PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବଦଳିଲେ ବିଏମସି କମିଶନର, ସଞ୍ଜୟ କୁମାର ସିଂହ ହେଲେ ନୂଆ କମିଶନର
  • ||
  • ବିନିକା : ପରିବା ବୋଝେଇ ପିକଅପ ଭ୍ୟାନକୁ ପିଟିଲା ଟ୍ରକ୍, ୩ ଗୁରୁତର
  • ||
  • ରାଜସୁନାଖଳା : ବନ୍ଧୁକ ମୁନରେ ଦମ୍ପତିଙ୍କୁ ଲୁଟ୍
  • ||
  • କେନ୍ଦୁଝର : କେନ୍ଦୁଝର ଜେଲରେ ପଶିଲା କରୋନା, ୯ କଏଦୀ ପଜିଟିଭ ଚିହ୍ନଟ
  • ||
  • ମାଲକାନଗିରି : ମାଓବାଦୀଙ୍କ ବର୍ବରକାଣ୍ଡ, ଯବାନଙ୍କୁ ଗଳାକାଟି ହତ୍ୟା
  • ||
  • ବୋରିଗୁମ୍ମା : ବୋରିଗୁମ୍ମା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଟିକା ନେବାକୁ ଛକାପଞ୍ଝା, ସାମାଜିକ ଦୂରତାକୁ ଫୁ, ଯେତିକି ଆସୁଛି ଅଣ୍ଟୁନି, ସ୍ଥାନୀୟ ଲୋକେ ଅସନ୍ତୋଷ
  • ||
  • ଭୁବନେଶ୍ଵର : ରାଜ୍ୟରେ ପୁଣି ୧୦ ହଜାର ଟପିଲା ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୦ ହଜାର ୯୮୨ ପଜିଟିଭ୍, ସଂକ୍ରମିତଙ୍କ ସଂଖ୍ୟା ୫ଲକ୍ଷ ୬୫ ହଜାର ପାର୍
  • ||
  • ଭୁବନେଶ୍ଵର : ଓଡ଼ିଶାରେ ଆଉ ୧୭ ମୁଣ୍ଡ ନେଲା କରୋନା, ମୃତ୍ୟୁ ସଂଖ୍ୟା ୨୨୩୨କୁ ବୃଦ୍ଧି
  • ||

ଦୀର୍ଘ ଦିନ ଧରି ନ୍ୟାୟ ନପାଇ ନିରାଶ ହେଲେ ଦୁଷ୍କର୍ମ ପୀଡିତା, ଶେଷରେ ଏସପି ଅଫିସ ବାହାରେ ନିଜକୁ ନିଆଁ ଲଗାଇ ଜାଳିଦେଲେ

ଉନ୍ନାଓ,୧୬।୧୨:  ଉତ୍ତର ପ୍ରଦେଶ ଉନ୍ନାଓରେ   ଆଉ ଏକ ଦୁଷ୍କର୍ମ ମାମଲା ସାମ୍ନାକୁ ଆସିଛି।  କୁହାଯାଉଛି ଯେ, ଦୀର୍ଘ ଦିନ ଧରି ନ୍ୟାୟ ପାଇବାକୁ ଅପେକ୍ଷା କରିଥିବା ପୀଡିତା  ଶେଷରେ ନିରାଶ ହୋଇ  ନିଜକୁ ନିଆଁ ଲଗାଇ ଦେଇଛନ୍ତି। ପୀଡିତା ଜଣକ ଆଜି ଏସପିଙ୍କ ଅଫିସଙ୍କ  ଆଗରେ  ନିଜ ଦେହରେ ନିଆଁ ଲଗାଇ ଦେଇଛନ୍ତି। ଏହି ପୀଡ଼ିତାଙ୍କ ଘର ଉନ୍ନାଓ ଜିଲ୍ଲାର ହସନଗଞ୍ଜ ବୋଲି ଜଣାପଡ଼ିଛି। ପୁଲିସ ନିଆଁ ଲିଭାଇବା ପରେ ପୀଡିତାଙ୍କୁ ସ୍ଥାନୀୟ ହସ୍ପିଟାଲରେ   ଭର୍ତ୍ତି କରାଇଛି।  ପରେ ଗୁରୁତର ଅବସ୍ଥାରେ ପୀଡିତାଙ୍କୁ କାନପୁର ପଠାଇ ଦିଆଯାଇଛି। ପୀଡିତାଙ୍କ ଶରୀର ୫୦ ପ୍ରତିଶତ ପର୍ଯ୍ୟନ୍ତ ପୋଡି ଯାଇଛି।

ପୋଲିସର ସୂଚନା ଅନୁସାରେ, ମହିଳା ଜଣକ ହସନଗଞ୍ଜ ଥାନାରେ ଆଇପିସିର ଧାରା ୩୭୬(ଦୁଷ୍କର୍ମ) ରେ ମାମଲା ରୁଜୁ କରିତିଲେ। ୧୦ ବର୍ଷ ଧରି ଦୁହିଁଙ୍କ ଭିତରେ ପ୍ରେମ ସମ୍ପର୍କ ଥିଲା। ଅଭିଯୁକ୍ତ ଏବେ ବିବାହ କରିବାକୁ ମନା କରିଥିଲା। ଏହାପରେ ମହିଳା ଜଣକ ମାମଲା ରୁଜୁ କରିଥିଲେ। କିନ୍ତୁ ଦୀର୍ଘ ଦିନ ଧରି ନ୍ୟାୟ ଅପେକ୍ଷାରେ ଥିବା ଏହି ଯୁବତୀ ଜଣକୁ ନିଜକୁ ନିଆଁ ଲଗାଇ ଦେଇଛନ୍ତି। ନିଆଁ ଲଗାଇ ନିଜକୁ ପୋଡି ଦେଇଥିବା ଏହି ପୀଡିତା ତାଙ୍କ ବିଷୟରେ ବିଶେଷ କିଛି କହିପାରି ନାହାନ୍ତି।

ଉଲ୍ଳେଖନୀୟ ଯେ, ଏହା ପୂର୍ବରୁ ଉନ୍ନାଓର ଜଣେ ଗଣଦୁଷ୍କର୍ମ ପୀଡିତା ନିର୍ଆ ଲଗାଇ  ହତ୍ୟା କରିବାର ମାମଲା ଦେଖିବାକୁ  ମିଳିଥିଲା। ପୀଡିତାଙ୍କୁ ଅଭିଯୁକ୍ତ ଓ ତାର ସାଙ୍ଗମାନେ ମିଶି ପୋଡ଼ି ଦେଇଥିଲେ। ଏହାପରେ ହସ୍ପିଟାଲରେ ଚିକିତ୍ସା ଚାଲିଥିବା ବେଳେ ପୀଡିତାଙ୍କର ମୃତ୍ୟୁ ହୋଇଥିଲା। ଏବେ ଏହି ମାମଲାରେ ଏସଆଇଟି ତଦନ୍ତ ଚାଲିଛି। ଏହି ମାମଲାରେ   ପାଞ୍ଚ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା ବେଳେ ତାଙ୍କ ବିରୋଧରେ ଖୁବଶୀଘ୍ର ଚାର୍ଜସିଟ୍ ଦାଖଲ ହେବ ।