PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ହୀରାକୁଦରେ ପର୍ଯ୍ୟଟନର ବିକାଶ ପାଇଁ ୧୩୦ କୋଟି ବ୍ୟୟ ହେବ
  • ||
  • ଗଞ୍ଜାମ ପୁରୁଷୋତ୍ତମପୁର- ପ୍ରେମିକାକୁ ଜୀଅନ୍ତା ଜାଳିଦେବା ଘଟଣାରେ ଅଭିଯୁକ୍ତ ଯୁବକ ଗିରଫ
  • ||
  • ଭୁବନେଶ୍ଵର : ଅଗଷ୍ଟ ପ୍ରଥମ ସପ୍ତାହରୁ +୨ ନାମଲେଖା ପ୍ରକ୍ରିୟା, ଜୁଲାଇ ଶେଷ ସୁଦ୍ଧା ବିସ୍ତୃତ ତଥ୍ୟ ଅପଡେଟ୍‌ ପାଇଁ ଜୁନିୟର୍‌ କଲେଜଗୁଡ଼ିକୁ ନିର୍ଦ୍ଦେଶ
  • ||
  • ସମ୍ବଲପୁର : ହୀରାକୁଦ ଜଳଭଣ୍ଡାରର ଖୋଲିଲା ଆଉ ୪ଟି ଗେଟ୍, ୧୪ଟି ଗେଟ୍ ଦେଇ ଜଳ ନିଷ୍କାସନ ଜାରି
  • ||
  • ଭିନ୍ନକ୍ଷମ ଓ ବରିଷ୍ଠ ନାଗରିକଙ୍କୁ ଘରେ ଟିକା ଦେବା ମାମଲା : ରାଜ୍ୟ ସରକାର ନେଇଥିବା ପଦକ୍ଷେପ ଓ କୌଣସି ପରିଚୟ ପତ୍ର ନଥିବା ଲୋକଙ୍କ ପାଇଁ ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ ଜଣାଇବାକୁ ହାଇକୋର୍ଟଙ୍କ ନିର୍ଦେଶ
  • ||
  • ବଲାଙ୍ଗିର : ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟର ୟୁଜିସି ମାନ୍ୟତା ନମିଳିବା ପ୍ରସଙ୍ଗ, ଭିସିଙ୍କୁ ଭେଟି ଆଲୋଚନା କଲା ଛାତ୍ର କଂଗ୍ରେସ
  • ||
  • ରାଜ୍ୟରେ ଅଗଷ୍ଟରୁ ଅକ୍ଟୋବର ଭିତରେ ଆସିବ ତୃତୀୟ ଲହରୀ : ବିଜୟ ମହାପାତ୍ର
  • ||
  • ନୀଳଗିରି : ନୀଳଗିରି ନିକଟ ଆମ୍ବଡିହା ଛକରେ ଦୁର୍ଘଟଣା, ମେଡ଼ିକାଲକୁ ବିଲେଇ କାମୁଡ଼ା ଇଞ୍ଜେକ୍ସନ୍ ନେବାକୁ ଆସୁଥିବା ବେଳେ ବାଇକ୍ ଦୁର୍ଘଟଣାରେ ମହିଳା ମୃତ, ମୃତ ମହିଳା ହେଲେ ଖନ୍ତାପଡା ଥାନା ବରୁଣସିଂ ଗ୍ରାମର ଭିକା ଦାସଙ୍କ ସ୍ତ୍ରୀ ତୁଳସୀ
  • ||
  • କଟକ : ଚୌଦ୍ଵାର କଲେଜ ପଛପଟ ସାହିରେ ଲୁଟ୍, ଘରେ କେହି ନଥିବାର ସୁଯୋଗ ନେଇ ଲୁଟି ନେଲେ ୧୦ ଲକ୍ଷରୁ ଅଧିକ ଟଙ୍କାର ସୁନାଗହଣା
  • ||
  • ରାଇରଙ୍ଗପୁର : ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ନୁରୁବାଦଡା ଗ୍ରାମରେ ଟ୍ରାକ୍ଟର ଧକ୍କାରେ ବାଇକ ଆରୋହୀ ମୃତ
  • ||
  • ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟାର ଚାଲିଛି ଅଡିଟ୍, ଶେଷ ହେବାକୁ ଆଉ ୧୦ ରୁ ୧୫ ଦିନ ସମୟ ଲାଗିବ : ଡିଏମଇଟି
  • ||
  • କେସିଙ୍ଗା : କେସିଙ୍ଗା ପରିଦର୍ଶନ ସହ ବିଭିନ୍ନ ପ୍ରକଳ୍ପ କାମର ସମୀକ୍ଷା କଲେ ପିଡି ଡିଆରଡିଏ
  • ||
  • ନୂଆଦିଲ୍ଲୀ : କର୍ଣ୍ଣାଟକର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ବାସବରାଜ ବୋମାଇ
  • ||
  • ଭୁବନେଶ୍ଵର : ଦିଲ୍ଲୀରୁ ଚୋରି ଭୁବନେଶ୍ଵରରେ ଗିରଫ, କୋଟିଏ ଟଙ୍କାର ଅଳଙ୍କାର ଚୋରି କରି ଚମ୍ପଟ ମାରିଥିଲା ଚୂନଲଗା ଚାକରାଣୀ, ସାଲିହାସାହିରୁ ଧରିଲା ପୋଲିସ
  • ||
  • ଜଗତସିଂହପୁର : ରାତି ଅଧରେ ଧାରଣାରତ ମହିଳାଙ୍କ ଉପରେ ଆକ୍ରମଣ, ମାଡ଼ ମାରି ଗାଳିଗୁଲଜ କଲେ ୫ରୁ ଉର୍ଦ୍ଧ୍ଵ ଦୁର୍ବୃତ୍ତ
  • ||
  • ଭୁବନେଶ୍ଵର : ରାଜ୍ୟରେ ଆଉ ୬୯ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୫୭୦୩କୁ ବୃଦ୍ଧି
  • ||
  • ଭୁବନେଶ୍ୱର : ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହେଲେ ଆଉ ୧୭୦୩ ଜଣ କୋଭିଡ୍ ପଜିଟିଭ୍
  • ||
  • ଭୁବନେଶ୍ଵର : ରାଜଧାନୀରେ ଅଣାୟତ୍ତ ଡେଙ୍ଗୁ, ଜୀବନ ସହ ଖେଳୁଛି ବିଏମ୍‌ସି, ମାଡ଼ିଚାଲିଛି ଏଡିସ୍‌ ମଶା ବଂଶ
  • ||

କରିନାଙ୍କୁ ଭଲ ସ୍ବାମୀ ହେବାର ଟିପ୍ସ ମାଗିଲେ ରଣଭୀର ସିଂ

ମୁମ୍ବାଇ,୨୮।୨: କରିନା କପୁରଙ୍କ ରେଡିଓ ଶୋ ’ହ୍ବାଟ୍ ଓ୍ବିମେନ୍ ଓ୍ବାଣ୍ଟ’ ଆଜିକାଲି ଖୁବ୍ ଲୋକପ୍ରିୟ ହୋଇପାରିଛି। ଏହି ଶୋ’ରେ ମହିଳାଙ୍କ ସମ୍ପର୍କିତ ବହୁ ଗୁରୁତ୍ବପୂର୍ଣ୍ଣ କଥା କୁହାଯାଇଥାଏ। କେବଳ ସେତିକି ନୁହେଁ କରୀନାଙ୍କ ଅଧିକାଂଶ ଅତିଥୀ ମହିଳାମାନେ ହିଁ ହୋଇଥାନ୍ତି। ଏବେ ଏହି ଶୋ ଏତେ ଲୋକପ୍ରିୟ ହୋଇଯାଇଛି ଯେ କେବଳ ସାଧାରଣ ଲୋକ ନୁହେଁ ବଡ ବଡ ସେଲିବ୍ରିଟି ମଧ୍ୟ କରୀନାଙ୍କ ଠାରୁ ଉପଦେଶ ନେଉଛନ୍ତି। ବିଶେଷ କରି ଯଦି କଥା ଗାର୍ଲଫ୍ରେଣ୍ଡ କିମ୍ବା ସ୍ତ୍ରୀର ହୋଇଥାଏ। ଏଇ ଯେମିତି ନିକଟରେ ବଲିଉଡ ଷ୍ଟାର ରଣଭୀର ସିଂ କରୀନାଙ୍କ ଠାରୁ ଭଲ ସ୍ବାମୀ କିଭଳି ହେବେ ତା’ର ଟିପ୍ସ ମାଗିଥିଲେ। ଏହାର ଜବାବରେ ବେବୋ(କରିନା) କହିଥିଲେ  ସାରା ଦେଶ ଜାଣିଛି ଦୀପିକାଙ୍କୁ ରଣଭୀର କେତେ ଭଲ ପାଆାନ୍ତି। ଆପଣଙ୍କୁ କୌଣସି ଟିପ୍ସ ଦରକାର ନାହିଁ। ଆପଣ ଦୀପିକାଙ୍କୁ ଯେଉଁଭଳି ଭଲ ପାଆନ୍ତି ତାହା ବହୁତ। କିନ୍ତୁ ଯଦି ଆପଣଙ୍କୁ କିଛି ଟିପ୍ସ ଦରକାର ତେବେ ମ୍ୟାଜିକାଲ ସିକ୍ରେଟ କହୁଛି।  ସ୍ବାମୀ-ସ୍ତ୍ରୀ ସମ୍ପର୍କରେ ଜଣେ ଅନ୍ୟଜଣକୁ ସ୍ପେସ୍ ଦିଅନ୍ତୁ। ଏହାପରେ ଆପଣଙ୍କୁ କିଛି କରିବା ଦରକାର ନାହିଁ।

source: https://www.thenewsminute.com

କରିନା ତାଙ୍କର ଏହି କଥା ନିଜର ରେଡିଓ ଶୋ ଜରିଆରେ ରଣଭୀରଙ୍କ ନିକଟରେ ପହଁଞ୍ଚାଇଥିଲେ। ଯାହାକୁ ଏକ ଫ୍ୟାନ କ୍ଲବ ସେୟାର କରିଛି। ଉଲ୍ଳେଖନୀୟ ଯେ ରଣଭୀର ଓ କରିନା ଖୁବଶୀଘ୍ର କରନ ଜୋହରଙ୍କ ଫିଲ୍ମ ‘ତଖତ’ରେ ଏକାଠି ଆସୁଛନ୍ତି। ଫିଲ୍ମରେ ରଣଭୀର ଦାରା ଶିକୋହଙ୍କ ଭୂମିକାରେ ଅଭିନୟ କରିବେ କରିନା ଏଥିରେ ତାଙ୍କ ଭଉଣୀ ହେବ।

ସମ୍ବନ୍ଧିତ ଖବର