PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସମ୍ବଲପୁର : ଭିଜିଲାନ୍ସ ପଞ୍ଝାରେ OCCL ସିନିୟର ମ୍ୟାନେଜର, ଆୟ ବର୍ହିଭୁକ୍ତ ସମ୍ପତ୍ତି ଠୁଳ ଅଭିଯୋଗ
  • ||
  • ଗଞ୍ଜାମ: ରାତି ଅଧରେ ବିଭତ୍ସ ହତ୍ୟା, ଶୋଇଥିବା ବେଳେ ଯୁବକଙ୍କୁ ହାଣିବା ପରେ ମୁହଁକୁ ପଥରରେ ଛେଚି ହତ୍ୟା
  • ||
  • ଖୋର୍ଦ୍ଧା: ସଦର ଥାନା ତାପଙ୍ଗ ଗ୍ରାମରେ ଖୁଦୁରୁକୁଣୀକୁ ନେଇ ଗଣ୍ଡଗୋଳ ଜଣକୁ ହତ୍ୟା
  • ||
  • ଭୁବନେଶ୍ୱର: ୨୪ ଘଣ୍ଟା ମଧ୍ୟରେ ଆଉ ୫୧୦ ଜଣ ପଜିଟିଭ୍ ଚିହ୍ନଟ, ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୨୦ ହଜାର ପାର୍
  • ||
  • ଭୁବନେଶ୍ୱର: ରାଜ୍ୟରେ ଆଉ ୬ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୧୪୧କୁ ବୃଦ୍ଧି
  • ||
  • ଭୁବନେଶ୍ୱର: ଖୋଲା ଡ୍ରେନ୍‌ରେ ଛାତ୍ର ଭାସିଯିବା ଘଟଣା, ୧୮ ଘଣ୍ଟା ପରେ ଠାବ ହେଲା ରାଜାଙ୍କ ମୃତଦେହ
  • ||
  • ବୁର୍ଲା : ଭିସୁଟ୍‌ରେ ପଶିଲା କରୋନା, କୁଳପତିଙ୍କ ସମେତ ୨ ଛାତ୍ର ଆକ୍ରାନ୍ତ ଚିହ୍ନଟ
  • ||
  • ଭୁବନେଶ୍ୱର : ଆଗାମୀ ୧୦ ଦିନ ମଧ୍ୟରେ ବଙ୍ଗୋପସାଗରରେ ଏକାଧିକ ଘୁର୍ଣ୍ଣିବଳୟର ସୃଷ୍ଟି, ଓଡିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା
  • ||
  • ଅନୁଗୁଳ : ବନ୍ଦ କ୍ୱାର୍ଟର୍ସରେ ଲୁଚାଇ ରଖିଥିଲେ, ଏକ୍ସପାରି ହେବା ପରେ ରାତାରାତି ଗାଡ଼ି ଗାଡ଼ି ଔଷଧ ଫିଙ୍ଗି ଦେଲେ…
  • ||
  • ପୁରୀ : ଆଜି ଶ୍ରୀମନ୍ଦିରରେ ଇନ୍ଦ୍ର ଗୋବିନ୍ଦ ବନ୍ଦାପନା
  • ||
  • ପିପିଲି : ଆଜିଠୁ ଜମିବ ଉପନିର୍ବାଚନ ପ୍ରଚାର, ମଇଦାନକୁ ଓହ୍ଲାଇବେ ତିନି ଦଳର ଷ୍ଟାର ପ୍ରଚାରକ
  • ||

ନାବାଳିକାକୁ ଘର କାମରେ ରଖି ନିର୍ଯାତନା; ସମ୍ବଲପୁର ସବ୍‌ଜେଲର୍‌ଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ

ସମ୍ବଲପୁର,୪ା୪(ବ୍ୟୁରୋ): ବାଡ଼ ଯଦି ଫସଲ ଖାଇବ ତାହାଲେ ରକ୍ଷା କରିବ କିଏ? ସମ୍ବଲପୁର ସହରରେ ଖୋଦ ଜଣେ ମହିଳା ପୁଲିସ ଅଫିସରଙ୍କ କାରନାମା ଏଭଳି ସମାଲୋଚନା ପାଇଁ ଖୋରାକ୍‌ ଯୋଗାଇଛି । ନିଜ ଘରେ ଜଣେ ୯ ବର୍ଷର ନାବାଳିକାକୁ ରଖି ଘର କାମରେ ଲଗାଇବା ସହ ନିର୍ଯାତନା ଦେବା ଆଜି ସହରରେ ଚର୍ଚ୍ଚାର ବିଷୟ ପାଲିଟିଛି । ସମ୍ବଲପୁର ସବ୍‌ଜେଲର୍‌ ସସ୍ମିତା ବେହେରାଙ୍କ ନାଁରେ ଆସିଛି ଏଭଳି ସାଂଘାତିକ ଅଭିଯୋଗ । ନିଜ ସରକାରୀ କ୍ୱାର୍ଟର୍ସରେ ସଂପୃକ୍ତ ନାବାଳିକାକୁ ରଖି ବାସନମଜାଠୁ ଆରମ୍ଭ କରି ଘରର ସବୁ କାମ କାରଉଥିଲେ । ଗତକାଲି କାମରେ ତ୍ରୁଟି ଯୋଗୁଁ ନାବାଳିକା ଜଣଙ୍କୁ ମରଣାନ୍ତକ ଆକ୍ରମଣ କରିବା ସହ ରାସ୍ତାରେ ଗୋଡ଼ାଇ ଗୋଡ଼ାଇ ମାଡ଼ ମାରିଥିଲେ ସବ୍‌ଜେଲର୍‌ । ନାବାଳିକା ଜଣଙ୍କ କୌଶଳ କ୍ରମେ ଖସିଆସି ଧନୁପାଲି ରାସ୍ତାରେ କାନ୍ଦୁଥିବା ବେଳେ ନିର୍ବାଚନ ପ୍ରଚାରକୁ ଯାଉଥିବା କିଛି ଲୋକ ତାକୁ ଉଦ୍ଧାର କରି ଧନୁପାଲି ଥାନାରେ ଜିମା ଦେଲା ପରେ ଖୋଲିଛି ସମ୍ପୂର୍ଣ୍ଣ ଗୁମର । ଜିଲ୍ଲା ଶିଶୁ ମଙ୍ଗଳ ଅଧିକାରୀ ନାବାଳିକାକୁ ଉଦ୍ଧାର କରିବା ସହ ସଂପୃକ୍ତ ମହିଳା ସବ୍‌ଜେଲର୍‌ଙ୍କ ବିରୋଧରେ ଥାନାରେ ଏତଲା ଦେଲା ପରେ ପୁଲିସ ମାମଲା ରୁଜୁ କରି ତଦନ୍ତ ଚଳାଇଛି ।
ଅଭିଯୋଗ ଅନୁସାରେ, ସସ୍ମିତା ତାଙ୍କ ବାପାଙ୍କ ଜରିଆରେ ସୁନ୍ଦରଗଡ଼ ବଣାଇଁ ଅଞ୍ଚଳରୁ ଜଣେ ୯ ବର୍ଷର ନାବାଳିକାକୁ ଆଣି ନିଜ ଘର କାମରେ ନିୟୋଜିତ କରାଇଥିଲେ । ଘରର ବାସନମଜାଠୁ ଆରମ୍ଭ କରି ଘର ଝାଡୁ ଆଦି କାମରେ ଲଗାଇବା ଏବଂ ତାଙ୍କ ସନ୍ତାନକୁ ଦେଖାରଖା କରିବା କାମ କରାଉଥିଲେ । କେବେ କାମରେ କୌଣସି ପ୍ରକାର ତ୍ରୁଟି ଦେଖିଲେ ନାବାଳିକାକୁ ମାଡ଼ ମାରିବା ସହ ଖାଇବାକୁ ମଧ୍ୟ ଦେଉନଥିବା ଅଭିଯୋଗ ହୋଇଛି । ଗତକାଲି ନାବାଳିକା ଜଣକ ଘର କାମ କରିବା ସମୟରେ ସସ୍ମିତାଙ୍କ ପିଲା ସହିତ ସାମାନ୍ୟ ଗଣ୍ଡଗୋଳ ହୋଇଥିଲା । ଏହା ଜାଣିବା ପରେ ସଂପୃକ୍ତ ମହିଳା ଜେଲର ନାବାଳିକାକୁ ଦିନ ଦ୍ୱିପ୍ରହରରେ ରାସ୍ତାରେ ଗୋଡ଼ାଇ ଗୋଡ଼ାଇ ମାଡ଼ ମାରିଥିଲେ । କୋ÷ଶଳ କ୍ରମେ ନାବାଳିକା ଜଣଙ୍କ ତାଙ୍କ କବଳରୁ ଖସିଆସିଥିଲେ । ଧନୁପାଲି ରାସ୍ତାରେ କାନ୍ଦୁଥିବା ବେଳେ ନିର୍ବାଚନୀ ନାମାଙ୍କନ ଶୋଭାଯାତ୍ରରେ ଯାଉଥିବା କିଛି ଲୋକ ତାଙ୍କୁ ଉଦ୍ଧାର କରି ଧନୁପାଲି ଥାନାକୁ ଖବର ଦେଇଥିଲେ । ପୁଲିସ ନାବାଳିକାକୁ ଉଦ୍ଧାର କରିବା ସହ ସିଡବ୍ଲୁସିକୁ ଖବର ଦେଇଥିଲା । ଆଜି ସିଡବ୍ଲୁସିର ଅଧିକାରୀ ଥାନାରେ ପହଞ୍ଚି ପିଲାକୁ ନିଜ ହେପାଜତକୁ ନେଇଥିଲେ ।
ନାବାଳିକାକୁ ସବ୍‌ଜେଲର୍‌ ଘର କାମରେ ଖିଲାପ କଲେ ମାଡ଼ ସହ ରାତି ରାତି ଉପବାସ ରଖୁଥିଲେ ବୋଲି ନାବାଳିକା ଜଣକ ସିଡବ୍ଲୁସି ଆଗରେ ପ୍ରକାଶ କରିଥିବା ସିଡବ୍ଳୁସି ଅଧିକାରୀ ସୂଚନା ଦେଇଛନ୍ତି । ବର୍ତ୍ତମାନ ନାବାଳିକା ଜଣକ ସିଡବ୍ଲୁସିର ହେପାଜତ୍‌ରେ ଅଛି । ତାଙ୍କ ପରିବାର ଲୋକଙ୍କୁ ଖବର ଦିଆଯାଇଥିବା ପରେ ଆଜି ମଧ୍ୟାହ୍ନରେ ତା ବଡ଼ ଭଉଣୀ ଏବଂ ମା’ ପହଞ୍ଚିଛନ୍ତି । ଅନ୍ୟପଟେ ସିଡବ୍ଲୁସି ପକ୍ଷରୁ ସଂପୃକ୍ତ ମହିଳା ଅଧିକାରୀଙ୍କ ବିରୋଧରେ ଥାନାରେ ଏତଲା କରାଯାଇଛି । ନାବାଳିକାର ଡାକ୍ତରୀ ମାଇନା ପରେ ୧୬୪ ବୟାନ ରେକର୍ଡ କରାଯିବ ବୋଲି ପୁଲିସ ସୂଚନା ରହିଛି । ଏନେଇ ଧନୁପାଲି ଥାନାରେ ମାମଲା ରୁଜୁ ହୋଇଛି ।

ସମ୍ବନ୍ଧିତ ଖବର