PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟ: କରୋନାରେ ଆଖିବୁଜିଲେ ୧୭ ଜଣ ସଂକ୍ରମିତ, ମୃତକଙ୍କ ସଂଖ୍ୟା ୨୧୨୧କୁ ଛୁଇଁଲା
  • ||
  • ଓଡ଼ିଶାରେ ୫ ଲକ୍ଷ ଟପିଲା କରୋନା ସଂକ୍ରମିତଙ୍କ ସଂଖ୍ୟା, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୦୫୨୧ ଜଣ ଆକ୍ରାନ୍ତ
  • ||
  • ଜାମ୍ମୁ କାଶ୍ମୀର : ସୁରକ୍ଷାବାହିନୀକୁ ବଡ଼ ସଫଳତା, ୩ ଆତଙ୍କୀ ନିପାତ, ଭୟରେ ଜଣେ ଆତଙ୍କବାଦୀ କଲା ଆତ୍ମସମର୍ପଣ
  • ||
  • ଭୁବନେଶ୍ଵର : ତାତିରୁ ମିଳିଛି ସାମାନ୍ୟ ଆଶ୍ଵସ୍ତି, ଖସିଛି ପାରଦ, ୯ ଯାଏଁ କାଳବୈଶାଖୀ ସମ୍ଭାବନା
  • ||
  • ତାଳଚେର : ଅନୁଗୁଳ ତଳଗଡ଼ ଗ୍ରାମରେ ହାତୀ ଆକ୍ରମଣରେ ଜଣେ ମହିଳା ମୃତ
  • ||

ଗୁଜରାତ: ୩ ବର୍ଷର ଶିଶୁକୁ ଦୁଷ୍କର୍ମ ଓ ହତ୍ୟା ମାମଲାରେ ୧୪ ମାସରେ ନ୍ୟାୟ, ଦୋଷୀ ପାଇବ ଫାଶୀ

ଅହମଦାବାଦ ୨୭/୧୨: ଗୁଜରାତ ହାଇକୋର୍ଟ ୩ ବର୍ଷର ଶିଶୁକୁ ଦୁଷ୍କର୍ମ ଓ ହତ୍ୟା ମାମଲାରେ ଶୁଣାଣି କରିଛନ୍ତି । ଗୁଜରାତ ହାଇକୋର୍ଟ ଦୁଷ୍କର୍ମକାରୀକୁ ଫାଶୀ ଦଣ୍ଡ ଶୁଣାଇଛନ୍ତି । ସୁରଟର ୩ ବର୍ଷର ଶିଶୁକୁ ଦୁଷ୍କର୍ମ ଓ ହତ୍ୟା ମାମଲାରେ ଅନିଲ୍ ଯାଦବ ନାମକ ଜଣେ ଯୁବକଙ୍କୁ ମୃତ୍ୟୁଦଣ୍ଡ ଶୁଣାଇଛନ୍ତି କୋର୍ଟ ।

ଗତ ବର୍ଷ ଗୋଡାଦାରା ଅଞ୍ଚଳରେ ୧୩ ଅକ୍ଟୋବରରେ ୩ ବର୍ଷର ଜଣେ ନାବାଳିକା ନିଖୋଜ ହୋଇଯାଇଥିଲା । ଏହାର ୩ ଦିନ ପରେ ଏକ ପ୍ଲାଷ୍ଟିକ୍ ବ୍ୟାଗରୁ ଶିଶୁର ମୃତଦେହ ମିଳିଥିଲା । ଅନିଲ ଯାଦବ ଘରୁ ଏହି ମୃତଦେହ ଜବତ କରିଥିଲା ପୋଲିସ । ଦୁଷ୍କର୍ମକାରୀ ମଧ୍ୟ ସେହି ବିଲ୍ଡିଂରେ ରହୁଥିଲା ଯେଉଁଠି ନାବାଳିକାର ପରିବାର ରହୁଥିଲେ । ୧୦ ଅକ୍ଟୋବରରେ ବିହାରର ବକ୍ସରରୁ ଦୁଷ୍କର୍ମକାରୀକୁ ଗିରଫ କରାଯାଇଥିଲା ।

ସେଶନ୍ କୋର୍ଟ ମାମଲାରେ ଚାର୍ଜସିଟ୍ ଦାଖଲ ହେବାର ୭ ମାସ ପରେ ଟ୍ରାଏଲ ପୁରା କରି ଚଳିତ ବର୍ଷ ୩୧ ଜୁଲାଇରେ ଦୋଷୀକୁ ଫାଶୀ ଦଣ୍ଡ ଶୁଣାଗଲା ଏବଂ ପରେ ହାଇକୋର୍ଟ ମଧ୍ୟ ଅପିଲ୍ ଫାଇଲ୍ ହେବାର ୪ ମାସରେ ଶୁଣାଣି କରି ଫାଶୀ ଉପରେ ମୋହର ମାରିଲେ ।