଇଲେ ରାନୁ

ମୁମ୍ବାଇ ୨/୯: ରାତାରାତି ନିଜ ଟାଲେଣ୍ଟ ବଳରେ ସୋସିଆଲ ମିଡିଆରେ ଫେମସ ହେବା ପରେ ଏବେ ସିଙ୍ଗର ରାନୁ ମଣ୍ଡଲ ଲଗାତାର ଚର୍ଚ୍ଚାରେ ରହିଆସୁଛନ୍ତି । ରାନୁ ମଣ୍ଡଲଙ୍କ ଭିଡିଓ ଭାଇରାଲ ହେବା ପରେ ସିଙ୍ଗର ହିମେଶ ରେଶମିୟା ତାଙ୍କୁ ନିଜ ଫିଲ୍ମରେ ଗୀତ ବୋଲିବା ପାଇଁ ସୁଯୋଗ ଦେଲେ । ହିମେଶଙ୍କ ପରେ ଏବେ ରାନୁ ମଣ୍ଡଲ ବଲିଉଡର ଅନେକ ସେଲିବ୍ରିଟିଙ୍କ ସହ କାମ କରୁଛନ୍ତି । ଏହା ମଧ୍ୟରେ ରାନୁଙ୍କ ଏକ ନୂଆ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାକୁ ଲାଗିଛି । ଇଣ୍ଡିଆନ୍ ଆଇଡଲର ୱିନର ରହିଥିବା ସିଙ୍ଗର ସଲମାନ୍ ଅଲ୍ଲୀ ନିଜ ଇନଷ୍ଟାଗ୍ରାମରେ ରାନୁଙ୍କ ସହିତ ଏକ ଭିଡିଓ ସେୟାର କରିଛନ୍ତି ।

ସଲମାନ୍ ନିଜ ସୋସିଆଲ ଆକାଉଣ୍ଟରେ ରାନୁଙ୍କ ସହିତ ଭିଡିଓ ସେୟାର କରି ଲେଖିଛନ୍ତି ଯେ ଆଜି ମୋର ଦିନ ସୁପରଷ୍ଟାର ରାନୁମଣ୍ଡଲଙ୍କ ସହିତ ବହୁତ ଭଲ ବିତିଲା । ପରଦା ପଛରେ ରାନୁଙ୍କ ସହିତ କିଛି ସିନ୍…

କହିରଖୁଛୁ ରାନୁ ମଣ୍ଡଲ ପଶ୍ଚିମବଙ୍ଗର ରାନା ଘାଟ ରେଲୱେ ଷ୍ଟେସନରେ ନିଜ ସୁନ୍ଦର ସ୍ୱରରେ ଲତା ମଙ୍ଗେସକରଙ୍କ ଫେମସ ଗୀତ ଏକ ପ୍ୟାରକା ନଗମା ଗାଉଥିଲେ । ଏହି ସମୟରେ ଅତିନ୍ଦ୍ର ଚକ୍ରବର୍ତ୍ତୀ ନାମକ ଜଣେ ଯୁବକ ତାଙ୍କ ଭିଡିଓ ଫେସବୁକରେ ଅପଲୋଡ୍ କରିଦେଇଥିଲେ । ଏହି ଭିଡିଓ ରାନୁଙ୍କୁ ଗ୍ଲାମର ଇଣ୍ଡଷ୍ଟ୍ରୀକୁ ଟାଣି ଆଣଥିଲା । ଆଉ ସେ ରାତାରାତି ପାଲଟି ଯାଇଥିଲେ ଷ୍ଟାର ।

   ସମ୍ବନ୍ଧିତ ଖବର


ଡ୍ରଗ୍ସ କିଣୁଥିବା ବେଳେ ଏନ୍‌ସିବି ହାତରେ ଧରାପଡ଼ିଲେ ଅଭିନେତ୍ରୀ

ସଞ୍ଜୟ ଦତ୍ତଙ୍କ କଣ୍ଠରେ ଆତ୍ମବିଶ୍ୱାସର ସ୍ୱର ଅତି ଗଭୀର

ସୋସିଆଲ୍‌ ମିଡିଆରେ ଟ୍ରୋଲ୍‌ ହେଉଥିବା ସ୍ୱରାଙ୍କର ରହିଛି ଏହି ଗୁଣ

ଲୁଚାଛପାକୁ ସେ ପସନ୍ଦ କରନ୍ତି ନାହିଁ

ବିବାହ କରିଲେ ନେହା କକ୍କର – ରୋହନପ୍ରୀତଙ୍କ ହାତ ଧରିଲେ

ଦୁର୍ଗା ଅଷ୍ଟମୀ ପାଳିଲେ ଅଭିନେତ୍ରୀ – କନ୍ୟାଙ୍କ ପାଦ ଧୋଇ ଆଳତୀ କଲେ ଶିଳ୍ପା ଶେଟ୍ଟୀ