PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର: ରାଜ୍ୟରେ ଆଉ ୭ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୧୩୫କୁ ବୃଦ୍ଧି
  • ||
  • ଗଞ୍ଜାମ: କୋଦଳା ଖଦାଳ ସାହିରେ ଗୋଷ୍ଠୀ ସଂଘର୍ଷ, ଜଣେ ମୃତ
  • ||
  • ଭୁବନେଶ୍ୱର: ରାଜ୍ୟରେ ଉପର ତଳ ହେଉଛି କରୋନା ଗ୍ରାଫ୍, ୨୪ ଘଣ୍ଟା ମଧ୍ୟରେ ଆଉ ୬୬୩ ଜଣ ପଜିଟିଭ୍ ଚିହ୍ନଟ
  • ||
  • ଭୁବନେଶ୍ୱର: ୨୦ରୁ ଯୁକ୍ତ ୩ ଦ୍ୱିତୀୟ ବର୍ଷ କ୍ଲାସ୍‌ ରୁମ୍‌ ପଢ଼ା, ଆଜିଠୁ ଖୋଲିବ ହଷ୍ଟେଲ
  • ||
  • ଭୁବନେଶ୍ୱର: BBI ଓ OOPRE ବାରକୁ ସିଲ୍ କଲା ବିଏମ୍‌ସି, ମ୍ୟାନେଜରଙ୍କ ସହ ୪ ଜଣ ଅଟକ
  • ||
  • ଭୁବନେଶ୍ୱର: ରାଷ୍ଟ୍ରୀୟ ମର୍ଯ୍ୟାଦା ସହକାରେ ହେବ ମନୋରମା ମହାପାତ୍ରଙ୍କ ଶେଷକୃତ୍ୟ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଲେ ଘୋଷଣା
  • ||

ଜଣାଶୁଣା ଫିଲ୍ମ ସମାଲୋଚକ ରସିଦ ଇରାନୀଙ୍କ ଦେହାନ୍ତ, ୨-୩ ପରେ ଘରୁ ମିଳିଲା ମୃତଦେହ

ମୁମ୍ବାଇ ୩।୮ : ଆରପାରିରେ ଜଣାଶୁଣା ଫିଲ୍ମ ସମାଲୋଚକ ରସିଦ ଇରାନୀ। ଅଗଷ୍ଟ ୨ ତାରିଖରେ ତାଙ୍କ ମୃତଦାହ ତାଙ୍କ ଘରୁ ମିଳିଛି। ସମାଲୋଚକ ରସିଦ ୭୪ ବର୍ଷ ବୟସରେ ତ୍ୟାଗ କଲେ ଶେଷ ନିଶ୍ବାସ। ରସିଦ ଇରାନୀ ବିଭିନ୍ନ ପ୍ରକାରର ସ୍ୱାସ୍ଥ୍ୟ ସମସ୍ୟାରେ ପୀଡିତ ଥିଲେ। ତାଙ୍କର ଜଣେ ଘନିଷ୍ଠ ବନ୍ଧୁ ରଫିକ୍ ଇଲିୟାସଙ୍କ କହିବା ଅନୁଯାୟୀ, ରସିଦ ହୁଏତ ଜୁଲାଇ ୩୦ ରେ ଦକ୍ଷିଣ ମୁମ୍ବାଇ ନିକଟ ଧୋବିତାଲାବରେ ଥିବା ତାଙ୍କ ଘରେ ଶେଷ ନିଶ୍ୱାସ ତ୍ୟାଗ କରିଥାଇ ପାରନ୍ତି। ରଫିକ୍ ଇଲିଆସ୍ କହିଛନ୍ତି, ‘ଏହା ଅତ୍ୟନ୍ତ ଦୁଃଖଦ ଖବର। ଶୁକ୍ରବାର ସକାଳେ ସ୍ନାନ କରିବା ସମୟରେ ସେ ମୃତ୍ୟୁବରଣ କରିଥିବେ କାରଣ ତାଙ୍କ ମୃତ ଶରୀର ବାଥରୁମରୁ ହିଁ ମିଳିଥିଲା।’ ରସିଦ ଇରାନୀଙ୍କ ଦେହାନ୍ତରେ ଫିଲ୍ମ ଜଗତରେ ଶୋକର ଲହରୀ ଖେଳିଯାଇଛି।

ରଫିକ୍ ଆହୁରି କହିଛନ୍ତି, ‘ଆମେ ସମସ୍ତେ ଭାବୁଥିଲୁ ଯେ ସେ ସହରରୁ ବାହାରକୁ ଯାଇଛନ୍ତି ତେଣୁ ଆମେ ଆଶା କରୁଥିଲୁ ସେ ଫେରିଆସିବେ କିନ୍ତୁ ଯେତେବେଳେ ଏପରି କିଛି ଘଟିଲା ନାହିଁ, ଆମେ ଚିନ୍ତିତ ହେବାକୁ ଲାଗିଲୁ ଏବଂ ଆମେ ପୋଲିସକୁ ଡାକି କବାଟ ଖୋଲିବା କହିଥିଲୁ। ରଫିକ୍ ଇଲିୟାସଙ୍କ ଅନୁଯାୟୀ, ରସିଦ ଇରାନୀଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଭଲ ନଥିଲା ଏବଂ ଗତ ବର୍ଷ ତାଙ୍କୁ କରୋନା ମଧ୍ୟ ହୋଇଥିଲା।

ମୁମ୍ବାଇ ପ୍ରେସ କ୍ଲବ ମଧ୍ୟ ରସିଦ ଇରାନୀଙ୍କ ମୃତ୍ୟୁ ସମ୍ପର୍କରେ ଟୁଇଟ୍ କରି ସୂଚନା ଦେଇଛି, ଯେଉଁଥିରେ କୁହାଯାଇଛି ଯେ ଦେଶର ପ୍ରଖ୍ୟାତ ଫିଲ୍ମ ସମାଲୋଚକ ରସିଦ ଇରାନୀଙ୍କ ଜୁଲାଇ ୩୦ ରେ ଦେହାନ୍ତ ହୋଇଛି। ତାଙ୍କୁ ୨-୩ ଦିନ ପର୍ଯ୍ୟନ୍ତ ଦେଖିବାକୁ ମିଳି ନଥିଲା। ତାଙ୍କ ମୃତଦେହ ତାଙ୍କ ବନ୍ଧୁ, କ୍ଲବ ଅଧିକାରୀ ଏବଂ ପୋଲିସର ଅନୁସନ୍ଧାନ ପରେ ମିଳିଥିଲା। ଏହି ଟୁଇଟରେ ଆହୁରି ଲେଖାଯାଇଛି, ସେ ମୁମ୍ବାଇ ପ୍ରେସ କ୍ଲବ ଫିଲ୍ମ ସୋସାଇଟିର ଅନ୍ୟତମ ସ୍ତମ୍ଭ ତଥା କ୍ଲବର ମୁଖ୍ୟ ସଦସ୍ୟ ଥିଲେ ଯିଏ ମିଡିଆ ସେଣ୍ଟରରେ ନିଜର ସମୀକ୍ଷା ଲେଖିବା ଏବଂ ଫିଲ୍ମ ଦେଖିବା ପାଇଁ ଗୋଟିଏ ଦିନ ମଧ୍ୟ ହାତଛଡ଼ା କରନ୍ତି ନାହିଁ। ତାଙ୍କର ଅଭାବ ସର୍ବଦା ରହିବ । ରସିଦ ଇରାନୀଙ୍କ ମୃତ୍ୟୁ ହେତୁ ଫିଲ୍ମ ଜଗତରେ ଶୋକର ଲହରୀ ଖେଳିଯାଇଛି। କରଣ ଜୋହର ରସିଦ ଇରାନୀଙ୍କ ମୃତ୍ୟୁକୁ ସମବେଦନା ଜଣାଇଛନ୍ତି।

ସେ ତାଙ୍କ ଅଫିସିଆଲ୍ ଟ୍ୱିଟର ଆକାଉଣ୍ଟରେ ରସିଦ ଇରାନୀଙ୍କ ପାଇଁ ଲେଖିଛନ୍ତି, ‘ରସିଦଙ୍କ ଆତ୍ମାକୁ ​​ଶାନ୍ତି ମିଳୁ। ତାଙ୍କ ସହିତ ବିତାଇଥିବା ମୁହୂର୍ତ୍ତଗୁଡିକ ମୋର ମନେ ଅଛି…ଏହି ସିନେମା ଉପରେ ତୁମର ଅନ୍ତର୍ଦୃଷ୍ଟି ସର୍ବଦା ମୂଲ୍ୟବାନ ରହିବ । ଏଥି ସହିତ ରସିଦ ଇରାନୀଙ୍କ ମୃତ୍ୟୁକୁ ନେଇ ଭେଟେରାନ ନିର୍ମାତା-ନିର୍ଦ୍ଦେଶକ ସୁଧୀର ମିଶ୍ର ମଧ୍ୟ ନିଜର ପ୍ରତିକ୍ରିୟା ଦେଇଛନ୍ତି। ସେ ନିଜ ଟ୍ୱିଟରେ ଲେଖିଛନ୍ତି, ‘ସେ ଜଣେ ଭଦ୍ର ବ୍ୟକ୍ତି ଥିଲେ। ତାଙ୍କ ସାମ୍ନାରେ ତାଙ୍କ ସହର ବଦଳିଗଲା।’