PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଟୋକିଓ ଅଲମ୍ପିକ୍ସ : ଭାରତକୁ ଆଉ ଏକ ପଦକ, ପୁରୁଷ ୫୭ କେଜି ଫ୍ରିଷ୍ଟାଇଲ କୁସ୍ତିରେ ରବିଙ୍କୁ ରୌପ୍ୟ
  • ||
  • କଟକ : ରାଜ୍ୟ ଜିଏସଟି ଏନଫୋର୍ସମେଣ୍ଟ ୱିଙ୍ଗ୍ ଦ୍ଵାରା ୬୪୧ କୋଟି ଟଙ୍କାର ଜାଲ ବିଲ୍ ରାକେଟ ମାମଲାରେ ତୃତୀୟ ମାଷ୍ଟର ମାଇଣ୍ଡ୍ ଗିରଫ
  • ||
  • ସମ୍ବଲପୁର : ସମ୍ବଲପୁର ସଦର ଥାନା ଅଞ୍ଚଳରେ ଯୁବକଙ୍କୁ ହତ୍ୟା ପରେ ରାସ୍ତାରେ ଫିଙ୍ଗିଦେଲେ ଦୁର୍ବୃତ୍ତ
  • ||
  • ଅଲିମ୍ପିକ୍ସ ହକି : ଭାରତ ଜର୍ମାନୀକୁ ୫-୪ ଗୋଲରେ ହରାଇ ଜିତିଲା ବ୍ରୋଞ୍ଚ ପଦକ
  • ||
  • ଟୋକିଓ : ଭାରତୀୟ ହକି ଟିମ୍‌ର ଐତିହାସିକ ବିଜୟ ନେଇ ମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛା, କହିଲେ-ଆଗାମୀ ପିଢିର ଖେଳାଳିଙ୍କ ପାଇଁ ହେବ ପ୍ରେରଣାର ଉତ୍ସ ’
  • ||
  • ବୌଦ୍ଧ : ବୌଦ୍ଧ ଜିଲ୍ଲା ପୁରୁଣାକଟକ ଥାନା ଖୋର୍ଦ୍ଧା-ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥ ଚାରିଛକଠାରେ ୧୬ ପେଟି କଫ୍ ସିରପ୍ ଜବତ, ସ୍କର୍ପିଓ ସହ ଜଣେ ଗିରଫ
  • ||
  • ଲମତାପୁଟ : ଲମତାପୁଟ ବ୍ଲକ ବଡ଼ପଡା ଘାଟି ନିକଟ ଜଙ୍ଗଲରୁ ବିପୁଳ ପରିମାଣର ଗଞ୍ଜେଇ ଜବତ
  • ||
  • କୋଣାର୍କ : ଗ୍ୟାସ୍ ସିଲିଣ୍ଡର ଫାଟି ୪ ଛେଳି ଜୀବନ୍ତ ଦଗ୍ଧ, ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ
  • ||
  • ମାଲକାନଗିରି : ନକ୍ସଲଙ୍କ ବର୍ବର କାଣ୍ଡ, ଲ୍ୟାଣ୍ଡମାଇନ୍ ବିସ୍ଫୋରଣ କରି ଉଡ଼ାଇଦେଲେ ବୋଲେରୋ, ୨ ମୃତ
  • ||

ସୁଟିଂ ପାଇଁ ଆସିଥିଲେ ଯୁବତୀ, ମଦ ପିଆଇ କଲେ ଦୁଷ୍କର୍ମ

aajtak.intoday.in

ଉତ୍ତରପ୍ରଦେଶ ୧୫।୮ : ନୋଏଡା ଥାନା ସେକ୍ଟର-୨୦ ଅଞ୍ଚଳରେ ଜଣେ ଯୁବତୀଙ୍କ ସହ ତାଙ୍କ ସହକର୍ମୀଙ୍କ ଦ୍ବାରା ଦୁଷ୍କର୍ମ କରାଯାଇଥିବା ମାମଲା ସାମ୍ନାକୁ ଆସିଛି। ଯୁବତୀଙ୍କ ଅଭିଯୋଗ ଆଧାରରେ ପୋଲିସ ମାମଲାର ଯାଞ୍ଚ କରୁଛି। ପୋଲିସର ଅତିରିକ୍ତ ଡେପୁଟି କମିଶନର (ଜୋନ୍‌ ୧) ରଣବିଜୟ ସିଂହ କହିଛନ୍ତି କି, ଗାଜିୟାବାଦର ବୈଶାଲୀ ସେକ୍ଟର-୫ରେ ରହୁଥିବା ଜଣେ ଯୁବତୀ ନୋଏଡା ଥାନା ସେକ୍ଟର-୨୦ରେ ଅଭିଯୋଗ କରିଛନ୍ତି।

ଯୁବତୀଙ୍କ କହିବାନୁସାରେ, ଅଗଷ୍ଟ ୧୩ ତାରିଖରେ ନିଜ ସାଙ୍ଗ ରୋନି ଓରଫ୍‌ ପୃଥ୍ବୀ ଏବଂ ଅନ୍ୟ ଲୋକଙ୍କ ସହିତ ସେକ୍ଟର-୩୧ରେ କର୍ପୋରେଟ୍‌ ସୁଟ୍‌ ପାଇଁ ଯାଇଥିଲେ। ସେ କହିଛନ୍ତି କି, ୧୧ଟାରୁ ୧୨ଟା ମଧ୍ୟରେ ସେଠାରେ ଏହି ଲୋକମାନେ ଖାଇବା ଖାଇଥିଲେ ଏବଂ ମଦ ପିଇଥିଲେ।

ପୋଲିସର ଅତିରିକ୍ତ ଡେପୁଟି କମିଶନର କହିଛନ୍ତି ଯେ, ଏହା ପରେ ଅଗଷ୍ଟ ୧୩ରେ ପ୍ରାୟ ୪ଟାରେ ଯୁବତୀଙ୍କୁ ମଦ ପିଆଇ ତାଙ୍କ ସହ ଦୁଷ୍କର୍ମ କରାଯାଇଥିଲା। ଯୁବତୀଙ୍କ ସହିତ ଯାଇଥିବା ତାଙ୍କ ସାଙ୍ଗ ଘଟଣା ସମୟରେ ଶୋଇପଡ଼ିଥିଲେ। ପୋଲିସ ମାମଲାର ତଦନ୍ତ କରୁଛି। ପୀଡ଼ିତାର ମେଡିକାଲ ଯାଞ୍ଚ ପାଇଁ ଜିଲ୍ଲା ହସ୍ପିଟାଲ ପଠାଯାଇଥିଲା। ମେଡିକାଲ ରିପୋର୍ଟରେ ଦୁଷ୍କର୍ମ କରାଯାଇଛି ବୋଳି ସ୍ପଷ୍ଟ ହୋଇଛି। ପୀଡ଼ିତା ଜଣକ ଘଟଣା ସମ୍ପର୍କରେ ପ୍ରଥମେ ତାଙ୍କ ମା ବାପାଙ୍କୁ ଜଣାଇଥିଲେ। ଏହା ପରେ ଥାନାରେ ମାମଲା ରୁଜୁ ହୋଇଥିଲା। ଯୁବତୀଙ୍କ ଅଭିଯୋଗ କ୍ରମେ ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରିଛି।

ସମ୍ବନ୍ଧିତ ଖବର