ଚାକିରି ଦେବା ବାହାନାରେ ମହିଳାଙ୍କୁ ଦୁଷ୍କର୍ମ, ଅଭିଯୁକ୍ତ ଫେରାର

source:www.deccanchronicle.com
ହରିୟାଣା ୨୧।୩: ହରିୟାଣା ପ୍ରଦେଶରେ ଚାକିରି ଦେବା ବାହାନାରେ ମହିଳାଙ୍କୁ କରାଯାଇଛି ଦୁଷ୍କର୍ମ। ମହିଳାଙ୍କୁ ଚାକିରି ଦେବେ ବୋଲି ପ୍ରଥମେ ଗେଷ୍ଟ ହାଉସକୁ ଡକାଇଥିଲେ। ଆଉ ପରେ ଦୁଷ୍କର୍ମ କରିଥିଲେ।
ମହିଳା ଥାନା ପ୍ରଭାରୀ ଇନ୍ଦୁବାଲା କହିଛନ୍ତି, ୨୭ ବର୍ଷ ବର୍ଷିୟ ପୀଡ଼ିତା ଜଣକ ଥାନାରେ ଅଭିଯୋଗ କରିଛି କି ପଲବଲ ବସ ଷ୍ଟାଣ୍ଡ ପାଖରେ ରହୁଥିବା ଦିଲ୍ଲୀପ ଜିନ୍ଦଲ ଚାକିରି ଦେବା ବାହାନାରେ ମହିଳାଙ୍କୁ ପାଖକୁ ଡ଼ାକିଥିଲେ। ମହିଳା ଜଣଙ୍କ ଯେତେବେଳେ ଦିଲ୍ଲୀପ ପାଖରେ ପହଞ୍ଚିଥିଲା ସେ ତାଙ୍କୁ ଗେଷ୍ଟ ହାଉସରେ ବସିବାକୁ କହିଥିଲା। କିଛି ସମୟ ପରେ ଦିଳ୍ଳୀପ ମହିଳାଙ୍କ ସହିତ ଗପସପ କରିଥିଲା। ଆଉ ଗୋଟେ ଦୁଇ ଦିନ ଭିତରେ ଚାକିରି କରାଇଦେବ କହିଥିଲା। ଯେତେବେଳେ ମହିଳା ଜଣକ ରୁମରୁ ବାହାରିବାକୁ ଲାଗିଥିଲା ଦିଳ୍ଲୀପ ସେହି ସମୟରେ ମହିଳାର ହାତ ଧରି ନେଇଥିଲା ଆଉ କରିଥିଲା ଦୁଷ୍କର୍ମ। ଯଦି ଏହି ମହିଳା ଜଣକ କାହାରିକୁ କହିବେ ତେବେ ଜୀବନରୁ ମାରିଦେବାକୁ ଧମକ ଦେଇଥିଲା ବୋଲି ସେ କହିଛନ୍ତି।
ଦୁଷ୍କର୍ମ ପରେ କଳେବଳେ କୈାଶଳେ ପୀଡ଼ିତା ଜଣକ ସେଠାରୁ ଖସି ଯାଇ ଥାନାରେ ପହଞ୍ଚିଥିଲା। ପୀଡ଼ିତାକୁ ଦୁଷ୍କର୍ମ କରାଯାଇଛି ବୋଲି ମେଡିକାଲ ରିପୋର୍ଟରୁ ଜଣାପଡ଼ିଲା ପରେ ପୁଲିସ ଅଭିଯୁକ୍ତ ନା ରେ ମାମଲା ରୁଜ୍ଜୁ କରିଛି। ଅଭିଯୁକ୍ତ ଏବେ ଫେରାର ଅଛି। ବହୁତ ଜଳଦୀ ଅଭିଯୁକ୍ତଙ୍କୁ ଗିରଫ କରାଯିବ ବୋଲି ପୁଲିସ ସୂଚନା ଦେଇଛି।