PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକ : ରାଜ୍ୟ ଜିଏସଟି ଏନଫୋର୍ସମେଣ୍ଟ ୱିଙ୍ଗ୍ ଦ୍ଵାରା ୬୪୧ କୋଟି ଟଙ୍କାର ଜାଲ ବିଲ୍ ରାକେଟ ମାମଲାରେ ତୃତୀୟ ମାଷ୍ଟର ମାଇଣ୍ଡ୍ ଗିରଫ
  • ||
  • ସମ୍ବଲପୁର : ସମ୍ବଲପୁର ସଦର ଥାନା ଅଞ୍ଚଳରେ ଯୁବକଙ୍କୁ ହତ୍ୟା ପରେ ରାସ୍ତାରେ ଫିଙ୍ଗିଦେଲେ ଦୁର୍ବୃତ୍ତ
  • ||
  • ଅଲିମ୍ପିକ୍ସ ହକି : ଭାରତ ଜର୍ମାନୀକୁ ୫-୪ ଗୋଲରେ ହରାଇ ଜିତିଲା ବ୍ରୋଞ୍ଚ ପଦକ
  • ||
  • ଟୋକିଓ : ଭାରତୀୟ ହକି ଟିମ୍‌ର ଐତିହାସିକ ବିଜୟ ନେଇ ମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛା, କହିଲେ-ଆଗାମୀ ପିଢିର ଖେଳାଳିଙ୍କ ପାଇଁ ହେବ ପ୍ରେରଣାର ଉତ୍ସ ’
  • ||
  • ବୌଦ୍ଧ : ବୌଦ୍ଧ ଜିଲ୍ଲା ପୁରୁଣାକଟକ ଥାନା ଖୋର୍ଦ୍ଧା-ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥ ଚାରିଛକଠାରେ ୧୬ ପେଟି କଫ୍ ସିରପ୍ ଜବତ, ସ୍କର୍ପିଓ ସହ ଜଣେ ଗିରଫ
  • ||
  • ଲମତାପୁଟ : ଲମତାପୁଟ ବ୍ଲକ ବଡ଼ପଡା ଘାଟି ନିକଟ ଜଙ୍ଗଲରୁ ବିପୁଳ ପରିମାଣର ଗଞ୍ଜେଇ ଜବତ
  • ||
  • କୋଣାର୍କ : ଗ୍ୟାସ୍ ସିଲିଣ୍ଡର ଫାଟି ୪ ଛେଳି ଜୀବନ୍ତ ଦଗ୍ଧ, ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ
  • ||
  • ମାଲକାନଗିରି : ନକ୍ସଲଙ୍କ ବର୍ବର କାଣ୍ଡ, ଲ୍ୟାଣ୍ଡମାଇନ୍ ବିସ୍ଫୋରଣ କରି ଉଡ଼ାଇଦେଲେ ବୋଲେରୋ, ୨ ମୃତ
  • ||

2020ର ଦୁର୍ଲ୍ଲଭ ଦୃଶ୍ୟ: ଅକ୍ଟୋବର ୩୧ରେ ଆକାଶରେ ଦେଖିବାକୁ ମିଳିବ ‘ବ୍ଲୁ ମୁନ୍‌’

earthsky

ନୂଆଦିଲ୍ଲୀ ୧୩/୦୮: ୨୦୨୦ ବିଶ୍ୱବାସୀଙ୍କୁ ଅନେକ ଦୁଃଖ ଦେଇଛି । କରୋନା ମହାମାରୀ ଏବେ ସବୁଠୁ ବଡ଼ ସଙ୍କଟ ରୂପେ ଉଭା ହୋଇଛି । କିନ୍ତୁ ଏ ବର୍ଷ ଆକାଶରେ ଏକ ଦୁର୍ଲ୍ଲଭ ଦୃଶ୍ୟ ଦେଖିବାକୁ ମିଳିବ, ଯାହା ନକ୍ଷତ୍ରବିଜ୍ଞାନୀ ଏବଂ କରୋନା ସମୟରେ ଘରେ ବନ୍ଦୀ ଜୀବନ ବିତାଉଥିବା ଲୋକଙ୍କ ପାଇଁ ଏକ ଖାସ୍‌ ତଥା ସୁଖଦ ଅନୁଭବ ହେବ ।

ଆସନ୍ତା ଅକ୍ଟୋବର ମାସର ୩୧ ତାରିଖ ଚନ୍ଦ୍ର ନୀଳ ଅବତାରରେ ନଜର ଆସିବ । ଏହାକୁ ‘ବ୍ଲୁ ମୁନ୍‌’ କୁହାଯାଏ । ବ୍ଲୁ ମୁନ୍‌ ଏକ ଦୁର୍ଲ୍ଲଭ ତଥା ଅସାଧାରଣ ଘଟଣା, ଯାହା ପ୍ରତି ଦୁଇ କିମ୍ବା ୩ ବର୍ଷରେ ଦେଖିବାକୁ ମିଳେ । ଆସନ୍ତା ଆକ୍ଟୋବର ୩୧ ତାରିଖରେ ବ୍ଲୁ ମୁନ୍‌ ବା ନୀଳ ଚନ୍ଦ୍ରମା ଦେଖିବା ପରେ ପୁଣି ଥରେ ଏହି ଦୃଶ୍ୟ ଦେଖିବା ପାଇଁ ୨୦୩୯ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ିବ । ତେଣୁ ଚଳିତ ବର୍ଷର ବ୍ଲୁ ମୁନ୍‌ ଦୃଶ୍ୟ ଲୋକଙ୍କ ପାଇଁ ଖୁବ୍‌ ଖାସ୍‌ ହେବ ।

ନାସାର ରିପୋର୍ଟ ଅନୁସାରେ, ବ୍ଲୁ ମୁନ୍‌ର ରଙ୍ଗ ବାସ୍ତବରେ ନୀଳ ହୋଇନଥାଏ । ବେଳେବେଳେ ବାୟୁମଣ୍ଡଳୀୟ ପରିସ୍ଥିତି ଯୋଗୁ ଚନ୍ଦ୍ର ନୀଳ ଦେଖାଯାଏ । ସାଧାରଣତଃ ପ୍ରତି ଅଢ଼େଇରୁ ତିନି ବର୍ଷ ମଧ୍ୟରେ ଏହା ଦୃଶ୍ୟମାନ ହୋଇଥାଏ । ଚଳିତ ବର୍ଷ ବ୍ଲୁ ମୁନ୍‌ ହାଲୋୱିନ୍‌ ଦିନ ପଡ଼ୁଥିବାରୁ ଏହା ଖାସ୍‌ ହୋଇଛି । ପୂର୍ଣ୍ଣିମା କେବଳ ୧୯ ବର୍ଷରେ ଥରେ ହାଲୋୱିନ୍‌ରେ ପଡ଼େ । ଚଳିତ ବର୍ଷର ବ୍ଲୁ ମୁନ୍‌ ମାସିକିଆ ବ୍ଲୁ ମୁନ୍‌ ହେବ । ଆସନ୍ତା ଅକ୍ଟୋବର ୧ ତାରିଖରେ ଏକ ପୂର୍ଣ୍ଣିମା ପଡ଼ିବ ଏବଂ ସେହି ମାସ ୩୧ ତାରିଖରେ ମଧ୍ୟ ପୂର୍ଣ୍ଣିମା ପଡ଼ିବ । ଅକ୍ଟୋବରରେ ଦୁଇଟି ପୂର୍ଣ୍ଣ ଚନ୍ଦ୍ର ଦୃଶ୍ୟମାନ ହେବାକୁ ଥିବାରୁ ମାସର ପରବର୍ତ୍ତୀ ପୂର୍ଣ୍ଣ ଚନ୍ଦ୍ରକୁ ବ୍ଲୁ ମୁନ୍‌ ବୋଲି କୁହାଯାଉଛି ।