ଦିଗବିଜୟ ସିଂଙ୍କ ବିବାଦୀୟ ବୟାନ ନେଇ ଚର୍ଚ୍ଚା: ଗେରୁଆ ବସ୍ତ୍ରଧାରୀ କରୁଛନ୍ତି ଦୁଷ୍କର୍ମ

ଭୋପାଳ ୧୮/୯: ସବୁବେଳେ ବିବାଦୀୟ ବୟାନ ଦେଇ ଚର୍ଚ୍ଚାରେ ରହିଆସୁଥିବା କଂଗ୍ରେସର ରାଜ୍ୟସଭା ସାଂସଦ ଦିଗବିଜୟ ସିଂ ଆଜି ପୁଣି ଥରେ ଏଭଳି ଏକ ବୟାନ ଦେଇଛନ୍ତି । ଭୋପାଳରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେବା ଅବସରରେ ସେ କହିଛନ୍ତି ଯେ ଦିନଥିଲା ଘରସଂସାର ଛାଡି ଲୋକେ ସାଧୁ ହେଉଥିଲେ ଏବଂ ଆଧ୍ୟାତ୍ମିକତା ମାର୍ଗରେ ଯାଉଥିଲେ । କିନ୍ତୁ ଏବେ ସାଧୁବେଶଧାରୀ ନକଲି ଚୂର୍ଣ୍ଣ ବିକ୍ରି କରି ଲୋକଙ୍କୁ ଠକୁଛନ୍ତି । ସେହିପରି ମନ୍ଦିର ଭିତରେ ବଳାତ୍କାର କରାଯାଉଛି । ଗୈରିକ ବସ୍ତ୍ରଧାରୀ ବ୍ୟକ୍ତିମାନେ ଏଭଳି ବ୍ୟଭିଚାର କରୁଛନ୍ତି । ଏମାନେ ସନାତନ ଧର୍ମକୁ ବଦନାମ କରୁଛନ୍ତି । ଭଗବାନ ଏମାନଙ୍କୁ କେବେହେଲେ କ୍ଷମା କରିବେନି ।

ଦିଗବିଜୟ କିଛି ଦିନ ପୂର୍ବରୁ ଏକ ବୟାନ ଦେଇ କହିଥିଲେ ଯେ ଭାରତରେ ଅନେକ ଅଣ-ମୁସଲମାନ ବ୍ୟକ୍ତି ବି ପାକ୍‌ ଗୁପ୍ତଚର ସଂସ୍ଥା ଆଇଏସଆଇ ପାଇଁ କାମ କରୁଛନ୍ତି । ଏମିତିକି ବିଜେପି ଓ ବଜରଙ୍ଗ ଦଳ ଆଇଏସଆଇ ଠାରୁ ଅର୍ଥ ନେଉଛନ୍ତି ।

ଧାରା ୩୭୦ ପ୍ରତ୍ୟାହାର କରାଯିବା ଉପରେ ସେ କହିଥିଲେ କି କାଶ୍ମୀରରେ କ’ଣ ଚାଲୁଛି ତା’ ଉପରେ ବିଦେଶୀ ଗଣମାଧ୍ୟମ ଧ୍ୟାନ କେନ୍ଦ୍ରୀତ କରିବା ଦରକାର । କାଶ୍ମୀରକୁ ବଞ୍ଚାଇବା ଆମର ପ୍ରଥମ ପ୍ରାଥମିକତା ଅଟେ । ମୁଁ ମୋଦି, ଶାହ ଓ ଡୋଭାଲଙ୍କୁ ନିବେଦନ କରିବାକୁ ଚାହେଁ କି ସେମାନେ ସାବଧାନ ରୁହନ୍ତୁ । ନଚେତ, ଆମେ କାଶ୍ମୀରକୁ ହରାଇବସିବା ।

ଚଳିତ ବର୍ଷ ଜୁଲାଇରେ ବି ସେ ଏକ ବିବାଦୀୟ ବୟାନରେ କହିଥିଲେ ଯେ ଆରଏସଏସ ଭାରତରେ ଆତଙ୍କବାଦୀ ଗତିବିଧି ଚଳାଇଛି । ମୁମ୍ବାଇ ଆକ୍ରମଣ ମାମଲାରେ ସମସ୍ତ ଆତଙ୍କବାଦୀ ସଂଗଠନଙ୍କ ସହ ହିନ୍ଦୁ ଆତଙ୍କବାଦୀ ସଂଗଠନଗୁଡିକର ଭୂମିକା ସମ୍ପର୍କରେ ବି ଯାଞ୍ଚ କରାଯିବା ଦରକାର ।

   ସମ୍ବନ୍ଧିତ ଖବର


ବିହାର ନିର୍ବାଚନ: ଦ୍ବିତୀୟ ପର୍ଯ୍ୟାୟରେ ବହୁ ମହାରଥୀ ଦେବେ ଅଗ୍ନି ପରୀକ୍ଷା, ଉତ୍ତର ବିହାର ଉପରେ ସମସଙ୍କ ନଜର

ତୁର୍କୀରେ ସୁନାମି, ଇଜ୍‌ମିର୍‌ ସହର ଭିତରେ ପଶିଲା ପାଣି

ଫ୍ରାନ୍ସରେ ଅବସ୍ଥାପିତ ପାକିସ୍ତାନ ରାଷ୍ଟ୍ରଦୂତଙ୍କ ଅପସାରଣ ନିଷ‌୍ପତ୍ତିରେ ମୋହର ମାରିଲା ପାକ୍‌ ପାର୍ଲିଆମେଣ୍ଟ, ହେଲେ ୩ ମାସ ହେଲାଣି ନାହାନ୍ତି ରାଷ୍ଟ‌୍ରଦୂତ

ସ୍ବାବ ପରେ ଏବେ ପରିସ୍ରାରୁ ଜାଣିପାରିବେ କରୋନା ରିପୋର୍ଟ!

ଭାରତ ବିପକ୍ଷରେ କିଛି ମ୍ୟାଚ ଖେଳିବେନି ଏହି ଅଷ୍ଟ୍ରେଲିଆ କ୍ରିକେଟର, କ’ଣ ପାଇଁ ଜାଣନ୍ତୁ

ମିସ୍ ଇଣ୍ଡିଆ ୟୁନିଭର୍ସ -୨୦୨୦ ମୁକୁଟ ଜିତିଲେ ବୈଷ୍ଣବୀ ସିଂ, ମେଧାବୀ ଛାତ୍ରୀ ସହ ଜଣେ ଭଲ ମଡେଲର