PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବଲାଙ୍ଗୀର: ରେଳ ଲାଇନରୁ ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ନା ଆତ୍ମହତ୍ୟା ନେଇ ସନ୍ଦେହ
  • ||
  • ବଲାଙ୍ଗୀର: କପଡ଼ା ବ୍ୟବସାୟୀଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର, ପରିବାର ପକ୍ଷରୁ ହତ୍ୟା ଅଭିଯୋଗ
  • ||
  • ଲମତାପୁଟରେ ଅଟୋ ସହ ୨ କୁଇଣ୍ଟାଲ ଗଞ୍ଜେଇ ଜବତ, ଜଣେ ଗିରଫ
  • ||
  • ରାଜ୍ୟରେ ସାମନ୍ୟ ହ୍ରାସ ପାଇଲା ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୦ ହଜାର ୭୫୭ ଜଣ ପଜିଟିଭ, ୨୨ ଜୀବନ ନେଲା କରୋନା
  • ||
  • ଚୌଦ୍ଵାର : ଟ୍ରକକୁ ପଛ ପଟୁ ପିଟିଲା ସ୍କୁଟି, ମହିଳା ଗୁରୁତର
  • ||
  • ରେଙ୍ଗାଲି : ହାଇୱାରେ ପିଟିହେଲା କାର୍‌ : ମା’ ଝିଅ ମୃତ, ପୁଅ ଗୁରୁତର
  • ||
  • ଭୁବନେଶ୍ୱର : ଆଜି ବସିବ ସର୍ବଦଳୀୟ ବୈଠକ, କୋଭିଡ୍‌ ମୁକାବିଲା ପାଇଁ ସହଯୋଗ ଲୋଡ଼ିବେ ସରକାର
  • ||
  • ଭୁବନେଶ୍ୱର : ଆସନ୍ତା ୪ରୁ ୫ଦିନ ପାଗ ଶୁଖିଲା, ବଢ଼ିବ ତାତି, ଆଜି କାଁ ଭାଁ କିଛି ସ୍ଥାନରେ ସ୍ୱଳ୍ପ ବର୍ଷା ସମ୍ଭାବନା
  • ||
  • ପୁରୀ : ଜୁନ ୧୫ ପର୍ଯ୍ୟନ୍ତ ମହାପ୍ରଭୁଙ୍କ ଦର୍ଶନ ବନ୍ଦ, ପ୍ରଭାବିତ ହେବ ତିନିପର୍ବ
  • ||

କନ୍ଦଳ ନଦୀରେ ଜାଲରେ ଫସିଲା ବିରାଟକାୟ ବିରଳ ସାଙ୍କୁଚ, ଓଜନ ଶୁଣି ହୋଇଯିବେ ଆଶ୍ଚର୍ଯ୍ୟ

କଟକ,୧୩|୧୨:  କଟକ ଜିଲ୍ଲା ନିଆଳି ନିକଟବର୍ତ୍ତୀ ବିଳାସୁଣୀ ଅଞ୍ଚଳରୁ ଏକ ବିରଳ ସାମୁଦ୍ରିକ ସାଙ୍କୁଚ ମାଚ୍ଛ ଧରାପଡିଛି। ଏହାର ଓଜନ ପ୍ରାୟ ୩ କ୍ୱିଣ୍ଟାଲ ହେବ ବୋଲି ଜଣାପଡିଛି।

ସୂଚନାନୁସାରେ, ଆଜି ବିଳାସୁଣୀ ଅଂଚଳ ଦେଇ ପ୍ରବାହିତ ହେଉଥିବା କନ୍ଦଳ ନଈରେ କିଛି ମତ୍ସ୍ୟଜୀବୀ ମାଛ ଧରିବା ପାଇଁ ଜାଲ ପକାଇଥିଲେ। ସେହି ସମୟରେ ଜାଲରେ କୌଣସି ଏକ ବଡ ଜନ୍ତୁ ପଡିଥିବା ସେମାନେ ଜାଣିଥିଲେ। ପରେ ଜାଲକୁ ନଦୀରୁ ବାହାର କରିବା ବେଳେ ଏକ ବଡ ମାଛ ପଡିଥିଲା। ଯାହାର ଓଜନ ୩ କ୍ୱିଣ୍ଟାଲ ହେବ ବୋଲି ଜଣାପଡିଥିଲା। ପରେ ଏହା ସାଙ୍କୁଚ ମାଛ ବୋଲି ଜାଣିବାକୁ ମିଳିଥିଲା।

ଏହି ମାଛକୁ ଦେଖିବା ପାଇଁ ନଦୀ ପଠାରେ ଲୋକଙ୍କ ଗହଳି ଲାଗିଥିଲା। ପରେ ବନ ବିଭାଗ ଖବର ପାଇ ମାଛକୁ ଉଦ୍ଧାର କରିବା ସହ ପୁଣି ନଦୀରେ ଛାଡିଦେଇଛି।