PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସମ୍ବଲପୁର: ଆଜିଠୁ ଖୋଲିଲା ମା’ ସମଲେଶ୍ବରୀଙ୍କ ମନ୍ଦିର, କଟକଣା ମଧ୍ୟରେ ଦର୍ଶନ କଲେ ଶ୍ରଦ୍ଧାଳୁ
  • ||
  • ଭୁବନେଶ୍ୱର : ଅଗଷ୍ଟରେ ବି ନିଅଣ୍ଟିଆ ବର୍ଷା, ପୁଣି ଘନେଇଲା ମରୁଡ଼ି ଆଶଙ୍କା, ୧୫ ଦିନରେ ଉପକୂଳ ଜିଲ୍ଲାରେ ଉଭେଇ ଯିବ ବର୍ଷା
  • ||
  • ପଟ୍ଟାଙ୍ଗି : ବାଇକ୍‌ର କିସ୍ତି ଟଙ୍କା ବାନ୍ଧି ଘରକୁ ଫେରୁଥିଲେ ଧକ୍କା ଦେଲା ୧୦ ଚକିଆ ଟ୍ରକ୍, ଆଖି ବୁଜିଲେ ମାମୁଁ-ଭଣଜା
  • ||
  • ରାଉରକେଲା : ରାଉରକେଲା ପ୍ଲାଣ୍ଟସାଇଡ୍ ଥାନା ଗୋପବନ୍ଧୁ ପଲ୍ଲୀ ଅଞ୍ଚଳରେ ୧୩ ବର୍ଷର ଝିଅକୁ ବିକ୍ରି କରୁଥିଲା ଜନ୍ମକଲା ମାଆ, ବାପାଙ୍କ ଅଭିଯୋଗ ପରେ ଉଦ୍ଧାର ହେଲା ନାବାଳିକା
  • ||
  • ପଦ୍ମପୁର : ଗାଇସିଲେଟ ବ୍ଲକ ଅଧୀନ ଚାରିଛକଠାରୁ ମଲମଣ୍ଡା ବୌଦ୍ଧବିହାର ଗନିଆଁପାଲି ରାସ୍ତା ମରାମତି ପାଇଁ ଶୁଣିଲାନି ପ୍ରଶାସନ, ଧାନ ରୋଇ ପ୍ରତିବାଦ କଲେ ଗ୍ରାମବାସୀ
  • ||
  • କୋରାପୁଟ : ଆଜିଠୁ ଖୋଲିବ ଶାବର ଶ୍ରୀକ୍ଷେତ୍ର, ବାହାର ଭୋଗ ମନା, କଟକଣାରେ ଦର୍ଶନ କରିବେ ଭକ୍ତ
  • ||
  • ଭୁବନେଶ୍ୱର : ଓଡ଼ିଶାରେ ସାମାନ୍ୟ ବଢ଼ିଲା କରୋନା ଗ୍ରାଫ୍, ଗତ ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହେଲେ ଆଉ ୧୧୨୯ ଜଣ କୋଭିଡ ପଜିଟିଭ୍
  • ||
  • ବ୍ରହ୍ମପୁର : ଦୀର୍ଘ ଦିନ ପରେ ଖୋଲିଲା ବ୍ରହ୍ମପୁରର ସବୁ ମନ୍ଦିର, ଦିଅଁଙ୍କ ନିକଟରେ ଭୋଗ କରିପାରିବେନି ଭକ୍ତ
  • ||
  • ଭୁବନେଶ୍ଵର : ରାଜ୍ୟରେ ଆଉ ୬୯ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୬୧୦୨କୁ ବୃଦ୍ଧି
  • ||

୭୨ ଲକ୍ଷ ଟଙ୍କାରେ ସୋସିଆଲ ମିଡିଆରେ ନକଲି ଲାଇକ୍ସ ଓ ଫଲୋଅର୍ସ କିଣିଥିଲେ ବାଦଶାହ, ଏବେ ପୋଲିସ ଆଗରେ କଲେ ସ୍ବୀକାର

https://www.instantbollywood.com/

ମୁମ୍ବାଇ,୯।୮: ଫେକ୍ ଫଲୋଅର୍ସ ରାକେଟ୍ ମାମଲାରେ ମୁମ୍ବାଇର କ୍ରାଇମ ବ୍ରାଞ୍ଚର କ୍ରାଇମ ଇଣ୍ଟେଲିଜେନ୍ସ ୟୁନିଟ୍ (ସିଆଇୟୁ) ରାପର ବାଦଶାହଙ୍କୁ ଲଗାତାର ପଚରାଉଚରା କରୁଛନ୍ତି। ପୋଲିସ ପକ୍ଷରୁ କୁହାଯାଇଛି ଯେ, ବାଦଶାହ ୭୨ ଲକ୍ଷରେ କୋଟି କୋଟି ଭ୍ୟୁଜ୍ କିଣିଥିବା କଥାକୁ ସ୍ବୀକାର କରିଛନ୍ତି। ବାଦଶାହ କହିଛନ୍ତି, ସେ ‘ପାଗଲ ହୈ’ ଗୀତ ସହିତ ଓ୍ବାର୍ଲ୍ଡ ରେକର୍ଡ କରିବାକୁ ୭୨ ଲକ୍ଷରେ ୭.୨ କୋଟି ଭିୟୁ କିଣିଥିଲେ। ସିଆଇୟୁ ଦ୍ବାରା ଶୁକ୍ରବାର ୧୦ ଘଣ୍ଟା ପଚରା ଉଚରା ପରେ, ବାଦଶାହ ନକଲି ଲାଇକ୍ସ ଓ ଫଲୋଅର୍ସଙ୍କ ସହିତ ନିଜର ମ୍ୟୁଜିକ୍ ଆଲବମକୁ ପ୍ରୋତ୍ସାହନ ଦେବା ପାଇଁ ୭୨ ଲକ୍ଷ ଟଙ୍କା ଦେଇଥିବା କଥା ସ୍ବୀକାର କରିଛନ୍ତି।

ମୁମ୍ବାଇ ପୋଲିସ ୧୪ ଜୁଲାଇରେ ଆନାଲିଟିକାଲ୍ ଟେକ୍ନିକାଲ ମାଧ୍ୟରେ ଆଶ୍ଚର୍ଯ୍ୟକର ଭାବରେ ଏହି କଥାର ପର୍ଦାଫାଶ କରିବା ଓ ଜଣେ ବ୍ୟକ୍ତିଙ୍କୁ ଧରିବା ପରେ ପଚରାଉଚରା କରାଯାଇଥିଲା। ବଲିଉଡର ପ୍ଲେବ୍ୟାକ୍ ସିଙ୍ଗର ଭୂମି ତ୍ରିବେଦୀଙ୍କ ଦ୍ବାରା ଦାଖଲ କରାଯାଇଥିବା ଅଭିଯୋଗ ପରେ ଏନେଇ ପଦକ୍ଷେପ ଗ୍ରହଣ କରାଯାଇଛି। ଭୂମି ତ୍ରିବେଦୀ ୧୧ ଜୁଲାଇରେ ପୋଲିସ ନିକଟରେ ଅଭିଯୋଗ କରିଥିଲେ ଯେ, କୌଣସି ଇନଷ୍ଟାଗ୍ରମରେ ତାଙ୍କର ଏକ ଫେକ୍ ପ୍ରୋଫାଇଲ ତିଆରି କରାଯାଇଛି ଓ ଦାବି କରାଯାଉଛି ତାଙ୍କର ଅଫିସିଆଲ ଆକାଉଣ୍ଟ ଅଛି।

ପୋଲିସର କହିବା ଅନୁସାରେ, ଯେଉଁ ବ୍ୟକ୍ତି ଆକାଉଣ୍ଟର ଫଲୋଅର୍ସଙ୍କୁ ବଢାଇ ବିଜନେସ୍ ଡିଲ୍ ପାଇଁ ଆକାଉଣ୍ଟର ବ୍ୟବହାର କରୁଥିଲା। ପୋଲିସ ସାରା ଦେଶରେ ଅତି କମରେ ୧୦୦ ସୋସିଆଲ ମିଡିଆ ମାର୍କେଟିଂ (ଏସଏମଏସ୍) ଫର୍ମ ଓ ୫୪ ପୋର୍ଟାଲର ଯାଞ୍ଚ କରୁଛି, ଯାହାକି ନକଲି ଆଇଡି କିମ୍ବା ବଟସ୍ ଜରିଆରେ ନକଲି ପ୍ରୋଫାଇଲ, ଲାଇକ୍ କମେଣ୍ଟ, ଫଲୋଅର୍ସ ଆଦି ବଢାଇବା ପାଇଁ ଇନଷ୍ଟାଗ୍ରାମ, ଟିକଟକ୍, ଫେସବୁକରେ ସେବା ଦେଇଥାନ୍ତି।

ସମ୍ବନ୍ଧିତ ଖବର