ଚଳିତ ସପ୍ତାହର ରାଶିଫଳ

ମେଷ: ରବିବାର ଆର୍ଥିକ ଅବସ୍ଥାରେ ଉନ୍ନତି ଓ ବାଣିଜ୍ୟରେ ଉତ୍ତମ ଆୟ ହେବ । ସୋମ, ମଙ୍ଗଳ, ବୁଧ ଖର୍ଚ୍ଚଭାର ବଢି଼ବ । ଗୁରୁ, ଶୁକ୍ର ଘାତଚନ୍ଦ୍ର ହେତୁ ସତର୍କ ରହିବେ । ଶନିବାର କୌଣସି ବିଶେଷ ସୂତ୍ରରୁ ଧନପ୍ରାପ୍ତି ହେବ । ଶୁଭରଙ୍ଗ- ଲାଲ , ସଂଖ୍ୟା-୩, ଆରାଧନା-ମା’ ବଗଳାମୁଖୀ ।
ବୃଷ: ସପ୍ତାହର ପ୍ରଥମ ଭାଗରେ ଆର୍ଥିକ ଅବସ୍ଥାରେ ଉନ୍ନତି ଓ କର୍ମରେ ସଫଳତା ମିଳିବ । ମଧ୍ୟଭାଗରେ ଅପବ୍ୟୟ, ଅପବାଦ ପାଇପାରନ୍ତି । ଶେଷଭାଗରେ ସୁଖାଦ୍ୟ, ସୁଭୋଜନ ପ୍ରାପ୍ତି ଓ ପାରିବାରିକ ଶାନ୍ତି ମିଳିବ । ଶୁଭରଙ୍ଗ- ଧଳା, ସଂଖ୍ୟା-୨, ଆରାଧନା- ମା’ ଗାୟତ୍ରୀ ।
ମିଥୁନ: ରବି,ସୋମ, ମଙ୍ଗଳ ଗୁରୁଜନଙ୍କ କୃପା ଓ ମାନସମ୍ମାନ ପ୍ରାପ୍ତି ହେବ । ବୁଧ, ଗୁରୁ, ନୂତନ କର୍ମାରମ୍ଭ କରିପାରନ୍ତି । ଶୁକ୍ର, ଶନି ଆର୍ଥିକ ଅବସ୍ଥାରେ ଉନ୍ନତି ଓ ଧନ ଫେରିପାଇବେ । ଶୁଭରଙ୍ଗ- ସବୁଜ, ସଂଖ୍ୟା-୮, ଆରଧନା- ମା’ ଷୋଡ଼ଶୀ ।
କର୍କଟ: ସପ୍ତାହର ପ୍ରଥମ ଭାଗରେ କର୍ମରେ ଓ ଆର୍ଥିକ ଅବସ୍ଥାରେ ଉନ୍ନତି ଘଟିବ । ମଧ୍ୟଭାଗରେ ନୂତନ ନିଯୁକ୍ତି ମିଳିପାରେ । ଶେଷଭାଗରେ ବାଣିଜ୍ୟରେ ଉତ୍ତମ ଆୟ, କର୍ମରେ ସଫଳତା ଓ ଦରମାରେ ବୃଦ୍ଧି ଘଟିପାରେ । ଶୁଭରଙ୍ଗ- ଲାଲ, ସଂଖ୍ୟା-୧, ଆରାଧନା- ଭଗବାନ ଶିବ ।
ସିଂହ: ରବିବାର ସ୍ତ୍ରୀ ସୌଖ୍ୟ ଓ ସ୍ତ୍ରୀ ହେତୁକ ଧନପ୍ରାପ୍ତି ହେବ । ସୋମ, ମଙ୍ଗଳ, ବୁଧ ଅଷ୍ଟମ ଚନ୍ଦ୍ର ହେତୁ ବାଦବିବାଦ ଓ ସ୍ୱାସ୍ଥ୍ୟ ପ୍ରତି ସତର୍କ ରହିବେ । ଗୁରୁ, ଶୁକ୍ର ବାଣିଜ୍ୟରେ ଉତ୍ତମ ଆୟ ମିଳିପାରେ । ଶନିବାର କର୍ମରେ ଉନ୍ନତି କରିବେ । ଶୁଭରଙ୍ଗ- ହଳଦିଆ, ସଂଖ୍ୟା- ୩, ଆରାଧନା- ମା’ ମାତଙ୍ଗୀ ।
କନ୍ୟା: ସପ୍ତାହର ପ୍ରଥମ ଭାଗରେ ରୋଗ, ଋଣ ଓ ଶତ୍ରୁ ଏ ତିନୋଟିରୁ ମୁକ୍ତି ପାଇବେ ଓ ଦାମ୍ପତ୍ୟ ଜୀବନ ସୁଖମୟ ହେବ । ମଧ୍ୟଭାଗରେ ଅଷ୍ଟମ ଚନ୍ଦ୍ର ହେତୁ ଦୁର୍ଘଟଣା ପ୍ରତି ସତର୍କ ରହିବେ । ସପ୍ତାହର ଶେଷଭାଗରେ ପଦସ୍ତ କର୍ମଚାରୀଙ୍କ ସହାୟତା ମିଳିବ । ଶୁଭରଙ୍ଗମେରୁନ୍, ସଂଖ୍ୟା- ୧୨, ଆରାଧନା- ଭଗବାନ ବିଷ୍ଣୁ ।
ତୁଳା: ରବି, ସୋମ, ମଙ୍ଗଳ ଯଶ ସମ୍ମାନ ପ୍ରାପ୍ତି, ପିତୃମାତୃଙ୍କ କୃପା ଓ ଉତ୍ତମ ଆୟ ହେବ । ମଙ୍ଗଳ, ବୁଧ ମୂଲ୍ୟବାନ ଧାତୁ କ୍ରୟ କରିବେ । ଗୁରୁ, ଶୁକ୍ର ଓ ଶନିବାର ବିବାଦ ଓ ଶାରୀରିକ ପୀଡ଼ା ଭୋଗ କରି ପାରନ୍ତି । ଶୁଭରଙ୍ଗ- ଧଳା, ସଂଖ୍ୟା-୬, ଆରଧନା- ପ୍ରଭୁ ଶ୍ରୀରାମ ।
ବିଛା: ସପ୍ତାହର ପ୍ରଥମ ଭାଗରେ ସ୍ୱଜନରେ ବିବାଦ, ଯାନବାହାନରେ କ୍ଷତି ଓ ମାଲିମକଦ୍ଦମାରେ ପଡିପାରନ୍ତି । ମଧ୍ୟଭାଗରେ ବାଣିଜ୍ୟରେ ଉତ୍ତମ ଆୟ ଓ କର୍ମରେ ସଫଳତା ପାଇବେ । ଶେଷଭାଗରେ ଘାତଚନ୍ଦ୍ର ହେତୁ ସତର୍କ ରହିବେ । ଶୁଭ ରଙ୍ଗ- ହଳଦିଆ, ସଂଖ୍ୟା- ୧୧, ଆରାଧନା- ପ୍ରଭୁ ହନୁମାନ ।
ଧନୁ: ରବିବାର କର୍ମରେ ଉନ୍ନତି କରିବେ । ସୋମ, ମଙ୍ଗଳ, ବୁଧ ଘାତଚନ୍ଦ୍ର ହେତୁ ଆର୍ଥିକ କ୍ଷତି, ସ୍ୱଜନରେ ବିବାଦ ଓ ଯାନବାହାନରେ କ୍ଷତି ପହଞ୍ଚିବ । ଗୁରୁ, ଶୁକ୍ର, ଶନି ମାନସମ୍ମାନ ଲାଭ, କର୍ମରେ ପ୍ରଶଂସା ଓ ପୁରାତନ ରୋଗରୁ ଆରୋଗ୍ୟ ଲାଭ କରିବେ । ଶୁଭରଙ୍ଗହଳଦିଆ, ସଂଖ୍ୟା- ୯, ଆରାଧନା- ମା’ ତାରା ।
ମକର: ସପ୍ତାହର ପ୍ରଥମ ଭାଗରେ ଆର୍ଥିକ ଅବସ୍ଥାରେ ଉନ୍ନତି, ବାଣିଜ୍ୟରେ ଉତ୍ତମ ଆୟ ଓ କର୍ମରେ ସଫଳତା ମିଳିବ । ମଧ୍ୟଭାଗରେ ସ୍ୱଜନରେ ବିବାଦ ଓ ମୂଲ୍ୟବାନ ପଦାର୍ଥ ହଜିଯାଇପାରେ । ଶେଷଭାଗରେ ପିତାମାତାଙ୍କ କୃପା ଓ ମାନସମ୍ମାନ ପ୍ରାପ୍ତି ହେବ । ଶୁଭରଙ୍ଗ- ବାଇଗଣୀ, ସଂଖ୍ୟା-୬, ଆରାଧନା- ମା’ ଦୁର୍ଗା ।
କୁମ୍ଭ: ରବି, ସୋମ, ମଙ୍ଗଳ ସୁଖାଦ୍ୟ ଓ ଆକସ୍ମିକ ଧନଲାଭ, ଦରମା ବୃଦ୍ଧି ଘଟିପାରେ । ବୁଧ, ଗୁରୁ ନୂତନ କର୍ମକୁ ନେଇ ଆଶାବାଦୀ ହେବେ । ଶୁକ୍ର ଓ ଶନିବାରରେ ମାନସିକ ଅସ୍ତିରତା, ମାଲିମକଦ୍ଦମା ଓ ପରିବାରରେ ଅଶାନ୍ତି ଦେଖା ଦେବ । ଶୁଭରଙ୍ଗ- କଳା, ସଂଖ୍ୟା୩, ଆରାଧନା- ମା’କାଳୀ ।
ମୀନ: ସପ୍ତାହର ପ୍ରଥମ ଭାଗରେ ପ୍ରମୋଶନ, ପଦସ୍ତ କର୍ମଚାରୀଙ୍କ କୃପା ଓ ମୂଲ୍ୟବାନ ଧାତୁ କ୍ରୟ କରିପାରନ୍ତି । ମଧ୍ୟଭାଗରେ ଖର୍ଚ୍ଚାନ୍ତରେ ପଡିବେ । ଶେଷଭାଗରେ ସ୍ୱଜନଙ୍କ ସହ ସୁ ସମ୍ପର୍କ, ପରିବାରରେ ଖୁସି ଓ ଆର୍ଥିକ